Friday 19th April 2024
କେମିତି କରିବେ ପ୍ରଡକ୍ଟ ଡିଜାଇନରେ ନିଜର କ୍ୟାରିୟର ?

କେମିତି କରିବେ ପ୍ରଡକ୍ଟ ଡିଜାଇନରେ ନିଜର କ୍ୟାରିୟର ?

ଚାକିରୀ କରିବା ପାଇଁ ଆଜିର ସମୟରେ ପ୍ରତ୍ୟେକ ଯୁବପିଢି ଚେଷ୍ଟା କରୁଛନ୍ତି । ହେଲେ ଆଜିର ସମୟ ଆଉ ଆଗ ଭଳି ନାହିଁ । ଚାକିରୀ କରିବା ପାଇଁ ଆଉ ହାତ ଗଣତି ସୁଯୋଗ ନାହିଁ ବରଂ ଏହାଠୁ ଢେର୍ ଗୁଣ ଅଧିକ ସୁଯୋଗ ରହିଛି । ଏବେର ସମୟ ଡିଜିଟାଲର ସମୟ । ଆଉ ସେଇ ସମୟକୁ ନିଜ ମନମୁତାବକ ପେଶା ବନାଇବା ବର୍ତ୍ତମାନ ଯୁବପିଢୀଙ୍କର ପସନ୍ଦ । ଆଜି ଚାଲନ୍ତୁ ସେମିତି ଏକ ଚାକିରୀ ବିଷୟରେ ସ୍ପଷ୍ଟ ସୂଚନା ଜାଣିବା କେମିତି କରିବେ ପ୍ରଡକ୍ଟ ଡିଜାଇନରେ ନିଜର କ୍ୟାରିୟର ?

 

ପ୍ରଡକ୍ଟ ଡିଜାଇନ୍ କଣ ?-

ଆମେ ପ୍ରତ୍ୟେକଦିନ ବ୍ୟବହାର କରୁଥିବା ଜିନିଷ ହେଉଛି ଗୋଟିଏ ଗୋଟିଏ ପ୍ରଡକ୍ଟ । ଆଉ ଆମେ ସେହି ଜିନିଷକୁ ଯେତେବେଳେ ଅନଲାଇନ କିଣିଥାଉ,ତାର ଏକ ଫୋଟ ଚିତ୍ର ଦେଖିବାକୁ ମିଳେ । ଆଉ ଆମେମାନେ ସେହି ଫୋଟ ଦେଖି ଜିନିଷଟିକୁ କିଣିଥାଉ । ହେଲେ ତାର ବି ଭଳିକି ଭଳି ଡିଜାଇନ୍ ରହିଥାଏ । ଆଉ ଅନ୍ ଲାଇନରେ ତାହାକୁ ଆପଣଙ୍କ ପାଖରେ ପହଂଚାଇବା ପାଇଁ ପ୍ରଡକ୍ଟଟିକୁ ବିଭିନ୍ନ ପ୍ରକାରର ଡିଜାଇନ କରାଯାଏ । ତାହାକୁ ହିଁ କୁହାଯାଏ ପ୍ରଡକ୍ଟ ଡିଜାଇନ୍ । ଉଦାହରଣ ସ୍ୱରୂପ-ବୈଦ୍ୟୁତିକ ସାମଗ୍ରୀ,ଖେଳନା ସାମଗ୍ରୀ,ପ୍ଲାଷ୍ଟିକ ସାମଗ୍ରୀ,ଶିକ୍ଷା ସାମଗ୍ରୀ,ଘରକରଣା ସାମଗ୍ରୀ ,ଆଦି ବିଭିନ୍ନ ସାମଗ୍ରୀର ଡିଜାଇନ୍ କରିବାକୁ ପଡିଥାଏ ।

ପ୍ରଡକ୍ଟ ଡିଜାଇନର ଦକ୍ଷତା-

ଡିଜାଇନର୍ ମାନଙ୍କୁ ଆମେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବାର ଦେଖିଛୁ । ଆଉ ଏହାର ମୂଳଦୂଆ ଗ୍ରାଫିକ୍ସ ଡିଜାଇନ ଶିଖି ସାରିବା ପରେ ହିଁ ଆସିଥାଏ । କାରଣ ଡିଜାଇନ୍ ପାଠ ପଢିସାରିବା ପରେ ହିଁ ଜଣେ ନିଜର ଦକ୍ଷତା ଅନୁସାରେ କେଉଁ ଡିଜାଇନ କରିପାରିବ ତାର ନିଷ୍ପତ୍ତି ନେଇଥାଏ । ତେଣୁ ଯଦି ପ୍ରଡକ୍ଟ ଡିଜାଇନର କଥା କହିବା ଏଥିପାଇଁ ଦରକାର-ଭଲ ଚିତ୍ରକଳା ଆସୁଥିବା ଆବଶ୍ୟକ,ଯୋଗାଯୋଗ ଦକ୍ଷତା ଦରକାର,କୁଶଳୀ ଜ୍ଞାନ,ଲେଖା ଲେଖୀରେ ବି ଭଲ ହେବା ଦରକାର,ତା ସହ ଯେ କୌଣସୀ ଜିନିଷକୁ ଭଲ ଭାବେ ନିରୀକ୍ଷଣ କରିବାର କ୍ଷମତା ରହିବା ଦରକାର । ଆଉ ଗୋଟିଏ ପ୍ରଡକ୍ଟ ଡିଜାଇନରକୁ ସବୁବେଳେ ଏକ ଟିମ୍ ସହ କାମ କରିବାକୁ ପଡିଥାଏ । ସେଥିପାଇଁ କିଛି ନୂଆ କରିବାକୁ ହେଲେ ଟିମ୍ ମାନଙ୍କ ସହ ଆଲୋଚନା ଓ ସହଯୋଗ କରିବା ଭଳି ମନୋଭାବ ରହିବା ଦରକାର ।

ଶିକ୍ଷାଗତ ଯୋଗ୍ୟତା –

ପ୍ରଡକ୍ଟ ଡିଜାଇନ୍‌ରେ ସ୍ନାତକ କିମ୍ବା ସ୍ନାତକୋତ୍ତର, ବିଏସ୍‌ସି କିମ୍ବା ଏମ୍‌ଏସି ପ୍ରଡକ୍ଟ ଡିଜାଇନ୍‌ ପଢ଼ିଥିବା ନିହାତି ଆବଶ୍ୟକ।

ପ୍ରମୁଖ ସଂସ୍ଥାନ
-ନିଫ୍ଟ, ଭୁବନେଶ୍ବର
-ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍ଟସ ଆଣ୍ଡ ଡିଜାଇନ, ନୂଆଦିଲ୍ଲୀ
-ଏମ୍‌ଇଟି ୟୁନିଭର୍ସସିଟି, ଗୁଜରାଟ
-ଇଣ୍ଡଷ୍ଟ୍ରିଆଲ ଡିଜାଇନ୍‌ ସେଣ୍ଟର, ଆଇଆଇଟି, ମୁମ୍ବାଇ, ଗୁଆହାଟୀ, ଜବଲପୁର
-ନିଫ୍ଟ, ମୁମ୍ବାଇ
-ଏମ୍ଆଇଟି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌, ପୁଣେ

କେଉଁ କେଉଁ କ୍ଷେତ୍ରରେ କରିପାରିବେ କାମ –

ମାନୁଫ୍ୟାକଚରିଂ ଫାର୍ମର ଡିଜାଇନ୍‌ ବିଭାଗରେ ଏକ୍ସପର୍ଟ ପ୍ରଡକ୍ଟ ଡିଜାଇନର୍ସ, ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ଟ ଡିଜାଇନର୍‌, ଡିଜିଟାଲ ଡିଜାଇନର୍‌ ଆଦି କାମ କରିପାରିବେ। ଏହାବାଦ୍‌ ବିଭିନ୍ନ କନ୍‌ସଲଟିଂ ଫାର୍ମରେ ଚାକିରିର ସୁଯୋଗ ରହିଛି। ଯେଉଁମାନେ ସେରାମିକ୍‌ରେ ଅଭିଜ୍ଞ ସେମାନଙ୍କୁ ଟେବୁଲ ସାଜସଜା, ସାନିଟାରୀ , ଘର ସାଜସଜ୍ଜା ଆଦି ବିଭିନ୍ନ କାମ କରିବାକୁ ସୁଯୋଗ ରହିଛି। ଟେକ୍ସଟାଇଲ୍‌, ଡିଜିଟାଲ ମିଡ଼ିଆ, ଇଲୋକ୍ଟ୍ରୋନିକ୍‌ସ, ଫର୍ଣ୍ଣିଚର, ଫୁଡ୍‌ ଆଣ୍ଡ ପ୍ୟାକେଜିଂ, ହାର୍ଡୱେର, ସଫ୍ଟୱେର ଆଦି କ୍ଷେତ୍ରରେ ଚାକିରି ପାଇଁ ଭଲ ସୁଯୋଗ ରହିଛି। କାମ କରିବାକୁ ସୋର୍ସୱିଜ୍‌ ଏବଂ ନିଟ୍‌କୋ ଟେକ୍ନୋଲୋଜିର ଚାହିଦା ରହିଛି। ତେବେ ଅଭିଜ୍ଞ ବ୍ୟକ୍ତି ବାର୍ଷିକ ୨,୯୧,୦୦୦ଟଙ୍କା ରୋଜଗାର କରିଥା’ନ୍ତି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )