Wednesday 24th April 2024
ଘର,ଜାଗାବାଡି କିଣିବା ପୂର୍ବରୁ ଜାଣନ୍ତୁ ରେରା ଆକ୍ଟ କଣ ?

ଘର,ଜାଗାବାଡି କିଣିବା ପୂର୍ବରୁ ଜାଣନ୍ତୁ ରେରା ଆକ୍ଟ କଣ ?

ରେରା କଣ?

ରିଅଲଇଷ୍ଟେଟ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା । ରେରା ଆଇନ ଅନୁସାରେ କିଛି ବି ଆପାର୍ଟମେଣ୍ଟ ,ଫ୍ଲାଟ,ଜାଗା କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ ଗଢିପାରିବେ । ଏହାର ଅର୍ଥ ଆପର୍ଟମେଣ୍ଟ କିଣିବା ସର୍ମ୍ପର୍କିତ ଦଲିଲ୍ ଆଦି ସଠିକ୍ ସତ୍ୟତାର ସହ ପାଇପାରିବେ । ଏହି ଆସୋସିଏସନ ରହିବା ଦ୍ୱାରା କେହି ବି ଠକାମୀର ଶିକାର ହୋଇପାରିବେ ନାହିଁ । ଯଦି ଫ୍ଲାଟ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଘଂନ ହୁଏ ତେବେ ସେହିପରି କ୍ଷେତ୍ରରେ ଆସୋସିଏସନ ରେରା ଆଇନ୍ ଅନୁସାରେ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ । ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡିଶା ଆପାର୍ଟମେଣ୍ଟ ମାଲିକାନା ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ ।

 

ରେରା ଆକ୍ଟ-୨୦୧୭କୁ ସଂଶୋଧନ

ଏହା ଛଡା ଏଣିକି ରିୟଲ ଇଷ୍ଟେଟ୍ ସଂସ୍ଥା ଘର କେତ୍ରାଙ୍କୁ ଅତିରିଙ୍କ ଦେୟ ଚାର୍ଜ କରି ଠକି ପାରିବେ ନାହିଁ । ଘର,ଜମି କ୍ରେତାଙ୍କଠାରୁ ଜିଏସଟି,ସେସ୍ କିମ୍ବା ଅନ୍ୟ ଟିକସ ଆଦାୟ କରିପାରିବେ ନାହିଁ । ରିୟଲ ଇଷ୍ଟେଟ ସଂସ୍ଥା ଘରର ନିର୍ମାଣ ଖର୍ଚ୍ଚ ସହ ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ କରିବେ। ନଗର ଉନ୍ନୟନ ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ମାଧ୍ୟମରେ ରେରା ଆକ୍ଟ-୨୦୧୭କୁ ସଂଶୋଧନ କରିଛନ୍ତି ସରକାର । ଗତ ଅଗଷ୍ଟ ଶେଷ ସପ୍ତାହରେ ରାଜ୍ୟ ସରକାର ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇ ଆସନ୍ତା ଚାରି ସପ୍ତାହ ମଧ୍ୟରେ ରେରା ଆକ୍ଟରେ ସଂଶୋଧନ କରାଯିବ ବୋଲି କହିଥିଲେ।

 

ସେହିଭଳି ଧାର୍ଯ୍ୟ ଅବଧି ପରେ ଆପାର୍ଟମେଣ୍ଟ ହସ୍ତାନ୍ତର କଲେ ବିଲଡରଙ୍କୁ ବର୍ଦ୍ଧିତ ଟିକସ ଦେବେ ନାହିଁ ଗୃହ କ୍ରେତା । ଧାର୍ଯ୍ୟ ଅବଧି ସମୟ ଭିତରେ ଟିକସରେ କୌଣସି ପରିବର୍ତ୍ତନ ହେଲେ ତାହା କେବଳ ଗୃହ କ୍ରେତା ଦେବାକୁ ବାଧ୍ୟ । ଯଦି ବିଲଡର ରେରା ଆଇନ୍‌ ଅନୁଯାୟୀ ନିର୍ଦ୍ଧାରିତ ସମୟ ଭିତରେ ଆପାର୍ଟମେଣ୍ଟ ନକରନ୍ତି ତେବେ ଏଥିପାଇଁ ବିଲଡରଙ୍କୁ ଯେଉଁ ବର୍ଦ୍ଧିତ ଟିକସ ଦେବାକୁ ପଡ଼ିବ ତାହା ଗୃହ କ୍ରେତାଙ୍କ ଉପରେ ପକାଇ ପାରିବେ ନାହିଁ ।

 

ନୂଆ ବିଜ୍ଞପ୍ତି ଅନୁଯାୟୀ ଆପାର୍ଟମେଣ୍ଟ  ପରିସରରେ ଥିବା କମନ ଏରିଆ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବିକ୍ରି କରାଯାଇ ପାରିବ ନାହିଁ । ଏପରିକି ବିଲଡର ମାନେ ପାର୍କିଂ ଏରିଆ ବାବଦକୁ ଯେଉଁ ଅର୍ଥ ନେଉଥିଲେ ତାହା ଆଉ ନେଇ ପାରିବେ ନାହିଁ । ଆକୁପାନ୍ସି ସାର୍ଟିଫିକେଟ ପାଇସାରିଲା ପରେ ବିଲଡର କମନ ଏରିଆକୁ ଆପାର୍ଟମେଣ୍ଟ ସୋସାଇଟିକୁ ହସ୍ତାନ୍ତର କରିବାକୁ ବାଧ୍ୟ । ଥରେ ଅଗ୍ରୀମ ଦେଇ ଆପାର୍ଟମେଣ୍ଟ  ବୁକ୍‌ କରି ସାରିବା ପରେ କ୍ରେତା ଯେ କୌଣସି ସମୟରେ ଆପାର୍ଟମେଣ୍ଟର ନିର୍ମାଣାଧୀନ କାମ ବୁଲି ଦେଖିପାରିବେ । ଆକୁପାନ୍ସି ସାର୍ଟିଫିକେଟ ମିଳିବାର ୨ ମାସ ଭିତରେ ବିଲଡର ସେଲ ଡିଡ୍‌ କରିବାକୁ ବାଧ୍ୟ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )