Friday 29th March 2024
ଚକ୍ଷୁରେ ଦେଖା ଦେଉଛି କି ଏହି ସବୁ ଲକ୍ଷଣ, ତେବେ ଜାଣନ୍ତୁ କଣ ରହିଛି ଏହାର କାରଣ

ଚକ୍ଷୁରେ ଦେଖା ଦେଉଛି କି ଏହି ସବୁ ଲକ୍ଷଣ, ତେବେ ଜାଣନ୍ତୁ କଣ ରହିଛି ଏହାର କାରଣ

ଆଖି ଆମ ଶରୀରର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ସାହାର୍ଯ୍ୟରେ ଆମେ ଆମ ଚାରି ପାଖରେ ଘଟୁଥିବା ଘଟଣା ଓ ପ୍ରକୃତିକୁ ଦେଖିପାରୁ । ସକାଳ ରୁ ରାତି ପର୍ଯ୍ୟନ୍ତ ଆମେ ଆଖି ଉପରେ ନିର୍ଭର କରି ରହିଥାଉ, ତେଣୁ ଆଖିର ଯତ୍ନ ନେବା ଜରୁରୀ ହୋଇଥାଏ । କିନ୍ତୁ ଯେତେବେଳେ ଏହି ଆଖିରେ କୌଣସି ସମସ୍ୟା ହେବା ଆରମ୍ଭ ହୋଇଯାଏ ଆମକୁ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡ଼େ । ଆଜିର ସମୟରେ ଅନେକ ପ୍ରକାରର ରୋଗ ଆମେ ଦେଖିବାକୁ ପାଉଛେ ସେ ମଧ୍ୟରୁ ଆଖି ସମସ୍ୟା ଅନ୍ୟତମ । ଯଦି ସେହି ଆଖି ହିଁ ଖରାପ ହୋଇଯିବ କିମ୍ବା କୌଣସି ସମସ୍ୟାର ସମ୍ମୁଖିନ ହେବ ତେବେ କଣ କରିବା ଦରକାର ଆପଣ ଜାଣିଛନ୍ତି କି? ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମକୁ ପ୍ରଥମେ ଜାଣିବାକୁ ହେବ କି ଆଖିର ସମସ୍ୟା ହୁଏ କାହିଁକି, ଏହାର କାରଣ ଓ ଲକ୍ଷଣ ସମ୍ବନ୍ଧରେ ।

ଚକ୍ଷୁ ସମସ୍ୟା ହୁଏ କାହିଁକି?

ଆଖି ବା ଚକ୍ଷୁ ଆମ ମସ୍ତିସ୍କର ଗୋଟିଏ ଅଂଶ, ଯାହା କି ଶରୀର ଭିତରୁ ଗୋଟିଏ ହାଡ଼ ଦ୍ୱାରା ସୁରକ୍ଷିତ କରି ରଖିଛି ମାତ୍ର ଶରୀର ବାହାରୁ ସାମ୍ନାରୁ କିଛି ନାହିଁ । ତେଣୁ ସାମ୍ନାରୁ ଯଦି କିଛି ଆଘାତ ଲାଗେ ତେବେ ଚକ୍ଷୁର କ୍ଷତି ହୋଇଥାଏ । ଏନେଇ ଚକ୍ଷୁ ପ୍ରତି ଆମକୁ ସଚେତନ ରହିବା ଆବଶ୍ୟକ । ତେବେ ଆଖି ସମସ୍ୟା ହେବାର ଅନେକ କାରଣ ରହିଛି, ଯେପରି ଆଜିର ଛୋଟ ପିଲାଙ୍କ କ୍ଷେତ୍ର ଦେଖିବାକୁ ଗଲେ ଛୋଟ ପିଲାଙ୍କ ହାତରେ ମାଆ ବାପା ମୋବାଇଲ ଧରେଇ ଦେଉଛନ୍ତି । କିନ୍ତୁ ସେମାନେ ଏହା ଜାଣି ପାରୁ ନାହାଁନ୍ତି କି ମୋବାଇଲରୁ ଆସୁଥିବା ଆଲୋକ ପିଲାଙ୍କ ଆଖି ପାଇଁ କେତେ ଖରାପ ଓ ତାଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ କେତେ ଖରାପ । ସେହି ଆଲୋକ ସିଧାସଳଖ ରେଟିନା ଉପରେ ପ୍ରଭାବ ପକାଇଥାଏ ଯାହା ଫଳରେ ପିଲାଙ୍କ ଆଖିରେ ଅନେକ ସମସ୍ୟା ଦେଖିବାକୁ ମିଳେ । ସେହିଭଳି ଯୁବ ପିଢ଼ିଙ୍କ କ୍ଷେତ୍ରରେ ଦେଖିବାକୁ ଗଲେ କମ୍ପ୍ୟୁଟର, ଲ୍ୟାପଟପ୍ ସାମ୍ନାରେ କାମ କରିବାକୁ ପଡ଼ୁଛି ଯାହାର କିରଣ ସେମାନଙ୍କ ଆଖି ଉପରେ ପଢ଼ୁଛି ଫଳରେ ଆଖି ଖରାପ ହେଉଛି । ସେହି ପରି ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖିବାକୁ ମିଳେ, ୪୦ବର୍ଷ ପରେ ପ୍ରାୟତଃ ଆଖି ସମସ୍ୟା ଦେଖିବାକୁ ମିଳେ ଯେମିତି କି ଚାଳିସିଆ । ତେଣୁ ଏହା ମଧ୍ୟ ଅନ୍ୟ ଏକ କାରଣ ହୋଇଥାଏ ।ଅଧିକାଂଶ ଲୋକଙ୍କର ଗୋଟିଏ ସମୟରେ କିମ୍ବା ଅନ୍ୟ ଏକ ସମୟରେ ଚକ୍ଷୁ ସମସ୍ୟା ଦେଖାଯାଇଥାଏ । କିଛି ବ୍ୟକ୍ତିଙ୍କର ସାମାନ୍ୟ ସମସ୍ୟା ହେଇଥାଏ, ତେଣୁ ସେମାନେ ଭଲ ହୋଇଯାଇଥାନ୍ତି । ମାତ୍ର କିଛି ଲୋକଙ୍କର ଏମିତି ବି ଚକ୍ଷୁ ସମସ୍ୟା ଥାଏ ଯାହାକି ଭଲ ହେବାକୁ ସମୟ ଲାଗେ ଏବଂ ସେମାନେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ହୋଇପଡ଼େ । ଏହି ସମସ୍ୟା ଗୁଡ଼ିକୁ ଜାଣିବା ପାଇଁ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ ।

ଚକ୍ଷୁ ସମସ୍ୟା ହେବାର କାରଣ କଣ?

ଚକ୍ଷୁର ଦୃଷ୍ଟି ଶକ୍ତି କମିବାର ମୂଖ୍ୟ କରଣ ହେଉଛି, ଆଖିର ଥିବା ସ୍ନାୟୁରେ କିଛି ଅସୁବିଧା ଦେଖା ଦେଇ କର୍ଣ୍ଣିଆରେ ଦାଗ ପଡ଼ିଯିବା, ଯାହାଫଳରେ ଚକ୍ଷୁର ଦୃଷ୍ଟି ଶକ୍ତି କମିଯାଏ । ଏହା ବ୍ୟତୀତ ମୋତିଆ ବିନ୍ଦୁ ମଧ୍ୟ ହୋଇଯାଇଥାଏ, ମୋତିଆବିନ୍ଦୁ କେବଳ ବଡ଼ ଲୋକଙ୍କୁ ନୁହେଁ ଏହା ଛୋଟ ପିଲାଙ୍କୁ ମଧ୍ୟ ହୋଇପାରେ । ଏହା ବ୍ୟତୀତ ରେଟିନାରୁ ସାଧାରଣତଃ ଡାଇବେଟିସ୍ ଲୋକଙ୍କୁ ମଧ୍ୟ ଅସୁବିଧା ହୋଇଥାଏ । ରେଟିନା ଯଦି ଖସି ଯାଇଥାଏ କିମ୍ବା ମସ୍ତିସ୍କକୁ ଯୋଡ଼ି ହୋଇଥିବା ସ୍ନାୟୁରେ କିଛି ଅସୁବିଧା ଆସେ ତେବେ ତାହା ମଧ୍ୟ ଚକ୍ଷୁ ଖରାପ ହେବାର ଗୋଟିଏ କାରଣ ହୋଇଥାଏ । ଏହା ବ୍ୟତୀତ ଅନେକ ଗୁଡ଼ିଏ କାରଣ ଅଛି ଯାହାଫଳରେ ଚକ୍ଷୁ ସମସ୍ୟା ଦେଖାଦେଇପାରେ ଯେମିତି କି :
• ଇନ୍‌ଫେକ୍ସନ, ଆଲର୍ଜି, ଭିଟାମିନ୍ ଅଭାବ, କେମିକାଲ ଇରିଟାଣ୍ଟ, ଜେନେଟିକ୍‌, ଧୂମପାନ ଇତ୍ୟାଦି କାରଣ ହୋଇଥାଏ ।
• ମୋତିଆବିନ୍ଦୁ – ଏଟିଓଲୋଜି, ୟୁଭି- ରଶ୍ମି, ବଂଶାନୁକ୍ରମିକ, ଭିଟାମିନ୍ ଇ, ସି, ବି ଏବଂ ପ୍ରୋଟିନ୍‌ର ଅଭାବରୁ ହୋଇଥାଏ ।
• ଗ୍ଲୁକୋମା- ଅତ୍ୟାଧିକ ଜଳୀୟ ଉତ୍ପାଦନ କିମ୍ବା ଆଖିରୁ ଏହାର ପ୍ରବାହରେ ବାଧା ସୃଷ୍ଟି ହେବା ଦ୍ୱାରା ଇଣ୍ଟ୍ରୋକୋକୁଲାର ଚାପ (IOP) ବୃଦ୍ଧି ହୁଏ, ଯାହା ଫଳରେ ଆପଣଙ୍କୁ ଗ୍ଲୁକୋମା ହୋଇପାରେ ।
• ଜେରୋଫଥାଲମିଆ- ଭିଟାମିନ୍ ଅଭାବରରୁ ଏହା ସାଧାରଣତଃ ପିଲାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ । ପିଲାମାନେ ଅନ୍ଧ ହେବାର ଏହା ଏକ ସାଧାରଣ କାରଣ ହୋଇଥାଏ ।

ଚକ୍ଷୁ ସମସ୍ୟା ହେବାର ଲକ୍ଷଣ କଣ?

ଆପଣଙ୍କ ଆଖିର ସ୍ୱାସ୍ଥ୍ୟ ଉପରେ ନଜର ରଖିବା ଦ୍ୱାରା ଆପଣଙ୍କ ଆଖିର ସଠିକ୍ ଯତ୍ନ ନେଇ ହୋଇପାରିବ । ଯଦି ଆପଣଙ୍କ ଆଖିରେ ଆପ୍ଟୋମେଟ୍ରିଷ୍ଟ ଆଖି ସମସ୍ୟାର ଲକ୍ଷଣ ଦେଖନ୍ତି, ତେବେ ଡାକ୍ତର ଆପଣଙ୍କ ଦୃଷ୍ଟିକୁ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଏକ ଚିକିତ୍ସା ଯୋଜନା କାର୍ଯ୍ୟକାରୀ କରିପାରିବେ । ବୟସ ହେଲେ ଆଖିର ସମସ୍ୟା ଦେଖିବାକୁ ମିଳେ, ଫଳରେ ନିକଟେ ଥିବା ଜିନିଷକୁ ମଧ୍ୟ ଦେଖିବା କଷ୍ଟକର ହୋଇପଡ଼େ, ଆଖିପତା ଟିକେ ପତଳା ହୋଇଯାଇଥାଏ । କିନ୍ତୁ ଅନ୍ୟ ପରିପର୍ତ୍ତନ ଗୁଡ଼ିକ ଆଖିର ଗମ୍ଭୀର ସମସ୍ୟା ହୋଇପାରେ ଯାହା ଦୃଷ୍ଟି ଶକ୍ତି ପ୍ରତି ବିପଦ ସୃଷ୍ଟି କରିଥାଏ । ବୟସ ସହିତ ଆଖିରେ ଥିବା ତୈଳର ମାତ୍ରା କମିବାକୁ ଲାଗେ । ଯାହା ଫଳରେ ଆପଣଙ୍କ ଆଖିକୁ ଇରିଟେଟିଙ୍ଗ, ଷ୍ଟିକି, ସୁଖିଲା କିମ୍ବା ଗ୍ରୀଟି ଅନୁଭବ ହୋଇପାରେ, ଆଖିର ଲେନ୍ସ କମ୍ ଇଲାଷ୍ଟିକ୍ ହୋଇପାରେ, ଶୋଇଲା ବେଳେ ଆପଣଙ୍କ ଆଖିକୁ ଯନ୍ତ୍ରଣା ଅନୁଭବ ହୋଇପାରେ, ରାତିରେ ଗାଡ଼ି ଚଲାଇଲା ବେଳେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହା ବ୍ୟତୀତ ମୋତିଆବିନ୍ଦୁ, ମାକୁଲାର ଡିଜେରେସନ୍ ଏବଂ ଡାଇବେଟିସ୍ ରେଟିନୋପାଥି ଆପଣଙ୍କୁ ଆପଣଙ୍କ ଦେଖିବା ଶକ୍ତିରୁ ଦୂର କରିଦେଇପାରେ । ଏହା ବ୍ୟତୀତ ଅନେକ ଗୁଡ଼ିଏ ଲକ୍ଷଣ ଅଛି ଯାହାଫଳରେ ଚକ୍ଷୁ ସମସ୍ୟା ଦେଖାଦେଇପାରେ ଯେମିତି କି :
• ଅତ୍ୟଧିକ ଆଖି ବ୍ୟଥା ହେବା
• ଦେଖିବାରେ ଅସୁବିଧା ହେବା କିମ୍ବା ଅଚାନକ୍ ଦୃଷ୍ଟି ଶକ୍ତି ହରାଇବା
• ଝାପସା ଦେଖାଯିବା
• ଆଖି ପାଣି ପାଣି ଲାଗିବା କିମ୍ବା ଆଖି ଲାଲ୍ ପଡ଼ିଯିବା
• ଶରୀର ଏବଂ ଆଖିରେ ଆଘାତଯଦି ଆପଣ ଏଭଳି କିଛି ଲକ୍ଷଣ ଅନୁଭବ କରୁଛନ୍ତି ଏବଂ ଏହା ଠିକ୍ ହେଉ ନାହିଁ ତେବେ ଆପଣଙ୍କୁ ସାଙ୍ଗେ ସାଙ୍ଗ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )