Thursday 25th April 2024
ଆପଣଙ୍କ ବିଜନେସ୍ ପାଇଁ ନିହାତି ଜରୁରୀ ”Digitalization”

ଆପଣଙ୍କ ବିଜନେସ୍ ପାଇଁ ନିହାତି ଜରୁରୀ ”Digitalization”

ବିଜନେସ୍ ବା ବ୍ୟବସାୟ ଏକ ଲାଭ ଓ କ୍ଷତିର ମଂଚ । ଯେଉଁ ମଂଚରେ ଅନେକ କଳାକାର(ବ୍ୟବସାୟୀ) ନଜର ଆସନ୍ତି ଆଉ ନିଜ ନିଜର ଅଭିନୟ(ବିଜନେସ୍‌) କରନ୍ତି । କିନ୍ତୁ ସେଥିରେ ମଧ୍ୟ କାହାର ଅଧିକ ଚର୍ଚ୍ଚା ହୁଏ ତ ପୁଣି କାହାକୁ ଲୋକ ବିଲକୁଲ ବି ଚିହ୍ନିନଥାନ୍ତି । ତେଣୁ ଏହିଭଳି କ୍ଷେତ୍ରରେ ଜଣେ ଆଗକୁ ଆଗକୁ ସଫଳତାର ସିଡି ଚଢେ ଆଉ ଅନ୍ୟମାନେ ସେହି ସିଡି ଚଢିବାର ଖାଲି ସ୍ୱପ୍ନ ହିଁ ଦେଖୁଥାଆନ୍ତି । ଏହିଭଳି ଉଦାହରଣ ଦେବାର ଅର୍ଥ ହେଉଛି ଯଦି ଜଣେ ନିଜ ବିଜନେସ୍ କୁ ସମୟ ଅନୁସାରେ ତାଳ ଦେଇ ନ ଚଲାଇପାରିବ ତାହାଲେ ସେ ନିଶ୍ଚୟ ପଛରେ ପଡିଯିବ । ଏହାର ମୁଖ୍ୟ କାରଣ ହେଉଛି Digitalization.

ଆପଣଙ୍କ ବିଜନେସକୁ ସମସ୍ତଙ୍କ ନଜରକୁ ଆଣିବାର ମୁଖ୍ୟ ଭୂମିକା ଗ୍ରହଣ କରେ ଏହି ଡିଜିଟାଲାଇଜେସନ୍ । ଆଜିକାଲି ଇଣ୍ଟରନେଟ୍ ରେ ଏହି ପ୍ରଶ୍ନ ବହୁତ ମାତ୍ରାରେ ପଚାରାଯାଉଛି । ପ୍ରକୃତରେ କଣ ଏହି ଡିଜିଟାଲ୍ ବିଜନେସ୍ ଏବଂ କାହିଁକି ଏହା ଆପଣଙ୍କ ବିଜନେସ୍ ପାଇଁ ନିହାତି ଜରୁରୀ ? ଆଉ ହଁ ଛୋଟ ହେଉ କି ବଡ ସବୁ ବର୍ଗର ବିଜନେସ୍ ପାଇଁ ଦରକାର ଡିଜିଟାଲାଇଜେସନ୍ । ସେ ବିଷୟରେ ଜାଣିବା ପାଇଁ ଆର୍ଟିକିଲକୁ ଶେଷ ଯାଏଁ ପଢନ୍ତୁ ।


ଡିଜିଟାଲ୍ ବିଜନେସ୍ କଣ ?

ଡିଜିଟାଲ୍ ବିଜନେସ୍ ମାନେ ନିଜ ବିଜନେସ୍ କୁ ଡିଜିଟାଲ୍ ଦୁନିଆରେ transfer କରିବା । ଆଉ ଏହି transfer ର କାମ technology କୁ ବ୍ୟବହାର କଲେ ହିଁ ହେଇପାରିବ । ଏହିଭଳି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ଅଧିକ ଆୟ ବଢାଇବା ଓ ନୂତନ ସୁଯୋଗ ସୃଷ୍ଟି କରିବା । ଆଉ ବର୍ତ୍ତମାନ ସମୟରେ ବହୁତ କମ୍ପାନୀ digitalization କରିବା ପାଇଁ ଲାଗିଛନ୍ତି । ତାସହ ବହୁତ ବଡ ବଡ କମ୍ପାନୀ ଏହି digitalization କରି ନିଜର economy,finance,customer satisfaction  ଭଳି କାମ କରିପାରୁଛନ୍ତି ।

ତେଣୁକରି latest update ସହ ସବୁ ବିଜନେସ୍ କରୁଥିବା ଲୋକଙ୍କୁ ଡିଜିଟାଲାଇଜେସନ୍ ବିଷୟରେ ଜାଣିବା ନିହାତି ଦରକାର । ଯେଉଁମାନେ ନୂଆ ବିଜନେସ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନେ ବି digitally ଆରମ୍ଭ କରିପାରିବେ ଓ ଯେଉଁମାନେ ନିଜର ପୁରୁଣା ବିଜନେସ୍ ଚଲାଉଛନ୍ତି ତାକୁ digitally ପରିବର୍ତ୍ତନ କରିପାରିବେ । ସାଧାରଣତଃ ଆଜିକାଲିର work from home ଦୁନିଆରେ ଦେଖିବାକୁ ଗଲେ ଏମିତି ଲାଗୁଛି ସମସ୍ତେ ନିଜର କିଛି ନା କିଛି ବିଜନେସ୍ ଆରମ୍ଭ କରୁଛନ୍ତି । ଆଉ ତାକୁ ଡିଜିଟାଲୀ ଚଲାଇବାରେ ସଫଳ ହେଉଛନ୍ତି । କିନ୍ତୁ ସବୁ କାମର ଏକ technique ଥାଏ,ଏକ ନିଦ୍ଧିଷ୍ଟ ଉପାୟ ଥାଏ,ଯାହାକୁ ନେଇ ଆମକୁ ସଫଳତା ମିଳିବାର ବାଟ ମିଳିଥାଏ ।

ତେଣୁ ଡିଜିଟାଲ ବିଜନେସ୍ ମାନେ ଟେକ୍ନୋଲୋଜୀକୁ ଭଲ ଭାବରେ operate କରିବା ଆଉ ତାକୁ ନେଇ ଆଗକୁ ବଢିବା । ତା ପୂର୍ବରୁ ଜାଣିବା ଆବଶ୍ୟକ digitally କେଉଁ ଗୁଡିକ ଅଧିକ ଜରୁରୀ point ।

ଡିଜିଟାଲ୍ ବିଜନେସ୍ ର ଜରୁରୀ ଦିଗ

-ଭଲ productive app ବ୍ୟବହାର କରନ୍ତୁ
-ଯେଉଁ app ରେ ଆପଣଙ୍କର ଅଧାରୁ ଅଧିକ କାମ speed ରେ ହେଇପାରୁଥିବ ।
– Artificial inteligence କୁ ଅଧିକ ଗୁରୁତ୍ୱ ଦିଅନ୍ତୁ ।
-ଏହା ଆପଣଙ୍କ ଗ୍ରାହକଙ୍କ ଅଭିଜ୍ଞତାକୁ ନେଇ କାମ କରିବା ଦରକାର ।
-ବିଜନେସ୍ ର ଗୁଣବତ୍ତା ବୃଦ୍ଦି କରିବା ପାଇଁ data କୁ save କରି ରଖନ୍ତୁ ।
-ଆଉ ସଂମ୍ଫୂର୍ଣ୍ଣ ଅନଲାଇନ୍ ବିଜନେସ୍ ପାଇଁ ୧୦୦ ପ୍ରତିଶତ ଡିଜିଟାଲ୍ ମାଧ୍ୟମକୁ ହିଁ ଚୟନ କରନ୍ତୁ ।

କିନ୍ତୁ ହଁ ଖାଲି app download କରିଦେଲେ କିମ୍ବାwebsite ବନାଇଦେଲେ ଯେ ଆପଣଙ୍କ ଡିଜିଟାଲ୍ ବିଜନେସ୍ ର କାମ ହେଇଯିବ ତାହା ନୁହେଁ । ବରଂ ଏହା ଧିରେ ଧିରେ ଏକ ନୂଆ ଉପାୟର ଟ୍ରାକ୍ ରେ ପଡିବ । କିନ୍ତୁ ସଫଳତା ଏବେ ବି ଦୂରରେ ହିଁ ରହିବ ।

ଅଫଲାଇନ୍ ବିଜନେସ୍‌ (offline business)-

ଅଫଲାଇନ୍ ବିଜନେସ୍ ରେ ଆପଣଙ୍କ ପାଖରେ ଗୋଟିଏ କିମ୍ବା ଦୁଇଟି ଦୋକାନ ଅଛି । ଆପଣଙ୍କ ଜିନିଷ ହିସାବରେ ଗ୍ରାହକ ଆସୁଛନ୍ତି ଓ ଜିନିଷ କିଣି ଚାଲିଯାଉଛନ୍ତି । କିନ୍ତୁ ଆପଣଙ୍କ ପାଖରେ ଆପଣଙ୍କ ଗ୍ରାହକଙ୍କ ବିଷୟରେ ସେମିତି କିଛି ଡାଟା ନାହିଁ । କିମ୍ବା ଆପଣ ଜାଣି ବି ପାରିବେନି ଆପଣଙ୍କ ଜିନିଷ କିଏ ପ୍ରକୃତରେ ନେବାକୁ ଆସୁଛି ଓ କାହାର ଅଧିକ ଆବଶ୍ୟକତା ରହିଛି । ବହୁତ ସମୟରେ ଆପଣ ପାଖରେ ଗୋଟିଏ ଜିନିଷ ଥରେ ବିକ୍ରି ହେଇଗଲା ଆପଣ ଭାବିବେ ଏମିତି ଜିନିଷ ରଖିଲେ ମୋତେ ଆହୁରୀ ଗ୍ରାହକ ମିଳିବେ । ସେଥିପାଇଁ ଆପଣ ମାର୍କେଟରୁ ସେହିଭଳି ମାଲ୍ ଉଠେଇବେ । କିନ୍ତୁ ତାହା ବହୁତ ଦିନ ଧରି ଆଉ ବିକ୍ରି ହେବନାହିଁ ,ତେଣୁକରି ଆପଣଙ୍କୁ ଆଗ ବୁଝିବାକୁ ପଡିବ ଗ୍ରାହକଙ୍କ ଆବଶ୍ୟକତା । ତାପରେ ସେହି ଆବଶ୍ୟକତା ଅନୁସାରେ ବ୍ୟବସାୟ କରିବା ଉଚିତ୍ ।

ଅନଲାଇନ୍ ବିଜନେସ୍ (online business)–

ଅନଲାଇନ୍ ବିଜନେସ୍ ର ମାଲିକ ହେଉଛନ୍ତି ଡାଟା । ଡାଟା ଯଦି ଅଛି ତାହାଲେ ଆପଣ ବହୁତ କିଛି କରିପାରିବେ । ଡାଟା ହିଁ ଆପଣଙ୍କୁ ନିଜ ବିଜନେସ୍ ର ପ୍ରକୃତ ଗ୍ରାହକଙ୍କ ପାଖରେ ନେଇ ପହଂଚେ । ଯାହା offline marketing ରେ ନଥାଏ । ତେବେ ଡିଜିଟାଲ ବିଜନେସ୍ ପାଇଁ ଗ୍ରାହକଙ୍କ ପାଖରେ ତାଙ୍କ ମନବୁତାବକ ଜରୁରୀ ଜିନିଷ ପହଂଚାଇଥାଏ ଅନଲାଇନ୍ ଡାଟା ।

-ଡାଟା ଯାହା ଆପଣଙ୍କୁ ଏକ statistics ଦିଏ,
-ଯାହା ଆପଣଙ୍କୁ dataanalysis କରିବାର ସୁଯୋଗ ଦିଏ ,
-ଯାହା ଆପଣଙ୍କୁ ଠିକ୍ ଗ୍ରାହକଙ୍କ ପାଖରେ ପହଂଚାଏ
-ଯାହା ଆପଣଙ୍କୁ ନୂଆ ନୂଆ ଟେକନିକ୍ ବ୍ୟବହାର କରିବାର ସୁଯୋଗ ଦିଏ
-ଯାହା ଆପଣଙ୍କୁ ବିଜନେସ୍ କୁ ଆଗକୁ ବଢାଇବାରେ ସୁଯୋଗ ଦିଏ

ଡିଜିଟାଲ ବିଜନେସ୍ ର ଉଦାହରଣ –

-ଉଦାହରଣ ଯଦି ଦେଖିବା – ଡିଜିଟାଲ୍ ବିଜନେସ୍ ହେଉଛି Amazon.com । ପ୍ରଥମେ ଆମାଜନ୍ ଡଟ୍ କମ୍ ନିଜର ଏକ ଅନଲାଇନ୍ ବୁକ୍‌ଷ୍ଟୋର ଖୋଲିଥିଲା । ତାପରେ ସେମାନେ ଏକ ବଡ e-commerce platform ରେ ବଦଳିଗଲେ । ତେଣୁ ଆମାଜନ୍ ହିଁ ଡିଜିଟାଲ୍ ଟେକ୍ନୋଲୋଜୀର ବ୍ୟବହାର କରି buyers ଏବଂ sellers ଙ୍କ ମଝିରେ ସଂଯୋଗ ସୃଷ୍ଟି କରିପାରିଲା ।

-ସେହିଭଳି ଆଉ ଏକ ଉଦାହରଣ ଯଦି ଦେଖିବା- ତାହା ହେଉଛି Uber…uber ନିଜର ଏକ ସ୍ୱତନ୍ତ୍ର ପରିଚୟ digitally ସୃଷ୍ଟି କରିପାରିଲା । ହେଲେ ଆଜିର ସମୟରେ ଯେଉଁ ଆପକୁ ବ୍ୟବହାର କରି ଆମେ uber book  କରୁଛୁ ତାହା ବିଲକୁଲ ବି ଗାଡି ବା ଅଟୋ କମ୍ପାନୀ ନୁହେଁ । ବରଂ ତାହା ଅଟୋ ଓ ଗାଡି ଚାଳକଙ୍କ ସହ ଗ୍ରାହକଙ୍କୁ ସିଧାସଳଖ ସଂଯୋଗ କରିପାରୁଥିବା ଏକ app। ଆପଣଙ୍କୁ uber ଭଲ ଅନଲାଇନ୍ ସର୍ଭିସ ଦେଉଅଛି । ଯାହା ସଂମ୍ପୂର୍ଣ୍ଣ ରୂପେ ଡିଜିଟାଲୀ ଚାଲିଛି ।

-ସେହିଭଳି ଆଉ ଏକ ଉଦାହରଣ ଯଦି ଦେଖିବା-ତାହା ହେଉଛି OYO । ଏହା ହୋଟେଲ ଦୁନିଆରେ ଏକ ନୂଆ ଇତିହାସ ସୃଷ୍ଟି କରିସାରିଛି । କମ୍ ପଇସାରେ ଭଲ ହୋଟେଲରେ ରହିବାର ସୁଯୋଗ ଗ୍ରାହକଙ୍କ ଦେଇପାରିଛି OYO । OYO ମଧ୍ୟ କୌଣସି ହୋଟେଲ୍ ବିଜନେସ୍ କମ୍ପାନୀ ନୁହେଁ । ବରଂ ସେ ହୋଟେଲ ବିଜନେସ୍ କୁ ଡିଜିଟାଲୀ ଏକ ନୂଆ ଉପାୟରେ ଦେଖାଇପାରିଲା । OYO ପାଇଁ ଗ୍ରାହକଙ୍କୁ ଯେ କୌଣସି ଜାଗାରେ ସହଜରେ ହୋଟେଲ ମିଳିପାରୁଛି ତାହା ପୁଣି ସେମାନଙ୍କ ମନ ପସନ୍ଦ ମୂଲ୍ୟରେ । ଏମିତିରେ ସମସ୍ତେ ଜାଣନ୍ତି ହୋଟେଲ ବିଜନେସ୍ ଏକ ଅଫଲାଇନ୍ ବିଜନେସ୍ ଓ ତାକୁ ଅନଲାଇନ୍ ମାଧ୍ୟମରେ ଆଣିବା ପରେ ଗ୍ରାହକଙ୍କୁ ଆଗୁଆ ନିଜ ହୋଟେଲ ମିଳିଯାଉଛି ତାସହ ଭଲ ସର୍ଭିସ ମଧ୍ୟ ଦିଆଯାଉଛି । ତେବେ OYO ଦୁଇ ଜରୁରୀ ଜିନିଷକୁ ଯୋଡିବାର କାମ କରୁଛି ଓ ସମସ୍ତେ ଏଥିରୁ ଲାଭବାନ ମଧ୍ୟ ହେଉଛନ୍ତି । ତେଣୁକରି ଏହିଭଳି ଉପାୟରେ ବିଜନେସ୍ ସୁବିଧାଜନକ ହେଇଯାଉଛି ।

ତେବେ ଏହି ଉଦାହରଣରୁ ଆପଣ ନିହାତି ବୁଝିପାରୁଥିବେ ଯେ ଆଜିର ସମୟରେ ଏହିଭଳି କେତେ କମ୍ପାନୀ ବିଜନେସ୍ କରୁଛନ୍ତି । ତାହା ପୁଣି କେବଳ ଡିଜିଟାଲୀ ସର୍ଭିସ ଯୋଗାଇବା ପରେ ସମ୍ଭବ ହୋଇପାରୁଛି । ଏହିଭଳି ଖାଇବାର ସର୍ଭିସ ଦେଉଥିବା ସ୍ୱିଗୀ,ଜୋମାଟୋ ମଧ୍ୟ ରହିଛନ୍ତି । ଏହିସବୁରୁ କେମିତି ଜଣେ ଅନଲାଇନ୍ ବିଜନେସ୍ କରି ଏକ ନୂଆ ସ୍ତରକୁ ପହଂଚିବାରେ ସକ୍ଷମ ହେଉଛି ତାହା ତ ଆପଣ ବୁଝିପାରୁଥିବେ ।

ଡିଜିଟାଲୀ ବିଜନେସ୍ କଲେ ଲାଭ କଣ ?

ଡିଜିଟାଲୀ ବିଜନେସ୍ କଲେ ଜଣେ ବିଜନେସମ୍ୟାନ ତାଙ୍କ ମନମୁତାବକ ଗ୍ରାହକଙ୍କ ଠାରେ ସିଧାସଳଖ ପହଂଚିବା ସହିତ ଭଲ ବ୍ୟବସାୟ ମଧ୍ୟ କରିପାରିବ । ବିଜନେସ୍ କୁ ଡିଜିଟାଲୀ ନେବା କାହିଁକି ଦରକାର ସେଇଟା ପ୍ରଥମେ ବୁଝନ୍ତୁ ।

-ଆଜିକାଲି ସମସ୍ତେ ଇଣ୍ଟରନେଟ୍ ୟୁଜରସ୍‌
-ଆଉ ସବୁକିଛି ହାତ ପାହାନ୍ତାରେ ମିଳିଯାଉ ବୋଲି ସମସ୍ତଙ୍କର ଇଚ୍ଛା
-ଘରେ ବସି ଆପ୍ ରେ ସବୁଜିନିଷ ଅର୍ଡର କରୁଥିବା ଗ୍ରାହକଙ୍କ ସଂଖ୍ୟା ବଢୁଛି
-ଖାଇବା,ପିନ୍ଧିବା,ଯିବା, ଦେଖିବା ସବୁ ଜିନିଷ ଆଜିକାଲି ଡିଜିଟାଲୀ ଉପଲବ୍ଧ

ତେଣୁ ଯଦି ଆପଣ ଜଣେ ଗ୍ରାହକର ଏସବୁ ଆବଶ୍ୟକତାକୁ ନେଇ ବିଜନେସ୍ କରୁଛନ୍ତି ତାହାଲେ ତ ନିହାତି ଆପଣ ନିଜ ବିଜନେସ୍ କୁ ଡିଜିଟାଲୀ ନେବା ଦରକାର । ଆଉ ସବୁଠୁ ବଡ ସୁବିଧା ହେଉଛି ଡିଜିଟାଲୀ ଆପଣ ସମସ୍ତଙ୍କ ସହ ବହୁତ ଶିଘ୍ର ଯୋଗାଯୋଗ କରିପାରିବେ । ତାସହ ନିଜ ଗ୍ରାହକଙ୍କ ରୁଚି ଅନୁସାରେ ପ୍ରଡକ୍ଟ ତିଆରି କରିପାରିବେ ।

ବିଜନେସ୍ ଡିଜିଟାଲୀ ନେଲା ପରେ କଣ କରିବେ ?

ବର୍ତ୍ତମାନ ସୁଦ୍ଧା ଆପଣ ବୁଝିଲେ ପ୍ରକୃତରେ ଡିଜିଟାଲୀ ନିଜ ବିଜନେସ୍ କୁ ଆଣିବା ପରେ କେତେ ଫାଇଦା ହେଇପାରୁଛି । କିନ୍ତୁ ଡିଜିଟାଲ ବିଜନେସ୍ ଆରମ୍ଭ କେମିତି ସଫଳତାର କରିପାରିବେ ଚାଲନ୍ତୁ ସେ ବିଷୟରେ ଜାଣିବା –ଆପଣ ନିଜ ପୁରୁଣା ବିଜନେସ୍ କୁ ଡିଜିଟାଲୀ ନିଅନ୍ତୁ କିମ୍ବା ନୂଆ ଆରମ୍ଭ କରନ୍ତୁ ସେଥିପାଇଁ ଏହି ୫ଟି ଟିପ୍ସ ଉପରେ ନିହାତି ଧ୍ୟାନ ଦିଅନ୍ତୁ । ଯାହା ଆପଣଙ୍କ ବିଜନେସକୁ ଏକ ବଡ ସଫଳତା ଆଣିଦେବ ।

ସ୍ୱୟଂଚାଳିତ କରନ୍ତୁ (Automate )-

ଡିଜିଟାଲ୍ ବିଜନେସ୍ ରେ ଗୋଟିଏ କଥା ଖୁବ୍ ସାଧାରଣ-ଏଥିରେ ସ୍ୱୟଂଚାଳିତ ବ୍ୟବସ୍ଥା ରହିଛି । ତେଣୁ ସମୟ କାହିଁକି ବା ନଷ୍ଟ କରିବେ । ଯଦି ଆପଣଙ୍କ କାମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ୍ କରିଦେବ ତାହାଲେ ଆପଣଙ୍କୁ ଅଧିକରୁ ଅଧିକ ସମୟ ନିଜ ବିଜନେସ୍ ପାଇଁ ଭାବିବାକୁ ମିଳିଯିବ । ତେଣୁ ପ୍ରଥମେ ଆପଣଙ୍କ ବିଜନେସ୍ ଅନୁସାରେ କେଉଁ କାମ ଅଟୋମେଟ୍ ବା ସ୍ୱୟଂଚାଳିତ କରିହେବ ସେ ବିଷୟରେ ଚିନ୍ତା କରନ୍ତୁ । ଆଉ ତାକୁ ଯଥା ସମ୍ଭବ କାମରେ ଲଗାନ୍ତୁ ।

ନିଜ ଟିମ୍ କୁ ତାଲିମ ଦିଅନ୍ତୁ (Train Your Team)–

ଟିମ୍‌ର ସମସ୍ତ ସଦସ୍ୟ ଗୋଟିଏ ବିଜନେସ୍ ପାଇଁ ମୁଳଦୂଆ ଥାଆନ୍ତି । ତେଣୁ ଯେଉଁ ନୂଆ ୱେବସାଇଟ୍‌,ଟେକନୋଲୋଜୀ,ଆର୍ଟଫିସିଆଲ ଇଣ୍ଟେଲେଜେନ୍ସି ଆଦି ଦ୍ୱାରା କାମ କରିବେ ତାକୁ ଟିମ୍ ର ସଦସ୍ୟଙ୍କୁ ମଧ୍ୟ ଜଣାନ୍ତୁ । ଯାହାଦ୍ୱାରା ସେମାନେ ବି ନୂଆ ତରିକା ସହ ନିଜକୁ ଖାପଖୁଆଇ ପାରିବେ । ନୂଆ ଟେକ୍ନୋଲୋଜୀ ବ୍ୟବହାର କଲେ ସେମାନଙ୍କର ବି ସାହାସ ବଢିବ । ଆଉ ଆପଣଙ୍କ ବିଜନେସ୍ ସବୁ କ୍ଷେତ୍ରରେ ରେ ବଢାଇବାରେ ସେମାନେ ସହାୟକ ହେବେ । ତେଣୁ ଯଥା ସମ୍ବବ ସେମାନଙ୍କୁ ଡିଜିଟାଲୀ ବିଜନେସ୍ ଆଇଡିଆଇ ଗୁଡିକ ଅନୁସାରେ କାମ କରାନ୍ତୁ ।

ବିଜନେସ୍ ରେ ସ୍ମାର୍ଟ ଏବଂ ଚତୁର ରୁହନ୍ତୁ (Stay Agile)–

ଡିଜିଟାଲୀ ବିଜନେସ୍ କୁ ଆଗକୁ ନେବାକୁ ହେଲେ ପ୍ରଥମେ ସ୍ମାର୍ଟ ଉପାୟରେ କାମ କରିବା ଶିଖିବା ଦରକାର । ଡିଜିଟାଲୀ ସବୁଠୁ ଅଧିକ ଜରୁରୀ ଡାଟା ଏବଂ ସେହି ଡାଟା ହିଁ ଆପଣଙ୍କ ବିଜନେସ୍ । ତେଣୁ ଖୁବ୍ ଚତୁରତା ସହ ଡାଟା କୁ ଆନାଲିସିସ୍ କରନ୍ତୁ । ଯଦି ଆପଣଙ୍କର ପ୍ରଡକ୍ଟ ଜନିତ ବ୍ୟବସାୟ ଅଛି ତାକୁ ଆପଣ ବିଭିନ୍ନ ଆଡ୍ ଏବଂ ଭିଡିଓ ମାଧ୍ୟମରେ ପରିପ୍ରକାଶ କରିପାରିବେ । ତାସହ ଯଦି ଆପଣଙ୍କର ସର୍ଭିସ ଜନିତ ବ୍ୟବସାୟ ଅଛି ତାହାଲେ ତାକୁ ଆପଣ କେଉଁ କେଉଁ ମାଧ୍ୟମରେ ଦେଇପାରିବେ ତାର ସୂଚନା ଦେବେ । ଆଉ ଏସବୁ ଆପଣ କେଉଁ ଅଂଚଳର ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି ସେହି ଟେକନିକ୍ ଆପଣଙ୍କୁ ଡିଜିଟାଲ୍ ମାଧ୍ୟମ ଦେବ । ତେଣୁ ଏହି ସ୍ଥାନରେ ନିଜ ଜିନିଷର ମୂଲ୍ୟ ଅନୁସାରେ ସ୍ମାର୍ଟ ହୋଇ ନିଷ୍ପତ୍ତି ନିଅନ୍ତୁ ।

ଡିଜିଟାଲ୍ ମାର୍କେଟିଙ୍ଗ ରେ ନିବେଶ କରନ୍ତୁ(Invest in Digital Marketing) –

ବହୁତ ବିଜନେସ୍ କରୁଥିବା ବ୍ୟକ୍ତିଙ୍କ ପାଖରେ ସମୟର ଘୋର ଅଭାବ ରହିଥାଏ । ଜଣେ ନିଜର ଛୋଟ ବ୍ୟବସାୟ ପାଇଁ ଏସବୁ କଥାକୁ ନେଇ ରିସର୍ଚ କରିପାରିବ । କିନ୍ତୁ ଯାହା ପାଖରେ ସମୟ ନାହିଁ ସେ କେମିତି ନିଜ ପ୍ରଡକ୍ଟ ବା ସର୍ଭିସକୁ ଡିଜିଟାଲୀ ପ୍ରତିଯୋଗୀ କରିପାରିବେ ? ତେବେ ଏହାର ଉତ୍ତର ହେଉଛି ଡିଜିଟାଲ୍ ମାର୍କେଟିଙ୍ଗ୍ । ଆପଣ ଆମାଜନ,ମିଶୋ,ଫ୍ଲିପକାର୍ଟ ଆଦି ଇ-କର୍ମଶ ୱେବସାଇଟ୍ ରେ ଦେଖିଥିବେ ଗୋଟିଏ ଜିନିଷକୁ ବିଭିନ୍ନ ଲୋକ ଅଲଗା ଅଲଗା ଟଙ୍କାରେ ବିକ୍ରି କରୁଛନ୍ତି । ସେଥିମଧ୍ୟରୁ କିଛି ଜିନିଷ ଭଲ ପ୍ରଡକ୍ଟ ହୋଇଥାଏ ଆଉ କିଛି ଖରାପ । କିନ୍ତୁ ଜଣେ ଗ୍ରାହକ ନିଜ ଆବଶ୍ୟକତା ଅନୁସାରେ ଜିନିଷ ସର୍ଚ କରିବା ମାତ୍ରେ ଯାହା ଆଗ ସ୍କ୍ରିନରେ ଦେଖାଯାଏ ସେଥିରେ ହିଁ ସେ କ୍ଲିକ୍ କରନ୍ତି । ଆପଣଙ୍କର ବିଜନେସ୍ ଡିଜିଟାଲୀ ସେହିଭଳି ସ୍ତରକୁ ଯିବାକୁ ହେଲେ ଆପଣ ଡିଜିଟାଲ୍ ମାର୍କେଟିଙ୍ଗ ରେ ନିବେଶ କରିବାକୁ ପଡିବ । ଆଉ ଡିଜିଟାଲ ମାର୍କେଟିଙ୍ଗ ଆପଣଙ୍କ ବିଜନେସ୍‌କୁ ଏକ ବ୍ରାଣ୍ଡରେ ପରିଣତ କରିଦେବ । ଏଥିରେ ଥିବା ଏସଇଓ,ସୋସିଆଲ ମିଡିଆ ମାର୍କେଟିଙ୍ଗ ଆଦି ପାଇଁ ଆପଣଙ୍କୁ ଲୋକ ଜାଣିବା ଆରମ୍ଭ କରିବେ ଓ ଧିରେ ଧିରେ ଆପଣଙ୍କ କମ୍ପାନୀର ନାଁ ଅନୁସାରେ ଅନ୍ୟ କମ୍ପାନୀ ମଧ୍ୟ ଆପଣଙ୍କ ସହ ଯୋଡି ହେବାକୁ ଲାଗିବେ । ଆଉ ବିଜନେସ୍ ଆଗକୁ ବଢିଚାଲିବ ।

ବଡ ଚିନ୍ତା କରିବାକୁ ଡରନ୍ତୁ ନାହିଁ ( Don’t Be Afraid to Go Big)–

ଡିଜିଟାଲୀ ଆପଣ ବିଜନେସ୍ କୁ ଆଣିବାର ଅର୍ଥ ଆପଣଙ୍କର କିଛି ବି ସୀମା ନିର୍ଦ୍ଧାରିତ ହୋଇ ନାହିଁ । ଆପଣ ଅଫଲାଇନ୍ ବିଜନେସ୍ କଲେ ପୋଷ୍ଟର ମାରିବେ ,ବଡ ବ୍ୟାନର ମାରିବେ ଯାହାକୁ ଦେଖି ଲୋକେ ଆପଣଙ୍କ ଦୋକାନ ନିକଟକୁ ଆସିବେ । ସେଥିରେ ବି ବହୁତ ଜଣଙ୍କର ଆବଶ୍ୟକତା ବି ନଥିବ । ହେଲେ ଏସବୁ କରିବା ପାଇଁ ଆପଣ ଅନେକ ଟଙ୍କା ନିବେଶ କରିବେ ଓ ନିଜ ହିସାବରେ ଖର୍ଚ୍ଛ କରିଚାଲିବେ । ଯାହାର ଫଳ ଆପଣଙ୍କ ବିଜନେସ୍ କୁ ସେତିକି ଲାଭ ଦେବନାହିଁ । କିନ୍ତୁ ଅନଲାଇନ୍ ବା ଡିଜିଟାଲୀ ଆପଣଙ୍କୁ ଏସବୁ ଭାବିବାକୁ ପଡିବନି ବରଂ ଅଳ୍ପ ନିବେଶରେ ଆପଣ ସଠିକ୍ ଲୋକଙ୍କ ପାଖରେ ପହଂଚିବାର ସୁଯୋଗ ପାଇବେ । ତେଣୁ ଡିଜିଟାଲ୍ ପ୍ରକ୍ରିୟାର ଭରପୁର ସୁଯୋଗ ଉଠାନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )