Tuesday 23rd April 2024

ଜାଣନ୍ତୁ ୧୫ ଅକ୍ଟୋବରର ଇତିହାସ

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୧୫ ଅକ୍ଟୋବର। ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ। ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା।

୧୫୪୨-ଆଜିର ଦିନରେ ମୋଗଲ ସମ୍ରାଟ ଆକବର ଜନ୍ମ ଗ୍ରହଣ କରିଥିଲେ ।

୧୯୧୮-ଆଜିର ଦିନରେ ସିରିଡ଼ି ସାଇ ବାବାଙ୍କ ମୃତ୍ୟୁ ହୋଇଥିଲା ।

୧୯୨୪- ଆଜିର ଦିନରେ ଆମେରିକାର ରାଷ୍ଟ୍ରପତି କାଲଭିନ୍ କୁଲ୍ଡଜି ଷ୍ଟାଚୁ ଅଫ ଲିବର୍ଟି କୁ ରାଷ୍ଟ୍ରୀୟ ସ୍ମାରକ ଘୋଷିତ କରିଥିଲେ ।

୧୯୩୧- ଆଜିର ଦିନରେ ଭାରତର ୧୧ତମ ରାଷ୍ଟ୍ରପତି ଏପିଜେ ଅବ୍‌ଦୁଲ୍ କଲାମ ଜନ୍ମ ଗ୍ରହଣ କରିଥିଲେ ।

୧୯୩୨-ଆଜିର ଦିନରେ ଟାଟା ଏୟାର ଲାଇନ୍ସ ତା’ର ପ୍ରଥମ ଉଡ଼ାଣ ଆରମ୍ଭ କରିଥିଲା ।

୧୯୪୯- ଆଜିର ଦିନରେ ତ୍ରିପୁରା ରାଜ୍ୟକୁ ଭାରତ ସହ ମିଶାଇ ଦିଆଗଲା ।

୧୯୮୮-ଆଜିର ଦିନରେ ଉଜ୍ୱଲା ପାଟିଲ୍ ସମୁଦ୍ର ଯାତ୍ରା କରିବାରେ ଦୁନିଆର ପ୍ରଥମ ମହିଳା ହୋଇଥିଲେ ।

୧୯୯୭- ଆଜିର ଦିନରେ ଅରୁନ୍ଧତି ରାୟ ତାଙ୍କ ଉପନ୍ୟାସ “ଦ ଗଡ୍ ଅଫ ସ୍ମଲ ଥିଙ୍ଗସ୍‌” ପାଇଁ ‘ବୁକର୍‌’ ପୁରସ୍କାର ନିମନ୍ତେ ମନୋନୀତ ହେଲେ ।

୨୦୦୬- ଆଜିର ଦିନରେ ମିଳିତ ଜାତିସଂଘ ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲାଗାଇଲା ।

୨୦୧୩-ଆଜିର ଦିନରେ ଫିଲିପାଇନ୍ସରେ ଆସିଥିବା ଭୂମିକମ୍ପ ଯୋଗୁଁ ୨୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )