Saturday 27th July 2024
ସରକାରୀ ବାବୁଙ୍କ ବ୍ୟକ୍ତିଗତ ଗାଡିରେ ଲାଗିବନି ଏହି ମୋହର

ସରକାରୀ ବାବୁଙ୍କ ବ୍ୟକ୍ତିଗତ ଗାଡିରେ ଲାଗିବନି ଏହି ମୋହର

‘ଚାକିରୀ କରିବ ତ ସରକାରୀ ଚାକିରୀ’ ଏହିଭଳି ଧାରଣା ବିଷୟରେ ଆମେ କହୁନୁ ବରଂ ପ୍ରାୟତଃ ଅଧିକାଂଶ ଲୋକଙ୍କ ମନରେ ଥାଏ ଏହି କଥା । ସରକାରୀ ଚାକିରୀ ମାନେ ସବୁଠି ମିଳିବ ଭଲ ସୁବିଧା । ଭଲ ସୁବିଧା ମିଳିଲେ ସରକାରୀ ବାବୁଙ୍କର ରହିବନି କିଛି ଅସୁବିଧା । ଏମିତିକ ି ଅନେକ ଜାଗାରେ ମାଗଣାରେ ବି କିଛି ଲୋକ ସାହାର୍ଯ୍ୟ କରିଦେବେ । ତାଛଡା ସମ୍ମାନ ବି ଅଧିକ ମିଳେ ସରକାରୀ ଚାକିରୀରେ । ତେଣୁକରି ବହୁତ ଲୋକ ସରକାରୀ ଚାକିରୀ କରିବା ପାଇଁ ମନ ବଳାନ୍ତି । କିନ୍ତୁ ଆପଣ ଏହି ସରକାରୀ ବାବୁଙ୍କର ବେଳେ ବେଳେ ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହେଉଥିବେ । ଯେଉଁ ବାବୁ ମାନଙ୍କୁ ସାଧାରଣ ଜନତାଙ୍କ ପାଇଁ କାମ କରିବାକୁ ଦରମା ମିଳେ ,ସେମାନେ ସାଧାରଣ ଲୋକଙ୍କୁ ଆଡ ଆଖିରେ ବି ଚାହାନ୍ତି ନାହିଁ । ରାସ୍ତାରେ ନିଜ ନାଲିବତି ଗାଡି ଧରି ଯାଉଥିବା ସମୟରେ ସେମାନଙ୍କୁ ଇନ୍ଦ୍ରଚନ୍ଦ୍ର କିଛି ବି ଅନୁଭବ ହୁଏନି । କିନ୍ତୁ ବର୍ତ୍ତମାନ ତ ଆପଣ ଦେଖୁଥିବେ ମୋଦୀ ସରକାର ସମୟରେ ବହୁତ କିଛି ନିୟମକୁ କଡା କଡି କରାଯାଉଛି ।

ଏଇ ଯେମିତି ବର୍ତ୍ତମାନ ଦେଶର ସମସ୍ତ ଲୋକଙ୍କର ଗାଡିକୁ ଅଧିକ ସୁରକ୍ଷିତ ରଖିବା ପାଇଁ ନମ୍ବର ପ୍ଲେଟର ସୁବିଧା କରାଯାଉଛି । ଏ ନିୟମ ତ ସାଧାରଣ ଲୋକଙ୍କ ପାଇଁ କିନ୍ତୁ ଆଉ ଏକ ନିୟମ ସରକାରୀ ବାବୁ ମାନଙ୍କ ପାଇଁ ମଧ୍ୟ ତିଆରି ହୋଇଛି । ସରକାରୀ ବାବୁମାନେ ଏଣିକି ନିଜ ବ୍ୟକ୍ତିଗତ କାରରେ ଭାରତ ସରାକର ଲେଖା ଥିବା ଲୋଗୋ ବ୍ୟବହାର କରିପାରିବେ ନାହିଁ । ଏଣିକି କେବଳ ଦପ୍ତରରେ ଯାଉଥିବା ଗାଡିରେ ହିଁ ସରକାରୀ ମୋହର ରହିବ । ପ୍ରାୟତଃ ଆଗରୁ ସରକାରୀ ବାବୁ ମାନେ ଅଫିସ ଗାଡି ସମେତ ନିଜ ବ୍ୟକ୍ତିଗତ ଗାଡିରେ ବି ସରକାରୀ ମୋହର ମାରୁଥିଲେ । କିନ୍ତୁ ବର୍ତ୍ତମାନ ଆଉ ସେମିତି ହେବନାହିଁ । ଏହା ଉପରେ ଅଙ୍କୁଶ ଲଗାଇଛନ୍ତି ସରକାର ।ସରକାରୀ ଗାଡି ଅପେକ୍ଷା ସରକାରୀ କର୍ମଚାରୀଙ୍କ ବ୍ୟକ୍ତିଗତ ଗାଡିରେ ଗମେଣ୍ଟ ଅଫ୍ ଇଣ୍ଡିଆ ବା ଭାରତ ସରକାର ଲେଖାଥିବା ଲୋଗ ବହୁତ ବ୍ୟବହାର ହେଉଛି ।

କେବଳ ସରକାରୀ ବାବୁ ମାନେ ଏମିତି କରୁଛନ୍ତି ତାହା ନୁହେଁ । ଟ୍ରାଫିକ ଓ ଅନ୍ୟାନ୍ୟ ଜିନିଷରୁ ରକ୍ଷା ପାଇବା ପାଇଁ କିଛି ମନ୍ଦପ୍ରବୃତ୍ତିର ଲୋକ ନିଜ ଗାଡିରେ ବି ଏହି ଲଗୋ ଲଗାଇଦିଅନ୍ତି । ତେଣୁକରି ବହୁତ କିଛି ଜିନିଷକୁ ବଦଳାଇବା ପାଇଁ କେନ୍ଦ୍ରସରକାର ଅର୍ଥ ମନ୍ତ୍ରାଳୟର ଖର୍ଚ୍ଛ ବିଭାଗ ଏପରି ଷ୍ଟିକର୍ ବା ଲୋଗର ବ୍ୟବହାର ନ କଲରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ଏହିଭଳି ନିର୍ଦ୍ଧେଶନାମା କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗ ତତ୍ପର ହୋଇଛି । ନିୟମକୁ କଢାକଢି ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏଥିସହ ପେଟ୍ରୋଲ,ଡିଜେଲ ନୂଆ ଗାଡି ନ କିଣି ଇଲେକ୍ଟ୍ରିକ ଗାଡି କିଣିବାକୁ ସବୁ ମନ୍ତ୍ରାଳୟକୁ ନିର୍ଦେଶ ଦିଆଯାଇଛି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )