Friday 26th April 2024

ବର୍ଷାଦିନରେ ପିଅନ୍ତୁ ଏହିସବୁ ଚା..ପାଇବେ ଭରପୁର ଫାଇଦା

ସ୍ୱାସ୍ଥ୍ୟ ପାଇଁ ଚିନ୍ତା ସଭିଙ୍କର ଥାଏ । କିନ୍ତୁ ତାର ଉପାୟ ଜାଣିବା ପାଇଁ ସମୟ ସମସ୍ତଙ୍କ ପାଖରେ ନଥାଏ । ଯେକୌଣସୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ଆମେ ଡାକ୍ତରଙ୍କ ପାଖକୁ ଯିବା ଜରୁରୀ ଭାବୁ । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାପାଇଁ ଆମେ ଘରେ ବି ବିଭିନ୍ନ ଉପାୟରେ ନିଜ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଠିକ୍ କରିପାରିବୁ । ଏଇ ଯେମିତି ବର୍ତ୍ତମାନର ବର୍ଷା ସମୟ । ଏହିଭଳି ଋତୁରେ ଦେହପା ଖରାପ ହେବ ଏକ ସ୍ୱାଭାବିକ କଥା । କାରଣ ହଠାତ୍ ଗରମ ଓ ତାପରେ ବର୍ଷା ଯୋଗୁଁ ସ୍ୱାସ୍ଥ୍ୟ ବିଗିଡି ଯାଏ । ତେଣୁ ମନସୁନ୍ ରେ ଚା’ ପିଇବାର ମଜା ହିଁ କିଛି ଅଲଗା ଥାଏ । କିନ୍ତୁ ଚା ପିଇବାର ମଜା ଉଠାଇବା ସହ ଇମ୍ୟୁନିଟି ମଧ୍ୟ ବଢାଇବା ଜରୁରୀ । ତେଣୁ ବର୍ଷାଦିନରେ ଏହି ଖାସ୍ ସାମଗ୍ରୀ ସହିତ ବନାନ୍ତୁ ଚା’,ଯାହା ଦ୍ୱାରା ଆପଣଙ୍କ ଶରୀର ରୋଗମୁକ୍ତ ରହି ପାରିବ ।

ପ୍ରତ୍ୟେକ ଘରେ ଅଦା ଓ ତୁଳସୀ ଏହି ଦୁଇଟି ଜିନିଷ ନିଶ୍ଚିତ ଉପଲବ୍ଧ ଥାଏ । ଆଉ ଏହି ଦୁଇଟି ଜିନିଷ ଦେହ ପାଇଁ ଖୁବ୍ ଉପକାରୀ । ତେଣୁ ଯେ କୌଣସି ଚା’ ରେ ଏହାର ବ୍ୟବହାର କରି ଆପଣ ଲାଭ ପାଇପାରିବେ । ତୁଳସୀ ଯାହା ଔଷଧ ଭାବରେ ପରିଗଣିତ ହୁଏ । ସାଧାରଣତଃ ଏହାକୁ ବ୍ୟବହାର କରିବା ଚାପରୁ ମୁକ୍ତି ମିଳିବା ସହ ଏବଂ ଶକ୍ତି ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରେ।  ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଏଜିଂ ଗୁଣ ରହିଥାଏ। ଯାହା ଶରୀରରେ କ୍ଷତିକାରକ ଜୀବାଣୁ ସହ ଲଢିଥାଏ ।  ଅଦା ଏପରି ଏକ ପରିବା ଯେଉଁଥିରେ ସମସ୍ତ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଏହା ବ୍ୟତୀତ ଅଦା ଶରୀରର ଟିସୁକୁ ପୋଷକ ତତ୍ତ୍ଵରେ ଉନ୍ନତି କରିଥାଏ । ଅଦା ଥଣ୍ଡାକୁ ଦୂରେଇ ରଖିବା ପାଇଁ ବହୁତ ସାହାଯ୍ୟ କରେ।

 

ବର୍ଷାଦିନରେ କେଉଁ ଚା’ ପିଇବା ଉଚିତ୍ –

ଅଦା ଚା’– ଯଦି ଆପଣ ମନସୁନ୍‌ରେ ଅଦା ଚା ପିଅନ୍ତି। ତେବେ ଆପଣଙ୍କୁ ଫ୍ଲୁ, କାଶ, ଥଣ୍ଡା ଇତ୍ୟାଦିରୁ ରକ୍ଷା ପାଇପାରିବେ। ଏହା ବ୍ୟତୀତ ଅଦା ଚା’ ମଧ୍ୟ ଏହି ଦିନମାନଙ୍କରେ ହେଉଥିବା ହଜମ ସମସ୍ୟାରେ ମଧ୍ୟ ଲାଭଦାୟକ ଅଟେ । ଏହା ବ୍ୟତୀତ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣିଥାଏ।  ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।

ଗ୍ରୀନ ଟି-ଗ୍ରୀନ୍ ଟିରେ ସାଧାରଣତଃ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ। ଏହା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରେ। ଯାହା ଦ୍ବାରା ସଂକ୍ରମକ ରୋଗକୁ ଏଡାଇ ଦିଆ ଯାଇପାରିବ। ଚର୍ମ ଏବଂ କେଶକୁ ମୁକ୍ତ ରେଡିକାଲର କ୍ଷତିରୁ ରକ୍ଷା କରିବାରେ ଗ୍ରୀନ୍ ଟି ମଧ୍ୟ ଲାଭଦାୟକ ଅଟେ । ଏହାକୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ ।

 

ତୁଲସୀ ଚା’-ଯଦି ଆପଣ ଏହି ବର୍ଷାଦିନରେ ମୁଣ୍ଡବ୍ୟଥା, ଥଣ୍ଡା, କାଶ ଇତ୍ୟାଦି ଅସୁବିଧାରେ ପଡିଛନ୍ତି। ତେବେ ଏହାକୁ ଆପଣ ଆପଣାଇ ପାରିବେ । କାହିଁକି ନା ଏହାକୁ ପିଇବା ଦ୍ଵାରା ଶରୀରରକୁ ଆରାମ୍‌ ମିଳେ। କିମ୍ବା ମଧୁମେହ, ଚିନ୍ତା ଏବଂ ଡିପ୍ରେସନ୍‌ରେ ଥିଲେ ମଧ୍ୟ ଆରାମ୍‌ ଦିଏ । ତୁଳସୀରେ   ଆଣ୍ଟି-ଇନ୍‌ଫ୍ଲାମେଟୋରୀ ମାତ୍ରା ଥାଏ । ଯାହା ଶରୀରରେ ଯେକୌଣସି ପ୍ରକାରର ରୋଗକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )