Friday 19th April 2024

ଜାଣନ୍ତୁ ୩୦ ସେପ୍ଟେମ୍ବରର ଇତିହାସ

ଇତିହାସର କାନ୍ଥରେ ପ୍ରତ୍ୟେକ ଦିନର ମହତ୍ୱ ରହିଛି । ଇତିହାସ ଆମକୁ ଶିଖାଏ କଣ ଥିଲା ଆମ ଅତୀତ ଓ ଆଜି ସେଇ ଇତିହାସ ପାଇଁ ଆମେ କେଉଁଠି ଅଛେ । ତାସହ କିଛି ଜଣାଅଜଣା ବ୍ୟକ୍ତି ବିଶେଷଙ୍କର ଜନ୍ମଦିନ ମଧ୍ୟ ଥାଏ । ତେଣୁକରି ଇତିହାସର ପୃଷ୍ଠା ଓଲଟାଇ ପ୍ରତ୍ୟେକ ଦିନର କଣ ଖାସ୍ ମହତ୍ୱ ରହିଛି ସେ ବିଷୟରେ ଜାଣିବା ଜରୁରୀ । ଆଜି ହେଉଛି ୩୦ ସେପ୍ଟେମ୍ବର। ନିଶ୍ଚିତ ରୂପେ ସାରା ବିଶ୍ୱରେ ଆଜିର ଦିନରେ ଅନେକ କାହାଣୀ ଘଟିଥିବ। ସେଥିରୁ କିଛିଟା ଘଟଣା ଉପରେ ଆମେ ନଜର ପକାଇବା ।

୧୮୪୭-ଆଜିର ଦିନରେ ବ୍ରିଟେନ୍‌ରେ ଶାକାହାରୀ ସୋସାଇଟି ଗଠନ କରାଗଲା ।

୧୯୨୯- ଆଜିର ଦିନରେ ମଣିଷକୁ ନେଲା ଭଳି ରକେଟ ତିଆରି ହୋଇଥିଲା ।

୧୯୩୯-ଆଜିର ଦିନରେ ଜର୍ମାନୀ ଓ ଋଷ୍ ପୋଲାଣ୍ଡ ବିଭାଜନ ପାଇଁ ରାଜି ହେଲେ ।

୧୯୫୪-ଆଜିର ଦିନରେ ଆମେରିକା ନୌସେନାରେ ବିଶ୍ୱର ପ୍ରଥମ ଆଣବିକ ବୁଡ଼ାଜାହାଜ ‘ୟୁଏସ୍‌ଏସ୍ ନଟିଲସ୍‌’ ସାମିଲ ହୋଇଥିଲା ।

୧୯୬୭-ଆଜିର ଦିନରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ତା’ର ମୌଦ୍ରୀକ ପ୍ରଣାଳୀରେ ସୁଧାର ଆଣିଥିଲା ।

୧୯୭୨-ଆଜିର ଦିନରେ ଗାୟକ ସାନ୍ତନୁ ମୁଖାର୍ଜୀ (ସାନ୍‌) ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଜନ୍ମ ଗ୍ରହଣ କରିଥିଲେ ।

୧୯୮୭-ଆଜିର ଦିନରେ ଔରାଙ୍ଗଜେବ ହାଇଦ୍ରାବାଦର ଗୋଲକୁଣ୍ଡାର କିଲ୍ଲା ଉପରେ କବଜା କରିଥିଲା।

୧୯୯୩-ଆଜିର ଦିନରେ ମହାରାଷ୍ଟ୍ରର ଲାଟୁର ଭୂମିକମ୍ପରେ ୧୦ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ୩୦ ହଜାରରୁ ଅଧିକ ଲୋକ ଆହାତ ହୋଇଥିଲେ ।

୨୦୦୧-ଆଜିର ଦିନରେ କଂଗ୍ରେସ ନେତା ମାଧବ ରାଓ ସିନ୍ଧିଆଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

୨୦୦୯-ଆଜିର ଦିନରେ ସୁମାତ୍ରାର ଦକ୍ଷିଣ ତଟରେ ଭୂମିକମ୍ପ ଯୋଗୁଁ ୧୧୧୫ ଲୋକଙ୍କ ମୃତ୍ୟୁ ଘଟିଥିଲା।

CATEGORIES
TAGS
Share This

COMMENTS

Wordpress (0)
Disqus ( )