Saturday 27th July 2024
ଦଶମ ଏବଂ ଦ୍ୱାଦଶ ପାସ୍ କରିଥିଲେ ଆପ୍ରେନଟିସ୍ ପଦବୀରେ ଚାକିରୀ କରିପାରିବେ ! ଆପୋଲୋ ଫାର୍ମାସି ବାହାରକରିଛି ବିଜ୍ଞପ୍ତି !

ଦଶମ ଏବଂ ଦ୍ୱାଦଶ ପାସ୍ କରିଥିଲେ ଆପ୍ରେନଟିସ୍ ପଦବୀରେ ଚାକିରୀ କରିପାରିବେ ! ଆପୋଲୋ ଫାର୍ମାସି ବାହାରକରିଛି ବିଜ୍ଞପ୍ତି !

 

ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ହେଉଛି ଚେନ୍ନାଇରେ ଅବସ୍ଥିତ ଏକ ଭାରତୀୟ ବହୁରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ଗୋଷ୍ଠୀ । ଯାହାର ଅନେକ ବ୍ରାଞ୍ଚ ଅଛି । ଆପୋଲୋ ହସ୍ପିଟାଲ୍ ଏକ ଜଣାଶୁଣା ହସ୍ପିଟାଲ୍ ଏବଂ ଯାହାର ଚେନ୍ ସିରିଜ୍ ରେ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଉପଲବ୍ଧ । ଏହା ଏକ ଘରୋଇ ହସ୍ପିଟାଲ୍ । ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ କମ୍ପାନୀ ବିଭିନ୍ନ ପ୍ରକାର ର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାଏ । ଯେଉଁଥିରେ ଆପୋଲୋ ଫାର୍ମାସି , ଆପୋଲୋ  ପ୍ରାଥମିକ ଚିକିତ୍ସା ଡାଇଗ୍ନୋଷ୍ଟିକ୍ ସେଣ୍ଟର , ଆପୋଲୋ ଟେଲିହେଲଥ୍ କ୍ଲିନିକ୍ ଏବଂ ଆପୋଲୋ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ମଧ୍ୟ ରହିଛି ।  ଆପୋଲ ହସ୍ପିଟାଲ୍ ର ଏକ ବ୍ରାଞ୍ଚ ଭୂବନେଶ୍ୱରରେ ମଧ୍ୟ ରହିଛି । ଏହି ହସ୍ପିଟାଲ୍ ର ବିଭିନ୍ନ ବର୍ଗରେ ବିଭିନ୍ନ ବର୍ଗର କର୍ମଚାରୀ କାମ କରୁଛନ୍ତି । ତେଣୁ ଏହି ହସ୍ପିଟାଲ୍ ର ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ । 

ବର୍ତ୍ତମାନ ଆପ୍ରେନଟିସ୍ ପଦବୀ ପାଇଁ ଆପୋଲୋ ଫାର୍ମାସି ରେ ବାହାରିଛି ବିଜ୍ଞପ୍ତି । 

ପଦବୀ –  ଆପ୍ରେନଟିସ୍

 

ଚାକିରୀ କରିବାର ସ୍ଥାନ – ରାଉରକେଲା (ଓଡିଶା) 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇସ୍ ଲିମିଟେଡ୍ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.apollohospitals.com/

 

Apprentice vacancy in Apollo pharmacy !10th / +2 can Apply !

ଶିକ୍ଷାଗତ ଯୋଗ୍ୟତା –

୧) ସେକେଣ୍ଡାଡାରୀ ସ୍କୁଲ ର ପାସ୍ ସାର୍ଟିଫିକେଟ୍ ଥିବା ଆବଶ୍ୟକ । 

୨) ଦଶମ ଏବଂ ଦ୍ୱାଦଶ କରିଥିବା ଆବଶ୍ୟକ ।

୩) ଫାର୍ମାସିର ଯେକୌଣସି ଡିଗ୍ରୀ ଥିଲେ ଅଗ୍ରାଧିକାର ପାଇବେ ।

 

ଅଭିଜ୍ଞତା –

ସର୍ବନିମ୍ନ ଅଭିଜ୍ଞତାର ଆବଶ୍ୟକତା ନାହିଁ ।

ଫ୍ରେସର ହେଇଥିଲେ ମଧ୍ୟ ଆବେଦନ କରିପାରିବେ । 

 

ଏହି ପଦବୀ ରେ ଜଏନ୍ କଲେ କଣ ସୁବିଧା ପାଇବେ –

୧)  ପ୍ରାର୍ଥୀ ଜଣକ ଆପୋଲୋ ଫାର୍ମାସି ସହିତ ୧ ବର୍ଷର ତାଲିମ ଅବଧିରେ ଜଣେ ଆପ୍ରେନଟିସ୍ ଭାବରେ କାର୍ଯ୍ୟ କରିବେ । 

୨) ୧ ବର୍ଷର ଆପ୍ରେଣ୍ଟିସିପ୍ ତାଲିମର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ଉପରେ ଆଧାର କରି ଆପୋଲୋ ଫାର୍ମାସି ସହିତ ସ୍ଥାୟୀ କର୍ମଚାରୀ ଭାବରେ ଚାକିରୀ କରିବା ର ଏକ ଉତ୍ତମ ସୁଯୋଗ ରହିଛି । 

୩) ଆପ୍ରେଣ୍ଟିସିପ୍ ତାଲିମ ର ସଫଳ ସମାପ୍ତି ପରେ , ପ୍ରାର୍ଥୀ ଜଣକ ମୂଲ୍ୟାଙ୍କନ ପାଇଁ ବସିବେ ଏବଂ ମନୋନୀତ ହେଇଥିବା ଚାକିରୀ ଭୂମିକାରେ ଜାତୀୟ ସ୍ତରର ପ୍ରମାଣପତ୍ର ପାଇବାକୁ ହକଦାର ହେବେ |

୪) ପ୍ରତ୍ୟେକ କର୍ମଚାରୀ ପ୍ରୋଫେସନାଲ ପରି ନିୟମିତ ଜ୍ଞାନ ଆହରଣ କରିବେ । ଯାହାକି ତାଙ୍କୁ ଅନ୍ୟ କମ୍ପାନୀ ବା ନିଜ କମ୍ପାନୀରେ ପଦୋନ୍ନତି ମିଳିବାରେ ସହାୟକ ହେବ । 

୫)  ପ୍ରତ୍ୟେକ କାର୍ଯ୍ୟରେ ସେମାନଙ୍କ ବୟୋଜ୍ୟେଷ୍ଠ ବ୍ୟକ୍ତି ବା ସିନିୟର ଏମ୍ପଲୟଙ୍କ ଠାରୁ ମାର୍ଗଦର୍ଶନ ପାଇବେ । ଯାହା ଫଳରେ ଅଳ୍ପ ସମୟରେ ମଧ୍ୟରେ କାର୍ଯ୍ୟ ଅଭିଜ୍ଞତା ହାସଲ କରିପାରିବେ । 

୬)  ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । ଜଏନ୍ କଲାପରେ ଆପଣ ନିଜର ଅଭିଜ୍ଞତା ସହ ଦକ୍ଷତା ର ଅଭିବୃଦ୍ଧି କରାଇ ପାରିବେ । ଯାହାକି ଫାର୍ମାସି କ୍ଷେତ୍ରରେ କ୍ୟାରିୟର ଗଠନ କରିବାରେ ଆପଣଙ୍କୁ ସାହାଯ୍ୟ କରିବ । 

 

ଏହି ଚାକିରୀ କରିବାପାଇଁ ନିମ୍ନ ଲିଖିତ ଦକ୍ଷତା ର ଆବଶ୍ୟକତା ରହିଛି ?

୧)  ଶିଖିବା ପାଇଁ ଉତ୍ସାହ

୨)  ଉତ୍ତମ ଆଚରଣ ସହ ଉତ୍ତମ ବ୍ୟକ୍ତିତ୍ୱ

୩) ଇଣ୍ଟରପର୍ସନାଲ ସ୍କିଲ୍ ଏବଂ ଗ୍ରାହକ ମାନଙ୍କ ସହ ଉତ୍ତମ ସଂମ୍ପର୍କ ସ୍ଥାପନ

୪)  ଉତ୍ତମ ଯୋଗାଯୋଗ ଦକ୍ଷତା ସହିତ ଗ୍ରାହକ ସେବା

 

ଏହି ପୋଷ୍ଟ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – 

https://careers.apollopharmacy.app/job-description/MTg4OTU%3D/MzEz

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.apollopharmacy.app/job-career/MTg4OTU%3D/MzEz

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HIuTqpSgca9HKPCfCJGqO4

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (1)
  • comment-avatar

    Salary kete. but job pai document kan.
    qualification kan .and trening kan. goverment na private job. post ke jagare.odisha job.

  • Disqus (0 )