Wednesday 24th April 2024
ବ୍ଲଡ୍ ପ୍ରେସର ପାଇଁ କଣ ରହିଛି ପ୍ରାକୃତିକ ଉପାୟରେ ଚିକିତ୍ସା ? ଖାଆନ୍ତୁ ଏହି ସବୁ ଖାଦ୍ୟ, ଯାହା ବ୍ଲଡ୍ ପ୍ରେସର ନିୟନ୍ତ୍ରଣ କରିବ !

ବ୍ଲଡ୍ ପ୍ରେସର ପାଇଁ କଣ ରହିଛି ପ୍ରାକୃତିକ ଉପାୟରେ ଚିକିତ୍ସା ? ଖାଆନ୍ତୁ ଏହି ସବୁ ଖାଦ୍ୟ, ଯାହା ବ୍ଲଡ୍ ପ୍ରେସର ନିୟନ୍ତ୍ରଣ କରିବ !

ବ୍ୟସ୍ତବହୁଳ ଜୀବନରେ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ଭାରି କଷ୍ଟକର । କାରଣ ବର୍ତ୍ତମାନ ସମୟରେ ମନୁଷ୍ୟ କୌଣସି ନା କୌଣସି କାରଣ ପାଇଁ ରୋଗ ଗ୍ରସ୍ତ ହେଉଛି । କେତେବେଳେ ଖରାପ ଖାଦ୍ୟ ପାଇଁ ତ ପୁଣି କେତେବେଳେ ପରିବେଶ ପ୍ରଦୂଷଣ ପାଇଁ । କର୍ମକ୍ଷେତ୍ର ଜନିତ ସମସ୍ୟା ହେଉ କିମ୍ବା ପାରିବାରିକ ସମସ୍ୟା ମନୁଷ୍ୟକୁ ଚାପ ଗ୍ରସ୍ତ କରେ । କେତେବେଳେ ମନୁଷ୍ୟ ନିଜପାଇଁ ପୁଣି କେତେବେଳେ ଅନ୍ୟମାନଙ୍କ ପାଇଁ ମାନସିକ ଚାପରେ ରହିଥାଏ । ତେବେ ମାନସିକ ଚାପ ମନୁଷ୍ୟର ଶରୀର ପାଇଁ ବହୁତ କ୍ଷତିକାରକ। ମାନସିକ ଚାପରେ ମନୁଷ୍ୟ ରହିଲେ ଅନେକ ରୋଗ ଶରୀରରେ ଦେଖାଦେଇପାରେ । ହରମୋନାଲ୍ ଡିସବାଲାନ୍ସ ପାଇଁ ମାନସିକ ଚାପ ହିଁ ଦାୟୀ । ବର୍ତ୍ତମାନ ସମୟରେ ଅନେକ ଲୋକଙ୍କ ପାଖରେ କମ୍ ସମୟରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଦେଖାଦେଇଛି । ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ବୟସ ହେବା ଆଗରୁ ରକ୍ତଚାପ ଦେଖାଯିବାର ମୁଖ୍ୟକାରଣ ହେଲା ମାନସିକ ଚାପ । ଦିନକୁ ଦିନ ଯୁବପିଢ଼ି ଇଣ୍ଟରନେଟରେ ଅଧିକ ସମୟ ବିତାଉଛନ୍ତି। ଯାହାଫଳ‌ରେ ଅନେକ ମାନସିକ ରୋଗ ସୃଷ୍ଟି ହେଉଛି। ଅନ୍‌ଲାଇନ୍ ଗେମିଂ ହେଉ ବା ସାମାଜିକ ଗଣମାଧ୍ୟମର ବ୍ୟବହାର ବା ଭିଡିଓ ଦେଖିବା ପାଇଁ ଇଣ୍ଟରନେଟର ବହୁଳ ବ୍ୟବହାର ହେଉଛି। ଯୁବପିଢ଼ି ଏହାର ଅଧିକ ବ୍ୟବହାର କରୁଛନ୍ତି। ଏହାର ବହୁଳ ବ୍ୟବହାର ଯୁବପିଢ଼ି ଓ ଶିଶୁମାନଙ୍କ ମାନସିକସ୍ତରରେ ପ୍ରଭାବ ପକାଉଥିବା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ହାଇ ବ୍ଲଡ୍ ପ୍ରେସର କୁ ସାଇଲେଣ୍ଟ୍ କିଲର ମଧ୍ୟ କୁହାଯାଏ । ସେ ପୁରୁଷ ହୁଅନ୍ତୁ କି ମହିଳା ଅଜିକାଲି ପ୍ରାୟ ସମସ୍ତେ ବ୍ଲଡ୍ ପ୍ରେସରରେ ଆକ୍ରାନ୍ତ । କମ୍ ବୟସ୍କଙ୍କଠାରେ ବି ଉଚ୍ଚ ରକ୍ତଚାପ ଥିବା ନଜିର ରହିଛି । ସମୟ ସହ ବଢୁଥିବା ବ୍ଲଡପ୍ରେସର ଶରୀରରେ ଅନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ରକ୍ତ ନଳୀରେ ଛୋଟ ଛୋଟ ବବଲ୍ସ ସୃଷ୍ଟି ହୋଇଥାଏ । ବ୍ଲଡପ୍ରେସର ବଢିଲେ ହୃତପିଣ୍ଡର ଆକାର ବଢିଯାଏ । ଯେଉଁଥିପାଇଁ ହାର୍ଟ ଫେଲର ଆଶଙ୍କା ବୃଦ୍ଧି ପାଇଥାଏ । ଏହାବ୍ୟତୀତ ମଧୁମେହ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଇଥାଏ।

 

ଆସନ୍ତୁ ଜାଣିବା କେଉଁସବୁ ଖାଦ୍ୟ ବ୍ଲଡପ୍ରେସର ନିୟନ୍ତ୍ରଣରେ ସହାୟକ ହୋଇଥାଏ । 

 

୧) ରସୁଣ- ରସୁଣରେ ଆଣ୍ଟି ଅକ୍ସିଡାଣ୍ଟ ଅଧିକ ମାତ୍ରାରେ ରହିଛି । ଏମିତିକି ଏହାକୁ ଏହା ମେଡିକାଲ ପ୍ରୋପର୍ଟି ଭାବେ ଡାକ୍ତରମାନେ ମାନିଥାଆନ୍ତି । ଏଥିରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଏହାକୁ ଖାଇବାଦ୍ୱାରା ଉଚ୍ଚ ରକ୍ତ ଚାପ କଣ୍ଟ୍ରୋଲ୍‌ ହୋଇଥାଏ ।

୨) ବିଟରୁଟ୍ ଜୁସ- ବିଟରୁଟ୍ ଅତ୍ୟନ୍ତ ସୁସ୍ଥ, ଯେଉଁଥିରେ ସୋଡିୟମ୍, ପୋଟାସିୟମ୍, ଫସଫରସ୍ ଇତ୍ୟାଦି ପ୍ରଚୁର ପୁଷ୍ଟିକର ଉପାଦାନ ଅଛି, ଯାହା ଆମ ଶରୀର ପାଇ ଲାଭଦାୟକ। ଏହି କ୍ଷେତ୍ରରେ ଏହା ବହୁତ ଲାଭଦାୟକ।

୩) ପାଳଙ୍ଗ ଶାଗ- ପାଳଙ୍ଗ ଶାଗ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଏଥିରେ ପୋଟାସିୟମର ଏକ ଭଲ ଉତ୍ସ ରହିଥାଏ, ଯାହା ଶରୀର ପାଇଁ ଲାଭଦାୟକ କାରଣ ପୋଟାସିୟମ କାରଣରୁ ରକ୍ତ ସଞ୍ଚାଳନ ସଠିକ୍ ଭାବରେ କରାଯାଇଥାଏ, ଯାହା ହୃଦୟକୁ ଚାପ ଦେଇ ନଥାଏ। ଯଦି ଆପଣଙ୍କର ରକ୍ତଚାପ ସମସ୍ୟା ଅଛି ତେବେ ପାଳଙ୍ଗ ଜୁସ ଆପଣଙ୍କ ପାଇଁ ଲାଭଦାୟକ ହେବ।

Natural remedies for high blood pressure! Eat these foods

୪) ଡାର୍କ ଚକୋଲେଟ୍- ଡାର୍କ ଚକୋଲେଟ୍ ଉଭୟ ହାଇ ଓ ଲୋ ବ୍ଲଡ ପ୍ରେସର ଲୋକଙ୍କ ପାଇଁ ଉପଯୋଗୀ । ଏଥିରେ ଫ୍ଲାଭାନୋଲ୍ ନାମକ ରସାୟନିକ ପଦାର୍ଥ ରହିଥାଏ । ଯାହା ଶରୀରର ଓଜନ ଓ ଚର୍ବି ସ୍ତରକୁ ପରିବର୍ତ୍ତନ କରିବା ସହ ବ୍ଲଡ ପ୍ରେସର ସ୍ତରକୁ କଣ୍ଟ୍ରୋଲରେ ରଖିଥାଏ ।

୫) କିୱି- ବ୍ଲଡ ପ୍ରେସର ସମସ୍ୟାକୁ ନେଇ ଚିନ୍ତାରେ ଥିଲେ, ଏଥିପାଇଁ କିୱି ଜୁସ୍ ସେବନ କରିବା ବହୁତ୍ ଲାଭଦାୟକ । ଏଥିରେ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭରପୁର ମାତ୍ରାରେ ମିଳିଥାଏ । ଏହା ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।

 

 

Health-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )