Thursday 28th March 2024
Happy Birthday Kapil Dev :୬୫ ବର୍ଷରେ ପାଦ ଦେଇଛନ୍ତି ଅଲ୍‌ରାଉଣ୍ଡର କ୍ରିକେଟର…

Happy Birthday Kapil Dev :୬୫ ବର୍ଷରେ ପାଦ ଦେଇଛନ୍ତି ଅଲ୍‌ରାଉଣ୍ଡର କ୍ରିକେଟର…

ଅଲ୍‌ରାଉଣ୍ଡର କ୍ରିକେଟ୍‌ ତାରକା କପିଲ୍‌ ଦେବ୍‌ ୬୫ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ କପିଲ୍‌ ଦେବ୍‌ ରାମଲାଲ୍‌ ନିଖଞ୍ଜ୍‌। ତାଙ୍କର ପ୍ରଭାବଶାଳୀ ଖେଳ ପାଇଁ ପ୍ରଶଂସକ କପିଲ୍‌ଙ୍କୁ ହରିୟାଣା ତୋଫାନ୍‌ ଭାବେ ଡାକିଥାନ୍ତି। ୧୯୮୩ରେ ସେ ପ୍ରଥମ ଥର ପାଇଁ ଭାରତ ପାଇଁ ବିଶ୍ୱକପ୍‌ ଆଣିଥିଲେ। ଓ୍ବେଷ୍ଟ ଇଣ୍ଡିଜ୍‌ ସହିତ ତାଙ୍କର ବ୍ୟାଟିଂ ଏବଂ ମ୍ୟାଚ୍‌ର ଦିଗ ପରିବର୍ତ୍ତନ କରିଥିବା କଷ୍ଟସାଧ୍ୟ କ୍ୟାଚ୍‌ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଛି। ସୁନ୍ଦରୀ ଅଭିନେତ୍ରୀ ସାରିକା ଠାକୁରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହେଉଥିଲା। ସେ ଅନ୍ୟ କେତେକଙ୍କ ସହିତ ଡେଟିଂ କରୁଥିବାର ମଧ୍ୟ ଶୁଣାଯାଉଥିଲା। ତେବେ ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ୧୯୮୦ରେ ସେ ରୋମି ଭାଟିଆଙ୍କୁ ବିବାହ କରିଥିଲେ।

ବିବାହ ପରେ ସେ କନ୍ୟା ସନ୍ତାନର ପିତା ହୋଇଥିଲେ ତାଙ୍କ ଝିଅଙ୍କ ନାମ ଅମିୟା ଦେବ। ସେ ୧୩୧ ଟେଷ୍ଟ ମ୍ୟାଚ୍‌ରେ ୧୮୪ ଥର ଖେଳି ୫୨୪୮ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୮ଟି ଶତକ ଏବଂ ୨୭ଟି ଅର୍ଦ୍ଧ ଶତକ ରହିଛି। ସେହିପରି ୨୫୫ଟି ଏକ ଦିବସୀୟ ମ୍ୟାଚ୍‌ରେ ୧୯୮ ଥର ଖେଳି ସେ ୩୭୮୩ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଏବଂ ୧୪ଟି ଅର୍ଦ୍ଧ ଶତକ ରହିଛି।

କପିଲ୍ ଦେବ ବିଶ୍ୱର ପ୍ରାୟତଃ ଅଧିକାଂଶ ଖେଳାଳି କ୍ରିକେଟର୍ ଅଛନ୍ତି । କିନ୍ତୁ କିଛି କ୍ରିକେଟର ସବୁ ଖେଳାଳୀଙ୍କ ଠାରୁ ଭିନ୍ନ ହୋଇଥାନ୍ତି । ଏଇ ଯେମିତି କପିଲ୍ ଦେବ । ବିଶ୍ୱର କିଛି ମହାନ ବୋଲରଙ୍କ ଭିତରେ ବି ତାଙ୍କର ନାଁ ଆସେ ଯିଏକି ନିଜ କ୍ୟାରିୟରରେ ପକାଇନାହାନ୍ତି ଗୋଟିଏ ବି ନୋ ବଲ୍ । ସେଥିପାଇଁ ତ ବିଶ୍ୱର ମହାନ ଅଲରାଉଣ୍ଡରଙ୍କ ମଧ୍ୟରେ କପିଲ ଦେବ ଜଣେ । ୧୯୮୩ ମସିହାରେ କପିଲ ଦେବ ଭାରତୀୟ ଟିମକୁ ପ୍ରଥମଥର ପାଇଁ ଓାଲର୍ଡ କପ୍ ଜିତାଇଥିଲେ ।

କପିଲ ଦେବ ନିଜ କ୍ୟାରିୟରରେ ୧୩୧ ଟି ଟେଷ୍ଟ ମ୍ୟାଚ ଓ୨୨୫ଟି ୱ୍ୱାନଡେ ମ୍ୟାଚ ଖେଳିଛନ୍ତି । କପିଲ ଦେବ ନିଜ କ୍ୟାରିୟରରେ ଗୋଟିଏ ହେଲେ ନୋ ବଲ୍ ନ ପକାଇ ରେକର୍ଡ କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଦାବାକୁ ଅନେକ ମହଲରେ ଗ୍ରହଣ କରାଯାଇନାହିଁ । କାରଣ ୟୁଟ୍ୟୁବ୍‌ରେ ଏହିଭଳି ଅନେକ ଭିଡିଓ ଅଛି ଯେଉଁଥିରେ କପିଲ୍ ଦେବଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଓଭର ଦେଖିବାକୁ ମିଳେ ଯେଉଁଥିରେ କପିଲ୍ ନୋ ବଲ୍ ପକାଇଥିବାର ସ୍ଫଷ୍ଟ ଦେଖିବାକୁ ମିଳୁଛି । ତେଣୁ ଅନ୍ତରାଷ୍ଟ୍ରିୟ କ୍ରିକେଟ ମ୍ୟାଚରେ କପିଲ୍ ଗୋଟିଏ ବି ନୋ ବଲ୍ ପକାଇ ନଥିବା କଥା ମିଛ ବୋଲି ଏହିଥିରୁ ପ୍ରମାଣିତ ହେଉଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )