Friday 19th April 2024
ବିଶ୍ୱର ପ୍ରଥମ ବିଦ୍ୟୁତ ଚାଳିତ ବିମାନର ଉଡ଼ାଣ ସଫଳ..

ବିଶ୍ୱର ପ୍ରଥମ ବିଦ୍ୟୁତ ଚାଳିତ ବିମାନର ଉଡ଼ାଣ ସଫଳ..

ଆମେ ବର୍ତ୍ତମାନ ସମୟରେ ଆଧୁନିକତାକୁ ଆପଣାର କରିବା ସହିତ ଟେକନ୍ନୋଲୋଜୀକୁ ବି ଆପଣାର କରୁଛୁ । ଅର୍ଥାତ ଯଦି ଟେକନ୍ନୋଲୋଜୀ ରହିବ ତାହାଲେ ହିଁ ଆମେ ପ୍ରଗତି ମାର୍ଗରେ ଆଗେଇ ଚାଲିବୁ । ସମୟ ଅନୁସାରେ ସବୁକିଛିର ବି ମୂଲ୍ୟ ବଦଳିବ । ଆମ ପୃଥିବୀରେ ଆମେ ବିଜ୍ଞାନକୁ କେନ୍ଦ୍ରକରି କେତେ ଯେ ଆଗକୁ ବଢିଚାଲିଛୁ । ଆହୁରୀ ସମୟ ଆସିବ ଆମେ ଅନ୍ୟଗ୍ରହରେ ବି ନିଜର ଆଧିପତ୍ୟ ବିସ୍ତାର କରିପାରିବୁ । ଗୋଟିଏ ସମୟ ଥିଲା ଆମେ ସାଇକେଲରେ ଯିବା ଆସିବା କରୁଥିଲୁ କିନ୍ତୁ ପରେ ପରେ ଏହି ସାଇକେଲ କେତେବେଳେ ମଟରସାଇକେଲରେ ପରିଣତ ହେଇଗଲା ତାହା ଆଜି ଅନୁମାନ ବି କରିହେଉନି ।

ଠିକ୍ ସେମିତି ବର୍ତ୍ତମାନ ବିମାନରେ ଆମେ ସହଜରେ ଅଳ୍ପ ସମୟ ଯାତ୍ରା କରି ଦୂର ଦୂର ସ୍ଥାନକୁ ପହଂଚିପାରୁଛୁ । କିନ୍ତୁ ଆପଣ ଥରେ ଚିନ୍ତା କଲେ ବିମାନର ତେଲ କେତେ ଦାମ ରହିଛି ? ଆଉ ଅଧିକ ତେଲଦର ପାଇଁ କିଛି ଦେଶ ଅନ୍ୟ ଦେଶଙ୍କ ଉପରେ ନିର୍ଭର ମଧ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ଏହାକୁ ନେଇ ଏକ ବଡ ଖବର ଆସୁଛି ।

ସମ୍ପୂର୍ଣ୍ଣ ବିଦ୍ୟୁତରେ ଚାଳିତ ବିଶ୍ୱର ପ୍ରଥମ ବିମାନ ‘ଏଲିସ୍’ ତାର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷକରିଛି। ବିମାନଟି ଗୁରୁବାର ଗ୍ରାଣ୍ଟ କାଉଣ୍ଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୂର୍ବାହ୍ନ ୭ଟା ୧୦ ମିନିଟରେ ଉଡାଣ କରିଥିଲା। ଏହି ସମୟରେ ବିମାନଟିକୁ ୩୫୦୦ ଫୁଟ ଉଚ୍ଚରେ ୮ ମିନିଟ୍ ପର୍ଯ୍ୟନ୍ତ ଉଡାଯାଇଥିଲା।  ବିମାନକୁ ଏଭିଏସନ ଏୟାରକ୍ରାଫ୍ଟ ନିର୍ମାଣ କରିଛନ୍ତି। ଏହି ଖାସ ବିମାନକୁ ସେହି ସବୁ ବିମାନ ବନ୍ଦରରୁ ସଞ୍ଚାଳିତ କରାଯାଇ ପାରିବ ଯେଉଁଠି ଶବ୍ଦ ଯୋଗୁ ସଞ୍ଚାଳନ ପ୍ରତିବନ୍ଧିତ କରାଯାଇଛି।

ଏଭିଏସନର ଅଧ୍ୟକ୍ଷ ତଥା ସିଇଓ ଗ୍ରେଗରୀ ଡେଭିସ ଆଜି ଆମେ ବିମାନ ଯାତ୍ରାର ନୂଆ ଯୁଗକୁ ପ୍ରବେଶ କରିଥିବା କହିଛନ୍ତି।  ଏଲିସର ଅବିସ୍ମରଣୀୟ ଉଡାଣ ସହିତ ଆମେ ଆକାଶକୁ ବିଦ୍ୟୁତକୃତ କରିବାରେ ସଫଳ ହୋଇପାରିଛୁ ବୋଲି ସେ କହିଛନ୍ତି।  ଲୋକେ ଏବେ ଶସ୍ତା ଓ ସ୍ୱଚ୍ଛ ବେସାମରିକ ବିମାନ ଦେଖିପାରିବେ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )