Thursday 25th April 2024
ଚାକିରୀରେ ଅଧିକ ଦରମା କିପରି ପାଇବେ ? ଜାଣିରଖନ୍ତୁ ଇଣ୍ଟରଭ୍ୟୁରେ ସଫଳ ହେବାପରେ ଦରମା ଡିମାଣ୍ଡ କରିବାର କୌଶଳ !

ଚାକିରୀରେ ଅଧିକ ଦରମା କିପରି ପାଇବେ ? ଜାଣିରଖନ୍ତୁ ଇଣ୍ଟରଭ୍ୟୁରେ ସଫଳ ହେବାପରେ ଦରମା ଡିମାଣ୍ଡ କରିବାର କୌଶଳ !

କିଛି ଲୋକ ମାନଙ୍କ ପାଇଁ ଚାକିରୀ ଗୋଟିଏ ସ୍ୱପ୍ନ । ବର୍ତ୍ତମାନ ଭାରତରେ ଜନସଂଖ୍ୟାର ବିଷ୍ପୋରଣ ଘଟିଛି । ଦିନକୁ ଦିନ ବଢିଚାଲିଛି ଭାରତର ଜନସଂଖ୍ୟା ଏବଂ ତା ସହ ବଢିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟା ବଢିବାର ମୁଖ୍ୟକାରଣ ହେଉଛି ଭାରତରେ ଚାକିରୀର ଅଭାବ ।  ଅନେକ ଲୋକ ଚାକିରୀ ପାଇଁ ଏପଟେ ସେଫଟେ ହେଉଛନ୍ତି । ଏତେ ଅସୁବିଧାରେ ମଧ୍ୟ କିଛି ଲୋକ ବହୁତ ଶୀଘ୍ର ଚାକିରୀ ପାଇଯାନ୍ତି ଏବଂ ଭଲ ଦରମା ମଧ୍ୟ ପାଇଥାନ୍ତି । କିଏ ବିଭିନ୍ନ ସ୍ଥାନରେ ଚାକିରୀ ଖୋଜି ଖୋଜି ଥକି ଗଲାଣି , ପୁଣି କିଏ ଚାକିରୀ ପାଇଁ ବିଜ୍ଞପ୍ତି କେଉଁ ସ୍ଥାନରେ ବାହାରୁଛି ଜାଣିପାରୁନାହିଁ । ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ମାଧ୍ୟମ ଅଛି । ବେପାର ବାଣିଜ୍ୟ ଏବଂ ଚାକିରୀ କରିବା ହେଉଛି ଦୁଇ ଗୋଟି ପ୍ରମୁଖ ମାଧ୍ୟମ । ତେବେ ଜଣେ ସାଧାରଣ ଲୋକଟିଏ ପାଇଁ ଟଙ୍କା ରୋଜଗାର କରିବାର ଉତ୍ତମ ମାଧ୍ୟମ ହେଉଛି ଚାକିରୀ । ତେବେ ଏଥି ମଧ୍ୟରେ ଅନେକ ସ୍ମାର୍ଟ ବ୍ୟକ୍ତି ଚାକିରୀ ପାଇ ଚାକିରୀ କରୁଛନ୍ତି । କାହିଁକିନା ତାଙ୍କ ପାଖରେ ରହିଛି ଚାକିରୀ କରିବାର ଗୁପ୍ତ ଜ୍ଞାନ ।  ଟଙ୍କା ରୋଜଗାର କରିବା ହେଉଛି ସମସ୍ତଙ୍କର ପ୍ରଥମ ପ୍ରାଥମିକତା । ତେଣୁ ଅନେକ ବ୍ୟକ୍ତିଙ୍କ ଚାକିରୀ ପସନ୍ଦ । ମାସ ଶେଷରେ ଦରମା ମିଳିବ , ଏଇ ଆଶା ନେଇ ପ୍ରତିଦିନ ପରିଶ୍ରମ କରିଥାନ୍ତି କର୍ମଚାରୀ । କିଛି ବ୍ୟକ୍ତି ବିଶେଷ ମାନଙ୍କ ପାଖରେ ଉପଯୁକ୍ତ ଜ୍ଞାନ କୌଶଳ ଥିଲେ ମଧ୍ୟ ସେମାନେ ଚାକିରୀ କରିବାରୁ ବଞ୍ଚିତ ରହିଥାନ୍ତି । କାହିଁକିନା ତାଙ୍କ ପାଖରେ ସେହି ଜ୍ଞାନ କୌଶଳ ବା ପ୍ରୋଫେସନାଲିଜିମ୍ ନଥାଏ । ତେବେ ଏସବୁ ମଧ୍ୟରେ ଚାକିରୀ କରିବା ଏବଂ ଚାକିରୀରେ ଅନ୍ୟ ପ୍ରାର୍ଥିଙ୍କ ଠାରୁ ଅଧିକ ଦରମା ଡିମାଣ୍ଡ କରିବା ର କୌଶଳ ବା ଟ୍ରିକ୍ସ ସମସ୍ତଙ୍କୁ ଜଣା ନଥାଏ । ଯାହାକୁ ଏହି ଟ୍ରିକ୍ସ ଜଣାଥାଏ , ସେ ଶୀଘ୍ର ଚାକିରୀ କରିବା ସହ ପାଇଥାଏ ପଦୋନ୍ନତି । 

 

ନିଜ କ୍ୟାରିୟରକୁ ଏକ ନୂତନ ଉଚ୍ଚତା ଦେବା ଏବଂ ନିଜ ପ୍ରୋଫେସନାଲ୍ ଲାଇଫ୍ ରେ ଉନ୍ନତି କରିବା ଖୁବ୍ କମ୍ ଲୋକଙ୍କୁ ଜଣାଥାଏ । କ୍ୟାରିୟରରେ ଗ୍ରୋତ୍ କରିବା ଏବଂ ସେହି ଗ୍ରୋତ୍ କୁ ମ୍ୟାନଣ୍ଟେନ୍ କରିବା ର କୌଶଳ ସମସ୍ତଙ୍କ ପାଖରେ ନଥାଏ । ନିଜ କ୍ୟାରିୟରରେ ଉନ୍ନତି ହେଲେ ବଢିବ ଆପଣଙ୍କ ଦରମା । ଆପଣ ଫ୍ରେସର ଅଛନ୍ତି ଏବଂ ଜୀବନରେ ପ୍ରଥମଥର ଇଣ୍ଟରଭ୍ୟୁ ଦେଉଛନ୍ତି ? ତେବେ ଆପଣଙ୍କୁ ଅନ୍ୟ କର୍ମଚାରୀ ଙ୍କ ପରି ସମାନ ଦରମା କିମ୍ବା ତାଙ୍କ ଠାରୁ କମ୍ ଦରମାରେ କାର୍ଯ୍ୟକରିବାକୁ ପଡିପାରେ । ତେଣୁ ଏହି ଆର୍ଟିକିଲ୍ ଟି କୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ ଇଣ୍ଟରଭ୍ୟୁରେ ସଫଳ ହେବା ପରେ ଦରମା ଡିମାଣ୍ଡ କରିବାର କୌଶଳ !

ଧରାଯାଉ ଆପଣ ପ୍ରଥମଥର ଆପଣଙ୍କ ଜୀବନର ପ୍ରଥମ ଇଣ୍ଟରଭ୍ୟୁରେ ସଫଳ ହୋଇଛନ୍ତି । ଏହି ସଫଳତା ପାଇ ଆପଣ ଖୁସି ନିହାତି ହେବେ । କିନ୍ତୁ ଏହି ଖୁସିର ଅନେକ କମ୍ପାନୀ ଫାଇଦା ଉଠାଇଥାନ୍ତି । ନୁଆଁ ଏମ୍ପଲୟ ବା ଇଣ୍ଟରଭ୍ୟୁ ପ୍ରାର୍ଥି ର ଦରମା ଉପରେ ବିଶେଷ କିଛି ଅଭିଜ୍ଞତା ନଥାଏ । ତେଣୁ କମ୍ ଦରମାରେ ମଧ୍ୟ ଚାକିରୀ କରିବା ପାଇଁ ସେ ରାଜି ହୋଇଯାଏ । ଧରାଯାଉ ହାଇରିଂ ମ୍ଯାନେଜର ଙ୍କ ପାଖରେ ୨୦,୦୦୦ ବଜେଟ୍ ଅଛି । ସେ ସେହି ବଜେଟ୍ ରେ ହିଁ କର୍ମଚାରୀ ହାଇରିଂ ବା ରିକୃଟମେଣ୍ଟ୍ କରିଥାନ୍ତି । ଯେପରିକି ତାଙ୍କୁ ୨୦,୦୦୦ ଟଙ୍କା ରେ ଯେତେ ଯୋଗ୍ୟ ଏବଂ ଉପଯୁକ୍ତ ପ୍ରାର୍ଥି ମିଳିବ । କମ୍ପାନୀ ର ଉନ୍ନତି ଏବଂ ଉପଯୁକ୍ତ କର୍ମଚାରୀ ଚୟନ କରିବା ହାଇରିଂ ମ୍ୟାନେଜରଙ୍କ ପ୍ରଥମ ପ୍ରାଥମିକତା ଆପଣ କେତେ ଟଙ୍କାରେ ଚାକିରୀ ପାଇଁ ହଁ କହିବେ କିମ୍ବା କମ୍ ଟଙ୍କାରେ କାମ କରିବେ , ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ । ଆପଣ ଯେତେ କମ୍ ଦରମାରେ କାମ କରିବା ପାଇଁ ରାଜି ହେବେ , ସେତେ ଟଙ୍କା ତାଙ୍କ କମ୍ପାନୀର ଲାଭ । ସେହି ଟଙ୍କାରେ ସେମାନେ ଅନ୍ୟ ଏକ ଯୋଗ୍ୟ ପ୍ରାର୍ଥି କୁ ନିଯୁକ୍ତି ଦେବେ । ଏପରି କଲେ କମ୍ପାନୀର ସମାନ ବଜେଟ୍ ରେ ହ୍ୟୁମନ ରିସୋସେସ୍ ବା ମେନ୍ ପାଓ୍ୱାର ବଢିବ । ତେଣୁ କମ୍ପାନୀ ସବୁବେଳେ ଚାହିଁବ କମ୍  ଦରମାରେ ଅଧିକ ଯୋଗ୍ୟ ପ୍ରାର୍ଥିକୁ ଚାକିରୀରେ ରଖିବା ପାଇଁ । ଆପଣ ଯଦି  ୧୦,୦୦୦ ଟଙ୍କାରେ ରାଜି ହୋଇଗଲେ , ତେବେ ସେମାନେ ଅନ୍ୟ ୧୦,୦୦୦ ଟଙ୍କାରେ ଅନ୍ଯ ଏକ ଏମ୍ପଲୟକୁ ରଖିବେ । ଆପଣ ଯେତେ କମ୍ ଟଙ୍କାରେ ରାଜି ହେଲେବି ଆପଣଙ୍କୁ ସେହି ପଦବୀ ର ଆବଶ୍ୟକତା ଅନୁସାରେ ସେତିକି କାମ କରିବାକୁ ପଡିବ । ଦରମା କମ୍ ନେଲେ କେବେବି କାମ କମିବ ନାହିଁ । ଏହି କଥାଟିକୁ ସଦାସର୍ବଦା ମନେ ରଖନ୍ତୁ ।

” କଣ ରହିଛି ଆପଣଙ୍କ ସ୍ୟାଲେରି ଏକ୍ସପେକ୍ଟଟେସନ୍ ? “ଏପରି ପ୍ରଶ୍ନ ପଚାରିଲେ କଣ ରଖିବେ ଉତ୍ତର !

କଣ ରହିଛି ଆପଣଙ୍କ ସ୍ୟାଲେରି ଏକ୍ସପେକ୍ଟଟେସନ୍ ? ଏହାର ଅର୍ଥ ହେଉଛି ଆପଣଙ୍କ ଦରମାକୁ ନେଇ କଣ ଆଶା ରହିଛି । ଆପଣ ଯେତେବେଳେ କୌଣସି ଇଣ୍ଟରଭ୍ୟୁରେ ସଫଳ ହୁଅନ୍ତି , ସେତେବେଳେ ଏହି ପ୍ରଶ୍ନ ଟି ଆପଣଙ୍କୁ ନିହାତି ପଚାରିବେ ହାଇରିଂ ମ୍ୟାନେଜର । ଜୀବନରେ ପ୍ରଥମ ଇଣ୍ଟରଭ୍ୟୁ ହେଇଥିଲେ ଆପଣଙ୍କୁ ଖୁସି ଲାଗିବ ଏବଂ ଆପଣ ଦରମାକୁ ନେଇ ଦ୍ୱନ୍ଦରେ ମଧ୍ୟ ପଡିପାରନ୍ତି । କାଳେ ଅଧିକ ଦରମା ଡିମାଣ୍ଡ କଲେ ଚାକିରୀ ହାତ ଛଡା ହେବାର ଭୟ ପ୍ରାୟ ସମସ୍ତଙ୍କ ପାଖରେ ଥାଏ । କିନ୍ତୁ ଚାକିରୀରେ ଅଭିଜ୍ଞତା ଥିବା କିମ୍ବା ବାରମ୍ବାର ଇଣ୍ଟରଭ୍ୟୁ ଦେଇଥିବା ପ୍ରାର୍ଥି ମାନଙ୍କ ପାଇଁ ଏହା ଏକ ସାଧାରଣ କଥା । ଅଭିଜ୍ଞତା ଥିଲେ ଅଧିକ ଦରମା ଡିମାଣ୍ଡ ନକରିପାରିଲେ ମଧ୍ୟ ଏବଭ୍ ଆଭେରେଜ୍ ସ୍ୟାଲେରି  ବା ମଧ୍ୟବିତ୍ତ ଶ୍ରେଣୀର ଦରମା ଠାରୁ ଟିକେ ଅଧିକ ଡିମାଣ୍ଡ କରିପାରିବେ ।

୧) ଦରମାକୁ ନେଇ ଥିବା ରେଞ୍ଜ ବିଷୟରେ ହାଇରିଂ ମ୍ୟାନେଜରଙ୍କୁ ପଚାରନ୍ତୁ –

ଏପରି ପ୍ରଶ୍ନ ଶୁଣିଲା ମାତ୍ରେ ପ୍ରଥମେ ପଚାରନ୍ତୁ ଯେ ଆପଣ ଙ୍କ ଦରମା ର ରେଞ୍ଜ ବା ସ୍ୟାଲେରି ରେଞ୍ଜ କେତେ ରୁ କେତେ ଅଛି । ଏହା ଫଳରେ ଆପଣ ସର୍ବନିମ୍ନ ଦରମା ବିଷୟ ରେ ଜାଣିବା ସହ ସର୍ବାଧିକ ଦରମା ବିଷୟରେ ଜାଣି ପାରିବେ । ଧରାଯାଉ ଆପଣ ଭାବୁଛନ୍ତି ଯେ ଆପଣ ୧୦,୦୦୦ ଟଙ୍କା ଡିମାଣ୍ଡ କରିବେ । କିନ୍ତୁ ସେହି କମ୍ପାନୀ ର ଦରମା ରେଞ୍ଜ  ସର୍ବନିମ୍ନ ୧୫,୦୦୦ ଟଙ୍କା ରୁ ଆରମ୍ଭ ହୋଇ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଅଛି । ଫ୍ରେସର ହୋଇଥିଲେ  ଆପଣ ନିଜ ଦକ୍ଷତା ଏବଂ ଯୋଗ୍ୟତା ର ଉତ୍ତମ ରୂପରେ ପରିଚୟ ଦେଇ ଆରାମରେ ୧୫,୦୦୦ ଟଙ୍କା ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିମାଣ୍ଡ କରିପାରିବେ । 

 

୨) ଏହି ପ୍ରଶ୍ନଟିକୁ ଓଲଟାଇ ପଚାରନ୍ତୁ – 

” କଣ ରହିଛି ଆପଣଙ୍କ ସ୍ୟାଲେରି ଏକ୍ସପେକ୍ଟଟେସନ୍ ? ” – ଏପରି ପ୍ରଶ୍ନ ପଚାରିଲେ ଆପଣ ଏହି ପ୍ରଶ୍ନଟିକୁ ଓଲଟାଇ ପଚାରନ୍ତୁ । ପଚାରନ୍ତୁ ଯେ ଆପଣ କେତେ ସ୍ୟାଲେରି ଦେଇପାରିବେ ? ଏପରି ପ୍ରଶ୍ନ କଲେ ଆପଣଙ୍କ ଉପରୁ ଦ୍ୱନ୍ଦ ହଟିଯାଇପାରେ । ଯଦି ହାଇରିଂ ମ୍ୟାନେଜର ଆପଣଙ୍କ ଆଶାଠାରୁ ଅଧିକ ଦରମା କହିଥାନ୍ତି , ତେବେ ଆପଣ ଲାଭରେ ରହିବେ । ଧରାଯାଉ ଆପଣଙ୍କ ଆଶା ୧୦,୦୦୦ ଟଙ୍କା ଏବଂ ହାଇରିଂ ମ୍ୟାନେଜର ଆପଣଙ୍କୁ  ୧୨,୦୦୦ ଟଙ୍କା ଅଫର କରିପାରନ୍ତି । ତେବେ ଏଭଳି କ୍ଷେତ୍ରରେ ଆପଣ ସହଜରେ ୧୫,୦୦୦ ଟଙ୍କା ଡିମାଣ୍ଡ କରିପାରିବେ ।

 

୩) ଯୋଗ୍ୟତା ଏବଂ ଅଭିଜ୍ଞତା ଅନୁସାରେ ଦରମା ଡିମାଣ୍ଡ କରନ୍ତୁ – 

ବଡ କମ୍ପାନୀ ଥିଲେ ନିଜ ଦକ୍ଷତା ଏବଂ ଅଭିଜ୍ଞତାକୁ ଉତ୍ତମ ରୂପରେ ଉପସ୍ଥାପନ କରନ୍ତୁ । ଫ୍ରେସର ଥିଲେ ଦକ୍ଷତା ଉପସ୍ଥାପନ ଉପରେ ଗୁରୁତ୍ୱ ଦିଅନ୍ତୁ । ଇଣ୍ଟର୍ନସିପ୍ କରିଥିଲେ ଇଣ୍ଟର୍ନସିପ୍ ପିରିୟଡ୍ କୁ ଅଭିଜ୍ଞତା ଆକାରରେ ପ୍ରକାଶ କରନ୍ତୁ କିମ୍ବା ଉପସ୍ଥାପନ କରନ୍ତୁ । ଯଦି ଆପଣଙ୍କ ପାଖରେ ଅନ୍ୟ କୌଣସି ଚାକିରୀର ଅଭିଜ୍ଞତା ଅଛି , ତେବେ ତାକୁ ଦୃଢ ଭାବରେ ଉପସ୍ଥାପନ କରନ୍ତୁ । ଇଣ୍ଟରଭ୍ୟୁରେ ହାଇରିଂ ମ୍ୟାନେଜର  ଅଭିଜ୍ଞତା ବା ଓ୍ୱାର୍କ ଏକ୍ସପେରିଏନ୍ସ ବିଷୟରେ ପଚାରିବା ସ୍ୱାଭାବିକ । ଯାହାର ଯେତେ ଅଭିଜ୍ଞତା ତାକୁ ସେତେ ଏକ୍ସପର୍ଟାଇଜ୍ ବୋଲି ଧରାଯାଏ । କିନ୍ତୁ ଏହା ପ୍ରକୃତରେ ସତ ନୁହଁ । କିନ୍ତୁ ପରିସ୍ଥିତି ଏବଂ କମ୍ପାନୀ ର ଟର୍ଣ୍ଣ ଓଭର ବା ଷ୍ଟାଟସ୍ କୁ ଦେଖି ନିଜର ସ୍ୟାଲେରି ଏକ୍ସପେକ୍ଟଟେସନ୍ କଥା କୁହନ୍ତୁ । କାମ ଅନୁସାରେ ଦରମା ଡିମାଣ୍ଡ କରିବା କିଛି ଅସୁବିଧା ନାହିଁ ।  ଅତିକମରେ କାମ କରନ୍ତୁ ନାହିଁ କିମ୍ବା ଅତି ବେଶି ସ୍ୟାଲେରି ଡିମାଣ୍ଡ କରନ୍ତୁ ନାହିଁ । ଉପସ୍ଥାପନ କରିବାର ଶୈଳୀ ଏପରି ଢଙ୍ଗରେ ରହିବା ଉଚିତ୍ ଯେପରି ହାଇରିଂ ମ୍ୟାନେଜର ଆପଣଙ୍କ ରିପ୍ଲେସମେଣ୍ଟ ପାଇବେ ନାହିଁ । ଯୋଗ୍ୟତା , ଦକ୍ଷତା ଏବଂ ଅଭିଜ୍ଞତାକୁ ନେଇ ଉପସ୍ଥାପନ କରନ୍ତୁ ନିଜର ପରିଚୟ । ଏହା ଆପଣଙ୍କୁ ଦେବ ଆପଣଙ୍କ ସ୍ୱପ୍ନର ଦରମା ବା ଡ୍ରିମ୍ ସ୍ୟାଲେରି ।  

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି  ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )