Thursday 28th March 2024

ଧନିଆ କରିବ ଧନୀ॥ ଜାଣନ୍ତୁ ଧନିଆର ଉପକାରିତା ଓ ବଜାରରେ ଏହାର ଚାହିଦା…

ଧଣିଆ ଆମ ଭାରତର ଏକ ଅଧିକ ଚାହିଦା ଯୁକ୍ତ ଜିନିଷ । ଯେଉଁଥିରେ ସବୁ ବର୍ଗର ଜିନିଷ ତିଆରି କରାଯାଇପାରେ । ଧଣିଆ ଆମ ପାଇଁ କାହିଁକି ଏତେ ଲାଭ ଦାୟକ ସେ ବିଷୟରେ ଚାଲନ୍ତୁ ନଜର ପକାଇବା । ଧନିଆ ପାଉଡର ହେଉଛି ଭାରତୀୟ ରୋଷେଇର ଏପରି ଏକ ଉପାଦାନ ଯାହା ଅଧିକାଂଶ ଜିନିଷରେ ବ୍ୟବହୃତ ହୋଇଥାଏ । ସେହିପରି ଧନିଆ ପତ୍ରର ଗାର୍ନିସିଙ୍ଗ୍ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥାଏ । କିନ୍ତୁ ଧନିଆ ପାଣି ମଧ୍ୟ ସ୍ୱାସ୍ଥ୍ୟକୁ ଅନେକ ସୁବିଧା ଯୋଗାଇବାରେ ସହାୟକ ହୋଇଥାଏ । ଚାଲନ୍ତୁ ଜାଣିବା ଧନିଆ ପାଣି ପିଇବାର ଉପକାର ବିଷୟରେ ।

ପ୍ରସ୍ତୁତ ପ୍ରଣାଳୀ :

ଧନିଆ ପାଣି ତିଆରି କରିବା ପାଇଁ, ଆପଣ ଏକ ଚାମଚ ଧନିଆ ମଞ୍ଜି ଧୋଇ ଏକ କପ୍ ପାନୀୟ ପାଣିରେ ତାତିସାରା ଭିଜାଇ ରଖନ୍ତୁ । ସକାଳେ ଏହି ପାଣିକୁ ଛାଣି ପିଅନ୍ତୁ । ଯଦି ଆପଣ ଏହାକୁ ସକାଳେ ଖାଲି ପେଟରେ ପିଅନ୍ତି ତେବେ ଏହା ଅଧିକ ଲାଭଦାୟକ ହୋଇଥାଏ । ଧନିଆ ପାଣି ପିଇବାର ଫାଇଦା..

ଇମ୍ୟୁନିଟି ମଜବୁତ କରିଥାଏ :

ଧନିଆ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇଥାଏ । ଏହି ପାଣିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରରେ ଫ୍ରୀ ରେଡିକାଲ୍ସକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଅସୁସ୍ଥ ହେବାର ଆଶଙ୍କା କମ୍ ରହିଥାଏ ।

ହଜମ ପ୍ରକ୍ରିୟା ସଠିକ୍ କରିଥାଏ :

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ଧନିଆ ପାଣି ମଧ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହା ହଜମ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ହଜମ ସଠିକ୍ ଭାବରେ ହୋଇଥାଏ ।

ଶରୀରକୁ ଡିଟକ୍ସ କରିଥାଏ :

ଧନିଆ ପାଣି ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରିଥାଏ । ଏହାକୁ ପିଇବା ଦ୍ୱାରା ଶରୀରର ଟକ୍ସିନ୍ ବାହାରି ଯାଇଥାଏ । ଏହି କାରଣରୁ ସଂକ୍ରମଣ ହେବାର ଆଶଙ୍କା କମ ହୋଇଥାଏ ।

କେଶ ମଜବୁତ କରିଥାଏ :

ଧନିଆ ପାଣି ପିଇବା  କେଶକୁ ମଜବୁତ କରିଥାଏ, ଯେଉଁ କାରଣରୁ କେଶ ଝଡିବା କମ୍ ହୋଇଥାଏ । ଧନିଆ ମଞ୍ଜିରେ ଭିଟାମିନ୍-କେ, ସି ଏବଂ ଏ ପ୍ରଚୁର ପରିମାଣରେ ମିଳିଥାଏ । ଯାହା କେଶକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣ ଜଣେ ଚାଷୀ କିମ୍ବା ଚାଷ ସମ୍ବନ୍ଧୀତ କୌଣସି କ୍ଷେତ୍ରରେ ବ୍ୟାପର କରୁଛନ୍ତି ତାହାଲେ ଆଜିର ଖବର ଆପଣଙ୍କ ପାଇଁ । ସାଧାରଣତଃ ଚାଷୀ ସଂମ୍ପ୍ରଦାୟ ବଜାରର ମୂଲ୍ୟକୁ ନଜରରେ ରଖି ନିଜ ଜିନିଷର ସଂଜିତ କିମ୍ବା ବିକ୍ରି କରିବାକୁ ଚିନ୍ତା କରିଥାନ୍ତି । ଧରାଯାଉ ଯଦି କୌଣସୀ ଜିନିଷର ମୂଲ୍ୟ ବଜାରରେ କମ୍ ଥିବ ସେଇ ଟାଇମ୍ ରେ ସେଇ ଜିନିଷକୁ ଚାଷୀମାନେ ସଂରକ୍ଷିତ କରି ରଖିଦିଅନ୍ତି । କିନ୍ତୁ ଯଦି ଆପଣ ଧଣିଆ ଚାଷୀ ହୋଇଥିବେ । ତେବେ ବର୍ତ୍ତମାନ ହିଁ ସଠିକ୍ ସମୟ । ଧଣିଆର ମାର୍କେଟ ଦର ୧୫୦ଟଙ୍କା କିଲୋ ପ୍ରତି ରହିଛି । ଆଉ କ୍ୱିଣ୍ଟାଲ ପ୍ରତି ୧୦୫୫୦ ରହିଛି । କିଛି ଚାଷୀଙ୍କ ଅନୁସାରେ ଧନିଆର ଚାହିଦା ଆମ ଭାରତରେ ତ ଅଧିକ ରହିଛି । କିନ୍ତୁ ତଥାପି ବାହାର ବିଦେଶୀ ସ୍ଥାନରୁ କିଛି ଧନିଆ ଆସୁଛି ଯାହାପାଇଁ ଆମ ଘରୋଇ ଉତ୍ପାଦନରେ କମ୍ ଜିନିଷ ବିକ୍ରି ହେଉଛି ଓ କମ୍ ଦରରେ ବିକ୍ରି ହେଉଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )