Saturday 27th July 2024
ସୁନ୍ଦର ପିଚାଇଙ୍କର ଏହିସବୁ କାମ ଆପଣଙ୍କୁ ପ୍ରେରଣା ଦେବ…

ସୁନ୍ଦର ପିଚାଇଙ୍କର ଏହିସବୁ କାମ ଆପଣଙ୍କୁ ପ୍ରେରଣା ଦେବ…

ଏମିତି ଅନେକ ସମୟ ରହିଛି ଯେଉଁଠି ଭାରତୀୟ ମାନେ ନିଜର କଳା ପ୍ରଦର୍ଶନ କରି ବେଶ୍ ନାଁ କମେଇଛନ୍ତି । ନିଜର ଟ୍ୟାଲେଣ୍ଟ,ସାହାସ,ମନବଳ ଓ ଅଦ୍ଭୁତ କୌଶଳ ଦମ୍ ରେ ବିଦେଶୀ ମାନଙ୍କ ଆଗରେ ବଡ ପଦବୀରେ ବି ରହିଛନ୍ତି । ଏମାନେ ଆମ ଭାରତର ହିଁ ଗୌରବ । କେବଳ ସେତିକି ନୁହେଁ ବିଦେଶୀଙ୍କ ଆଗରେ ନିଜ ଦେଶର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କିନ୍ତୁ କିଛି ଏମିତି ଭାରତୀୟ ଅଛନ୍ତି ଯେଉଁମାନଙ୍କୁ ଖାଲି ବିଦେଶରେ ନୁହେଁ ସାରା ବିଶ୍ୱରେ ବି ପ୍ରସିଦ୍ଧ । ସେମିତି ଜଣେ ଜଣାଶୁଣା ଓ ସାରା ବିଶ୍ୱରେ ପରିଚିତ ହେଇଥିବା ନାଁ ହେଉଛି ସୁନ୍ଦର ପିଚାଇଙ୍କର । ନାଁ ହିଁ ଯେମିତି ସୁନ୍ଦର ତାଙ୍କର ଚାଲିଚଳଣି ମଧ୍ୟ ସେମିତି ସୁନ୍ଦର । ଦୁନିଆର ସବୁ ପ୍ରଶ୍ନର ଉତ୍ତର ଦେଇପାରୁଥିବା ସର୍ଚ ଇଂଜିନ ଗୁଗୁଲ୍ ର ସେ ହେଉଛନ୍ତି ସିଇଓ । ସୁନ୍ଦର ପିଚାଇଙ୍କ ବିଷୟରେ ଆପଣ ଅନେକ କଥା ଶୁଣିଥିବେ ଅବା ଜାଣିଥିବେ । କିନ୍ତୁ ଆଜି ଆମେ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିବା ଯାହା ବୋଧହୁଏ ଆପଣଙ୍କୁ ଗୌରବାନ୍ୱିତ ଅନୁଭବ କରିବ ।

-ସୁନ୍ଦର ପିଚାଇ ଗୁଗୁଲ୍ ରେ କାମ କରନ୍ତି ଓ ଆମେ କାମ ପାଇଁ ଗୁଗୁଲ୍ କରୁ । ଏହାହିଁ ତଫାତ୍ ତାଙ୍କ ଓ ଆମ ଭିତରେ । ସେ ଯେଉଁ ଗୁଗଲ୍ ରେ କାମ କରୁଛନ୍ତି ତାକୁ ଆମେ ଆମ କାମରେ ଲଗେଇପାରୁଛୁ । କେବଳ କାମ ନୁହେଁ ସବୁପ୍ରକାରର କାମ ରେ ଲଗେଇପାରୁଛୁ । ୧୦ ଜୁନ୍ ୧୯୭୨ରେ ତାମିଲନାଡୁରେ ଜନ୍ମ ହୋଇଥିଲେ ସୁନ୍ଦର ପିଚାଇ । ତାଙ୍କ ପିତା ଜୁନିୟର ଇଂଜିନିୟର ଥିଲେ । ଗୋଟିଏ ମଧ୍ୟମଧରଣ ପରିବାରରେ ପିଲାଦିନ କଟିସାରିବା ପରେ ସେ ଘରର ଆର୍ଥିକ ସ୍ଥିତି ଠିକ୍ କରିବା ପାଇଁ ପାଠ ପଢା ଓ ତାସହ ଚାକିରୀ କରିବା ବି ଆରମ୍ଭ କରିଦେଇଥିଲେ ।

-ସମସ୍ତେ ଭାବନ୍ତି ଗୁଗଲ୍ ର ସିଇଓ ସୁନ୍ଦର ପିଚାଇ ନିଶ୍ଚିତ ପିଲାଦିନୁ ଟେକ୍ନୋଲୋଜୀରେ ରୁଚି ରଖୁଥିବେ । କିନ୍ତୁ ଏମିତି ବିଲକୁଲ୍ ବି ନଥିଲା । ବରଂ ତାଙ୍କର ରୁଚି କ୍ରିକେଟ ପ୍ରତି ରହିଥିଲା । ନିଜ ସ୍କୁଲରେ ସୁନ୍ଦର କ୍ରିକେଟ ଟିମ୍ ର କ୍ୟାପଟେନ୍ ଥିଲେ । ଆଉ ସମୟ ଅନୁସାରେ ରୁଚି ବି ବଦଳିଗଲା ।

-ଭଲ ପାଠପଢୁଥିଲେ ବୋଲି ସ୍କୋଲାର୍ସିପ୍ ପାଇ ସୁନ୍ଦର ଆମେରିକା ଯିବା ପାଇଁ ପ୍ରସ୍ତୁତ ହେଲେ । ସେ ଷ୍ଟେନଫୋର୍ଡ ୟୁନିଭରସିଟି ରୁ ଏମଏସର ପାଠପଢା ପୁରା କରି ବୋଷ୍ଟନ ୟୁନିଭରସିଟିରୁ ଏମବିଏ କରିଥିଲେ । ପାଠପଢାରେ ଖୁବ୍ ଭଲ ଥିଲେ ସୁନ୍ଦର ପିଚାଇ । ଗ୍ରାଜୁଏସନ ପରେ ଯେତେବେଳେ ସେ ଆମେରିକା ଗଲେ ସେତେବେଳେ ତାଙ୍କ ପିତା ଫ୍ଲାଇଟ୍ ରେ ଟିକଟ କରିବା ପାଇଁ କରଜ କରିଥିଲେ । ସେ କରଜ ଥିଲା ନିଜ ଭାଗର ଦରମା । ପୁରା ବର୍ଷକର ଦରମାକୁ ଆଗୁଆ ମାଗିଥିଲେ ନିଜ ପୁଅର ଟିକଟ କରିବା ପାଇଁ ଆଉ ବର୍ଷସାରା କେମିତି ଚଳିବେ ତାର ସାମାନ୍ୟ ବି ଚିନ୍ତା ନକରି ପୁଅର ଫ୍ଲାଇଟ୍ ଟିକଟ କଲେ । ସୁନ୍ଦର ପିଚାଇଙ୍କର ଇଚ୍ଛା ଥିଲା ତାଙ୍କ ମା ବି ତାଙ୍କ ସହ ଯାଆନ୍ତୁ କିନ୍ତୁ ସେତିକିରେ କେବଳ ଗୋଟିଏ ଟିକଟ ହିଁ ହୋଇପାରିଲା । ଆଜି ସେହି ସୁନ୍ଦର ପିଚାଇ ଚାହିଁଲେ ବର୍ଷକ ଦରମାରେ ନିଜ ଇଚ୍ଛାମୁତାବକ ୧୦ ଟି ଫ୍ଲାଇଟ୍ କିଣିପାରିବେ ।

-ଭାରତର ସବୁଠୁ ପ୍ରଖ୍ୟାତ ଆଇଆଇଟି ସଂସ୍ଥାନରେ ପାଠ ପଢିବାକୁ ଗଲେ ସୁନ୍ଦର । ସେଠାରେ ଇଂଜିନିୟରିଂ କରି ଡିଗ୍ରୀ ମଧ୍ୟ ହାସିଲ କଲେ । ଖାଲି ସେତିକି ନୁହେଁ ସେ କଲେଜରେ ସିଲଭର୍ ମେଡାଲିଷ୍ଟ ମଧ୍ୟ ଥିଲେ ।

-କଲେଜ ସମୟରେ ସୁନ୍ଦରଙ୍କର ଦେଖା ହୋଇଥିଲା ନିଜ ଭଲପାଇବା ଅଂଜଳିଙ୍କ ସହ । ଆଉ ଆଜି ସେ ତାଙ୍କ ଧର୍ମପତ୍ନୀ ମଧ୍ୟ । ଆପଣ ବୋଧ ହୁଏ ଜାଣିନଥିବେ ତାଙ୍କ ସ୍ତ୍ରୀ ପାଇଁ ସେ ଗୁଗଲ୍ ମ୍ୟାପ୍ ର ଉଦ୍ଭାବନ କରିବାରେ ସକ୍ଷମ ହୋଇଥିଲେ । ଗୋଟିଏ ସାଙ୍ଗ ଘରେ ଡିନର୍ କରିବା ପାଇଁ ଯିବାର ଥିଲା କିନ୍ତୁ ଆମେରିକାରେ ଠିକ୍ ଭାବେ ରାସ୍ତା ପାଇନଥିଲେ ବୋଲି ସେ ବିଳମ୍ବରେ ପହଂଚିଲେ ଓ ତାଙ୍କ ସ୍ତ୍ରୀ ରାଗିଯାଇଥିଲେ । ସେଇଦିନ ସେ ଅଫିସ୍ କୁ ଯାଇ ଚିନ୍ତାକଲେ ଏମିତି ଆହୁରୀ ଅନେକ ଲୋକ ଥିବେ ଯେଉଁମାନେ କି ରାସ୍ତା ନ ପାଇବା କାରଣରୁ ବିଳମ୍ବରେ ପହଂଚୁଥିବେ । ତେଣୁକରି ଏକ ମ୍ୟାପ୍ ର ବ୍ୟବସ୍ଥା କରିବା କଥା ସେ ଚିନ୍ତା କଲେ । ଆଉ ନିଜ ଟିମ୍ ସହ ମିଶି ସେ ଗୁଗଲ୍ ମ୍ୟାପ୍ ର ଆରମ୍ଭ କଲେ । ଆଉ ଧିରେ ଧିରେ ସବୁ ଜାଗାରେ ତାର ଆବଶ୍ୟକତା ବଢିଲା । ଆଜି ୭ ବିଲିୟନ ଲୋକଙ୍କ ଭିତରୁ ୨ ବିଲିୟନ୍ ଲୋକ୍ ରେଗୁଲାର୍ ଏହି ମ୍ୟାପ୍ କୁ ବ୍ୟବହାର କରୁଛନ୍ତି ।

-ଆଜି ଯେଉଁ ଜିମେଲ୍ କୁ ସାରା ଦୁନିଆ ବ୍ୟବହାର କରୁଛି ତାର ସୃଷ୍ଟିକର୍ତ୍ତା ବି ସୁନ୍ଦର ପିଚାଇ । କେବଳ ସେତିକି ନୁହେଁ ଗୁଗଲ୍ କ୍ରୋମକୁ ବି ତିଆରି କରିଥିବା ବ୍ୟକ୍ତିବିଶେଷ ହେଉଛନ୍ତି ସୁନ୍ଦର ପିଚାଇ । ପିଚାଇ ୨୦୦୪ ରୁ ଗୁଗଲ୍ ସହିତ ଉଦ୍ଭାବକ ହିସାବରେ କାମ କରିଆସୁଥିଲେ ଓ ଶେଷରେ ୨୦୧୫ରେ ତାଙ୍କୁ ସିଇଓ ପଦବୀ ମିଳିଲା । ସିଇଓ ହେବା ପରେ ଦାୟିତ୍ୱ ସରିଯାଏନି ବୋଲି ଭାବନ୍ତି ସୁନ୍ଦର ପିଚାଇ ।


-ସୁନ୍ଦର ପିଚାଇ ଦିନେ ତାଙ୍କ ଝିଅ ସହ ଗାର୍ଡେନରେ ବସିଥିବା ସମୟରେ ଗୋଟିଏ ମଜାଳିଆ ଘଟଣା ଘଟିଲା । ତାଙ୍କ ଝିଅ ୩ ରୁ ୪ଟି ଫୁଲ ଆଣି ସୁନ୍ଦରକୁ ଦେଖେଇ ସେମାନଙ୍କର ନାଁ ପଚାରିଲେ,କିନ୍ତୁ ସୁନ୍ଦରଙ୍କ ପାଖରେ କିଛି ବି ଉତ୍ତର ନଥିଲା । ଝିଅ କହିଲା କି ବାପା ତୁମେ ଏତେ ବଡ ବଡ ଜାଗାରୁ ପାଠ ପଢିଛ କିନ୍ତୁ ଏଇ ସାମାନ୍ୟ ଜିନିଷ ବିଷୟରେ ଜାଣିନ । ଏହିକଥାଟି ତାଙ୍କୁ ଗୋଟିଏ ଗଭୀର ଚିନ୍ତାରେ ପକାଇଦେଲା । ସେ ଭାବିଲେ ଆରେ ମୁଁ ଏତେ ପାଠ ପଢି ଯଦି ଏସବୁ ଜାଣିନି ତାହାଲେ ସାଧାରଣ ଲୋକେ ଏସବୁ ବିଷୟରେ କେମିତି ଜାଣିବେ । ସେଥିପାଇଁ ସେ ଚିନ୍ତାକଲେ ଏକ ନୂଆ ଜିନିଷ । ଯାହା ଥିଲା ଗୁଗଲ୍ ଲେନ୍ସ । ଗୁଗଲ୍ ଲେନ୍ସ ଦ୍ୱାରା ସେ କିଛି ଏମିତି ତିଆରି କଲେ ଯାହା ପ୍ରତି ସାଧାରଣ ବ୍ୟକ୍ତିଙ୍କ କାମରେ ଆସିଲା । ଲେନ୍ସ ମାଧ୍ୟମରେ ଯାହା ବି ସ୍କାନ କରିବେ ତାହା କେଉଁଠି କେମିତି ଓ ତାର ପୁରା ତଥ୍ୟ ସହଜରେ ମିଳିପାରୁଥିବ । ଯଦି ଆପଣ କେଉଁ ମାର୍କେଟରେ ବୁଲୁଛନ୍ତି ତାହାଲେ ଗୁଗଲ ଲେନ୍ସ ସାହାର୍ଯ୍ୟରେ ଆପଣ ସ୍କାନ କରିପାରିବେ । ଆଉ ଆପଣଙ୍କ ଜରୁରୀ ସାମାନ୍ କେଉଁଠି ମିଳିବ ତାହାର ପୁରା ତଥ୍ୟ ଗୁଗଲ୍ ସ୍କାନ ଦେଇଦେବ । ଏହିଭଳି ଦୈନନ୍ଦିନ ଜରୁରୀ ଓ ତଥ୍ୟ ଭିତ୍ତିକ ସୂଚନା ପାଇଁ ଆରମ୍ଭ ହେଲା ଗୁଗଲ ଲେନ୍ସ ।

– ଆଜି ସୁନ୍ଦର ପିଚାଇ ରହୁଛନ୍ତି ପେଲୋ ଅଲ୍ଟୋରେ । ଏହା କାର୍ଲିଫର୍ଣ୍ଣିଆର ସିଲିକନ୍ ଭେଲୀ ରେ ରହିଛି । କୁହାଯାଏ ,ଏହା ଆମେରିକାର ସବୁଠୁ ସମୃଦ୍ଧ ସହର । ୨୮୧ ମିଲିୟନ୍ ଡଲାର୍ ଦରମା ଆକାରରେ ପ୍ରତିମାସରେ ସୁନ୍ଦର ପିଚାଇଙ୍କୁ ମିଳୁଛି । ସୁନ୍ଦର ପିଚାଇ ଏହା କୁହନ୍ତି କି- ସୁଯୋଗ ନଥାଏ ସୁଯୋଗ ସୃଷ୍ଟି କରିବାକୁ ପଡେ ଆଉ ତାର ସଠିକ୍ ଉପଯୋଗ କଲେ ହିଁ ସଫଳତା ମିଳିପାରେ ।

ସୁନ୍ଦର ପିଚାଇଙ୍କ ପାଇଁ ଗର୍ବ ଅନୁଭୂତ ହୁଏ ,କାହିଁକି ବା ହେବନି । ଏତେସବୁ ନୂତନ ଆବିଷ୍କାର କରି ସେ ଜଣେ ଭାରତୀୟ ହିସାବରେ ଆମର ଗର୍ବ ବଢାଇଛନ୍ତି । ତାଙ୍କ ଜୀବନର ଆରମ୍ଭ ହିଁ ସାଧାରଣ ଥିଲା କିନ୍ତୁ ତାଙ୍କୁ ପ୍ରର୍ଯୁର୍ଯ୍ୟ ସେ ବନାଇଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )