Thursday 28th March 2024
ବଲିଉଡ୍ ସୁନ୍ଦରୀ ଆଥିଆ ଶେଟ୍ଟୀ ଓ ଷ୍ଟାର ଓପନର୍ କେ.ଏଲ୍ ରାହୁଲଙ୍କ ବାହାଘରରେ ମିଳିଲା ଏହିସବୁ Expensive ଗିପ୍ଟ !

ବଲିଉଡ୍ ସୁନ୍ଦରୀ ଆଥିଆ ଶେଟ୍ଟୀ ଓ ଷ୍ଟାର ଓପନର୍ କେ.ଏଲ୍ ରାହୁଲଙ୍କ ବାହାଘରରେ ମିଳିଲା ଏହିସବୁ Expensive ଗିପ୍ଟ !

ଆଇପିଏଲ୍ ହେଉ କିମ୍ବା ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଖେଳ ସବୁଥିରେ ଦେଖିବାକୁ ମିଳେ କେ.ଏଲ୍ ରାହୁଲଙ୍କ ନୁଆଁ ଷ୍ଟାଇଲ୍ । କେ.ଏଲ୍ ରାହୁଲଙ୍କ ବ୍ୟାଟ୍ ଉଠିଲାମାନେ କେତେବେଳେ ୬ ତ କେତେ ବେଳେ ୪ । ଓ୍ୱିକେଟ୍ ଆଗରେ ରହି କେତେବେଳେ ୬ ତ କେତେ ବେଳେ ୪ ଏବଂ ଓ୍ୱିକେଟ୍ ପଛରେ ରହି କେତେବେଳେ କ୍ୟାଚ୍ ଆଉଟ୍ ତ କେତେବେଳେ ରନ୍ ଆଉଟ୍ କରିଥାଆନ୍ତି କେ.ଏଲ୍ ରାହୁଲ ।  

ବଲିଉଡ ଏବଂ କ୍ରିକେଟ୍ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପ୍ରେମ କାହାଣୀ ନୂଆ ନୁହେଁ । ଏହା ଦଶନ୍ଧି ଧରି ରହିଆସିଛି । ବିଗତଦିନ ରେ ବଲିଉଡ୍ ଅଭିନେତ୍ରୀ ଏବଂ କ୍ରିକେଟର ମାନଙ୍କ ବାହାଘର ଏହାର ସାକ୍ଷୀ ।

ଆଥିଆ ଏବଂ ରାହୁଲ ୨୦୧୯ ରେ ଡେଟିଂ ଆରମ୍ଭ କରିଥିବା ର ଚର୍ଚ୍ଚା ହୋଇଥିଲା । କୁହାଯାଏ ଯେ ସେମାନେ ପ୍ରଥମେ ଭଲ ବନ୍ଧୁ ଥିଲେ । କ୍ରିକେଟ୍ ଫିଲ୍ଡରେ ହେଉ କିମ୍ୱା ବାହାରେ ପରସ୍ପରକୁ ବାରମ୍ବାର ଦେଖିବା ଆରମ୍ଭ କଲେ ଏବଂ ପ୍ରେମରେ ପଡ଼ିଗଲେ । ଡିସେମ୍ବର ୨୦୧୯ ରେ ରାହୁଲ ଏହି ସଂମ୍ପର୍କକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପ୍ରଥମଥର ପାଇଁ  ଇନଷ୍ଟାଗ୍ରାମ ଫିଡରେ ସେମାନଙ୍କ ଫୋଟୋ ପୋଷ୍ଟ କରିଥିଲେ ।

ବର୍ତ୍ତମାନ ଷ୍ଟାର ଓପନର୍ କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ବିବାହ କରିଛନ୍ତି । ଟିମ୍ ଇଣ୍ଡିଆର ଅନେକ ଖେଳାଳି ଙ୍କ ଠାରୁ ମିଳିଛି ଅନେକ ଉପହାର । ବର୍ତ୍ତମାନ ଟିମ୍ ଇଣ୍ଡିଆର ତାରକା ଓପନର୍ କେ.ଏଲ୍ ରାହୁଲ ବିବାହିତ । ବଲିଉଡ ର ସୁନ୍ଦର ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ କରିଛନ୍ତି ଟିମ୍ ଇଣ୍ଡିଆର ତାରକା ଓପନର୍ କେ.ଏଲ୍ ରାହୁଲ ।

ବିବାହ ଅବସରରେ କେ.ଏଲ୍ ରାହୁଲ ଅନ୍ୟ କ୍ରିକେଟରଙ୍କ ଠାରୁ କୋଟି କୋଟି ଟଙ୍କାର କାର ସମେତ ଅନେକ ଉପହାର ପାଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ବିରାଟ କୋହଲି କେଏଲ୍ ରାହୁଲଙ୍କୁ ବିଏମଡବ୍ଲୁ କାର ଉପହାର ଦେଇଛନ୍ତି । ରିପୋର୍ଟରେ ଏହାର ମୂଲ୍ୟ ୨.୧୭ କୋଟି ଟଙ୍କା ବୋଲି ଉଲ୍ଲେଖ କରାଯାଇଛି । ମହେନ୍ଦ୍ର ସିଂ ଧୋନି ମଧ୍ୟ ଏକ ବାଇକ୍ ଉପହାର ଦେଇଛନ୍ତି । ଏହା ଜଣା ଯେ ଏମଏସ ଧୋନି ଦେଇଥିବା ବାଇକର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା । ମହେନ୍ଦ୍ର ସିଂ ଧୋନି ନିଜେ ବାଇକ୍ କୁ  ବହୁତ ଭଲ ପାଆନ୍ତି, ସେ କେ.ଏଲ୍ ରାହୁଲଙ୍କ ବିବାହରେ ମଧ୍ୟ ଯୋଗ ଦେଇଥିଲେ, ସେ କାୱାସାକି ନିଞ୍ଜା ବାଇକ୍ କୁ କେ.ଏଲ୍ ରାହୁଲଙ୍କୁ ଉପହାର ଦେଇଛନ୍ତି ।

 ଟିମ୍ ଇଣ୍ଡିଆରୁ ସ୍ୱତନ୍ତ୍ର ଛୁଟି ନେବା ପରେ କେ.ଏଲ୍ ରାହୁଲ ବିବାହ କରିଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଓଡି, ଟି -୨୦ ସିରିଜର ଅଂଶ ନଥିଲେ । କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ମୁମ୍ବାଇର ସୁନୀଲ ଶେଟ୍ଟୀଙ୍କ ଘରେ ବିବାହ କରିଛନ୍ତି । ଯେଉଁଠାରେ ପ୍ରାୟ ୧୦୦ ଭିଆପି ଅତିଥି ଯୋଗ ଦେଇଥିଲେ।

 

View this post on Instagram

 

A post shared by Athiya Shetty (@athiyashetty)

 ଯଦି ଆମେ କ୍ରିକେଟରଙ୍କୁ ଦେଖିବା, ତେବେ କେବଳ ମହେନ୍ଦ୍ର ସିଂ ଧୋନି, ବରୁଣ ଆରୋନ, ଇଶାନ୍ତ ଶର୍ମାଙ୍କ ସମେତ କିଛି କ୍ରିକେଟର ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଆଇପିଏଲ ପରେ କେଏଲ ରାହୁଲଙ୍କ ଦ୍ୱାରା ବାହାଘରର ଏକ ବଡ଼ ରିସେପସନ୍ ଦିଆଯିବ, ଯେଉଁଥିରେ ଅନେକ କ୍ରିକେଟର ଉପସ୍ଥିତ ରହିପାରିବେ ବୋଲି ସୂଚନା ମିଳୁଛି ।

ସମସ୍ତ ଖେଳାଳି ଏବଂ ସେମାନଙ୍କ ପରିବାର ସୋସିଆଲ ମିଡିଆ ଜରିଆରେ କେଏଲ ରାହୁଲ, ଆଥିଆ ଶେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )