Tuesday 7th May 2024
ମନ୍ଦିରର ଦେବୀଙ୍କୁ ଜୋତାମାଳ କାହିିଁକି ?

ମନ୍ଦିରର ଦେବୀଙ୍କୁ ଜୋତାମାଳ କାହିିଁକି ?

ମନ୍ଦିରର ଦେବୀଙ୍କୁ ଜୋତାମାଳ କାହିିଁକି ? ଏହା ଏକ ବଡ ପ୍ରଶ୍ନ

ଆମେ ସମସ୍ତେ ଭଗବାନଙ୍କ ମନ୍ଦିର ଯାଉ । ଆଉ ତାଙ୍କ ପାଖରେ ନିଜ ସାମର୍ଥ୍ୟ ଅନୁସାରେ କିଛି ଭେଟି ମଧ୍ୟ ଚଢାଇଥାଉ । ତେବେ କିଏ ଫୁଲହାର,ଫଳମୂଳ,ଧୂପଦୀପ ଚଢାଏ ତ ଆଉ କିଏ ଟଙ୍କା ପଇସା,ସୁନା ରୂପା ବି ଭେଟିରେ ଚଢାଇଥାଆନ୍ତି । କିନ୍ତୁ ମୁଁ ଯଦି କୁହେ ଏମିତି ବି ଏକ ଜାଗା ରହିଛି ଯେଉଁଠି ଭଗବାନଙ୍କୁ ଫୁଲହାର ନୁହଁ ବରଂ ଜୋତାମାଳ ଭେଟି ଦିଆଯାଏ । ତାହାଲେ କଣ ଆପଣ ବିଶ୍ୱାସ କରିବେ । ହଁ ଏମିତି ଗୋଟିଏ ସ୍ଥାନ ଆମ ଭାରତରେ ହିଁ ଅଛି ଯେଉଁଠି ଭଗବାନ ଜୋତାରେ ପୂଜା ପାଆନ୍ତି ।


ଆମ ଭାରତ ହେଉଛି ମନ୍ଦିରମାନଙ୍କର ଦେଶ । ମାନେ ଏହି ଭାରତଭୂମିରେ କାହିିଁ କେଉଁ ପୁରାତନ କାଳରୁ କୋଟି କୋଟି ମନ୍ଦିରର ସ୍ଥାପନ ହୋଇଛି । ଯାହା ଆମ ଧର୍ମ ଓ ସଂସ୍କୃତିକୁ ସାରା ବିଶ୍ୱ ଆଗରେ ପରିପ୍ରକାଶ କରିଥାଏ । ସେମିତି ଦେଖିବାକୁ ଗଲେ ଏମିତି ବି କିଛି ପ୍ରାଚୀନ ମନ୍ଦିର ରହିଛି ଯାହାର ଇତିହାସ ବିଷୟରେ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଏ । ଆଜି ଆମେ ସେମିତି ହିଁ ଏକ ଖାସ୍ ଓ ଭିନ୍ନ ପରମ୍ପରା ବିଶିଷ୍ଟ ମନ୍ଦିର ବିଷୟରେ କହୁଛୁ ।

କଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ଏକ ମନ୍ଦିର ରହିଛି,ଯାହାର ନାଁ ହେଉଛି ଲକ୍କମା ଦେବୀ ମନ୍ଦିର । ଏହି ମନ୍ଦିରରେ ଏମିତି ନୀତିରେ କିଛି ପର୍ବ ପାଳନ ହୁଏ ଯାହା ଦେଖିଲେ ବିଶ୍ୱାସ କରିବା କଷ୍ଟ ହୋଇପଡିବ । ସାଧାରଣତଃ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଆମେ ଚପଲ କାଢିଦେଇଥାଉ । କିନ୍ତୁ ଏହି ଲକ୍କମା ମନ୍ଦିରରେ ଚପଲ ହିଁ ମୁଖ୍ୟବସ୍ତୁ ଯାହା ମା ଙ୍କୁ ଭଲ ଲାଗେ । ସେଥିପାଇଁ ସ୍ଥାନୀୟ ଲୋକଙ୍କର ବିଶ୍ୱାସ ଯେ, ଯେଉଁ ଚପଲକୁ ସେମାନେ ମାଙ୍କୁ ଭେଟି ଦେଉଛନ୍ତି । ତାହା ରାତିରେ ମା ଲକ୍କମା ଦେବୀ ନିଜେ ପିନ୍ଧନ୍ତି । ଯାହାଦ୍ୱାରା ଭକ୍ତର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଦେବୀଙ୍କ ମନ୍ଦିର ବାହାରେ ଏକ ନିମ୍ବଗଛ ରହିଛି । ଯେଉଁଠି ଅନେକ ସଂଖ୍ୟାରେ ଚପଲ ଟଙ୍ଗାଯାଇଥାଏ । ପ୍ରତ୍ୟେକ ବର୍ଷ ଦୀପାବଳୀ ସମୟରେ ଏହି ମନ୍ଦିରରେ ମେଳା ଲାଗେ । ଯେଉଁଠି ଅନେକ ଦୂର ଦୂରାନ୍ତ ରାଜ୍ୟରୁ ବି ଶ୍ରଦ୍ଧାଳୁ ନିଜ ମନସ୍କାମନା ପୂରା କରିବାକୁ ନୂଆ ଚପଲ ଧରି ଆସିଥାନ୍ତି । ହେଲେ ଏହି ପରମ୍ପରାର ଇତିହାସ ଅନୁସାରେ ଗାଁ ଲୋକ ଏହିଭଳି ମାନ୍ୟତା ପ୍ରଥମରୁ ମାନି ଆସୁନଥିଲେ । ଆଗରୁ ମା ଲକ୍କମା ଦେବୀଙ୍କ ଠାରେ ବଳଦ ବଳି ଦିଆଯାଉଥିଲା । କିନ୍ତୁ ପ୍ରଶାସନ ଦ୍ୱାରା ପଶୁବଳି ଉପରେ ରୋକ ଲଗାଗଲା । ସେଥିପାଇଁ କିଛି ସାଧୁ ଓ ବ୍ରାହ୍ମଣଙ୍କ ବଚନ ଅନୁସାରେ ଏହି ମନ୍ଦିରରେ ଚପଲ ଅର୍ପଣ କରିବାର ନୂଆ ପ୍ରଥା ଆରମ୍ଭ ହେଲା । ସେବେଠାରୁ ଯିଏ ବି ମାଙ୍କ ନିକଟରେ ଗୁହାରି କରିବାକୁ ଯାଏ ସେ ଏହି ନିମ୍ବଗଛରେ ନାଲି ସୂତା ନୁହେଁ ବରଂ ଜୋତାର ମାଳ ବାନ୍ଧିଆସେ । ଏମିତି ଅଜବ ନିୟମ ଓ ବିଶ୍ୱାସକୁ ଆପଣ କଣ କହିବେ ?

CATEGORIES
TAGS
Share This

COMMENTS

Wordpress (0)
Disqus (0 )