Tuesday 23rd April 2024
କେମିତି ଚାଲେ E-commerce ? ଜାଣନ୍ତୁ

କେମିତି ଚାଲେ E-commerce ? ଜାଣନ୍ତୁ

E-commerce ହେଉଛି (ଇଲେକ୍ଟ୍ରୋନିକ୍ କମର୍ଶ) ଯାହା ଜିନିଷ କିଣିବା ଓ ବିକ୍ରି କରିବାର ଏକ ଅନଲାଇନ୍ ମାଧ୍ୟମ । ଗୋଟିଏ ଇଲେକ୍ଟ୍ରୋନିକ ନେଟୱାର୍କ ଜରିଆରେ ହେଉଥିବା ବିଜନେସ୍ । ଯାହାକୁ ଆମେ ଇ-କମର୍ଶ ବା ଇଲେକ୍ଟ୍ରୋନିକ୍ କମର୍ଶ ବୋଲି କହୁଛୁ । ଏଠାରେ buyers ଏବଂ sellers ଦୁହେଁ ଇଣ୍ଟରନେଟ୍ ମାଧ୍ୟମରେ ପରସ୍ପର ସହ ସଂଯୋଗ ହୁଅନ୍ତି । କିନ୍ତୁ ଏହି ସଂଯୋଗ କରୁଥିବା ମାଧ୍ୟମଟି ହେଉଛି E-commerce । ଏଠାରେ ପରସ୍ପରର ଆବଶ୍ୟକତାକୁ ଲକ୍ଷ୍ୟ କରି ଇଣ୍ଟରନେଟ୍ ଜରିଆରେ ବିଜନେସ୍ କରାଯାଏ ।

ଉଦାହରଣ- “ଆପଣ ମାର୍କେଟକୁ ଗଲେ ଦରକାରୀ ଜିନିଷ ଦୋକାନରୁ କିଣିବା ପାଇଁ ବାଛୁଛନ୍ତି ,ଦୋକାନୀ ମୁହଁରୁ ସିଧାସଳଖ ତାର ମୂଲ୍ୟ ବୁଝୁଛନ୍ତି.ଏବଂ ନିଜ ହିସାବରେ ଜିନିଷ କିଣୁଛନ୍ତି । କିନ୍ତୁ E-commerce ରେ ଆପଣଙ୍କୁ ନା ଦୋକାନ ଦେଖାଯିବ ନା ଦୋକାନୀର ମୁହଁ ଦେଖାଯିବ ବାସ୍ ଆପଣ ଯଦି ଦେଖିପାରିବେ ବା ବାଛିପାରିବେ ତାହା ହେଉଛି ପ୍ରଡକ୍ଟ /ଜିନିଷ । ଆଉ ସେଠାରେ ଆପଣ ଜିନିଷ ବାଛୁଛନ୍ତି add-to-cart କରୁଛନ୍ତି ଏବଂ ଇଣ୍ଟରନେଟ୍ ବ୍ୟବହାର କରି ତାକୁ କିଣିପାରୁଛନ୍ତି ।

ଏହି E-commerce କୁ ଇଲେକ୍ଟ୍ରୋନିକ ମାର୍କେଟିଙ୍ଗ୍ ମଧ୍ୟ କୁହାଯାଏ । ଯେହେତୁ ଏଥିରେ ଜିନିଷ ଦେଖାଇବା,କିଣିବା,ବିକ୍ରିକରିବା ଏବଂ ପେମେଣ୍ଟ କରିବା ସବୁକିଛି electronic ଉପାୟରେ ହେଉଛି ତେଣୁକରି ଏହାକୁ ଆମେ E-commerce ଇଲେକ୍ଟ୍ରୋନିକ ମାର୍କେଟିଙ୍ଗ ବୋଲି କହୁଛୁ ।

E-commerceର ପ୍ରକ୍ରିୟା କଣ ?

-ଜଣେ consumer E-commerce କୁ ବ୍ୟବହାର କରିବା ପାଇଁ ପ୍ରଥମେ କିଛି ବି browserଖୋଲିବେ ଆଉ ନିଜ ମତବୁତାବକ ଜିନିଷ କିଣିବା ପାଇଁ ବ୍ୟବସାୟୀ ଜନିତ ୱେବସାଇଟ୍ ଖୋଲିବେ(ଯେମିତିକି ଫ୍ଲିପ୍‌କାର୍ଟ/ଆମାଜନ୍‌) ।

– ୱେବସାଇଟ୍ କୁ ଯିବା ପରେ ଆପଣଙ୍କୁ ଯେଉଁ ଜିନିଷ ଦରକାର ତାକୁ ସର୍ଚ କରିବେ ଆଉ ସେଠାରେ ଆପଣଙ୍କୁ ବିଭିନ୍ନ ସେଲର୍‌ଙ୍କ ଠାରୁ କମ୍ ବେଶି ଟଙ୍କାରେ ଜିନିଷ ଉପଲବ୍ଧ ଥିବାର ଦେଖାଯିବ । ସେଥିରୁ ଆପଣ ଯାହା ବି କିଣିବାକୁ ସ୍ଥିର କରିବେ ତାକୁ ଆଡ୍‌-ଟୁ-କାର୍ଟ କରିବାକୁ ପଡିବ ।

-ଏତିକି ପରେ ଆପଣଙ୍କୁ କେଉଁ ଠିକଣାରେ ଜିନିଷ ପଠାଇବାକୁ ପଡିବ ତାର ବିବରଣୀ ଦେବାକୁ ପଡିବ । ଆଉ ପେମେଣ୍ଟ ଆପଣ କେଉଁ ରୂପରେ କରିବାକୁ ଚାହୁଁଁଛନ୍ତି ତାହା ବି ଅପ୍ସନ୍ ଦେଖାଇବ । ଅନଲାଇନ୍ ଓ ଅଫଲାଇନ୍ ଉଭୟ ମାଧ୍ୟମରେ ଆପଣ ପେମେଣ୍ଟ କରିପାରିବେ । ଅନଲାଇନ୍ ହେଲେ ଆପଣଙ୍କୁ ନିଜ କାର୍ଡର ସୂଚନା ଦେବାକୁ ହେବ କିମ୍ବା ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବାକୁ ପଡିବ । କିନ୍ତୁ ବହୁତ E-commerce ୱେବସାଇଟ୍ ରେ ଅନ୍‌ଲାଇନ୍ ପେମେଣ୍ଟ ନଥାଏ । ତେଣୁ ଆପଣ cash on delivery ମଧ୍ୟ କରିପାରିବେ ।

– ଶେଷରେ ଆପଣଙ୍କ ଅର୍ଡର ଫାଇନାଲ୍ ହୋଇଯିବ ଏବଂ ଏକ ନିର୍ଦ୍ଧିଷ୍ଟ ଦିନ ଭିତରେ ପହଂଚିଯିବ ବୋଲି ମେସେଜ୍ ଆସିଯିବ । E-commerceକୁ କେଉଁଭଳି ବ୍ୟବହାର କରାଯାଏ ତାହା ତ ଆପଣ ଜାଣିଲେ କିନ୍ତୁ ଇ-କର୍ମଶର କିଛି ପ୍ରକାର ମଧ୍ୟ ରହିଛି । ଚାଲନ୍ତୁ ସେଇ ବିଷୟରେ ଆହୁରୀ ଅଧିକ ଜାଣିବା ।

E-commerceରେ ବିଭିନ୍ନ ପ୍ରକାର–

୧-ବିଜନେସ୍ ଟୁ ବିଜନେସ୍‌(business to business)

-ବିଜନେସ୍ ଟୁ ବିଜନେସ୍ ଏତିକିରେ ବୁଝିହେଉଛି ଯେ ଦୁଇଟି ବିଜନେସ୍ ଭିତରେ ହେଉଥିବା ସଂଯମତା ଜନିତ ବ୍ୟବସାୟ । ଏଥିରେ କୌଣସି ବ୍ୟକ୍ତି ବିଶେଷ ନଥାନ୍ତି । ବରଂ ବିଭିନ୍ନ କମ୍ପାନୀ ମାନ ଥାଆନ୍ତି । ଯେଉଁମାନେ ପରସ୍ପର ସହ ଅନଲାଇନ୍ E-commerce ପ୍ଲାଟଫର୍ମରେ ଇଣ୍ଟରନେଟ୍ ର ବ୍ୟବହାରରେ ବ୍ୟବସାୟ କରୁଥାନ୍ତି । ପାଖାପାଖି ୮୦ ପ୍ରତିଶତ E-commerce ଏହିଭଳି ବି-ଟୁ-ବି ଆକାରରେ କାମ କରିଥାଏ । ଏଥିରେ ଗୋଟିଏ କମ୍ପାନୀ ଆଉ ଏକ କମ୍ପାନୀକୁ ଜିନିଷ ବିକିବା ଓ କିଣିବାର ପ୍ରକ୍ରିୟା ହୋଇଥାଏ । ଉଦାହରଣସ୍ୱରୂପ-ହୋଲସେଲର୍ ଏବଂ ରିଟେଲର୍ ।ତେବେ ଏହି ବି-ଟୁ-ବି ପ୍ରକ୍ରିୟା ଏକ supply chain ଦେଇ କାମ କରେ । ଯେଉଁଠି ଗୋଟିଏ କମ୍ପାନୀ ଆଉ ଏକ କମ୍ପାନୀ ଠାରୁ rawmaterial କିଣେ ଯାହା manufactuer ହେବାରେ କାମରେ ଆସେ । ଅର୍ଥାତ ଗୋଟିଏ ପ୍ରଡକ୍ଟ ତିଆରି କରିବା ପାଇଁ ଗୋଟିଏ କମ୍ପାନୀ ଅନ୍ୟ ଏକ ବ୍ୟବସାୟୀଠୁ ଜିନିଷ କିଣେ । ଦୁହେଁ ନିଜ ନିଜ ପ୍ରଡକ୍ଟର ବ୍ୟବସାୟ କରନ୍ତି । ସେଥିପାଇଁ ଏହାକୁ ବିଜନେସ୍ ଟୁ ବିଜନେସ୍ ଇ-କର୍ମଶ ବୋଲି କୁହାଯାଏ ।


ଉଦାହରଣସ୍ୱରୂପ- intel କମ୍ପାନୀ dell କୁ microprocesor ବିକ୍ରି କରୁଛି ।
-intel  ଏକ microprocesor କମ୍ପାନୀ ଏବଂ dell ଏକ ଲାପଟପ୍ ତିଆରି କମ୍ପାନୀ ଆଉ ଦୁହିଁଙ୍କ ଭିତରେ ଯେଉଁ ନେଣଦେଣ ହେଉଛି ତାହାକୁ e-commerce ଅର୍ନ୍ତଭୁକ୍ତ b-2-b ପ୍ରକ୍ରିୟା କୁହାଯାଉଛି । ତେବେ ବିଜନେସ୍ କମ୍ପାନୀ ନିଜ ପ୍ରଡକ୍ଟ ତିଆରି କରିବା ପାଇଁ ଆଉ ଏକ ବିଜନେସ୍ କମ୍ପାନୀ ଠାରୁ ଜିନିଷ ଆଣୁଛନ୍ତି । ସେଥିରେ ପ୍ରଡକ୍ଟ ତିଆରି କରିବା ପରେ ସେମାନେ ନିଜ ଇନଡିଭିଜୁଆଲ customer ଙ୍କୁ ବିକୁଛନ୍ତି ।

୨-ବିଜନେସ୍ ଟୁ କଂଜ୍ୟୁମର୍‌ (business to consumer)

ବିଜନେସ୍ ଟୁ କଂଜ୍ୟୁମର୍ ଏଥିରେ ଆପଣ ବିଜନେସ୍ କମ୍ପାନୀ ଠାରୁ ସିଧାସଳଖ consumer ହିସାବରେ ଜିନିଷ କିଣୁଛନ୍ତି । କିନ୍ତୁ ଆପଣ ଯଦି ନିଜେ କଂଜ୍ୟୁମର୍ ହିସାବରେ ଇଣ୍ଟରନେଟ୍ ର ବ୍ୟବହାର କରି ଜିନିଷ କିଣୁଛନ୍ତି ତାହାଲେ ତାହା ବି-ଟୁ-ସି ପ୍ରକ୍ରିୟାରେ ଅର୍ନ୍ତଭୁକ୍ତ ହେଉଛି । ଏଥିରେ ଆପଣ ସିଧାସଳଖ ବିଜନେସ୍ କମ୍ପାନୀର ୱେବସାଇଟ୍ କୁ ଯାଇ ନିଜ ଦରକାରୀ ଜିନିଷ କିଣିପାରିବେ । ଆଉ ତାହା ସିଧାସଳଖ ବିଜନେସ୍ କମ୍ପାନୀଠାରୁ ଆସି ଆପଣଙ୍କୁ ଡେଲିଭର୍ ହେବ । ଏଥିରେ ଆପଣ ଯାହା ବି ଠିକ୍ କିମ୍ବା ଭୁଲ୍ କିଣୁଛନ୍ତି ସେଥିପାଇଁ କମ୍ପାନୀ ହିଁ ଦାୟୀ ରହିଥାଏ ।

ଉଦାହରଣସ୍ୱରୂପ-ଯେମିତିକି ପୂର୍ବ ଉଦାହରଣରେ ଆମେ ବିଜନେସ୍‌-ଟୁ- ବିଜନେସ୍ ବିଷୟରେ ଜାଣିଲୁ । ବର୍ତ୍ତମାନ ସମାନ ରୂପେ ଆମକୁ ଭାବିବାକୁ ପଡିବ । ଯଦି ଡେଲ୍ ଏକ ଲାପଟପ୍ କମ୍ପାନୀ ହୁଏ ଏବଂ ଆପଣ ଜଣେ କଂଜ୍ୟୁମର୍ ହିସାବରେ ଲାପଟପ୍ କିଣିବାକୁ ଚାହୁଁଛନ୍ତି ତାହାଲେ ଆପଣ ସିଧାସଳଖ ଡେଲ୍ କମ୍ପାନୀରୁ ଅନଲାଇନ୍ ମାଧ୍ୟମରେ ଲାପଟପ୍ ଅର୍ଡର କରୁଛନ୍ତି ତାହାକୁ କୁହାଯାଉଛି ବି-ଟୁ-ସି ପ୍ରକ୍ରିୟା ।

୩- ବିଜନେସ୍ ଟୁ ଆଡମିନଷ୍ଟ୍ରେସନ୍ (business to adminstration)

ବିଜନେସ୍‌-ଟୁ-ଆଡମିନଷ୍ଟ୍ରେସନ୍ ଏହାର ଅର୍ଥ ବିଜନେସ୍‌-ଟୁ-ଗଭରମେଣ୍ଟା ଏହା ଏମିତି ଇ-କମର୍ଶ ବିଜନେସ୍ ମଡେଲ୍ ଯେଉଁଥିରେ ସରକାରୀ ଏଜେନ୍ସୀ ଏବଂ ପବ୍ଲିକ୍ ଆଡମିନଷ୍ଟ୍ରେସନ୍ ଉଭୟଙ୍କ ସଂମ୍ପୃକ୍ତି ରହୁଛି । ଏଥିରେ ବିଜନେସ୍ କମ୍ପାନୀ ବା ମ୍ୟାନୁଫେକଚରର ମାନେ ନିଜର ସର୍ଭିସ କିମ୍ବା ପ୍ରଡକ୍ଟକୁ ସିଧାସଳଖ ସରକାରଙ୍କୁ ବିକ୍ରି କରିପାରିବେ । କିନ୍ତୁ ସେମାନଙ୍କ ମଧ୍ୟରେ ଏକ ଚୁକ୍ତି ପତ୍ର ସ୍ୱାକ୍ଷର ହୋଇଥାଏ । ଆଉ ତାକୁ ନେଇ ସେମାନେ ଆଗକୁ ବିଜନେସ୍ କରିଥାନ୍ତି । ଏଥିରେ ସରକାରଙ୍କୁ ନିଜ ଆବଶ୍ୟକତା ଅନୁସାରେ ଜିନିଷ ଗୋଟିଏ ଗୋଟିଏ ବିଜନେସ୍ କମ୍ପାନୀ ଠାରୁ ମିଳିଯାଏ ।

ଉଦାହରଣସ୍ୱରୂପ – ଆପଣ କୋଭିଡ୍ ସମୟରେ ଓଡିଶାରେ ମାସ୍କର ଅଭାବ ବିଷୟରେ ଶୁଣିଥିବେ ।କେବଳ ଓଡିଶା ନୁହେଁ ସାରା ଭାରତବର୍ଷରେ ଏହାର ଅଭାବ ଥିଲା । କିନ୍ତୁ ସେହି ସମୟରେ ଓଡିଶାରେ ଏହିଭଳି ଅନେକ ମ୍ୟାନୁଫେକରର୍ କମ୍ପାନୀ ଓ ମାସ୍କ ତିଆରି କରିବାର ଷ୍ଟାର୍ଟଅପ୍ ଆରମ୍ଭ କରି ସରକାରଙ୍କୁ ମାସ୍କ ସପ୍ଲାଏ କଲେ । ଆଉ ନିଜ ଜିନିଷକୁ ସରକାରଙ୍କୁ ବିକ୍ରି କଲେ । ତେବେ ସେଥିରେ ସେମାନଙ୍କୁ ଅଧିକ ଅର୍ଡର ଆସିଲା ଓ ସେମାନେ ସିଧାସଳଖ କାମ ପାଇପାରିଲେ । ଏଥିରେ ଜଣେ ବିଜନେସ୍ କମ୍ପାନୀ ନିଜ ଜିନିଷକୁ ସିଧାସଳଖ ଆଡମିନଷ୍ଟ୍ରେସନ ପାଖରେ ବିକ୍ରି କରିପାରୁଛି । ଏହି ପ୍ରକ୍ରିୟାକୁ ହିଁ କୁହାଯାଏ ବିଜନେସ୍ ଟୁ ଆଡମିନଷ୍ଟ୍ରେସନ୍ ।

୪-କଂଜ୍ୟୁମର୍ ଟୁ କଂଜ୍ୟୁମର୍‌ (Consumer to Consumer)

Consumer to Consumer ବିଜନେସ୍ ର ଅର୍ଥ ଜଣେ customer ଆଉ ଜଣେ customer ଙ୍କ ସହ କରୁଥିବା ବ୍ୟବସାୟ ପଦ୍ଧତିକୁ       C-2-C ବୋଲି କୁହାଯାଏ । ଏଥିରେ ଜଣେ Customer ଆଉ ଜଣେ Customer ଙ୍କ ଠାରୁ ଗୋଟିଏ 3RD Party ପ୍ଲାଟଫର୍ମରେ ଜିନିଷ କିଣିବାର ବିଜନେସ୍ ଚାଲୁଥାଏ । ଏଥିରେ ଅନଲାଇନ୍ କୁ ମାଧ୍ୟମ କରି ବ୍ୟକ୍ତିଗତ ଭାବେ ବିଜନେସ୍ ଚଲାଉଥିବା customer  ମାନେ ନିଜର e-commerce ବ୍ୟବସାୟ କରିଥାନ୍ତି । ଆଉ ଛୋଟରୁ ଆରମ୍ଭ କରି ଧିରେ ଧିରେ ବଡ ବିଜନେସ୍ କରିବାରେ ସଫଳ ହୋଇଯାଆନ୍ତି । ତେବେ ଏହି ପ୍ରକ୍ରିୟା ଷ୍ଟାର୍ଟଅପ୍ ଓ ଏଣ୍ଟରପ୍ରିନିୟରସ୍‌ଙ୍କ ପାଇଁ ନିହାତି ଜରୁରୀ । ଯେଉଁମାନେ ନୂଆ ନୂଆ ନିଜର ଜିନିଷର ବ୍ରାଡିଙ୍ଗ କରିବାକୁ ଚାହୁଁଛନ୍ତି ସେମାନେ ଏହି ଅନଲାଇନ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଂଚିପାରିବେ ।

ଉଦାହରଣସ୍ୱରୂପ-  Airbnb ଏହା ଏକ ହୋଟେଲ୍ ବୁକିଙ୍ଗ ଆପ୍ । ଏଥିରେ ଆପଣ ନିଜ ଘର କିମ୍ବା ହୋଟେଲକୁ ଭଡାରେ ଦେଇପାରିବେ । ଏଥିରେ ଆପଣଙ୍କର ଗୋଟିଏ ଦିନ କିମ୍ବା ଗୋଟିଏ ରାତି ରହିବାର charge କେତେ ତାହା ଲେଖାଯିବ ଏବଂ ଆପଣଙ୍କ propertyର ଫୋଟ ରଖାଯିବ । ଯାହାଦ୍ୱାରା ଯେଉଁ ବ୍ୟକ୍ତି ଭଡା ନେବାକୁ ଚାହୁଁଥିବେ କିମ୍ବା ରହିବାକୁ ଚାହୁଁଥିବେ ସେମାନେ Airbnb ମାଧ୍ୟମରେ ବୁକ୍ କରିପାରିବେ । ତେଣୁ ଏଠାରେ ଦୁଇଜଣ ଯାକ consumer ଏବଂ ମଝିରେ middleman ର କାମ କରୁଛନ୍ତି Airbnb । ତେବେ ଏହିଭଳି ଭାବରେ e-commerceରେ C-2-C ର କାମ ହୋଇଥାଏ ।

୫- କଂଜ୍ୟୁମର୍ ଟୁ ବିଜନେସ୍ (Consumer to Business)

ଆଗରୁ ବିଜନେସ୍‌ର ଅର୍ଥ ଥିଲା- ଜଣେ ବ୍ୟବସାୟ କରିବ ଆଉ ଜଣେ ତାର ଆବଶ୍ୟକତା ଅନୁସାରେ ଜିନିଷ କିଣିବ । କିନ୍ତୁ ଜିନିଷ କିଣୁଥିବା ବ୍ୟକ୍ତି ଯଦି ନିଜେ ବ୍ୟବସାୟ ଭିତ୍ତିକ ପ୍ରଡକ୍ଟ ତିଆରି କରେ ତାହାଲେ ? ବର୍ତ୍ତମାନ ଇ-କମର୍ଶରେ ସେଇ ସୁବିଧା ଉପଲବ୍ଧ । ଯଦି ଜଣେ ବିଜନେସ୍ କରୁଛି ତାକୁ ଜଣେ ବ୍ୟକ୍ତି ବିଶେଷ ଜିନିଷ ବିକ୍ରି କରି ନିଜର ଲାଭ କମାଇପାରିବ । ଏଥିରେ ଉଭୟ ବିଜନେସ୍ କମ୍ପାନୀ ଓ ବିକ୍ରେତା ଦୁହେଁ ନିଜ ହିସାବରେ ଲାଭ ରଖିପାରିବାର ଖୁବ୍ ବ୍ୟବସ୍ଥା ରହିଛି । ତାଛଡା ଯଦି ବିକ୍ରେତା ନିଜେ ଚାହିଁବେ ତାହାଲେ ଅଧିକରୁ ଅଧିକ ବିଜନେସ୍ କମ୍ପାନୀ ସହିତ ଏକାସାଙ୍ଗରେ ଯୋଡି ହୋଇ ନିଜର ସର୍ଭିସ ଓ ପ୍ରଡକ୍ଟ ବିକ୍ରି କରିପାରିବେ । ତାଛଡା ଯଦି ଖାଲି ସର୍ଭିସର କଥା କହିବା ତାହାଲେ ଆଜିକାଲି ସୋସିଆଲ ମିଡିଆରେ ଜଣେ ଅନ୍ୟ ଜଣଙ୍କ ବିଜନେସ୍ ବିଷୟରେ କହି ଭଲ promotion କରି ମଧ୍ୟ ଟଙ୍କା କମାଉଛନ୍ତି ଯାହାକୁ ବି ଆମେ କଂଜ୍ୟୁମର୍ ଟୁ ବିଜନେସ୍ ପ୍ରକ୍ରିୟା କହିପାରିବା । ଏଥିରେ ପ୍ରମୋସନ୍ କରାଉଥିବା ବିଜନେସ୍ କମ୍ପାନୀ ସେହିଭଳି influencer ଙ୍କୁ ହାତ କରିଥାନ୍ତି ଯେଉଁମାନଙ୍କୁ ସୋସିଆଲ ମିଡିଆରେ ଅଧିକ ଲୋକ follow କରନ୍ତି । ତେଣୁକରି ତାଙ୍କର ବି ଭଲ ବ୍ରାଣ୍ଡିଙ୍ଗ ହୋଇଥାଏ ।

ଉଦାହରଣସ୍ୱରୂପ- ଆଜିକାଲି ଆପଣ ଭଲ foodvlogger ଙ୍କୁ ଦେଖୁଥିବେ । ଯେଉଁମାନେ ବିଭିନ୍ନ ଜାଗାର ଖାଇବା ଉପରେ ନିଜର review ଦିଅନ୍ତି । ସେହି ଜାଗାରେ ଯଦି ଆପଣଙ୍କର ଏକ ନୂଆ kitchenbusiness ଆରମ୍ଭ ହୋଇଛି ଓ ସେ ବିଷୟରେ ଲୋକଙ୍କୁ ଜଣାଇବାର ଅଛି ତାହାଲେ ଆପଣ ଏହି vloggerଙ୍କର ସହାୟତା ନେଇପାରିବେ । ସେମାନେ ତାଙ୍କ ଭିଡିଓରେ କିଛି ସେକେଣ୍ଡ ପାଇଁ ଆପଣଙ୍କ କିଚେନ୍ ବିଷୟରେ ଆଲୋଚନା କରିପାରିବେ । ସେଥିରେ promotion ପାଇଁ ଜଣେ vlogger ସର୍ଭିସ ଦେଲା ଆଉ ଜଣେ ବିଜନେସ୍ କମ୍ପାନୀ ନିଜର ପ୍ରଡକ୍ଟ ବିକ୍ରି କରିପାରିଲା । ଏହାକୁ କୁହାଯାଏ C-2-B..

୬-କଂଜ୍ୟୁମର୍ ଟୁ ଆଡମିନଷ୍ଟ୍ରେସନ୍ (Consumer to Adminstration)

କଂଜ୍ୟୁମର୍‌-ଟୁ-ଆଡମିନଷ୍ଟ୍ରେସନ୍ ଏଥିରେ ଯେଉଁ ମଡେଲ୍ ରହିଛି ତାହା ଜଣେ କଂଜ୍ୟୁମର୍ ସରକାରଙ୍କ ଭିତରେ ହେଉଥିବା ନେଣଦେଣ ପ୍ରକ୍ରିୟାକୁ କୁହାଯାଉଛି । ଆଉ ସେହି ନେଣଦେଣ ପ୍ରକ୍ରିୟା ଇଣ୍ଟରନେଟ୍ କିମ୍ବା ଅନଲାଇନ୍ ମାଧ୍ୟମରେ କରାଯାଉଛି । ଏଥିରେ ଜଣେ ବ୍ୟକ୍ତି ଯାହା ପାଇଁ କିଣୁଛନ୍ତି କିମ୍ବା ସୋସାଇଟିରେ ନିଜେ ଭଲରେ ରହିବା ପାଇଁ ବ୍ୟବହାର କରୁଛନ୍ତି ତା ପାଇଁ ତାଙ୍କୁ କିଛି ଟଙ୍କା ସରକାରଙ୍କୁ ଦେବାକୁ ପଡିଥାଏ । ଯାହାକୁ ଆମେ ଟ୍ୟାକ୍ସ କହିଥାଉ । ଏଥିରେ ଯେଉଁ ଇ-କମର୍ଶର ସଂମ୍ପର୍କ ସ୍ଥାପନ ହୁଏ ତାର ମୁଖ୍ୟ ଉଦ୍ଦେଶ୍ୟ ଥାଏ କେଉଁଭଳି ସରକାର ଲୋକଙ୍କର ସୁବିଧା ପାଇଁ କାମ କରିବ,ଆଉ ସେଥିରେ public ଙ୍କର ସହାୟତା କେଉଁ କେଉଁ ଦିଗରେ ରହିବ । ବର୍ତ୍ତମାନ କରୋନା ମହାମାରୀ ସମୟରେ କାଗଜପତ୍ରକାମ,ସରକାରୀ ଦସ୍ତାବିଜରେ ଦସ୍ତଖତ ଆଦି କାମ ଠପ୍ ହୋଇଯାଇଥିଲା । କିନ୍ତୁ ସେହିଠାରୁ ହିଁ ଆରମ୍ଭ ହେଲା ଅନଲାଇନ୍ ମାଧ୍ୟମରେ କାମ କରିବା ପ୍ରକ୍ରିୟା । ସାଧାରଣ ଲୋକଙ୍କ ସରକାରୀ କାମ ପାଇଁ କିଛି ୱେବସାଇଟ୍ ଖୋଲାହେଲା ଯାହା ମାଧ୍ୟମରେ ଜନତା ସିଧାସଳଖ ସରକାରୀ ଜିନିଷ ଅନଲାଇନ୍ ମାଧ୍ୟମରେ କରିପାରିବେ ।

ଉଦାହରଣସ୍ୱରୂପ-ଆଜିକାଲି ପାନକାର୍ଡ ,ଆଧାରକାର୍ଡ,ଭୋଟର ଆଇଡି ପାଇଁ ଆଉ ବିଭିନ୍ନ ସରକାରୀ ଅଫିସ ଯିବାକୁ ପଡୁନି । ନିଜ ମୋବାଇଲ୍ ଆପ୍ ରେ ଆପଣଙ୍କୁ ଅନଲାଇନ୍ ମାଧ୍ୟମରେ ସମସ୍ତ ତଥ୍ୟ ମିଳିଯାଉଛି । କେଉଁ ଏକ ସ୍ଥାନକୁ ଯାତ୍ରା କରିବା ପାଇଁ ପ୍ଲାଟଫର୍ମକୁ ୧୫ ଦିନ ଆଗରୁ ଯାଇ ଟିକେଟ୍ କରିବା,ବା କେଉଁ ଟ୍ରେନ୍ ଉପଲବ୍ଧ ଅଛି ତାହା ବୁଝିବାକୁ ପଡୁନି ବରଂ ନିଜ ମୋବାଇଲ୍ ରେ ଇଣ୍ଟରନେଟ୍ ମାଧ୍ୟମରେ IRCTCକୁ ବ୍ୟବହାର କରି ଘରେ ବସି ନିଜ ଇଚ୍ଛାମୁତାବକ ଟ୍ରେନ ବିଷୟରେ ସୂଚନା ପାଇଯାଉଛନ୍ତି କେବଳ ସେତିକି ନୁହେଁ ଅନଲାଇନ୍ ରେ ନିଜ ସିଟ୍ ମଧ୍ୟ ବୁକ୍ କରିପାରୁଛନ୍ତି । ତାସହ ଅନଲାଇନ୍ ମାଧ୍ୟମରେ ବର୍ତ୍ତମାନ ପ୍ରତ୍ୟେକ ଜନସାଧାରଣ ନିଜ ନିଜ ଟ୍ୟାକ୍ସ ମଧ୍ୟ ରିଟର୍ଣ୍ଣ କରିପାରୁଛନ୍ତି,ଇଲେକ୍ଟ୍ରକ୍ ବିଲ୍ ଠାରୁ ଆରମ୍ଭ କରି ପାଣି ବିଲ୍ ,ଗ୍ୟାସ ରିଫଲ୍ ଠାରୁ ଆରମ୍ଭ କରି ଘର ବିଲ୍ ସବୁକିଛି ଗୋଟିଏ ମୋବାଇଲ୍ ରୁ ଘରେ ବସି କରିହେଇପାରୁଛି ।

ଏସବୁ ସୁବିଧା ଆଜିର ଡିଜିଟାଲାଇଜେସନ୍ https://odiadaily.in/the-digital-revolution-changes-the-prospective-of-business/ପ୍ରକ୍ରିୟା ପାଇଁ ହିଁ ହୋଇପାରୁଛି । ଇ-କମର୍ଶ ସୁବିଧା ହେବା ଦିନରୁ ବିଜନେସ୍ ର ଭିନ୍ନ ଭିନ୍ନ ପ୍ରକ୍ରିୟା ବଦଳିଯାଇଛି । ଆଉ ଆପଣ ଜଣେ ସାଧାରଣ ବ୍ୟକ୍ତି ହୋଇ ଯଦି ନିଜକୁ ଇଣ୍ଟରନେଟ୍ ଦୁନିଆରେ ସହଜରେ ଓ ସୁବିଧାରେ ଖାପଖୁଆଇବାକୁ ଚାହୁଁଛନ୍ତି ତାହାଲେ ଏ ବିଷୟରେ ସବିଶେଷ ଧାରଣ ରହିବା ନିହାତି ଜରୁରୀ । ସମସ୍ତେ ଭାବନ୍ତି କମର୍ଶ ବା ବିଜନେସ୍ ଆଦିର କଥା ଆସିଲେ ଏହା ବ୍ୟକ୍ତିଗତ ଭାବେ କାହାକୁ ଦରକାର ପଡିବନି । କିନ୍ତୁ ଆଜିର ସମୟରେ ଇ-କମର୍ଶ ସମସ୍ତଙ୍କୁ ଦରକାର ପଡୁଛି । ନିଜ ଜିନିଷ ବିକିବା ପାଇଁ ହେଉ କିମ୍ବା ଆଉ କାହା ଜିନିଷ କିଣିବା ପାଇଁ । ଇ-କମର୍ଶ ସବୁବେଳେ ସମସ୍ତଙ୍କ କ୍ଷେତ୍ରରେ କାମରେ ଆସୁଛି । ତେଣୁ ଡିଜିଟାଲାଇଜେସନ୍ ଉପରେ ନିଜ ବିଜନେସ୍ କୁ ଆଣିବାକୁ ଯଦି ଆପଣ ଯୋଜନା କରୁଛନ୍ତି ତାହାଲେ ଏହା ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ଡିଜିଟାଲାଇଜେସନ୍ କଣ ଓ ଏହା କିପରି କାମ କରେ ସେ ବିଷୟରେ ଜାଣିବା ପାଇଁ ଆମର ଏହି ଆର୍ଟିକିଲ୍‌ଟିକୁ ପଢନ୍ତୁ । https://odiadaily.in/what-is-the-meaning-of-digital-business/

CATEGORIES
TAGS
Share This

COMMENTS

Wordpress (0)
Disqus ( )