Friday 26th April 2024
ଚାଇନାକୁ ପଛରେ ପକାଇବ ଟାଟାର ଏହି ନିଷ୍ପତି..ଜାଣନ୍ତୁ କଣ ?

ଚାଇନାକୁ ପଛରେ ପକାଇବ ଟାଟାର ଏହି ନିଷ୍ପତି..ଜାଣନ୍ତୁ କଣ ?

 ଟାଟା କଂମ୍ପାନୀ ଭାରତର ଏକ ଭରସାଯୋଗ୍ୟ କମ୍ପାନୀ ଯାହା ନିଜର କ୍ଷମତା ସାରା ବିଶ୍ୱକୁ ଦେଖାଇପାରୁଛି । କିନ୍ତୁ ବର୍ତ୍ତମାନ ସମୟରେ ଭାରତ ସମେତ ଅଧିକାଂଶ ସ୍ଥାନରେ ଆଇଫୋନର ଚାହିଦା ବିଷୟରେ ତ ସମସ୍ତେ ଜାଣନ୍ତି । ଆଇଫୋନ୍ ର ମାର୍କେଟ ଏବେ ବହୁତ ହିଁ ବିଶାଳ ହୋଇସାରିଛି । ହେଲେ ଏହି ଫୋନର ଆସମ୍ବଲ ଚାଇନାରେ ହେଉଥିଲା । କିନ୍ତୁ ବର୍ତ୍ତମାନ ଚାଇନାକୁ ପଛରେ ପକାଇ ଭାରତର ଟାଟା କମ୍ପାନୀ ଏହାର ଦାୟିତ୍ୱ ନେବ । ଅର୍ଥାତ ଏବେ ଭାରତରେ ଆଇଫୋନ୍ ଆସମ୍ବଲ କରିବାକୁ ଟାଟା କମ୍ପାନୀ କଥାବାର୍ତ୍ତା ଆରମ୍ଭ କରିଛି । ଆଜି ଯାଏଁ ତାଇଓାନ୍ କମ୍ପାନୀ ଫକ୍ସକନ ଓ ଓିଷ୍ଟ୍ରନ ଭାରତ ଓ ଚୀନରେ ଆଇଫୋନ୍ ଆସମ୍ବଲ କରୁଥିଲେ । ସେଥିପାଇଁ ଅଧାରୁ ଅଧିକ ଆଇଫୋନ ଚୀନରୁ ତିଆରି ହେଇ ଭାରତକୁ ରପ୍ତାନୀ କରା୍‌ଅଉଥିଲା । କିନ୍ତୁ ଏବେ ଟାଟା ଏହି ଗୁରୁ ଦାୟିତ୍ୱ ନେବାକୁ ଯାଉଛି ।

ଏଥିପାଇଁ ଟାଟା ଗ୍ରୁପ୍ ତାଇୱାନୀ କମ୍ପାନୀ ସହ ଆଲୋଚନା ଜାରି ରଖିଛି। ଦୁଇ କମ୍ପାନୀ ମିଶି ଭାରତରେ ମେନୁଫେକ୍ଚର ଜଏଣ୍ଟ ଭେଞ୍ଚର ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି। ଦୁଇ କମ୍ପାନୀ ମିଶି ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକରେ ଆଇଫୋନ୍ ନିର୍ମାଣକାରୀ ପ୍ଲାଣ୍ଟ ବସାଇବେ ବୋଲି କୁହାଯାଉଛି। ଏହା ବି ଶୁଣିବାକୁ ମିଳୁଛି ଯେ ଟାଟା ୱିଷ୍ଟ୍ରନ୍‌ କର୍ପ କମ୍ପାନୀର ଇକ୍ୱିଇଟି କିଣିବାକୁ ଆଲୋଚନା କରୁଛି। ଯଦି ଏହା ସଫଳ ହେଲା ତେବେ ଆଇଫୋନ୍‌ ତିଆରି କରିବାରେ ଟାଟା ପ୍ରଥମ ଭାରତୀୟ କମ୍ପାନୀ ହେବ। ଏହା ଭାରତ ପାଇଁ ମଧ୍ୟ ଶୁଭ ସଂକେତ ହେବ। ସ୍ମାର୍ଟ ଫୋନ୍ ନିର୍ମାଣରେ ଟାଟାର ପ୍ରବେଶ କଲେ ଇଲେକ୍ଟ୍ରୋନିକ ବଜାରରେ ଚୀନର ପ୍ରଭାବ କମିବ ବୋଲି କୁହାଯାଉଛି।

ଅନ୍ୟପଟେ କରୋନା ମହାମାରୀ ପରେ ଚୀନ ଓ ଆମେରିକା ମଧ୍ୟରେ ସବୁବେଳେ ମୁହାଁମୁହିଁ ସ୍ଥିତି ରହୁଛି। ଅନେକ କମ୍ପାନୀ ପୂର୍ବରୁ ଚୀନ ଛାଡ଼ି ସାରିଥିବା ବେଳେ ଆମେରିକାର ସ୍ମାର୍ଟଫୋନ୍ ଜାଏଣ୍ଟ ଆପଲ ମଧ୍ୟ ଚୀନର ବିକଳ୍ପ ଖୋଜୁଛି। ଯଦି ଟାଟା ବିକଳ୍ପ ରୂପେ ଉଭା ହେଲା ତେବେ ଆପଲ ମଧ୍ୟ ଲାଭବାନ ହେବ। କମ୍ପାନୀକୁ ଭାରତ ଭଳି ବଡ଼ ବଜାର ମିଳିବା ସହ ନିର୍ମାଣରେ ଚୀନର ଏକଛତ୍ରବଦାଦୀ ଗୁଣକୁ କମ କରିହେବ। ତେବେ  ଏନେଇ ଟାଟା କିମ୍ବା ୱିଷ୍ଟ୍ରନ ପକ୍ଷରୁ କୌଣସି ସୂଚନା ମିଳି ନାହିଁ। ଆପଲ ଏ ବିଷୟରେ ଅବଗତ ଅଛି କି ନାହିଁ ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ନାହିଁ।

ତେବେ ଟାଟା ଗ୍ରୁପର ଚେୟାର ମ୍ୟାନ୍ ନଟରାଜନ ଚନ୍ଦ୍ରଶେଖରନ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଓ ହାଇଟେକ୍ ମେନୁଫେକ୍ଚରିଂ ଉପରେ କମ୍ପାନୀ ଅଧିକ ଗୁରୁତ୍ୱ ଦେଉଛି। ଏଥିରୁ ଜଣାପଡୁଛି ଯେ କମ୍ପାନୀ ଏବେ ଫୋନ୍ ମେନୁ ଫେକଚ୍‌ରକୁ ଓହ୍ଲାଇବ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )