Friday 29th March 2024
ଚମକାଇ ଦେଲା ପଠାନ୍…୩ ଦିନରେ ୩୦୦ କୋଟି

ଚମକାଇ ଦେଲା ପଠାନ୍…୩ ଦିନରେ ୩୦୦ କୋଟି

ବଲିଉଡ୍ ସୁପରଷ୍ଟାର ସାରୁଖାନଙ୍କ ଦେଖିବାକୁ ମିଳୁଛି ଜବରଦସ୍ତ ଜଲୱା । ଥିଏଟରରେ ସାରୁଖାନ୍ କମବ୍ୟାକ୍ ଦେଖି ଦର୍ଶକ ଖୁସିରେ ପାଗଳ । ବହୁତଦିନ ପରେ ସୁପରଷ୍ଟାର କିଙ୍ଗ ଖାନ୍  ବଡ ପରଦାରେ ଦେଖି ଦର୍ଶକ ଖୁବ୍ ପ୍ରଶଂସା କରୁଛନ୍ତି । ୨୦୨୨ ବର୍ଷଟି ଶାରୁଖାନଙ୍କ ପାଇଁ ବହୁତ ହିଁ ଖରାପ ଥିଲା । ଶାରୁଖାନଙ୍କ ପରିବାର ଉପରେ ଏକ ଅପମାନଜନକ ଦାଗ ମଧ୍ୟ ଲାଗିଗଲା । ତାଙ୍କ ପୁଅ ଆରୟନଙ୍କର ଡ୍ରଗ୍ସ ମାମଲାରେ ଗିରଫଦାରୀ ପରେ ଶାରୁଖାନ ମିଡିଆ ସାମ୍ନାକୁ ଆସିବା ବି ବନ୍ଦ କରିଦେଇଥିଲେ । କିନ୍ତୁ ଏତେ ବଡ ଝଡ ପରେ ୨୦୨୩ ଆରମ୍ଭରୁ ଶାରୁଖାନଙ୍କର ଜବରଦସ୍ତ ଏଣ୍ଟ୍ରି ଦେଖିବାକୁ ମିଳିଲା ଫିଲ୍ମ ପଠାନ୍ ରେ । ପଠାନ୍ ରିଲିଜ ହେବାର ଚର୍ଚ୍ଚା ଯେବେଠୁ ଆରମ୍ଭ ହୋଇଥିଲା । ସେବେଠାରୁ ବିବାଦରେ ବି ଏହି ଫିଲ୍ମ ଲାଗିରହିଥିଲା । ହେଲେ ବାଦ ବିବାଦ ଭିତରେ ବି ଫିଲ୍ମଟି ରିଲିଜ ହେବା ପରେ ଭଲ ଟଙ୍କା ରୋଜଗାର କରୁଛି ବୋଲି ଜଣାପଡିଛି ।

ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜ ପରେ ତାହା ପ୍ରମାଣ ହେବାରେ ଲାଗିଛି। ଅନେକ ବର୍ଷର ବ୍ୟବଧାନ ପରେ ଶାହରୁଖ ଫେରିଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ଜଣାପଡ଼ିଛି।

‘ପଠାନ’ର ତୃତୀୟ ଦିନର ବକ୍ସ ଅଫିସ୍‌ କଲେକ୍ସନ ରିପୋର୍ଟ ଆସିସାରିଛି। ତୃତୀୟ ଦିନରେ ଫିଲ୍ମଟି ୩୪ରୁ ୩୬ କୋଟି ଟଙ୍କା ରୋଜଗାର କରିଥିବା ସୂଚନା ରହିଛି। ତେବେ ପ୍ରଥମ ଓ ଦ୍ବିତୀୟ ଦିନରେ ଯେତିକି ରୋଜଗାର ହୋଇଥିଲା ସେ ତୁଳନାରେ ଖୁବ୍ କମ୍‌। ହେଲେ ବି କିଙ୍ଗ୍‌ ଖାନ୍‌ଙ୍କ ପ୍ରଶଂସକଙ୍କୁ ମନ ଦୁଃଖ କରିବାର ଆବଶ୍ୟକତା ନାହିଁ। କାରଣ ଭାରତକୁ ଛାଡ଼ିଲେ ବିଶ୍ବ ସ୍ତରରେ ‘ପଠାନ’ର ଯାଦୁ ଏବେ ବି କାଏମ୍‌ ରହିଛି।

ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ମୁତାବକ, ଚଳଚ୍ଚିତ୍ରଟି ୩ ଦିନ ଭିତରେ ବିଶ୍ବ ସ୍ତରରେ ୩୦୦ କୋଟି ଟଙ୍କାର ରୋଜଗାର ପାର୍‌ କରିଛି। ତେବେ ସପ୍ତାହନ୍ତରେ ଚଳଚ୍ଚିତ୍ରଟି କ’ଣ ନୂଆ ରେକର୍ଡ କରୁଛି ତାହା ଦେଖିବା ବାକି ରହିଲା। ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ଘରୋଇ ବଜାରରେ ୭୦ କୋଟି ରୋଜଗାର କରିଥିଲା। ‘ପଠାନ’ ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ୨୩୫କୋଟି ରୋଜଗାର କରିଥିଲା। ବିଶ୍ବ ବଜାରରେ ‘ପଠାନ’ ପ୍ରଥମ ଦିନରେ ୧୦୦କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ ୧୦୦କୋଟିରୁ ଅଧିକ ଆୟ କରିଥିଲା।

CATEGORIES
TAGS
Share This

COMMENTS

Wordpress (0)
Disqus (0 )