Thursday 25th April 2024
ମାର୍କେଟକୁ ଆସିଲା ଦୋସା ପ୍ରିଣ୍ଟର…

ମାର୍କେଟକୁ ଆସିଲା ଦୋସା ପ୍ରିଣ୍ଟର…

ନୂଆ ବିଜନେସ୍ ଷ୍ଟାର୍ଟ ଅପ୍ କମ୍ପାନୀର ନୂଆ ଉଦ୍ଭାବନ

ଆବଶ୍ୟକତାରୁ ହିଁ ଉଦ୍ଭାବନର ସୃଷ୍ଟି । ଏହିଭଳି କଥା ହିଁ କିଛି ନୂଆ କରିବାର ପ୍ରେରଣା ଦିଏ । ଯେ କୌଣସୀ ଜିନିଷ ଆଜି ଆମେ ବ୍ୟବହାର କରୁଛୁ । ସେସବୁ ଦିନେ ନା ଦିନେ ଆମର ଆବଶ୍ୟକତା ହେବ ବୋଲି କିଏ ଜଣେ ଭାବିଥିବ । ସେଥିପାଇଁ ତାହାର ଉଦ୍ଭାବନ କରିବାର କଳ୍ପନା ସେ କରିଥିବ । ବ୍ୟବସାୟ,ବିଜ୍ଞାନ,ବାଣିଜ୍ୟ କାରବାର ସବୁ କ୍ଷେତ୍ରରେ ଆବଶ୍ୟକତା ନିଶ୍ଚିତ ରୂପେ ରହିଛି । ଆଉ ସେମିତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅନେକ ଲୋକ ଚେଷ୍ଟା ମଧ୍ୟ କରନ୍ତି ।

ଆଜି ଆମେ ନିଜର ଦୈନନ୍ଦିନ ସୁବିଧା ପାଇଁ କେତେ କଣ ବ୍ୟବହୃତ ଜିନିଷର ଆବିଷ୍କାର କରିଛୁ । ଆଜିକାଲି ଆପଣମାନେ ଦେଖୁଥିବେ ଅଧିକାଂଶ ଯୁବପିଢି ନିଜର ଚାକିରୀ କିମ୍ବା ବ୍ୟବସାୟକୁ ନେଇ ଖୁବ୍ ଚିନ୍ତା କରୁଛନ୍ତି । କିନ୍ତୁ ସେମାନଙ୍କ ଭିତରୁ କିଛି ନିଜର ଭଲ ଶିକ୍ଷା ନେବା ସହିତ ନିଜର ବ୍ୟକ୍ତିଗତ ପସନ୍ଦକୁ ବିଜନେସ୍ ର ରୂପ ଦେଇ ଷ୍ଟାର୍ଟ ଅପ୍ କରୁଛନ୍ତି । ଏମିତି ଅନେକ ଉଦାହରଣ ଅଛି- ଆପଣ ବହୁ ଚର୍ଚ୍ଚିତ ”ଏମବିଏ ଚାଏ ବାଲା”ର କଥା ତ ଶୁଣିଥିବେ । ସେ କେମିତି ଆଜି ନିଜର ଚା’ ର ବିଜନେସ୍ କୁ ସାରା ଦେଶରେ ପ୍ରସାର କରିସାରିଛନ୍ତି ।

 

ଆଜି ଚାଲନ୍ତୁ ଜାଣିବା ଏକ ନୂଆ ମେସିନ୍ ବିଷୟରେ-

ଚେନ୍ନାଇର ଗୋଟିଏ କମ୍ପାନୀ ‘ଇଭୋସେଫ୍‌’ ତରଫରୁ ଏକ ନୂଆ ଜିନିଷ ଉଦ୍ଭାବନ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛି । ଏହି ମେସିନ୍ ଟି ଅବିକଳ ଏକ କାଗଜ ପ୍ରିଣ୍ଟର ଭଳି ଦେଖାଯାଉଛି । ଯେଉଁଥିରେ କିଛି ସୁଇଚ୍ ମଧ୍ୟ ଅଛି । ଏହି ପ୍ରିଣ୍ଟରରେ କିନ୍ତୁ କାଗଜ ପିଣ୍ଟ ହେଉନାହିଁ ବରଂ ଦୋସା ପ୍ରିଣ୍ଟ ହେଉଛି । ଅର୍ଥାତ ଏଥିରେ ସୁଇଚ୍ ଚିପିଲେ ଆପଣଙ୍କ ଦୋସା ରେଡି ହେଇଯିବ । ଆଗରୁ ଆପଣ ବ୍ରେଡ ଟୋଷ୍ଟର ଆଦି ମେସିନ୍ ସିନା ଦେଖିଛନ୍ତି ହେଲେ ଏମିତି ଦୋସା ମେକର୍ ମେସିନ୍ ଆପଣ କେବେ ଦେଖିନଥିବେ । କଂମ୍ପାନୀର କହିବା ଅନୁସାରେ ଏହା ବିଶ୍ୱର ପ୍ରଥମ ଦୋସା ମେକର ମେସିନ୍ ଯାହା ଗୋଟିଏ ମିନିଟରୁ କମ୍ ସମୟ ଭିତରେ ଦୋସା ପ୍ରସ୍ତୁତ କରିଦେଉଛି । ଗ୍ରାହକ ମାନେ ଏଥିରେ ଦୋସା ତିଆରି କରିବା ବେଳେ ଘିଅ,ବଟର,କିମ୍ବା ଚିଜ୍ କୁ ମଧ୍ୟ ବ୍ୟବହାର କରିପାରିବେ । କେବଳ ଦୋସାର ଘୋଳକୁ ସେହି ମେସିନ୍ ରେ ଢାଳିବେ ଆଉ ତାପରେ ଚଟାପଟ ପ୍ରସ୍ତୁତ ହେଇଯିବ ଦୋସା । ଯେମିତି ଚାହିଁବେ ସେମିତି ରୂପରେ ପ୍ରସ୍ତୁତ ହେଇଯିବ ଆପଣଙ୍କ ଦୋସା ।

 

ଏହି ମେସିନ୍ ର ବର୍ତ୍ତମାନ ମୂଲ୍ୟ ରହିଛି ୧୫ହଜାର ୯୯୯ ଟଙ୍କା । ଏହି ଦୋସା ମେକରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏହି ଭିଡିଓ ଦେଖି କିଛି ୟୁଜରର୍ସ ନିଜର ନାପସନ୍ଦ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କିନ୍ତୁ ଦେଖାଯାଉ ଏହି ମେସିନ୍ କେତେ ମାତ୍ରାରେ ଗ୍ରାହକ ବ୍ୟବହାର କରୁଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )