Thursday 25th April 2024

ଜାଣନ୍ତୁ ୧ ଅକ୍ଟୋବରର ଇତିହାସ

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୧ ଅକ୍ଟୋବର। ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ। ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା ।

୧୫୭୪-ଆଜିର ଦିନରେ ଗୁରୁ ନାନକଙ୍କ ଭକ୍ତ ଗୁରୁ ଅମରଦାସ ମୃତ୍ୟୁ ବରଣ କରିଥିଲେ।

୧୮୫୪-ଆଜିର ଦିନରେ ଭାରତରେ ଡାକ ଟିକଟ ଚାଳନା ଆରମ୍ଭ ହେଲା।

୧୯୧୯-ଆଜିର ଦିନରେ ଉର୍ଦ୍ଦୁର ବଡ଼ କବି ମଜରୁହ ସୁଲତାନପୁରୀ ଜନ୍ମ ଗ୍ରହଣ କରିଥିଲେ।

୧୯୪୫-ଆଜିର ଦିନରେ ଭାରତର ପୂର୍ବତମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜନ୍ମ ଗ୍ରହଣ କରିଥିଲେ।

୧୯୫୩-ଆଜିର ଦିନରେ ଆନ୍ଧ୍ରପ୍ରଦେଶ ଏକ ଅଲଗା ରାଜ୍ୟ ହେଲା।

୧୯୬୭-ଆଜିର ଦିନରେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ସ୍ଥାପନ ହୋଇଥିଲା।

୧୯୭୮-ଆଜିର ଦିନରେ ଭାରତରେ ବିବାହ ପାଇଁ ଝିଅଙ୍କ ବୟସ ୧୪ରୁ ବଢ଼ି୧୮ କୁ ଏବଂ ପୁଅଙ୍କ ବୟସ ୧୮ରୁ ୨୧ କରାଗଲା।

୨୦୦୨-ଆଜିର ଦିନରେ ଏସିଆନ ଖେଳର ସ୍ନୁକରରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଥିଲା।

୨୦୦୮-ଆଜିର ଦିନରେ ଆତଙ୍କବାଦୀମାନେ ତ୍ରୀପୁରାର ରାଜଧାନୀ ଅଗରତାଲାରେ ବମ୍ ବ୍ଲାଷ୍ଟ କରିଥିଲେ।

୨୦୨୧-ଆଜିର ଦିନରେ ବୃଦ୍ଧମାନଙ୍କ ଅନ୍ତରାଷ୍ଟ୍ରୀୟ ଦିବସ ପାଳନ କରାଯାଏ।

CATEGORIES
TAGS
Share This

COMMENTS

Wordpress (0)
Disqus ( )