Thursday 25th April 2024
ଆନ୍ତର୍ଜାତୀୟ ସ୍ତରରେ ସଫଳ ହେଲା ଓଡ଼ିଆଙ୍କ ଫିଲ୍ମ “ଏକରିକ”

ଆନ୍ତର୍ଜାତୀୟ ସ୍ତରରେ ସଫଳ ହେଲା ଓଡ଼ିଆଙ୍କ ଫିଲ୍ମ “ଏକରିକ”

() ଓଡିଶାରେ ଚଳଚିତ୍ରକୁ ନେଇ ବର୍ତମାନ  ଚାଲିଛି ଅଙ୍କକଷା କଷି । କେମିତି ଓଡିଆ ତାର ପୂରୁଣା ଗୌରବକୁ ପୁଣି ଫେରିପାରିବ ତାର ଚିନ୍ତା ସମସ୍ତଙ୍କୁ ଘାରିଛି । ହେଲେ ଓଡିଆ ଲୋକଙ୍କୁ ଓଡିଆ ଚଳଚିତ୍ର କାହିଁକି ଭଲଲାଗୁନି ଏହା ଏକ ବିଶେଷ ସାଙ୍ଘାତିକ ଆଲୋଚନା ଯୁକ୍ତ ବିଷୟ । କିନ୍ତୁ ଓଡିଆ ଚଳଚିତ୍ର ନିର୍ମାଣ କରୁଥିବା ଅନେକ ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ଥିଏଟର ପାଇଁ ସିନା ଫିଲ୍ମ କରିନାହାନ୍ତି, କି କଳାକାରଙ୍କୁ ନେଇ କିଛି ନୂଆ ଆକ୍ସନ ଫିଲ୍ମ କରିନାହାନ୍ତି ତଥାପି ସେମାନେ ନିଜର ପରିଚୟ ଏକ ଫିଲ୍ମ ନିର୍ମାତା ହିସାବରେ କରିପାରିଛନ୍ତି। ଆମ ଓଡିଶାରେ ଏମିତି ବହୁତ ଜଣ ଅଛନ୍ତି ଯେଉଁମାନେ ପ୍ରକୃତି ଓ ସବୁଜିମା ଘେରା ମାଟିରେ ପ୍ରମାଣିକ ଚଳଚିତ୍ର କରିବାର ପ୍ରୟାସ କରିଛନ୍ତି । ପ୍ରମାଣିକ ଚଳଚିତ୍ରରେ ସିନା ଡାଇଲଗ୍ କହୁଥିବା ହିରୋ ନଥାଏ ହେଲେ ଅନେକ ଅକୁହା କାହାଣୀକୁ ପ୍ରକାଶ କରିବାର ଶକ୍ତି ପ୍ରମାଣିକ ଚଳଚିତ୍ରରେ ଥାଏ । ତେଣୁକରି ଏହିଭଳି ଏକ ଚେଷ୍ଟା କରି ଆମ ମାଟିର ୨ ଓଡିଆ ପୁଅ ଏବେ ଚର୍ଚ୍ଚାରେ । କଥାରେ ଅଛି ନା ଏକତା ହିଁ ବଳ । ଏହି ମନ୍ତବ୍ୟକୁ ପ୍ରମାଣ କରି ଦେଖାଇଛନ୍ତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ଦୁଇ ଓଡ଼ିଆ ପୁଅ । Athvikvaruni International Film Festival, Chennaiରେ ‘ଓମ୍ କମ୍ ମିଡିଆ’ ଦ୍ୱାରା ପ୍ରସ୍ତୁତ ଡକୁ୍୍ୟମେଣ୍ଟାରୀ ଫିଲ୍ମ “ଏକରିକ୍” ଶ୍ରେଷ୍ଠ ଚଳଚିତ୍ର ଭାବେ ମାନ୍ୟତା ପାଇଛି ।

ଏହି ଫିଲ୍ମଟି ଜଳବାୟୁ ପରିବର୍ତ୍ତନ ବିଷୟବସ୍ତୁକୁ ନେଇ ନିର୍ମିତ ହୋଇଥିବା ବଳେ ଚଳଚିତ୍ରଟିର ନିଦେ୍ର୍ଦଶନା ଦେଇଛନ୍ତି ଯଯାତି କରଣ ଓ ମାନସ ପରିଡ଼ା ।  ପୂର୍ବରୁ ଅନେକ ଛୋଟ ଫିଲ୍ମ ପ୍ରସ୍ତୁତ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଶଂସା ସାଉଁଟିଛନ୍ତି ଯୁବ ନିଦେ୍ଦଶକ ମାନସ ପରିଡ଼ା । କିନ୍ତୁ ଏହି ଚଳଚିତ୍ର ତାଙ୍କ ପାଇଁ ଗୋଟିଏ ନୂଆ ପରିଚୟ ସୃଷ୍ଟି କରିବ ବୋଲି ମାନସ କହିଛନ୍ତି ।ଏହି ଡକୁ୍ୟମେଣ୍ଟାରୀ ଫିଲ୍ମର ଡିଓପି ନୀଳକଣ୍ଠ ଆଚର୍ଯ୍ୟ ଥିବା ବେଳେ ସ୍କ୍ରିପ୍ଟ ଲେଖିଛନ୍ତି ଟ୍ରେସି ସୀଲଚି । ସେହିଭଳି ଗ୍ରାଫିକ୍ସ ଭାର ସମ୍ଭାଳିଛନ୍ତି ଶୁଭଞ୍ଜୟ ଦାସ ଓ ସମ୍ପାଦନା ଦାଇତ୍ୱରେ ରହିଛନ୍ତି ସରୋଜ ରାଉଳ । ଫିଲ୍ମଟିର ପୁରା ସୁଟିଂ କେନ୍ଦ୍ରାପଡ଼ାର ସାତଭାୟା ଓ ଭିତରକନିକା ଅଞ୍ଚଳରେ ହୋଇଛି ।ତେବେ ଓଡ଼ିଶାର ସମଗ୍ର ଉପକୂଳ ଅଞ୍ଚଳ ବାଲେଶ୍ୱର ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ବିସ୍ତୃତ । ଯେଉଁଠି ୨୦୫୦ ମସିହା ସୁଦ୍ଧା ସମୁଦ୍ର ପତ୍ତନ ବୃଦ୍ଧି କାରଣରୁ ବନ୍ୟା ଓ ଜଳମଗ୍ନ ହେବାର ଆଶଙ୍କା ରହିଛି । ୨୦୧୮ ରେ ଚେନ୍ନାଇର ନ୍ୟାସନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ ଅନୁଯାୟୀ ଓଡିଶାରେ ୧୯୯୯ ରୁ ୨୦୧୬ ମଧ୍ୟରେ ସମୁଦ୍ର ଜଳ ପ୍ରବେଶ ହେତୁ ପ୍ରାୟ ୧୫୪ କିଲୋମିଟର ଉପକୂଳ କ୍ଷୟ ହୋଇଛି । ଖାଲି ସେତିକି ନୁହେଁ ଏହାଦ୍ୱାରା ଉପକୂଳବର୍ତ୍ତୀ ଜନବସତିର ଲୋକେ କିଭଳି ଅସୁବିଧାର ସମୁଖିନ୍ନ ହେଉଛନ୍ତି ତାହା ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ଦର୍ଶାଯାଇଛି ।ଗୋଟିଏ ପଟେ କିଛି ଓଡ଼ିଆ ଫିଲ୍ମକୁ, ଫିଲ୍ମହଲରେ ରିଲିଜ୍ କରିବାକୁ ସୁଯୋଗ ମିଳୁନଥିବା ବେଳେ କିନ୍ତୁ ବଲିଉଡ ଏବଂ ଡଲିଉଡ୍ ପିଲ୍ମ ଗୁଡ଼ିକୁ ସୁଯୋଗ ମିଳୁଛି । ଯାହାଫଳରେ ଓଡ଼ିଆ ଫିଲ୍ମକୁ ଲୋକ ଫିଲ୍ମହଲ୍ ଯାଇ ଦେଖିବା ଖୁବ୍ କମ୍ ପସନ୍ଦ କରୁଛନ୍ତି । ଅନ୍ୟପଟେ ଏପରି ବି କିଛି ଓଡ଼ିଆ ଫିଲ୍ମ ଅଛି ଯାହାକୁ ଜାତୀୟ ଓ ଅନ୍ତର୍ଜାତୀୟ ଆୱାର୍ଡ ମଧ୍ୟ ମିଳୁଛି । ଯାହା ଓଡ଼ିଶା ପାଇଁ ଏକ ଗର୍ବ, ଗୌରବର ବିଷୟ ଅଟେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )