Friday 26th April 2024
ଭୂବନେଶ୍ୱର ବିମାନ ବନ୍ଦରରେ ଚାକିରୀ କରିବାର ସୁଯୋଗ ! ନିଯୁକ୍ତି ବାହାର କରିଛି ଇଣ୍ଡିଗୋ ଏୟାରଲାଇନ୍ସ !

ଭୂବନେଶ୍ୱର ବିମାନ ବନ୍ଦରରେ ଚାକିରୀ କରିବାର ସୁଯୋଗ ! ନିଯୁକ୍ତି ବାହାର କରିଛି ଇଣ୍ଡିଗୋ ଏୟାରଲାଇନ୍ସ !

ଇଣ୍ଡିଗୋ ଏୟାରଲାଇନ୍ସ କୁ ସମସ୍ତେ ପ୍ରାୟ ଜାଣନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ବିମାନ ଯାତ୍ରୀ ମାନଙ୍କୁ ଯୋଗାଇଥାଏ ଅତ୍ୟାଧୁନିକ ସେବା । ଏହି କ୍ଷେତ୍ରରେ ଅନେକ ଲୋକ ବିଭିନ୍ନ ବର୍ଗରେ କାମ କରନ୍ତି । ଅନେକ ଲୋକଙ୍କ ସ୍ୱପ୍ନଥାଏ ଇଣ୍ଡିଗୋ ଏୟାରଲାଇନ୍ସ ରେ ଚାକିରୀ ଟିଏ କରିବାପାଇଁ । ବିଭିନ୍ନ କ୍ଷେତ୍ରରେ ଚାକିରୀ ଆଶାୟୀ ମାନଙ୍କ ଅପେକ୍ଷା ଏୟାରଲାଇନ୍ସ ରେ ଚାକିରୀ କରିବାପାଇଁ ଚାକିରୀ ଆଶାୟୀ ଙ୍କ ସଂଖ୍ୟା ଅଧିକ । କାହିଁକିନା ଏୟାରଲାଇନ୍ସ ର ବିଭିନ୍ନ ବର୍ଗର ଚାକିରୀରେ ଥାଏ ରୋମାଞ୍ଚକ ଭରା ଅନୁଭୁତି । 

ଇଣ୍ଡିଗୋ ଏୟାରଲାଇନ୍ସ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.goindigo.in/about-us.html

indigo airlines jobs

ପଦବୀ – ରାମ୍ପ ଡ୍ୟୁଟି (ଏୟାରପୋର୍ଟ ର ରାମ୍ପ )

ବୟସ ସୀମା – ୧୮ ରୁ ୨୭ ବର୍ଷ 

ଚାକିରୀ କରିବାର ସ୍ଥାନ –  ଭୂବନେଶ୍ୱର

ଶିକ୍ଷାଗତ ଯୋଗ୍ୟତା –

୧) ଗ୍ରାଜୁଏସନ୍ ବା ସ୍ନାତକ କରିଥିବା ଦରକାର । 

୨)  ପାଠ ପଢିବା ସମୟରେ ଖେଳକୁଦରେ କୌଣସି ଡିଗ୍ରୀଥିଲେ ଭଲ । ନଥିଲେ ବି ଆବେଦନ କରିପାରିବେ ।

୩)ସ୍ନାତକ ବା ଗ୍ରାଜୁଏସନ୍ ର ପରୀକ୍ଷା ଫଳ ବାହାରିନଥିଲେ ଆବେଦନ କରିପାରିବେ         ନାହିଁ ।

୪)  ଆବେଦନ କରିବା ପାଇଁ ଆପଣ ସ୍ନାତକ ବା ଗ୍ରାଜୁଏସନ୍ ପାସ୍ କରିଥିବା ଦରକାର ଏବଂ ଆପଣଙ୍କ ପାଖରେ ଏହାର ସାର୍ଟିଫିକେଟ୍ ଥିବା ଆବଶ୍ୟକ ।

୫) ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା University as determined by IndiGo.

ଅଭିଜ୍ଞତା – ୦ ରୁ  ୭ ବର୍ଷ ପର୍ଯ୍ୟନ୍ତ

ଆବଶ୍ୟକଥିବା ଦକ୍ଷତା – 

୧)  ଖରା , ବର୍ଷା ଏବଂ ଶୀତରେ କାମ କରିପାରୁଥିବା ଦରକାର । 

୨)  ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଥିବା ଆବଶ୍ୟକ । 

୩) ଟର୍ମିନାଲ୍ ରେ କାମ କରିପାରୁଥିବା ଦରକାର । 

୪) ଜରୁରୀକାଳୀନ ପରିସ୍ଥିତି ରେ ଠିକ୍ ଭାବରେ କାମ କରିପାରୁଥିବା ଦରକାର ଏବଂ ଜରୁରୀକାଳୀନ ପରିସ୍ଥିତି ର ମୁକାବିଲା କରିବା ପାଇଁ ମନବୃତ୍ତି ଥିବା ଦରକାର । 

୫) ବିମାନ ବନ୍ଦରରେ ଦୀର୍ଘସମୟ ପର୍ଯ୍ୟନ୍ତ ଠିଆ ହେଇପାରୁଥିବା ଦରକାର ।

 ୬) କାମର ଚାପରେ ଠିକ୍ ଢଙ୍ଗରେ ନିର୍ଣ୍ଣୟ ନେଇପାରୁଥିବା ଦରକାର ।

 

କଣ ହେଲେ ଆବେଦନ କରିପାରିବେ ନାହିଁ ?

ଶରୀରରେ କୌଣସି ପ୍ରକାର ର ଟାଟୁ ବା ବଡି ଆର୍ଟ ଥିଲେ ଆପଣ ଆବେଦନ କରିପାରିବେ ନାହିଁ ।

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସିଧାସଳଖ ଆବେଦନ କରିପାରିବେ –

https://goindigo.app.param.ai/jobs/candidate/signup 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )