Thursday 25th April 2024
ଷ୍ଟାର୍ଟଅପ୍ ଆରମ୍ଭ କରିବା ପୂର୍ବରୁ କଣ କଣ କରିବା ଉଚିତ୍….

ଷ୍ଟାର୍ଟଅପ୍ ଆରମ୍ଭ କରିବା ପୂର୍ବରୁ କଣ କଣ କରିବା ଉଚିତ୍….

ଷ୍ଟାର୍ଟଅପ୍ ,ଏହି ନାଁ ଶୁଣିଲେ ବହୁତ cool ଅନୁଭବ ହୁଏ । କିଛି ଗୋଟିଏ achieve କଲା ଭଳି ଲାଗେ । ଆଉ ଆଜିକାଲିର ଯୁବଗୋଷ୍ଠୀ ଚାକିରୀ ଅପେକ୍ଷା ଷ୍ଟାର୍ଟଅପ୍ ପାଇଁ ବେଶି ଆଗ୍ରହୀ । ହେଲେ ଷ୍ଟାର୍ଟଅପ୍ ରେ ବି ବିଭିନ୍ନ ପ୍ରକାରର କାମ ରହିଛି । କିନ୍ତୁ ସେଥିରେ ଯଦି ଜଣେ ଭଲ service ଦେବା ଭଳି ବିଜନେସ୍ ଆରମ୍ଭ କରେ ତାହାଲେ ସେ କେଉଁ କେଉଁ ଜିନିଷକୁ ବିଶେଷ ଧ୍ୟାନ ଦେବା ଜରୁରୀ । ଆଉ କଣ କଣ କାମ କଲେ ଜଣେ ବ୍ୟକ୍ତିର ଷ୍ଟାର୍ଟଅପ୍ ସ୍ୱପ୍ନ ପୁରା ହେଇପାରିବ । ଚାଲନ୍ତୁ ଏ ବିଷୟରେ ଜଣେ young tallented ଓ ଆମ ଓଡିଶାର ଜଣେ ସଫଳ ବିଜନେସ୍ ମ୍ୟାନଙ୍କ ସହ କଥା ହେଇ ବୁଝିବା । ତାଙ୍କ ନା ହେଉଛି ସୌରଭ ଖଣ୍ଡେଲୱାଲ୍ ଓ ସେ (Tragsales4you)https://www.zaubacorp.com/company/TRAG-SALES4YOU-PRIVATE-LIMITED/U74110OR2019PTC030817 କମ୍ପାନୀର କୋ ଫାଉଣ୍ଡର-ସିଇଓ ଏବଂ (Scommindia) https://scommindia.com/ପ୍ରେସିଡେଣ୍ଟ । ମାତ୍ର ୨୫ ବର୍ଷ ବୟସରେ ସେ ବିଜନେସ୍ ଓ ଷ୍ଟାର୍ଟଅପ୍ ର ମୂଳମନ୍ତ୍ର କଣ ବୁଝିଛନ୍ତି ଆଉ ବର୍ତ୍ତମାନ ସେହି ସୂତ୍ରକୁ ଆପଣାଇ ଅନ୍ୟମାନଙ୍କ ବିଜନେସ୍ ବଢାଇବାରେ ସାହାର୍ଯ୍ୟ କରୁଛନ୍ତି । ଚାଲନ୍ତୁ ତାଙ୍କ ସହ କଥା ହେଇ ବୁଝିବା ତାଙ୍କ ମତରେ ଷ୍ଟାର୍ଟଅପ୍ ଆରମ୍ଭ କରିବା ପୂର୍ବରୁ କେଉଁ କେଉଁ କଥାକୁ ଧ୍ୟାନ ଦେବା ଉଚିତ୍ ।

ଷ୍ଟାର୍ଟ ଅପ୍ ର ସ୍ୱପ୍ନ ପୁରା କେମିତି ହୁଏ ?

ନିଜର ବିଜନେସ୍ ଥିବ,ନିଜ ପାଖରେ manpower ଥିବ ,ସବୁକିଛି ସହଜରେ ଓ ସୁବିଧାରେ ମିଳିଯାଉଥିବ , କମ୍ପାନୀ ଉପରେ କମ୍ପାନୀ ତିଆରି ହେଉଥିବ । କିନ୍ତୁ ଏଇ ସବୁକିଛି ପୂରା କରିବା ପାଇଁ ହାତରେ ସମୟ ବି ଥିବା ଦରକାର । ବହୁତ ସମୟରେ ଏହା ହୁଏ କି ? ଆମେ ବିନା କିଛି ପ୍ଲାନରେ କାମ ଆରମ୍ଭ କରିଦେଉ ଓ ତାର ସମସ୍ତ ଫାଇଦା ନ ମିଳିଲେ ବିଜନେସ୍ ବା ଷ୍ଟାର୍ଟଅପ୍ କରିବା ଭୁଲ୍ ବୋଲି ମାନିନେଉ । କିନ୍ତୁ ଷ୍ଟାର୍ଟଅପ୍ ଦୁନିଆ ଗୋଟିଏ ଛୋଟ ଦୁନିଆ ନୁହେଁ । ସାରା ବିଶ୍ୱରେ ୧୫୦ ମିଲିୟନରୁ ଉର୍ଦ୍ଧ ଷ୍ଟାର୍ଟଅପ୍ ରହିଛି ଆଉ ପ୍ରତିବର୍ଷ ହାରାହାରି ୫୦ ମିଲିୟନ୍ ଷ୍ଟାର୍ଟଅପ୍ ନୂଆ ଲଂଚ ହେଉଛି । ସେମିତି ଦେଖିବାକୁ ଗଲେ ପ୍ରତ୍ୟେକଦିନ ୧୩୭,୦୦୦ ଷ୍ଟାର୍ଟଅପ୍ ଗଢି ଉଠୁଛନ୍ତି । କିନ୍ତୁ ପୁଣି ପ୍ରଶ୍ନ ସେଇଠି ଯେ ଏତେ ସାରା ଢେଉ ଭିତରେ କୂଳ ପାଇବା କାହା ହାତରେ ଅଛି । ତେଣୁ ଯଦି ଷ୍ଟାର୍ଟଅପ୍ କୁ ଏକ challenge ଭଳି ଧରାଯାଏ ତାହାଲେ ଏହାର ଲକ୍ଷ୍ୟ ପାଇବା ଟିକେ ସହଜ ହେଇଯାଏ । କର୍ପୋରେଟ୍ ଦୁନିଆ ଟିକେ ଅଧିକ ଏଗ୍ରେସିଭ୍ । ତେଣୁ ସେହି ଜାଗାରେ ବଡ ବଡ କମ୍ପାନୀ ସହ compition ତ ରହିବ । ଆଉ ଯଦି ତୁମ ଷ୍ଟାର୍ଟଅପ୍ ଅନଲାଇନ୍ ରହିବ ତାହାଲେ compition ର ମାତ୍ରା ବଢିଚାଲିବ ।

ଷ୍ଟାର୍ଟ ଅପ୍ ରେ କେଉଁ କେଉଁ କଥାକୁ ବିଶେଷ ଧ୍ୟାନ ଦେବା ଦରକାର ?

ସଫଳତା ଆପେ ଆପେ ମିଳିନଥାଏ । ଏହା ନିଜ ସହିତ ଅନେକ ଗୁଡିଏ ଆଶା ଧରି ଆସିଥାଏ । ତେଣୁ ଆଶା ରଖିବା ଭଲ କିନ୍ତୁ Unrealistic Expectations ରଖିବା ଭୁଲ୍ ହୋଇଥାଏ । ଯଦି ଆପଣ ମଜବୁତ୍ ହେଇ କାମ କରିବାକୁ ଚାହୁଁଛନ୍ତି ତାହାଲେ Continuity ରହିବା ନିହାତି ଆବଶ୍ୟକ । ତେଣୁ ଆଶା ରଖିବା ସହ ନିୟମିତତା ରହିବା ବିଶେଷ ଜରୁରୀ । ଆଉ ଏଇଟା ସବୁବେଳେ ଆଗ ଦରକାର ପଡିଥାଏ ।

ଠିକ୍ ଲୋକଙ୍କୁ ନିଯୁକ୍ତି ଦେବା –

ଷ୍ଟାର୍ଟଅପ୍ କମ୍ପାନୀରେ ସବୁବେଳେ ପାସୋନେଟ୍ ଲୋକଙ୍କୁ ହିଁ ନିଯୁକ୍ତି ଦିଅନ୍ତୁ । କାରଣ ସେମାନଙ୍କ ବିନା ଆପଣଙ୍କ କମ୍ପାନୀ ଚାଲିବା ମୁସ୍କିଲ ହେଇଯିବ । ଆଉ ମନେରଖନ୍ତୁ ଯେଉଁ ବି ପଦବୀ ପାଇଁ ଆପଣ ପିଲା ନିଯୁକ୍ତି କରୁଛନ୍ତି ସେମାନେ ଷ୍ଟାର୍ଟଅପ୍ ପ୍ରତି ସେତିକି ଇଚ୍ଚୁକ ଥିବା ଦରକାର । ଆଉ ତାସହ ସେମାନଙ୍କର ସବୁ ଧରଣର ଟେକନିକ୍ ଜାଣିବାର ଉତ୍ସାହ ଥିବା ଦରକାର । ଏହା ଦ୍ୱାରା ଏକ ଭଲ କାମ କରିବାର ଇକୋ ସିଷ୍ଟମ ଆରମ୍ଭ ହେବ ଏବଂ ତାହା ପାଇଁ କମ୍ପାନୀ ବହୁତ ହିଁ ଆବଶ୍ୟକ ହୋଇଥାଏ ।

ପାର୍ଟନରସିପ୍ କରିବାର ସଠିକ୍ ନିଷ୍ପତ୍ତି-

ସାଧାରଣତଃ ବହୁତ ଜଣ ଷ୍ଟାର୍ଟଅପ୍ ପାଇଁ ପାର୍ଟନରସିପ୍ ଖୋଜନ୍ତି । କିନ୍ତୁ ଆଜିକାଲିର ସମୟକୁ ଦେଖିଲେ ଷ୍ଟାର୍ଟଅପ୍ ପାଇଁ ସବୁକିଛି ସୁବିଧାରେ ହେବା ସମ୍ଭବ ନୁହେଁ । ଆଉ ପାର୍ଟନରସିପ୍ ମିଳିବା ତ ଆହୁରୀ କାଠିକାର ପାଠ । ବହୁତ ସମୟରେ ଆମେ ନିଜର ଜଣାଶୁଣା ଲୋକଙ୍କୁ ହିଁ ପାର୍ଟନର ବନାଇଥାଉ । ଯାହାଦ୍ୱାରା ଆମ କାମକୁ ଜଣେ ଭରସାଯୋଗ୍ୟ ଲୋକ ମିଳିଥାଏ । କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ସେ ହିଁ ପ୍ରଥମେ ନିଜ ପାର୍ଟନରସିପ୍ ଛାଡି ଅଧାରେ ଷ୍ଟାର୍ଟଅପ୍ କୁ ରଖିଦିଅନ୍ତି । ତେଣୁକରି ସବୁବେଳେ ମନେରଖନ୍ତୁ ଯଦି ଆପଣଙ୍କ ଷ୍ଟାର୍ଟଅପକୁ ଆପଣ ଭଲ ଷ୍ଟେଜକୁ ନେବାକୁ ଚାହୁଁଛନ୍ତି ତାହାଲେ ମାର୍କେଟରେ ଥିବା କିଛି ଛୋଟ ବଡ କମ୍ପାନୀକୁ ନିଜର ପାର୍ଟନର ବନାନ୍ତୁ । ଏହାଦ୍ୱାରା ଆପଣଙ୍କର ଓ ସେହି କମ୍ପାନୀ ଉଭୟଙ୍କର ଲାଭ ହେବ । କେବଳ ସେତିକି ନୁହେଁ ଷ୍ଟାର୍ଟଅପ୍ ପାଇଁ ପାର୍ଟନରସିପ୍ ଥିବା କମ୍ପାନୀ ଏକ ଭରସାଯୋଗ୍ୟ ସଂସ୍ଥା ହେଇଥିବା ଆବଶ୍ୟକ । ଯାହାର ମାର୍କେଟରେ ଏକ ପରିଚୟ ଥିବ ।

ଟଙ୍କା ବିନିଯୋଗ-

ସବୁବେଳେ ମନେରଖନ୍ତୁ ଟଙ୍କା ପାଇଁ ହିଁ ଆମେ ଟଙ୍କା ଲଗାଇ ବିଜନେସ୍ କରୁଛୁ । ଆମକୁ ଯେତେ ଇନକମ୍ ବଢାଇବାର ଅଛି ସେତେ ଖର୍ଚ୍ଛ ବି କରିବାର ଅଛି । ତେଣୁ ସେହି ଭାଗ ମାପ ଟା ଯଦି ସଠିକ୍ ଭାବେ ହୁଏ ତାହାଲେ ସବୁକିଛି ଠିକ୍ ରହିବ । ଯେମିତିକି ଆରମ୍ଭରୁ ଯଦି ଆପଣଙ୍କ ଷ୍ଟାର୍ଟ ଅପ୍ କୁ ଭଲ ଇନଭେଷ୍ଟର ମିଳିଲେ ଆପଣ ଅମାପ ଖର୍ଚ୍ଛ କରିଚାଲିବେ । କିନ୍ତୁ ଯଦି ସେଥିରେ କିଛି ବି ଫାଇଦା ନ ବାହାରିଲା ଆପଣ ଦେବାଳିଆ ହେଇଯିବେ । ତେଣୁକରି ପାଖରେ ଗୋଟିଏ ପ୍ଲାନ ବି ମଧ୍ୟ ରହିବା ଦରକାର । ଏହିଭଳି କ୍ଷେତ୍ରରେ କିଛି ଜଣାଶୁଣା ଚର୍ଚ୍ଚିତ ଫାଇନାନସିଆଲ୍ କନସୋଲଟେଡ୍ ଙ୍କ ସହ କଥା ହେଇ କାମ କରିବା ଉଚିତ୍ । ଯାହା ଫଳରେ ଆପଣଙ୍କ ଟଙ୍କାର ସଠିକ୍ ବିନିଯୋଗ ଓ ଲାଭ ଉଭୟକୁ ସେ ଭଲ ଭାବରେ ସନ୍ତୁଳନ କରିପାରିବେ ।

ନିଜ customerଙ୍କର ବିଶ୍ୱାସ ଜିତିବା –

Customer ହିଁ ରାଜା । ବିଜନେସ୍ ପାଇଁ ନିଜ ଗ୍ରାହକଙ୍କ ମନ ଜିତି କାମ କରିବା ହିଁ ସବୁଠୁ ମୁଖ୍ୟ ଥାଏ । ଆଉ ଷ୍ଟାର୍ଟଅପ୍ ରେ ମଧ୍ୟ ସେହି ସମାନ ଜିନିଷ ହୁଏ । ଯଦି ଆପଣଙ୍କ କମ୍ପାନୀ ଗ୍ରାହକଙ୍କୁ ସଠିକ୍ ସୁବିଧା କିମ୍ବା ସର୍ଭିସ ନ ଦେଇପାରିଲେ ତାହାଲେ ବିଜନେସ୍ ଆଗକୁ ବଢିବା କଷ୍ଟକର ହୋଇଯିବ । କାରଣ ସେମାନେ ହିଁ ଆପଣଙ୍କର ଷ୍ଟାର୍ଟଅପ୍‌କୁ ବଡ କମ୍ପାନୀ ବା ବିଜନେସ୍ ରେ ପରିଣତ କରିବେ । ଆପଣଙ୍କ ଷ୍ଟାର୍ଟଅପ୍ ପାଇଁ କିଛି ମ୍ୟାଜିକ୍ କାମ ଦେବନି ବରଂ ଆପଣଙ୍କ ଫୋକସ୍ କାମ ଦେବ । ଯଦି ସତରେ ଆପଣ ନିଷ୍ଠାର ସହ ଷ୍ଟାର୍ଟଅପ୍ କରିବାକୁ ଚାହୁଛନ୍ତି ତାହାଲେ ଏହି ସବୁ କଥାକୁ ନିହାତି ଧ୍ୟାନରେ ରଖନ୍ତୁ । ଆପଣଙ୍କ ଷ୍ଟାର୍ଟଅପ୍ ପାଇଁ ଏହା ନିହାତି କାମରେ ଆସିବ । ମୁଁ ନିଜେ ଖୁବ୍ କମ୍ ବୟସରୁ ଏହିଭଳି କାମ ଆରମ୍ଭ କରିଛି ଓ ମୁଁ ଚାହେଁ ଆଗାମୀ ସମୟରେ ମୋ ଭଳି ଅନେକ ଯୁବକ ଆଗେଇ ଆସନ୍ତୁ ।

ଆଉ ହଁ ଷ୍ଟାର୍ଟ ଅପ୍ ଖୋଲିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦେବେ କିନ୍ତୁ ଷ୍ଟାର୍ଟଅପ୍ ଖୋଲିବା ପରେ ବି ବହୁତ ଜିନିଷ ଅଛି ଯାହାକୁ ମାନିବା ଜରୁରୀ । ସେ ବିଷୟରେ ଆମେ ଆଉ ଏକ ଆର୍ଟିକିଲ୍ ରେ ଆପଣଙ୍କୁ ସମସ୍ତ ତଥ୍ୟ ଦେବୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )