Tuesday 23rd April 2024
କାର୍ଡିଆକ୍ ଆରେଷ୍ଟ ଲକ୍ଷଣକୁ କରନ୍ତୁନି ଅଣଦେଖା…

କାର୍ଡିଆକ୍ ଆରେଷ୍ଟ ଲକ୍ଷଣକୁ କରନ୍ତୁନି ଅଣଦେଖା…

ଆଜିର ସମୟରେ ଆମେ ନିଜ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଚିନ୍ତିତ । କେମିତି ଖାଦ୍ୟ ଖାଇଲେ ଆମେ ନିଜ ବଡିକୁ ଫିଟ୍ ରଖିପାରିବା । ସେନେଇ ଆମେ ଅଧିକରୁ ଅଧିକ ଚିନ୍ତାରେ ରହୁ । ସେଥିପାଇଁ ପ୍ରତ୍ୟେକ ମଣିଷ ନିଜକୁ ତନ୍ଦରୁସ୍ତ ରଖିବା ପାଇଁ ଜିମ୍ ଯିବା ବ୍ୟାୟାମ କରିବା ଓ ବିଭିନ୍ନ ସମୟରେ ଆକ୍ଟିଭ୍ ରହିବା ପାଇଁ ଚେଷ୍ଟା କରିଚାଲିଛି । ହେଲେ ତଥାପି ଆଜି କାଲି ମଣିଷଙ୍କର ଆୟୁଷ କମୁଛି ସତ ହେଲେ ବୃଦ୍ଧି ହେଉନାହିଁ ।


ଗୋଟିଏ ସମୟ ଥିଲା ସାଧାରଣ ଲୋକର ଆୟୁଷ ୭୦ ରୁ ୮୦ ବର୍ଷ ରହୁଥିଲା । କିନ୍ତୁ ବର୍ତ୍ତମାନ ଜଣେ ବ୍ୟକ୍ତି ୫୦ ବର୍ଷ ବଂଚିବା ବି କଷ୍ଟକର ହୋଇପଡୁଛି । ମାନେ ଆମେ କହିପାରିବା ବାର୍ଦ୍ଧକ୍ୟ ଆସିବା ଆଗରୁ ହିଁ ମଣିଷ ମୃତ୍ୟୁବରଣ କରୁଛି । କରୋନା ମହାମାରୀ ସମୟରେ ଆମେ ଜାଣିଛୁ ଏକ ଅଜଣା ରୋଗ ଆମ ଦୁନିଆରେ ଗ୍ରାସ କଲା ଓ ଅନେକ ଜୀବନ ଅକାରଣରେ ନେଇଗଲା । ହେଲେ ଥରେ ଚିନ୍ତା କଲେ ବର୍ତ୍ତମାନ କରୋନା ମହାମାରୀ ନାହିଁ କିନ୍ତୁ ହାର୍ଟ ଆଟାର୍କ ବା କାର୍ଡିଆକ୍ ଆରେଷ୍ଟରେ ବହୁତ ଲୋକଙ୍କର ଜୀବନ ଯାଉଛି । ତେବେ ଏହାର କାରଣ କଣ ହେଇପାରେ ?

ଯଦି ଉଦାହରଣ ଅନୁସାରେ କହିବା- ଗତ କିଛିଦିନ ହେବ ବଡ ବଡ କଳାକାର ମାନଙ୍କର କାର୍ଡିଆକ୍ ଆରେଷ୍ଟର ମୃତ୍ୟୁ ହେବା ଏକ ସାଧାରଣ କଥା ହେଇଗଲାଣି । ବଲିଉଡର ଅତି ଜଣାଶୁଣା ଗାୟକ କେକେଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି । କେତେ ଲୋକପ୍ରିୟ ଥିଲେ କେକେ ଓ ଲୋକଙ୍କ ହୃଦୟରେ ତାଙ୍କର ସୁମଧୁର ଗୀତ ସାରା ଜୀବନ ପାଇଁ ସାଇତି ହୋଇ ରହିବ । ହେଲେ ତାଙ୍କର ବି ଅକାଳ ମୃତ୍ୟୁ ଏହି କାର୍ଡିଆକ ଆରେଷ୍ଟ ପାଇଁ ହିଁ ହେଇଥିଲା । ଆଉ ବର୍ତ୍ତମାନ ଚର୍ଚ୍ଚିତ କମେଡି ଷ୍ଟାର ରାଜୁ ଶ୍ରୀବାସ୍ତବଙ୍କ କଥା ବି ଯଦି ନିଆଯାଏ । ତାହାଲେ ବି ସେ ଏକ୍ସସାଇଜ୍ କରୁଥିବା ସମୟରେ ହାର୍ଟ ଚୋକ୍ ର ଶିକାର ହେଲେ ଓ ଦୀର୍ଘ ୨ମାସ ହସ୍ପିଟାଲରେ ଚିକିସôା ହେଇବି କାର୍ଡିଆକ ଆରେଷ୍ଟ ପାଇଁ ମୃତ୍ୟୁବରଣ କଲେ । ତାହାଲେ ବର୍ତ୍ତମାନ ସାଧାରଣ ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ କରାଇଦେଉଛି ଯେ ଅଧିକ ସୁସ୍ଥ ପରିବେଶ,ଭଲ ଡାଏଟ୍ ଆଦି ସବୁକିଛି ଥାଇ ବି ଏହିଭଳି ବଡ ବଡ କଳାକାର ମାନେ କାହିଁକି କାର୍ଡିଆକ ଆରେଷ୍ଟରେ ମୃତ୍ୟୁ ବରଣ କରୁଛନ୍ତି ? କଣ ଏହି ରୋଗର କିଛି ସଂଙ୍କେତ ରହିଛି ? କଣ ଏହାକୁ ପୂର୍ବରୁ ଲକ୍ଷଣ ଅନୁସାରେ ଠାବ କରାଯାଇପାରିବ । ଚାଲନ୍ତୁ ଏସମ୍ଭନ୍ଧରେ ସ୍ପଷ୍ଟ ରୂପେ ଜାଣିବା ।

କାର୍ଡିଆକ ଆରେଷ୍ଟର ଲକ୍ଷଣ

କ୍ଲେଭଲ୍ୟାଣ୍ଡ କ୍ଲିନିକ ଅନୁସାରେ କାର୍ଡିଆକ ଆରେଷ୍ଟର ଲକ୍ଷଣ ପୂର୍ବରୁ ଜଣାପଡେ ନାହିଁ। ତଥାପି ଏଠାରେ ଦିଆଯାଇଥିବା ଲକ୍ଷଣ କାର୍ଡିଆକ ଆରେଷ୍ଟର ସଂକେତ ହୋଇପାରେ। ଯଦି କାହାରିଠାରେ ଏପରି ଲକ୍ଷଣ ଦେଖା ଯାଏ ତେବେ ତୁରନ୍ତ ସିପିଆର ଅଥବା ଡିଫାଇବ୍ରିଲେଟର ଦେଇପାରନ୍ତି ଓ ତୁରନ୍ତ ମେଡିକାଲ ସହାୟତା ଲାଗି ପଠାଇପାରିବେ। ଏଥିରେ ପ୍ରଥମ ଲକ୍ଷଣ ହେଉଛି ବେହୋସ ହୋଇଯିବା, ହୃଦଗତି ତୀବ୍ର ହେବା, ଛାତିରେ ଯନ୍ତ୍ରଣା ହେବା, ମୁଣ୍ଡ ବୁଲାଇବା, ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା, ବାନ୍ତି ହେବା ବା ପେଟ ଓ ଛାତିରେ ଏକ ସଙ୍ଗରେ ଯନ୍ତ୍ରଣା ହେବା। ଏପରି ଲକ୍ଷଣ ଅନୁଭବ କଲେ ତୁରନ୍ତ ଚିକିତ୍ସକୀୟ ସହାୟତା ନିଆଯାଇପାରେ।

ଅଚାନକ କାର୍ଡିଆକ ଆରେଷ୍ଟରେ ହୃଦୟ କାମ କରିବା ବନ୍ଦ କରିଦେଇଥାଏ। ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ହୋଇଥାଏ ଓ ଲୋକ ବେହୋସ ହୋଇଯାଇଥାଏ। ହୃଦୟର ଇଲେକ୍ଟ୍ରିକାଲ ସିଷ୍ଟମରେ ଗଡବଡ ଦେଖା ଦେବା ଯୋଗୁ ଏପରି ପରିସ୍ଥିତି ଉପୁଜିଥାଏ। ଫଳରେ ହୃଦୟର ପମ୍ପିଂ କ୍ରିୟା ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ। ତେବେ ହାର୍ଟଆଟାକ୍ ଓ କାର୍ଡିଆକ ଆରେଷ୍ଟ ଅଲଗା ଅଲଗା। ହାର୍ଟ ଆଟାକ୍‌ରେ ହୃଦୟର ଏକ ଅଂଶକୁ ରକ୍ତ ପହଞ୍ଚିବା ବନ୍ଦ ହୋଇଯାଇଥାଏ। ତେବେ କାର୍ଡିଆକ ଆରେଷ୍ଟରେ ହୃଦୟ ଅଚାନକ କାମ କରିବା ବନ୍ଦ କରିଦିଏ।

A cardiac resuscitation after fatal work accident

କେବେ କେବେ ହୃଦଘାତ (ହାର୍ଟ ଆଟାକ୍) ମଧ୍ୟ ଇଲେକ୍ଟ୍ରିକାଲ ସିଷ୍ଟମ ଗଡବଡକୁ ଟ୍ରିଗର କରିପାରେ। ଫଳରେ ଅଚାନକ କାର୍ଡିଆକ ଆରେଷ୍ଟ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କ ଲାଗି ରହିଛି ହୃଦଘାତର ବିପଦ। ଏଭଳି ଘଟଣା ଆଜିକାଲି ୩୫ରୁ ୪୦ ବର୍ଷ ବୟସ୍କଙ୍କ ଠାରେ ମଧ୍ୟ ଦେଖିବାକୁ ମିଳିଲାଣି। ତେବେ ଏଠାରେ ଦିଆଯାଇଥିବା କାରଣ ହାର୍ଟଆଟାକର କାରଣ ବି ହୋଇପାରେ। ଧୂମ୍ରପାନ, ଖରାପ କୋଲେଷ୍ଟ୍ରଲ,  ଉଚ୍ଚ ରକ୍ତଚାପ, ମଧୂମେହ, ମାନସିକ ଓ ସାମାଜିକ ଉତ୍ତେଜନା, ୱାର୍କଆଉଟ୍ ନ କରିବା, ଅଧିକ ମୋଟା ହେବା, କମ ଫଳ ଓ ପନିପରିବା ଖାଇବା ଓ ମଦ୍ୟପାନ କାର୍ଡିୟକ ଆରେଷ୍ଟର କାରଣ ହୋଇପାରେ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )