Thursday 28th March 2024
ଜହ୍ନରେ ବସି ଖାଇବାର ମଜା ନେବେ ପର୍ଯ୍ୟଟକ…

ଜହ୍ନରେ ବସି ଖାଇବାର ମଜା ନେବେ ପର୍ଯ୍ୟଟକ…

ବଡ ବଡ ସହର ମାନଙ୍କରେ ଉଚ୍ଚ ଅଟ୍ଟାଳିକା ଖୁବ୍ ଶୋଭା ବଢାଏ । ସହରର ଧନୀତ୍ୱ ଏହିସବୁ ଅଟ୍ଟାଳିକାରୁ ପରିଚୟ ମିଳିଯାଏ । କିନ୍ତୁ ଏହି ବଡ ସହର ମାନଙ୍କରେ ଏମିତି କିଛି ନୂଆ ଓ ପ୍ରଥମଥର ତିଆରି ହୋଇଥିବା ଜିନିଷ ଦେଖିବାକୁ ମିଳେ । ଯାହାକୁ ସହଜରେ ଗ୍ରହଣ କରିହୁଏନି । ଏଇ ଯେମିତି ବର୍ତ୍ତମାନ ଦୁବାଇରେ ହେବାକୁ ଯାଉଛି ବଡ ରିସର୍ଟ । ଏଣିକି ଲୋକେ ଚନ୍ଦ୍ରରେ ବସି ଖାଇବାର ମଜା ନେଇପାରିବେ । ଖୁବ୍ ଶିଘ୍ର ଦୁବାଇରେ ତିଆରି ହେବ ବିଶାଳକାୟ ମୁନ୍ ରିସର୍ଟ । ତେବେ କାନାଡାର ଏକ ଆର୍କିଟେକଟ୍ କମ୍ପାନୀ ଲୋକଙ୍କୁ ସ୍ପେସ୍ ଟୁରିଜିମର ସୁବିଧା ଦେବା ପାଇଁ ଏହି ନିଆରା ରିସର୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ଖର୍ଚ୍ଛ ହେବ ୩୮ ହଜାର କୋଟି ଟଙ୍କା । ଏହି ରିସର୍ଟର ଆକାର ଚନ୍ଦ୍ର ଭଳି ହେବ ଏବଂ ଏହାର କାମ ସଂମ୍ପୂର୍ଣ୍ଣ ହେବା ପାଇଁ ପ୍ରାୟ ୪୮ ମାସ ସମୟ ଲାଗିବ । ଏହାର ଉଚ୍ଚତା ୭୩୫ ଫୁଟ୍ ରହିବ । ଏହି ରିସର୍ଟରେ ସ୍ପା,େଓଲନେସ୍ ,ନାଇଟ କ୍ଲବ,ଇଭେଣ୍ଟ ସେଣ୍ଟର, ଗ୍ଲୋବାଲ୍ ମିଟିଙ୍ଗ୍ ପ୍ଲେସ୍‌,ଲାଉଂଜ ଓ ଇନ୍ ହାଉସର ସୁବିଧା ମଧ୍ୟ ରହିବ । ଏଥିରେ ଭିନ୍ନ ଭିନ୍ନ ସ୍ପେସ୍ ଏଜେନ୍ସି ଓ ମହାକାଶ ଯାତ୍ରୀଙ୍କ ପାଇଁ ଏକ ଟ୍ରେନିଂପ୍ଲ୍‌ାଟଫର୍ମର ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ମୋଟାମୋଟି ଭାବେ କହିବାକୁ ପ୍ରତ୍ୟେକ ଲୋକ ଏଠାରେ ନିଜ ମନବୁତାବିକ ସୁବିଧା ପାଇପାରିବେ । ତେବେ ଏହି ମୁନ୍ ରିସର୍ଟ ର ନିର୍ମାଣ କରିବା ପୂର୍ବର ଚିତ୍ର ଏବେ ସବୁଠାରେ ଦେଖିବାକୁ ମିଳୁଛି । ଏହିଭଳି ଏକ କଳ୍ପନା କରି ଏତେ ବଡ ରିସର୍ଟ ତିଆରି କରି ଦୁବାଇ ନିଜ ଦେଶକୁ ପର୍ଯ୍ୟଟକଙ୍କର ଆଗମନ କରାଇବାର ବଡ ସଳତା ହାସିଲ କରିବାକୁ ଯାଉଛି । ସତରେ ଏହି ରିସର୍ଟର ଫୋଟ ଦେଖି ଅନେକ ଲୋକ ଦ୍ୱନ୍ଦରେ ପଡିଯାଉଛନ୍ତି । କାରଣ ସତ ସତିକା ଜହ୍ନ ଭଳି ଦିଶୁଥିବା ଜାଗାର ମଜା ନେବାକୁ ଯାଉଛନ୍ତି ଲୋକେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )