Friday 29th March 2024
ଚିରଞ୍ଜିବୀ ସହ ସଲମାନ ଏକାଠି କେମିତି ?

ଚିରଞ୍ଜିବୀ ସହ ସଲମାନ ଏକାଠି କେମିତି ?

କଣ ସାଉଥ୍ ଓ ବଲିଉଡ୍ ର ହେବ ସଙ୍ଗମ ?

ସାଉଥ୍ ଇଣ୍ଡଷ୍ଟ୍ରିର ମେଗା ଷ୍ଟାର କହିଲେ ଆସେ ଚିରଞ୍ଜୀବୀଙ୍କ ନାଁ । ତାଙ୍କ ଅଭିନୟର ଯାଦୁଗରୀରେ ଆଜି ବି ସେ ଦର୍ଶକଙ୍କ ମନ ମୋହୁଛନ୍ତି । ମେଗା ଷ୍ଟାର ଚିରଞ୍ଜୀବୀ ତେଲୁଗୁ,କନ୍ନଡ,ତାମିଲ,ହିନ୍ଦୀ ଏମିତି ଅନେକ ଭାଷାରେ ଫିଲ୍ମ କରିଛନ୍ତି । ୧୯୭୮ରୁ ଆରମ୍ଭ କରିଥିବା ଫିଲ୍ମ ଯାତ୍ରା ଆଜିଯାଏଁ ତାଙ୍କର ଅନବରତ ଚାଲିଆସୁଛି । ୧୫୦ରୁ ଅଧିକ ଫିଲ୍ମ କରିଥିବା ଚିରଞ୍ଜୀବୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ ସୂଚନା । ୨୨ ଅଗଷ୍ଟ ରେ ଚିରଞ୍ଜୀବୀଙ୍କ ଜନ୍ମଦିନ ହେଇଥିବାରୁ ,ତାଙ୍କ ୬୭ ବର୍ଷ ପୂର୍ତ୍ତୀ ଅବସରରେ ଜାରୀ କରାଯାଇଛି ଏହି ଭିଡିଓ ।

ଚିରଞ୍ଜୀବୀଙ୍କ ଆଗାମୀ ଚଳଚିତ୍ର ‘ଗଡ ଫାଦାର୍‌’ ର ଏକ ଛୋଟିଆ ଟିଜର ରିଲିଜ୍ କରିଛନ୍ତି ଫିଲ୍ମ ନିର୍ମାତା । ଏହି ଚଳଚିତ୍ରକୁ ନେଇ ଅନେକ ଦିନଧରି ଚର୍ଚ୍ଚା ହେଉଥିଲା । ଏହା ଏକ ରାଜନୈତିକ ଥ୍ରୀଲର ଫିଲ୍ମ । ଟ୍ରେଲର ଲଞ୍ଚ ପୂର୍ବରୁ ସମସ୍ତ ଚରିତ୍ର ଟିଜରରେ ପରିଚିତ କରାଯାଇଛି। ‘ଗଡ ଫାଦର’ ଟିଜର ବହୁତ ଧୁଆଁଧାର ହୋଇଛି। ଏଥିରେ ଚିରଞ୍ଜୀବୀଙ୍କ ବ୍ୟତୀତ ସଲମାନ ଖାନ ଏବଂ ନୟନ୍ତରା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ‘ଗଡ ଫାଦର’ ଫିଲ୍ମ ଯେ କେବଳ ଚିରଞ୍ଜୀବୀଙ୍କ ଫ୍ୟାନ୍ସଙ୍କ ପାଇଁ ଭେଟି ତାହା ନୁହେଁ ।

ବରଂ ବଲିଉଡ୍ ଫ୍ୟାନ୍ସଙ୍କ ପାଇଁ ବି ଏକ ଅନୋଖା ଭେଟି । କାରଣ ବର୍ତ୍ତମାନ ସମୟରେ ତ ଆପଣମାନେ ଦେଖୁଥିବେ କେଉଁଭଳି ବଲିଉଡ୍ ଫିଲ୍ମକୁ ବୟକଟ୍ କରାଯାଉଛି । ତେଣୁକରି ବର୍ତ୍ତମାନ ବଲିଉଡ୍ ଦର୍ଶକଙ୍କୁ ଖୁସି କରିବା ହିଁ ବଲିଉଡ୍ ଅଭିନେତାଙ୍କର ପ୍ରଥମକାମ । ତେବେ ଏହି ଟିଜର ଭିଡିଓରେ ଲାଗୁଛି ବଲିଉଡର ଦର୍ଶକେ ନିହାତି ଖୁସି ହେବେ । କାରଣ ଏଥିରେ ନଜର ଆସିଛନ୍ତି ସୁପରଷ୍ଟାର ସଲମାନ ଖାନ୍ ।

 

ତେଲୁଗୁ ବ୍ୟତୀତ ହିନ୍ଦୀ ଡବରେ ଟିଜର ମଧ୍ୟ ରିଲିଜ ହୋଇଛି। ପ୍ରାୟ ଦେଢ ମିନିଟର ଟିଜରରେ ବହୁତ କିଛି ଦେଖବାକୁ ମିଳିଛି । ଯାହା ଟିକେ ସସପେନ୍ସ ରହୁଛି। ଚିରଞ୍ଜୀବୀଙ୍କ ଚେହେରା ଆକ୍ସନ୍ ସହିତ ଗୋଟିଏ କାରର  ବସିଥିବାର ଟିଜରରେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ସଲମାନଙ୍କ କେମେଷ୍ଟ୍ରି ଖୁବ୍‌ ଜମୁଛି । ଗଡଫାଦର ହେଉଛି ମାଲାୟାଲମ୍ ଚଳଚ୍ଚିତ୍ର ଲୁସିଫର୍ ର ରିମେକ୍ । ଏହା ପ୍ରଥମ ଥର ପାଇଁ ସଲମାନ ଖାନଙ୍କୁ ତେଲୁଗୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଗଡଫାଦର ଚଳିତ ବର୍ଷ ଦଶହରାରେ ରିଲିଜ୍‌ ହେବ ।

 

ଏହି ଟିଜର ଦେଖି ଲାଗୁଛି ଫିଲ୍ମରେ ଚିରଞ୍ଜୀବୀଙ୍କ ସହିତ ଭଲ ଜୁଗଳବନ୍ଦୀରେ ନଜର ଆସିବାକୁ ଯାଉଛନ୍ତି ସଲମାନ ଖାନ୍ । ତେବେ ଅନେକ ଲୋକ ଏହି ଟିଜର ଦେଖି କହୁଛନ୍ତି ଯେଉଁ ସାଉଥ୍ ଫିଲ୍ମ ଏବେ ପ୍ୟାନ୍ ଇଣ୍ଡିଆ ହିସାବରେ ରାଜ୍ କରୁଛି । ବଲିଉଡ୍ ନିଜ ସମ୍ମାନ ଫେରିପାଇବା ପାଇଁ ସେହିମାନଙ୍କ ସହ ମିଶି ଚଳଚିତ୍ର କରିବାକୁ ଚାହୁଁଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )