Friday 10th May 2024
ସୁଶାନ୍ତଙ୍କ ମର୍ଡର ମିଷ୍ଟ୍ରି ଶୁଣି କଣ କହିଲେ ରିଆ

ସୁଶାନ୍ତଙ୍କ ମର୍ଡର ମିଷ୍ଟ୍ରି ଶୁଣି କଣ କହିଲେ ରିଆ

୧୪ଜୁନ୍‌, ଏହା ସେହି ଦିନ ଥିଲା ଯେବେ ବଲିଉଡ୍ ରେ କଳା ବାଦଲ ଘୋଡ଼େଇ ହେଲା । ବଲିଉଡ୍ ର ଜଣେ ନାମି ଦାମି ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କର ମୃତ୍ୟୁ ହୋଇଥିଲା । ଏହି ଅଭିନେତାଙ୍କ ମୃତ୍ୟୁକୁ ୨ ବର୍ଷରୁ ଅଧିକ ହୋଇଗଲାଣି ମାତ୍ର ତାଙ୍କ ମର୍ଡର ମିଷ୍ଟ୍ରି ଏପର୍ଯ୍ୟନ୍ତ ଖୋଲିଲା ନାହିଁ । ସୁଶାନ୍ତଙ୍କ ମୃତ୍ୟୁକୁ ସୁଇସାଇଡ ଦର୍ଶାଯାଇଥିଲା ସେତେବେଳେ କିନ୍ତୁ ତାଙ୍କ ପରିବାର ଲୋକ ଏହାକୁ ଏକ ମର୍ଡର ବୋଲି ଦାବି କରି ଆସୁଥିଲେ । ନୂଆ ନୁଆ ଘଟଣା ଟି ଘଟିଥିବା ସମୟରେ ମାହୋଲ ଖୁବ୍ ସରଗରମ୍ ଥିଲା । ସୁଶାନ୍ତଙ୍କୁ ଭଲ ପାଉଥିବା ପ୍ରତ୍ୟେକ ଟି ମଣିଷ ତାଙ୍କ ପାଇଁ ନ୍ୟାୟ ଚାହୁଁଥିଲା । ହେଲେ ସମୟ ବିତିବା ପରେ ସବୁ କିଛି ଶାନ୍ତ ପଡ଼ିଗଲା । କିନ୍ତୁ ବର୍ତ୍ତମାନ ପୁଣି ସୁଶାନ୍ତ ସିଂ ଙ୍କ କେସ୍ ସାମ୍ନାକୁ ଆସିଛି । କାରଣ କପୁର ହସ୍ପିଟାଲର ପୋଷ୍ଟମଟମ ଷ୍ଟାଫ ଏକ ବଡ଼ ଖୁଲାସା କରିଛନ୍ତି କି ସୁଶାନ୍ତ ଆତ୍ମହତ୍ୟା କର ନଥିଲେ ବରଂ ତାଙ୍କର ମର୍ଡର କରାଯାଇଥିଲା । ତେବେ ପୁରା ଘଟଣା ଟି କଣ ଚାଲନ୍ତୁ ଜାଣିବା ।Sushant Singh Rajput Was Murdered, Didn't Commit Suicide" Justice Finally Prevails? Cooper Hospital's Staff Reveals Shocking Details

ରିଆ ପୋଷ୍ଟରେ କଣ ଲେଖିଛନ୍ତି?

ଏହି ଭଳି ଖବର ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଯେଉଁ ପୋଷ୍ଟରେ ଲେଖାଯାଇଛି “ତମେ ନିଆଁ ଦେଇକି ଯାଇଛ, ଝଡ଼ରୁ ନିଜକୁ ବଞ୍ଚେଇଲ, ସୈତାନଙ୍କ ଠାରୁ ଜିତିଲ, ଏହି କଥାକୁ ମନେ ରଖ କି ଯେତେବେଳେ ପରବର୍ତ୍ତୀ ସମୟରେ ନିଜ ଶକ୍ତି ଉପରେ ସନ୍ଦେହ କରିବ ।” ଏଠାରେ ଆମେ ଆପଣଙ୍କୁ ଜଣେଇଦେବାକୁ ଚାହୁଁଛୁ କି, ସୁଶାନ୍ତ ମୃତ୍ୟୁ ମାମଲାରେ ଅଭିନେତାଙ୍କ ପରିବାର ଲୋକ ରିଆଙ୍କ ଉପରେ ଆରୋପ ଲଗାଇଥିଲେ । ସୁଶାନ୍ତଙ୍କ ବାପାଙ୍କ କହିବା ଅନୁସାରେ ରିଆଙ୍କ ପାଇଁ ତାଙ୍କ ପୁଅର ମୃତ୍ୟୁ ହୋଇଛି । ରିଆ ଏବଂ ତାଙ୍କ ଭାଇଙ୍କ ଉପରେ ଡ୍ରଗ୍ସ ଦେଇଥିବା ଆରୋପ ମଧ୍ୟ ଲାଗିଥିଲା । ଏହି କାରଣରୁ ରିଆଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଥିଲା । ଏବେ ରିଆ ଜେଲ୍ ରୁ ବାହାରେ ଅଛନ୍ତି ଏବଂ ନୂଆ କରି ଜୀବନକୁ ଆରମ୍ଭ କରିଛନ୍ତି ।Death - Rhea Chakraborty remembers Sushant Singh Rajput on second death anniversary - Telegraph India

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କଣ ଦାବି କରାଯାଇଥିଲା?

ମୁମ୍ବାଇର କପୁର୍ ହସ୍ପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ହୋଇଥଲା । ନିକଟରେ ଏହି ହସ୍ପିଟାଲର ଜଣେ କର୍ମଚାରୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି । କର୍ମଚାରୀ ଦାବି କରିଛନ୍ତି ଯେ ସୁଶାନ୍ତଙ୍କ ମୃତଦେହ ଦେଖି ସେ ଏହା ଆତ୍ମହତ୍ୟା ମାମଲା ବୋଲି ଅନୁଭବ କରିନଥିଲେ । ଗଣମାଧ୍ୟମର ସାକ୍ଷାତକାରରେ ଏହି କର୍ମଚାରୀ ଯାହାଙ୍କ ନା’ ରୂପକୁମାର ଶାହା । ସେ କହିଛନ୍ତି, ସେତେବେଳେ ଆମେ କପୁର୍ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ୫ଟି ମୃତ ଦେହ ପାଇଥିଲୁ । ସେମାନଙ୍କ ମଧ୍ୟରୁ ଜଣେ ଭିଆଇପି ଶରୀର ଥିଲା । ଯେତେବେଳେ ଆମେ ପୋଷ୍ଟମର୍ଟମ ପାଇଁ ଯାଇଥିଲୁ, ଆମେ ଜାଣିବାକୁ ପାଇଲୁ କି ଏହି ଶରୀରଟି ସୁଶାନ୍ତ ସିଂ ରାଜପୁତ୍‌ଙ୍କର । ତାଙ୍କ ଶରୀରରେ ଅନେକ ଚିହ୍ନ ଥିଲା । ବେକରେ ୨,୩ଟି ମାଡ଼ ବାଜିଥିବା ଚିହ୍ନ ଥିଲା, ତାଙ୍କ ଶରୀର ଦେଖିବାକୁ ବିଲ୍‌କୁଲ୍ ଅଲଗା ଲାଗୁଥିଲା। ମୁଁ ମୋ ସିନିୟରଙ୍କ ପାଖକୁ ଗଲି ଓ କହିଲି କି ଏହା ସୁଇସାଇଡ୍‌ର ମାମଲା ଭଳି ଲାଗୁ ନାହିଁ । ସୁଶାନ୍ତଙ୍କ ବେକରେ ମଧ୍ୟ ଯେଉଁ ଚିହ୍ନ ଥିଲା ତାହା ଦଉଡ଼ିରେ ଟାଙ୍ଗି ହୋଇ ହୋଇଥିବା ଭଳି ଲାଗୁନଥିଲା ।sushant singh rajput suicide case cooper hospital mortuary staff roop kumar shah blamed uddhav government said sushant is murdered | सुशांत सिंह राजपूत की हुई हत्या! मोर्चरी स्टाफ ने कहा- उद्धव सरकारରୂପକୁମାର ଶାହା କହିଥିଲେ କି ତାଙ୍କ ସିନିୟର ସୁଶାନ୍ତଙ୍କ ପୋଷ୍ଟମର୍ଟମ ସହ ଯୋଡ଼ି ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ କଥାକୁ ସେହି ସମୟରେ ଏଡ଼ାଇ ଦେଇଥିଲେ । କେବଳ ଏହା କହିଥିଲେ କି ଏହି ବିଷୟରେ ପରେ ଅଲୋଚନା କରାଯିବ । ଏହା ପରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ରୂପମ୍‌ଙ୍କ ସୁରକ୍ଷା ପାଇଁ ଦାବି କରିଥିଲେ । ଟ୍ୱିଟରରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କୁ ଟ୍ୟାଗ୍ କରିଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )