Friday 26th April 2024
ଜଳ କାହିଁକି ଗୁରୁତ୍ୱପୂର୍ଣ୍ଣ ? ବିଶ୍ୱ ଜଳ ଦିବସରେ ଜାଣନ୍ତୁ ଜୀବନରେ ଜଳ ର କଣ ରହିଛି ଆବଶ୍ୟକତା !

ଜଳ କାହିଁକି ଗୁରୁତ୍ୱପୂର୍ଣ୍ଣ ? ବିଶ୍ୱ ଜଳ ଦିବସରେ ଜାଣନ୍ତୁ ଜୀବନରେ ଜଳ ର କଣ ରହିଛି ଆବଶ୍ୟକତା !

ଜାତି ସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ବ ଜଳ ଦିବସ ଭାବେ ପାଳନ କରାଯାଇ ଆସୁଛି । ପୃଥିବୀର ପ୍ରାୟ ୭୧.୪ ପ୍ରତିଶତ ଜଳପୂର୍ଣ୍ଣ ଅଟେ । କଥାରେ ଅଛି ଜଳ ହିଁ ଜୀବନ । ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ । ଜଳ ହେଉଛି ସୃଷ୍ଟିର ଆଧାର। କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ ଏବଂ ଜଳ ବହୁଳେ ସୃଷ୍ଟି ନାଶ । ବିଶ୍ୱ ଜଳ ଦିବସ ର ମୂଳ ଉଦ୍ଦେଶ୍ୟ ହେଉଛି – ସାରା ବିଶ୍ୱ ପାଇଁ ଜଳ ସଂରକ୍ଷଣ କେତେ ଜରୁରୀ ସେନେଇ ସଚେତନ କରାଇବା । ପ୍ରତିବର୍ଷ ୨୨ ମାର୍ଚ୍ଚରେ ପାଳିତ ହୁଏ ବିଶ୍ୱ ଜଳ ଦିବସ ।  ଅନେକ ସମୟରେ ଜଳର ଅଯଥା ବ୍ୟବହାର, ଆଗାମୀ ପିଢୀ ପାଇଁ ସୃଷ୍ଟି କରିବାକୁ ଯାଉଛି ବିପଦ । ବୈଜ୍ଞାନିକଙ୍କ ଏକ ଗବେଷଣା ଅନୁସାରେ ୨୦୨୫ ସୁଦ୍ଧା ବିଶ୍ବର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ଜଳ ପାଇଁ ଜୀବନ, ଜଳ ହିଁ ଜୀବଜଗତର ସତ୍ତା ।

ତେବେ ଆସନ୍ତୁ ଜାଣିବା ବିଶ୍ୱ ଜଳ ଦିବସରେ ଜୀବନରେ ଜଳ ର କଣ ରହିଛି ଆବଶ୍ୟକତା ? ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢିଲେ ଆପଣ ଜାଣିପାରିବେ ।

 

୧) ପାଣି ଆପଣଙ୍କ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ –

ଆପଣଙ୍କ ଶରୀରର ତାପମାତ୍ରା ବଜାୟ ରଖିବା ପାଇଁ  ଏବଂ ଆପଣଙ୍କୁ ହାଇଡ୍ରେଟେଡ୍ ରଖିବା ପାଇଁ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶାରୀରିକ କାର୍ଯ୍ୟକଳାପ ବା ଫିଜିକାଲ୍ ଆକ୍ଟିଭିଟି ରେ ଆପଣଙ୍କ ଶରୀରରେ ଉତ୍ତାପ ବଢିଥାଏ । ଗରମ ପରିବେଶରେ ଆପଣଙ୍କ ଶରୀରରେ ଝାଳ ମାଧ୍ୟମରେ ଜଳ ବାହାରିଯାଇଥାଏ । ଜଳ ଶରୀରକୁ ଥଣ୍ଡା ରଖେ । ପାଣି ନପିଇଲେ  ଶରୀରର ତାପମାତ୍ରା ବୃଦ୍ଧି ପାଇବ । ଏହାର କାରଣ ହେଉଛି ଯେତେବେଳେ ଆପଣଙ୍କ ଶରୀର ଡିହାଇଡ୍ରେଟ୍ ହୋଇଯାଏ ସେତେବେଳେ ଶରୀର ଇଲେକ୍ଟ୍ରୋଲାଇଟ୍ ଏବଂ ପ୍ଲାଜମା ହରାଇଥାଏ । ଡିହାଇଡ୍ରେସନ୍ ଏଡାଇବା ପାଇଁ ଆପଣ ପ୍ରଚୁର ପାଣି ପିଅନ୍ତୁ ଏବଂ ପ୍ରତ୍ୟେକ ଦିନ ସ୍ନାନ କରନ୍ତୁ ।

୨) ପାଣି ଆପଣଙ୍କର ଟିସୁ , ମେରୁଦଣ୍ଡ ଏବଂ ଗଣ୍ଠିକୁ ସୁରକ୍ଷା ଦେଇଥାଏ –

ପାଣି ପିଇଲେ ଆପଣଙ୍କ ଗଣ୍ଠି , ମେରୁଦଣ୍ଡ ଏବଂ ଟିସୁକୁ ଲୁବ୍ରିକେଣ୍ଟ୍ କରିବାରେ ସାହାଯ୍ୟ ମିଳିଥାଏ । ଏହା ଆପଣଙ୍କୁ ଶାରୀରିକ କାର୍ଯ୍ୟକଳାପକୁ ଉତ୍ତମରୂପରେ କରିବାରେ ସାହାଯ୍ୟ କରିବ ଏବଂ ଆର୍ଥ୍ରାଇଟିସ୍ ପରି ପରିସ୍ଥିତି ସୃଷ୍ଟି ହେବାକୁ ଦେବନାହିଁ । ଆପଣ ପିଉଥିବା ପାଣିରୁ ହିଁ ଆପଣଙ୍କ ଶରୀରରେ ଲୁବ୍ରିକ୍ୟାଣ୍ଟ୍ ତିଆରି ହୋଇଥାଏ ।

୩) ଏହା ଝାଳ, ପରିସ୍ରା ଏବଂ ମଳତ୍ୟାଗ ଦ୍ୱାରା ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରେ –

ଏହା ଝାଳ, ପରିସ୍ରା କରିବା ଏବଂ ଅନ୍ତନଳୀରେ ମଳ ଗତି କରିବା ପାଇଁ ଆପଣଙ୍କ ଶରୀର ଜଳ ବ୍ୟବହାର କରେ । ଯେତେବେଳେ ଆପଣ ବ୍ୟାୟାମ କରନ୍ତି କିମ୍ବା ଗରମ ତାପମାତ୍ରାରେ କାର୍ଯ୍ୟ କରନ୍ତି , ସେତେବେଳେ ଝାଳ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଝାଳରୁ ଶରୀରରୁ ତରଳ ପଦାର୍ଥକୁ ପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ ପାଣି ପିଇବା ଦରକାର । ସୁସ୍ଥ ମଳତ୍ୟାଗ ଏବଂ କୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ପାଇଁ ଶରୀରରେ ପର୍ଯ୍ୟାପ୍ତ ଜଳ ଆବଶ୍ୟକ । ପରିସ୍ରା ମାଧ୍ୟମରେ ବର୍ଜ୍ୟବସ୍ତୁ ଫିଲ୍ଟର କରିବା ପାଇଁ ଆପଣଙ୍କ କିଡନୀ ଶରୀରରେ ଥିବା ଜଳୀୟ ଅଂଶକୁ ବ୍ୟବହାର କରିଥାଏ ।  ପ୍ରଚୁର ପରିମାଣର ପାଣି ପିଇଲେ ଆପଣଙ୍କ କିଡନୀ ଅଧିକ ଦକ୍ଷତାର ସହିତ କାମ କରିଥାଏ । ଯାହାକି କିଡନୀ ଷ୍ଟୋନକୁ ରୋକିବାରେ ସାହାଯ୍ୟ କରିଥାଏ ।

୪) ପାଣି ଶରୀରରେ ଲାଳ ବା ସାଲାଇଭା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ –

ଲାଳର ଏକ ମୁଖ୍ୟ ଉପାଦାନ ହେଉଛି ପାଣି । ଲାଳରେ ଅଳ୍ପ ପରିମାଣର ଇଲେକ୍ଟ୍ରୋଲାଇଟ୍, ମ୍ୟୁକସ୍ ଏବଂ ଏନଜାଇମ୍ ମଧ୍ୟ ଥାଏ । କିନ୍ତୁ କଠିନ ଖାଦ୍ୟ ହଜମ କରିବା ଏବଂ ପାଟିକୁ ସୁସ୍ଥ ରଖିବା ପାଇଁ ପାଣି ପିଇବା ଜରୁରୀ । ଆପଣଙ୍କ ଶରୀର ସାଧାରଣତ ନିୟମିତ ତରଳ ପଦାର୍ଥ ସହିତ ଯଥେଷ୍ଟ ଲାଳ ବା ସାଲାଇଭା ଉତ୍ପାଦନ କରିଥାଏ । ତଥାପି, ବୟସ ଅନୁସାରେ , ନିର୍ଦ୍ଦିଷ୍ଟ ଔଷଧ ର ବ୍ୟବହାର କରିବା ଦ୍ୱାରା କିମ୍ବା କୌଣସି ମେଡିକାଲ୍ ଥେରାପି ଦ୍ୱାରା ଆପଣଙ୍କର ଲାଳ ଉତ୍ପାଦନ ହ୍ରାସ ହୋଇପାରେ । ଯଦି ଆପଣଙ୍କ ର ପାଟି ସାଧାରଣ ଅପେକ୍ଷା ଶୁଖିଲା ଲାଗୁଛି । ତେବେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଏହାପରେ ବି ଶୁଷ୍କତା ଅନୁଭବ ହେଲେ , ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

୫) ପାଣି କୋଷ୍ଠକାଠିନ୍ୟକୁ ରୋକିବାରେ ସାହାଯ୍ୟ କରେ –

କୋଷ୍ଠକାଠିନ୍ୟକୁ ରୋକିବା ପାଇଁ ଫାଇବ ଜାତୀୟ ଖାଇବା ଏକମାତ୍ର ଉପାୟ ନୁହେଁ । ଆପଣଙ୍କୁ ପାଣି ପିଇବାକୁ ପଡିବ । ଆପଣଙ୍କର ଅନ୍ତନଳୀରେ ଯଥେଷ୍ଟ ଜଳ ରହିବା ଦରକାର । ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଉନାହାନ୍ତି  , ମ୍ୟାଗ୍ନେସିୟମ୍ ଏବଂ ଫାଇବର ଖାଉ ନାହାଁନ୍ତି , ତେବେ ଆପଣଙ୍କୁ କୋଷ୍ଠକାଠିନ୍ୟ ହେବାର ସମ୍ଭାବନା ଅଧିକ । ପାଣି ପିଅନ୍ତୁ , କୋଷ୍ଠକାଠିନ୍ଯ ଠୁ ଦୁରେଇ ରୁହନ୍ତୁ ।

୬) ଏହା ଶାରୀରିକ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବାରେ ସାହାଯ୍ୟ କରେ –

ଶାରୀରିକ କାର୍ଯ୍ୟକଳାପ ସମୟରେ ପ୍ରଚୁର ଜଳ ପିଇବା ନିହାତି ଜରୁରୀ । ଆଥଲେଟମାନେ ୬ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଜଳୀୟ ଅଂଶ ଶାରୀରିକ କାର୍ଯ୍ୟକଳାପ ସମୟରେ ହ୍ରାସ କରିଥାନ୍ତି । ଡିହାଇଡ୍ରେସନ୍ ମଧ୍ୟ ଆପଣଙ୍କର ଶକ୍ତି ଏବଂ ଧର୍ଯ୍ୟକୁ ପ୍ରଭାବିତ କରେ । ପର୍ଯ୍ୟାପ୍ତ ଜଳୀୟ ଅଂଶ ବିନା ଉତ୍ତାପରେ ବ୍ୟାୟାମ କଲେ ନକାରାତ୍ମକ ପ୍ରଭାବ ରକ୍ତଚାପ ହ୍ରାସ ଏବଂ ହାଇପରଥର୍ମିଆ ପରି ଗୁରୁତର ଅବସ୍ଥା ସୃଷ୍ଟି ହୋଇପାରେ । ଅତ୍ୟଧିକ ଡିହାଇଡ୍ରେସନ୍ ଦ୍ୱାରା ମୃତ୍ୟୁ ମଧ୍ୟ ହୋଇପାରେ ।

୭) ଏହା ହଜମ କରିବାରେ ସାହାଯ୍ୟ କରେ –

ବିଶେଷଜ୍ଞମାନେ ଭୋଜନ ପୂର୍ବରୁ , ଭୋଜନ ସମୟରେ ଏବଂ ଭୋଜନ ପରେ ଆବଶ୍ୟକତା ଅନୁସାରେ ପାନୀୟ ଜଳ ନିଶ୍ଚିତ ପିଅନ୍ତୁ । ଆପଣ ଖାଉଥିବା ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରେ ପାଣି । ଏହା ଖାଦ୍ୟକୁ ଅଧିକ ପ୍ରଭାବଶାଳୀ ଭାବରେ ହଜମ କରିବାରେ ଏବଂ ଆପଣଙ୍କ ଭୋଜନରୁ ଅଧିକ ପୋଷକ ତତ୍ତ୍ୱକୁ ଶରୀରରେ ମିଶ୍ରଣ କରିବା ପାଇଁ ସାହାର୍ଯ୍ୟ କରେ ।

୮) ଏହା ପୁଷ୍ଟିକର ଏବଜର୍ପସନ୍ ରେ ସାହାଯ୍ୟ କରେ –

ଖାଦ୍ୟ ହଜମ କରିବା ଏବଂ ପୋଷକ ତତ୍ତ୍ୱକୁ  ଶରୀରରେ ପରିଚାଳନା କରିବାରେ ସାହାଯ୍ୟ କରିବା ବ୍ୟତୀତ ପାଣି ଆପଣଙ୍କ ଖାଦ୍ୟରୁ ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱକୁ ମଧ୍ୟ ବ୍ରେକଡାଉନ୍ କରିବାରେ ସାହାଯ୍ୟ କରେ । ଏହା ପରେ ପାଣି ଏହାର ବ୍ୟବହାର ପାଇଁ ଏହି ଭିଟାମିନ୍ ଉପାଦାନଗୁଡ଼ିକୁ ଆପଣଙ୍କ ଶରୀରର ଅନ୍ୟ ଅଂଶକୁ ବିତରଣ କରିଥାଏ  ।

୯) ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ –

ଅଧ୍ୟୟନ ଅନୁସାରେ ଚର୍ବି ଏବଂ ଓଜନ ହ୍ରାସକୁ ପାନୀୟ ଜଳ ଦ୍ୱାରା ହ୍ରାସ କରିହେବ । ଡାଏଟିଂ ଏବଂ ବ୍ୟାୟାମ କରିବା ସମୟରେ ଅଧିକ ପାଣି ପିଇବା କେବଳ ଆପଣଙ୍କୁ ଅତିରିକ୍ତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପାଣି ପିଇଲେ କମ୍ ଭୋକ ଲାଗିଥାଏ । 

୧୦) ଏହା ରକ୍ତ ଅମ୍ଳଜାନ ସଞ୍ଚାଳନରେ ଉନ୍ନତି ଆଣେ –

ଜଳ ଆପଣଙ୍କ ଶରୀରକୁ ସହାୟକ ପୋଷକ ତତ୍ତ୍ୱ ଏବଂ ଅମ୍ଳଜାନ ବହନ କରିଥାଏ । ଆପଣଙ୍କର ଦୈନନ୍ଦିନ ଜୀବନରେ ଆବଶ୍ୟକତା ଅନୁସାରେ ପାଣିପିଇବା ଦ୍ୱାରା ଆପଣଙ୍କ ରକ୍ତ ସଞ୍ଚାଳନରେ ଉନ୍ନତି ଆସିବ । ଏହା ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇବ ।

୧୧) ଏହା ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ – 

ପାଣି ପିଇବା ଦ୍ୱାରା ଆପଣଙ୍କ ମେଟାବୋଲିଜିମ୍ ସକ୍ରିୟ ହୋଇଥାଏ । ମେଟାବୋଲିଜିମର ବୃଦ୍ଧି ହେବା ଦ୍ୱାରା ଶକ୍ତି ସ୍ତରରେ ସକରାତ୍ମକ ପ୍ରଭାବ ପଡିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ୫୦୦ ମିଲିଲିଟର ପାଣି ପିଇବା ଉଭୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ମେଟାବୋଲିକ୍ ହାରକୁ ୩୦ ପ୍ରତିଶତ ବୃଦ୍ଧି କରିଥାଏ । ଏହି ପ୍ରଭାବଗୁଡିକ ଏକ ଘଣ୍ଟାରୁ ଅଧିକ ସମୟ ଧରି ରହିଥାଏ ।

୧୨) ଏହା ଚର୍ମକୁ ଗୋରା ରଖିବାରେ ସାହାଯ୍ୟ କରେ –

ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ଆପଣଙ୍କ ତ୍ୱଚା ହାଇଡ୍ରେଟ୍ ରହିଥାଏ । ପାଣି ପିଇବା କୋଲାଜେନ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେଇଥାଏ । ଅବଶ୍ୟ, ବାର୍ଦ୍ଧକ୍ୟର ପ୍ରଭାବକୁ ହ୍ରାସ କରିବା ପାଇଁ କେବଳ ପାଣି ପିଇବା ପର୍ଯ୍ୟାପ୍ତ ନୁହେଁ । କିନ୍ତୁ ଏହି ପ୍ରକ୍ରିୟା ଆପଣଙ୍କ ଜିନ୍ ଏବଂ ସାମଗ୍ରିକ ଶରୀର ର ସୁରକ୍ଷା ସହିତ ସଂଯୁକ୍ତ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ  ସାଧାରଣତ ୮ ଆଉନ୍ସ ଗ୍ଲାସ୍ , ଯାହା କି ପାଖାପାଖି ୨ ଲିଟର କିମ୍ବା ଅଧା ଗ୍ୟାଲନ୍ ସହିତ ସମାନ । ତଥାପି, କେତେକ ବିଶେଷଜ୍ଞ ମତ ଦିଅନ୍ତି , ଯେ ତୃଷାର୍ତ୍ତ ନଥିଲେ ମଧ୍ୟ ଦିନସାରା କ୍ରମାଗତ ଭାବରେ ପାଣି ପିଇବା ଆବଶ୍ୟକ । କାହିଁକିନା ଶ୍ୱାସକ୍ରିୟା ରେ ଶରୀର ରୁ ନିୟମିତ ଭାବରେ ଜଳୀୟ ଅଂଶ ହ୍ରାସ ପାଇଥାଏ । କିଡ୍‌ନୀକୁ ସୁସ୍ଥ ରଖିବା ପାଇିଁ ପ୍ରତି ୨ ଘଣ୍ଟା ବ୍ୟବଧାନରେ ପାଣି ପିଇବା ଆବଶ୍ୟକ । ଏପରି କଲେ ଶରୀର ରୁ ଦୂଷିତ ପଦାର୍ଥ ଅତି ସହଜରେ ବାହାରିଯାଏ । ରକ୍ତରୁ ଦୂଷିତ ପଦାର୍ଥ କୁ ଛାଣି ଅଲଗା କରିବାରେ କିଡ୍‌ନୀ ଉପରେ ଅଧିକ ଚାପ ପଡେନାହିଁ । କିଡ୍‌ନୀକୁ ସୁସ୍ଥ ରଖିବା ପାଇିଁ ଏହା ଏକ ଉତ୍ତମ ଏବଂ ସହଜ ଉପାୟ । ଅଧିକାଂଶ ସମୟରେ ଜଳବାୟୁ ଉପରେ ନିର୍ଭରକରେ ଯେ ଜଣେ ବ୍ୟକ୍ତି କୁ କେତେ ପରିମାଣର ପାଣି ଦରକାର । ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ପାଣିର ଆବଶ୍ୟକତା ଅଲଗା ଅଲଗା ରହିଥାଏ । ବ୍ୟକ୍ତିକୁ କେତେ ଜଳ ଆବଶ୍ୟକ  ତାହା ଅନେକ ଜିନିଷ ଉପରେ ନିର୍ଭର କରେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ପାଣି ର ଆବଶ୍ୟକତା ଭିନ୍ନ ଭିନ୍ନ ରହିଥାଏ । ଆମେରିକାର ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ, ଇଞ୍ଜିନିୟରିଂ ଏବଂ ମେଡିସିନ୍ ର ସାଧାରଣ ସୁପାରିଶ ଅନୁସାରେ ବୟସ୍କମାନଙ୍କ ପାଇଁ ନିମ୍ନଲିଖିତ ପରିମାଣ ର ଜଳ ଆବଶ୍ୟକ –

ମହିଳାମାନଙ୍କ ପାଇଁ ଦିନକୁ ୧୧.୫ କପ୍ (୨.୭ ଲିଟର)

 

ପୁରୁଷମାନଙ୍କ ପାଇଁ ଦିନକୁ ୧୫.୫ କପ୍ (୩.୭ ଲିଟର)

ଏଥିରେ ଜଳରୁ ତରଳ ପଦାର୍ଥ , ଚା , ଜୁସ୍ ପରି ପାନୀୟ ଏବଂ ଖାଦ୍ୟରୁ ଜଳୀୟ ଅଂଶ ଅନ୍ତର୍ଭୁକ୍ତ । ଆପଣ ଖାଉଥିବା ଖାଦ୍ୟରୁ ହାରାହାରି ୨୦ ପ୍ରତିଶତ ଜଳ ପାଇପାରିବେ । ଜଣେ ଡାଏଟିସିଆନ୍ ର ପରାମର୍ଶ କ୍ରମେ ପାଣି ପିଇଲେ ଭଲ ।

 

 

Health-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )