Wednesday 24th April 2024
ଫ୍ରିଜ୍ ରେ ଏହି ସବୁ ଖାଦ୍ୟ ରଖୁଥିଲେ ସାବଧାନ ! ଦେଖାଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା !

ଫ୍ରିଜ୍ ରେ ଏହି ସବୁ ଖାଦ୍ୟ ରଖୁଥିଲେ ସାବଧାନ ! ଦେଖାଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା !

ଫ୍ରିଜ୍ ନାଁ ଶୁଣିଲେ ଆଇସକ୍ରିମ୍ ଏବଂ ଥଣ୍ଡା ପାନୀୟ କଥା ମନେ ପଡେ । କାରଣ ଥଣ୍ଡା ଥଣ୍ଡା ଆଇସକ୍ରିମ୍ ଏବଂ କୋଲ୍ଡ୍ ଡ୍ରିଙ୍କସ୍ ର ମଜା ପ୍ରାୟ ସମସ୍ତେ ନେବାପାଇଁ ଚାହିଁଥାନ୍ତି । ତେବେ ବର୍ତ୍ତମାନ ମିଡିଲ୍ କ୍ଲାସ୍ ଫେମିଲି ବା ପରିବାରରେ ପ୍ରାୟ ସମସ୍ତଙ୍କ ଘରେ ଫ୍ରିଜ୍ ଅଛି । କାରଣ ଅନେକ ପ୍ରକାର ର ଖାଦ୍ୟ ସଂରକ୍ଷିତ ରଖିବା ପାଇଁ ଫ୍ରିଜ୍ ଗୋଟିଏ ଉତ୍ତମ ଜିନିଷ । ଶୀତ ଦିନ ଅପେକ୍ଷା ଗ୍ରୀଷ୍ମଦିନରେ ବିନା ଫ୍ରିଜ୍ ରେ ଖାଦ୍ୟ ସଂରକ୍ଷିତ କରିରଖିବା ଭାରିକଷ୍ଟକର । ତେବେ ଘରେ ଫ୍ରିଜ୍ ଅଛି ବୋଲି ଅନେକ ଲୋକ ବିଭିନ୍ନ ପ୍ରକାର ର ଖାଦ୍ୟ ଅନେକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥାନ୍ତି ଏବଂ ଖାଇଥାନ୍ତି । ଯାହାକି ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ତେବେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଫ୍ରିଜ୍ ରେ ରଖିବା ଠିକ୍ ନୁହଁ ।

ଏହି ଆର୍ଟିକିଲ୍ ଟିକୁ ଶେଷଯାଏଁ ପଢନ୍ତୁ ଏବଂ ଜାଣନ୍ତୁ କାହିଁକି ସେହି ଖାଦ୍ୟଗୁଡିକୁ ଫ୍ରିଜ୍ ରେ ରଖିବା ଠିକ୍ ନୁହଁ ।

କଣ ରହିଛି ସମସ୍ୟା ?

ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆଦୌ ଫ୍ରିଜ୍‌ରେ ରଖି ଖାଇବା ଠିକ୍ ନୁହଁ । ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆମେ ଆପଣଙ୍କୁ ବର୍ତ୍ତମାନ ୫ ଟି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଫ୍ରିଜ୍‌ରେ ରଖି ଖାଇବା ଜମା ବି ଠିକ୍‌ ନୁହେଁ ।

ସାଧାରଣତଃ ଖାଦ୍ୟଗୁଡ଼ିକୁ ଆମେ ଫ୍ରିଜ୍‌ରେ ରଖିଥାଆନ୍ତି । ବିଭିନ୍ନ ପ୍ରକାରର ଖାଇବା ଅନେକ ଦିନ ଧରି ଫ୍ରିଜ୍‌ରେ ରଖାଯାଏ । ହେଲେ ଆପଣ ଜାଣିଛନ୍ତି କି, ଏମିତି କିଛି ଖାଦ୍ୟ ରହିଛି ଯାହା ଫ୍ରିଜ୍‌ରେ ରଖିବା ଆଦୌ ଠିକ୍‌ ନୁହେଁ । ସେହି ସବୁ ଖାଦ୍ୟ ଫ୍ରିଜ୍‌ରେ ରଖିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

୧) ରୁଟି – 

ଅଟା କୁ ଦଳି ଫ୍ରିଜ୍ ରେ ରଖିପାରିବେ । ରୁଟିକୁ ଫ୍ରିଜ୍‌ରେ ରଖିଲେ ତାହା ଟାଣ ହେବା ସହ ଖରାପ ହୋଇଯାଏ । ରୁଟିକୁ ସାଧାରଣ ତାପମାତ୍ରାରେ ସବୁବେଳେ ରଖନ୍ତୁ । ଅଧିକ ସମୟ ଭଲ ରହିବ ଏବଂ ଖାଇବାକୁ ମଧ୍ୟ ଭଲ ଲାଗିବ।

୨) କଫି –

କଫି ଶରୀର ପାଇଁ ଭଲ । କିନ୍ତୁ କଫିକୁ କେବେ ବି ଫ୍ରିଜ୍‌ରେ ରଖନ୍ତୁ ନାହିଁ । କାରଣ କଫିକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଅନ୍ୟ ସବୁ ଜିନିଷର ସ୍ୱାଦକୁ ନଷ୍ଟ କରିଦିଏ । ତେଣୁ କଫିକୁ ସବୁବେଳେ ରୋଷେଇ ଘରର ରାକ୍‌ ବା ଆଲମାରୀରେ ରଖିବା ଆବଶ୍ୟକ । କଫି ରେ ମଏଶ୍ଚର ଲାଗିଯାଏ । ଯାହାକି ଆପଣଙ୍କର ପେଟ ଖରାପ କରିପାରେ ।

୩) ପାଚିଲା କଦଳୀ – 

ପାଚିଲା କଦଳୀ ଶରୀର ପାଇଁ ଭଲ । ପାଚିଲା କଦଳୀରେ ପୋଟାସିୟମ୍ ର ମାତ୍ରା ଭଲ ଥାଏ । ଏହା ଶରୀର ପାଇଁ ଇଲେକ୍ଟ୍ରୋଲାଇଟ୍ କୁ ବାଲାନ୍ସ କରିବାପାଇଁ କାର୍ଯ୍ୟକରିଥାଏ । ସୋଡିୟମ୍ ଏବଂ ପୋଟାସିୟମ୍ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ପାଚିଲା କଦଳୀକୁ ଫ୍ରିଜ୍‌ରେ ରଖିବା ଠିକ୍‌ ନୁହେଁ । ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଖୁବ୍‌ଶୀଘ୍ର ପାଚି ନଷ୍ଟ ହୋଇଯାଏ । ଫ୍ରିଜ୍ ରେ ଥିବା କାରଣରୁ ନଷ୍ଟ ହୋଇଯାଇଥିବା କଦଳୀର ସ୍ୱାଦ ଜଣାପଡିନଥାଏ । ଏହି ନଷ୍ଟ ଥଣ୍ଡା କଦଳୀକୁ ଖାଇଲେ ଶରୀରରେ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଧିକ । ପାଚିଲା କଦଳୀକୁ ସବୁବେଳେ ବାହାରେ ରଖନ୍ତୁ। କାରଣ ଏହା ଘରର ତାପମାତ୍ରାରେ ଅଧିକ ଦିନ ରହିପାରିବ ।

Don't keep all these foods in the fridge ! Health problems !

୪) ବିଲାତି – 

ବିଭିନ୍ନ ତରକାରୀରେ ଟମାଟୋ ବା ବିଲାତି ର ବ୍ୟବହାର ହୋଇଥାଏ । ଏମିତିକି ଅନେକ ଲୋକ ଅଛନ୍ତିି, ଯେଉଁମାନେ ଟମାଟୋକୁ ବ୍ରେକ୍‌ଫାଷ୍ଟରେ ମଧ୍ୟ ଖାଇଥାଆନ୍ତି । ପାଚିଲା ଟମାଟୋକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ତା’ର ପୋଷକତ୍ୱ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଥାଏ । ତେଣୁ ଟମାଟୋକୁ ରୋଷେଇ ଘରେ ହିଁ ରଖନ୍ତୁ ।

୫) ସେହିପରି ବେଶନ, ଗୋଲମରିଚ ଓ ହଳଦୀକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ । କାରଣ ଏହି ସବୁ ଜିନିଷ ଫ୍ରିଜ୍‌ରେ ରଖିବା ଦ୍ୱାରା ସ୍ୱାଦ ନଷ୍ଟ ହୋଇଥାଏ । ତେଣୁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଫ୍ରିଜ୍ ରେ ଫଳ ଏବଂ କଞ୍ଚା ପନିପରିବା ଅଧିକ ଦିନ ଯାଏ ରଖିହୁଏ । କିନ୍ତୁ ରନ୍ଧା ଖାଦ୍ୟ ଅଧିକ ଦିନଯାଏ ରଖିବା ଠିକ୍ ନୁହଁ ।

 

 

Health-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )