Wednesday 1st May 2024
ବିଜନେସ୍ ବଢାଇବା ପାଇଁ କେଉଁ ପ୍ଲାଟଫର୍ମଟି ଭଲ । ଜାଣିଛନ୍ତି କି ?

ବିଜନେସ୍ ବଢାଇବା ପାଇଁ କେଉଁ ପ୍ଲାଟଫର୍ମଟି ଭଲ । ଜାଣିଛନ୍ତି କି ?

ଯଦି ଆପଣ ନିଜ ବିଜନେସ୍ ପାଇଁ କିଛି ନୂଆ ଚିନ୍ତା କରୁଛନ୍ତି ,ତାହାଲେ ଆଗ ସୋସିଆଲ ମିଡିଆ ଉପରେ କାମ କରିବା ଉଚିତ୍ । ସୋସିଆଲ ମିଡିଆ ଆଜିର ସମୟରେ ଏକ ବଡ ଅସ୍ତ୍ର । ନିଜ ବିଜନେସ୍ କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଏହି କାମ ନିହାତି କରିବା ଦରକାର । କାରଣ ଏହିସବୁ ଥିରେ ଆପଣ ଖୁବ୍ ସହଜରେ ଲୋକଙ୍କ ନିକଟତର ହେଇପାରିବେ । ନିଜ ପ୍ରପୋଜାଲ୍ ଲୋକଙ୍କ ପାଖରେ ସହଜରେ ପହଂଚାଇପାରିବେ । ତେବେ ଚାଲନ୍ତୁ ଆଜି ଜାଣିବା କେଉଁ କେଉଁ ସୋସିଆଲ ମିଡିଆ ୱେବସାଇଟ୍ ସବୁଠାରୁ ଭଲ ଆପଣଙ୍କ ବିଜନେସ୍ ପାଇଁ ।

FACEBOOK – ଫେସବୁକ୍ ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ । ଯାହାର ବ୍ୟବହାର ସବୁଠୁ ଅଧିକ କରାଯାଏ । ଫେସବୁକ୍ ରେ ନିଜ ବିଜନେସ୍ କୁ ପ୍ରମୋଟ କରିବା ପାଇଁ ପେଡ୍ ଆଡଭରଟାଇଜିଙ୍ଗ୍ କ୍ୟାମ୍ପେନ୍ ଚଲାଯାଏ । ଏହାଛଡା ଆପଣ ଫେସବୁକ୍ ରେ ଫ୍ରୀରେ ନିଜ ବିଜନେସ୍ ପେଜ୍ ବନାଇପାରିବେ ଓ ସେଥିରେ ନିଜ ପ୍ରଡକ୍ଟ ସମ୍ବନ୍ଧିତ ଜିନିଷ ପୋଷ୍ଟ କରିପାରିବେ । ଫେସବୁକ୍ ରେ ମାସରେ ୨.୭ ବିଲିୟନ ଆକ୍ଟିଭ୍ ୟୁଜରସ୍ ରହିଥାନ୍ତି । ଏହି ସଂଖ୍ୟା ଦିନ ପ୍ରତିଦିନ ବଢି ବଢି ଯାଉଛି । ଯଦି ଆପଣ ଏହି ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି ତାହାଲେ ଫେସବୁକ୍ ମାର୍କେଟିଙ୍ଗ ବିଷୟରେ ଏହ ଲିଙ୍କରେ କ୍ଲିକ୍ https://odiadaily.in/what-is-facebook-marketing/କରି ଜାଣିପାରିବେ ।

INSTAGRAM-ଇନଷ୍ଟାଗ୍ରାମ ସବୁଠୁ ଅଧିକ ବ୍ୟବହାର କରାଯାଏ ବ୍ରାଣ୍ଡ ଭ୍ୟାଲୁ ବଢାଇବା ପାଇଁ । ଆପଣ ନିଜ ପ୍ରଡକ୍ଟ ସମ୍ବନ୍ଧିତ ଫୋଟ ଓ ଭିଡିଓ ସେୟାର କରିପାରିବେ । ଏହି ପ୍ଲାଟଫର୍ମରେ ଆପଣଙ୍କୁ କିଛି ବି ପ୍ରକାରର ଲିଙ୍କ ସେୟାର କରିବାର ଅନୁମତି ମିଳିବ ନାହିଁ । କିମ୍ବା ଏଠାରେ ଆପଣ କୌଣସି ପୋଷ୍ଟକୁ ଅଧିକ ଲେଖା ପକାଇ ସେୟାର କରିପାରିବେ ନାହିଁ । ଏଠାରେ ଆପଣଙ୍କ ବିଜନେସ୍ ହିସାବରେ ହିଁ ହ୍ୟାସ ଟ୍ୟାଗ ମିଳିପାରିବ । ଆଉ ସେହି ପପୁଲାର୍ ହ୍ୟାସଟ୍ୟାଗ ବ୍ୟବହାର କରି ଆପଣଙ୍କ ବିଜନେସ୍ ଗ୍ରାହକଙ୍କ ପାଖରେ ପହଂଚିପାରିବ । ଇନଷ୍ଟାଗ୍ରାମର ଆଉ ଏକ ଫାଇଦା ହେଉଛି ଯଦି ଆପଣ ନିଜର ବ୍ରାଣ୍ଡ ପ୍ରମୋସନ କରିବା ପାଇଁ ଚାହୁଁଛନ୍ତି ତାହାଲେ କିଛି ଇନଷ୍ଟାଗ୍ରାମ ଇନଫ୍ଲୁଏନସରଙ୍କ ସହ କୋଲାବରେସନ୍ କରିପାରିବେ । ଏମିତି କରିବା ଦ୍ୱାରା ଆପଣଙ୍କ ବିଜନେସ୍ ଭଲ ପ୍ରମୋଟ୍ ହେଇପାରିବ । କାରଣ ଇନଷ୍ଟାଗ୍ରାମରେ ମାସକୁ ୧ ବିଲିୟନ୍ ଆକ୍ଟିଭ୍ ୟୁଜରସ୍ ଯୋଡି ହେଉଛନ୍ତି ।

TWITTER- ଟୁଇଟର ମଧ୍ୟ ଏକ ବହୁତ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ । ଏଠାରେ ସଦାବେଳେ ଆପଣଙ୍କୁ ନୂଆ ନୂଆ ଅପଡେଟ୍ ମିଳିପାରିବ । ଯଦି ଆପଣ ନିୟମିତ ଭାବେ ନିଜ ବ୍ରାଣ୍ଡର ସମ୍ବନ୍ଧିତ କଣେ୍‌ଟଣ୍ଟ ପବ୍ଲିସ୍ କରୁଛନ୍ତି । ତାହାଲେ ଆପଣଙ୍କୁ ବହୁତ ଲାଭ ମିଳିବ । ଏଠାରେ ଭିଡିଓ,ବ୍ଲୋଗ୍ ,ପୋଷ୍ଟ ,ଲିଙ୍କ ଓ ଇମେଜ୍ ଆଦି ସେୟାର କରିବା ବହୁତ ହିଁ ସହଜ । ଏହାଛଡା ଆପଣ ଟୁଇଟରରେ ବି ପେଡ୍ କ୍ୟାମ୍ପନିଙ୍ଗ୍ ଓ ସ୍ପନସରଡ୍ ଆଡ୍ ଆଦି ଚଲାଇପାରିବେ ।

LINKDIN – ଲିଙ୍କଡ୍‌ଇନ୍ ମଧ୍ୟ ଏକ ବହୁତ ପପୁଲାର୍ ସୋସିଆଲ ମିଡିଆ େଓବ୍ ସାଇଟ୍ । ଯାହାକି ବିଟୁବି ଅର୍ଥାତ ବିଜନେସ୍ ଟୁ ବିଜନେସ୍ ପାଇଁ ବହୁତ ହିଁ ଭଲ ସାବ୍ୟସ୍ତ୍ୟ ହୋଇଥାଏ । ଯଦି ଆପଣ ବି ନିଜର ପ୍ରଡକ୍ଟ ବି-୨- ବି ଜରିଆରେ ସେଲ୍ କରିବାକୁ ଚାହୁଁଛନ୍ତି ତାହାଲେ ଲିଙ୍କଡଇନ୍ ଆପଣଙ୍କ ପାଇଁ ବେଷ୍ଟ । ଏଠାରେ ଆପଣ ପ୍ୟାଡ୍ କ୍ୟାମ୍ପେନ୍ ଓ ସ୍ପନସରଡ୍ ଆଡ୍ ଚଲାଇପାରିବେ । ଏହାଛଡା ଏଠାରେ ଆପଣ ନିଜ ପ୍ରଡକ୍ଟକୁ ମାଗଣାରେ ପ୍ରମୋଟ କରିପାରିବେ । ନିୟମିତ ପୋଷ୍ଟ କରିଲେ ଧିରେ ଧିରେ ଆପଣଙ୍କର ଲିଙ୍କଡଇନ୍ ବିଜନେସ୍ ପେଜ୍ ଗ୍ରୋ କରିବାକୁ ଲାଗିବ । ଲିଙ୍କଡଇନ୍ ରେ ରେଜିଷ୍ଟର ୟୁଜରସ୍ ହେଉଛନ୍ତି ୭୦୬ ମିଲିୟନ୍ ଠୁ ବି ଅଧିକ ।

PINTEREST-ଯଦି ଆପଣ ଇ-କମର୍ସ ବିଜନେସ୍ କରୁଛନ୍ତି । ତାହାଲେ ପିନେଟ୍ରଷ୍ଟ ଆପଣଙ୍କୁ ବହୁତ ଉପଯୋଗୀ ହେବ । କାହିଁକି ନା ଏହା ବ୍ୟବହାର କରିବା ବହୁତ ସହଜ । ଆଉ ସବୁଠୁ ସୁବିଧା ହେଉଛି ଏଠାରେ ଆପଣ ନିଜ ପ୍ରଡକ୍ଟ ସମ୍ବନ୍ଧିତ ସବୁ ସୂଚନା ପିନ୍ କରିପାରିବେ । ଆଉ ଏହାକୁ ଏକ ବୋର୍ଡ ବନାଇପାରିବେ । ବୋର୍ଡର ଅର୍ଥ ଏକ ପ୍ରକାରର ଗ୍ରୁପ୍ ଯାହା ଆପଣ ନିଜର ସବୁ ପିନ୍ କୁ ଆଡ୍ କରିପାରିବେ । ଆଉ ପିନଟ୍ରେଷ୍ଟରେ ଯେଉଁ ବି ପ୍ରଡକ୍ଟ ଆପଣ ବିକ୍ରି କରିବାକୁ ଚାହିଁବେ ଏହା ପ୍ରାୟତଃ ୮୭ ପ୍ରତିଶତ ଲୋକ କିଣିଥାନ୍ତି । କାହିଁକି ନା ଏଠାରେ ଆପଣଙ୍କୁ ଲିଡ୍ ଭଲ ମିଳିଯାଏ । ପିନଟ୍ରେଷ୍ଟରେ ୪୦୦ ମିଲିୟନ ଆକ୍ଟିଭ୍ ୟୁଜରସ୍ ଅଛନ୍ତି ।

YOUTUBE- ୟୁଟ୍ୟୁବ୍ ଦୁନିଆର ସବୁଠାରୁ ବଡ ଭିଡିଓ ପ୍ଲାଟଫର୍ମ । ଯେଉଁଠି ଆପଣଙ୍କୁ ସବୁ ପ୍ରକାରର ଭିଡିଓ ମିଳିଯିବ । ଆପଣଙ୍କୁ କହିରଖୁ କି ୟୁଟ୍ୟୁବ୍ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ । କିନ୍ତୁ ଏଥିରେ ଆପଣ ଭଲ ଭାବରେ ଲିଡ୍ ପାଇଯିବେ । ନିଜ ବିଜନେସ୍ ସମ୍ବନ୍ଧିତ ଭିଡିଓ ବନାଇ ଆପଣ ୟୁଟ୍ୟୁବ୍‌ରେ ଅପଲୋଡ୍ କରିପାରିବେ । ଏହା ଦ୍ୱାରା ଆପଣଙ୍କର େଓବସାଇଟ୍ ବି ପ୍ରମୋଟ ହେବ ଓ ୟୁଟ୍ୟୁବ୍ ରେ ଭଲ ଭିଡିଓ ଭ୍ୟୁ ଆସିଲେ ଆପଣଙ୍କର ଇନକମ୍ ବଢିବ । ୟୁଟ୍ୟୁବ୍ ରେ ୨ ବିଲିୟନ୍ ରୁ ଅଧିକ ଆକ୍ଟିଭ୍ ୟୁଜରସ୍ ଅଛନ୍ତି ।

SNAPCHAT–ସ୍ନାପ୍‌ଚାଟ୍ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ । ଯେଉଁଥିରେ ଆପଣ ଭିଡିଓ ଓ ଫୋଟ ଅପଲୋଡ୍ କରିବାର ଅପସନ୍ ପାଇବେ । ଆଉ ତାହା ୨୪ ଘଣ୍ଟା ପର୍ଯ୍ୟନ୍ତ ହ୍ୱାଟସଆପ୍ ଷ୍ଟାଟସ୍ ଭଳି ରହିଥାଏ । ତେଣୁ ଆପଣଙ୍କର କିଛି ରିୟଲ୍ ଟାଇମ୍ ଅପଡେଟ୍ କରିବାର ଥିବ ଏହା ସବୁଠୁ ବେଷ୍ଟ ପ୍ଲାଟଫର୍ମ । ତେବେ ସ୍ନାପଚାଟ୍ ରେ ସବୁଠୁ ଅଧିକ ଯୁବପିଢି ହିଁ ଆକ୍ଟିଭ୍ ଅଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )