Saturday 25th January 2025
ଅଦା ଚା’ ପିଇ ଶରୀରକୁ ଦିଅନ୍ତୁ ଏହି ସବୁ ଫାଇଦା

ଅଦା ଚା’ ପିଇ ଶରୀରକୁ ଦିଅନ୍ତୁ ଏହି ସବୁ ଫାଇଦା

ଆମ ମାନଙ୍କ ମଧ୍ୟରେ ଅନେକ ଚା’ ପ୍ରେମୀ ଥିବେ ନିଶ୍ଚିନ୍ତ, ଖାସ କରି ଶୀତ ଦିନେ ଚା’ ପିଇବାର ମଜା ନେଇଥିବେ ଅନେକ ଲୋକ । ଆଉ ଯଦି ତାହା ଅଦା ଚା’ ହୋଇଥିବ ତେବେ ତାହା କଥା ପୁରା ନିଆରା । ତେଣୁ ଅଧିକାଂଶ ଲୋକଙ୍କ ଦିନ ବିନା ଚା’ରେ ଆରମ୍ଭ ହୁଏ ନାହିଁ । ଅଦାର ପ୍ରଭାବ ଗରମ ଥାଏ, ଏହାର ବ୍ୟବହାର ଶରୀର ଉଷ୍ମତା ଆଣିଥାଏ । ତେଣୁ ସାଧାରଣତଃ ଦିନରେ ଖାସ କରି ଅଦା ଚା’ ପିଇବା ଉଚିତ୍ । ଆପଣ ବି ଯଦି ଅଦା ଚା ପ୍ରେମୀ, ତେବେ ଆପଣ ଜାଣିଥିବେ କି ଅଦା ଚା’ ଶୀତ ଦିନେ କେବଳ ଶୀତର ପ୍ରଭାବକୁ ଦୂର କରେ ତା ନୁହେଁ ବରଂ ଶରୀରକୁ ଅନେକ ଫାଇଦା ମଧ୍ୟ ଦେଇଥାଏ । କେବଳ ଚା’ ପିଇ ଯେ ଶରୀରର ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ଆପଣ ଜାଣିଛନ୍ତି କି? ତେବେ ଅଦା ଚା’ରେ ଏକ ପ୍ରକାରର ଔଷଧ ଗୁଣ ରହିଥାଏ । ଯାହା କେଉଁ ବି ପରିସ୍ଥିତିରେ ପିଇବା, ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଅଦା ଚା’ ଆମ ଶରୀର ପାଇଁ କେତେ ଉପକାରୀ ହୋଇଥାଏ ।Turmeric Ginger Tea - A Natural Cold Remedy - The Healthy Tart

ଭିଟାମିନ୍ସ ଓ ପୋଷକ ତତ୍ତ୍ୱ:

ଅଦାରେ ବିଶେଷ କରି ଭିଟାମିନ୍-ଡି, ଭିଟାମିନ୍-ଇ, ଭିଟାମିନ୍-ଏ ଭଳି ଅନେକ ଭିଟାମିନ୍ ମିଳିଥାଏ । ପୋଷକ ତତ୍ତ୍ୱ ଭାବେ ମ୍ୟାଗ୍ନେସିୟମ୍, ଜିଙ୍କ, କ୍ୟାଲସିୟମ୍ ଓ ଆଇରନ୍ ମଧ୍ୟ ରହିଥାଏ ।

ଶରୀରର ଫୁଲା:

ଅଦାରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ଶରୀରର ଫୁଲାକୁ ହ୍ରାସ କରଥାଏ । ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଯାହା ଜୀବାଣୁ ରୋଗରୁ ରକ୍ଷା କରିଥାଏ ।

ପରିସ୍ରା:

ଯଦି ଶୀତ ଦିନେ ବାରମ୍ବାର ପରିସ୍ରା କରିବାରେ ଅସୁବିଧା ହୁଏ, ତେବେ ଦିନକୁ ଦୁଇଥର ଅଦା ଚା ପିଇବା ଲାଭଦାୟକ ।

ଥଣ୍ଡା-ଫ୍ଲୁ:

ଅଦା ଚା’ ଥଣ୍ଡା ଓ ଫ୍ଲୁ ସମ୍ବନ୍ଧୀୟ ରୋଗରୁ ରକ୍ଷା କରେ, ଥଣ୍ଡାରୁ ବଞ୍ଚାଇଥାଏ, ଯାହା ଶୀଘ୍ର ଭଲ କରିଥାଏ ।

ଅନ୍ୟାନ ରୋଗରୁ ମୁକ୍ତି:

ଅଦା ଚା’ ପିଇବା ଦ୍ୱାରା ମୁଣ୍ଡ ବିନ୍ଧାରୁ ଆରାମ ପ୍ରଦାନ କରେ, ଓଜନ ନିୟନ୍ତ୍ରଣ କରେ, ହଜମ ଭଲ ହୋଇଥାଏ, ଅଳସୁଆମି ଦୂର କରେ, କିଡନୀ ସମ୍ବନ୍ଧୀତ ସମସ୍ୟାକୁ ରୋକିଥାଏ ।

ଏହା ବ୍ୟତୀତ ସୁସ୍ଥ ରହିବା ପାଇଁ ଆପଣ ଦିନକୁ ୨-୩ ଥର ଅଦା ଚା’ ପିଇ ପାରିବେ । ଗୋଟିଏ ଦିନରେ ୨ଥର ପିଇବା ଯଥେଷ୍ଟ ହୋଇଥାଏ । ଯଦି ସ୍ୱାସ୍ଥ୍ୟ ଖରାପ ତେବେ ଆପଣ ଦିନରେ ୩-୪ କପ୍ ଚା ପିଇ ପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )