Wednesday 24th April 2024
“କାନ୍ଦିପକାଇଲେ ରାଇନା”-କହିଲେ ମୋ ଜୀବନର ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଲି

“କାନ୍ଦିପକାଇଲେ ରାଇନା”-କହିଲେ ମୋ ଜୀବନର ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଲି

ପ୍ରତ୍ୟେକ ମଣିଷ ଜୀବନରେ ଗୁରୁଙ୍କ ଭୂମିକା ବହୁତ ହିଁ ମହତ୍ୱପୂର୍ଣ୍ଣ । ଅନେକ ମଣିଷ ନିଜ ସଫଳତାର ଆରମ୍ଭ ନିଜ ପ୍ରିୟ ଗୁରୁଙ୍କ ତତ୍ୱାବଧାନରେ ଆରମ୍ଭ କରିଥାନ୍ତି । ସେଥିପାଇଁ ଜୀବନରେ ଯେତେ ବି ସଫଳତାର ଶୀର୍ଷରେ ପହଂଚିଲେ ବି ସେହି ଖାସ୍ ଗୁରୁଙ୍କୁ କେହି କେବେ ଭୁଲିପାରନ୍ତି ନାହିଁ । ଆଜି ସେହିଭଳି ଜଣେ ସଫଳ ବ୍ୟକ୍ତିତ୍ୱ ନିଜ ଗୁରୁଙ୍କ ପାଇଁ ମନଦୁଃଖ କରୁଛନ୍ତି । ସେ ସଫଳ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନା । ରାଇନା ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କରିଥିଲେ । ସେ ୧୮ଟି ଟେଷ୍ଟ୍ ମ୍ୟାଚ୍ ଖେଳି ଗୋଟିଏ ଶତକ ସହ ୭୬୮ ରନ୍ କରିଥିଲେ । ସେହିପରି ୨୨୬ ଦିନିକିଆରେ ସେ ୫୬୧୫ ରନ୍ କରିବା ସହ ୭୮ଟି୨୦ରେ ୧୬୦୪ ରନ୍ ହାସଲ କରିଥିଲେ ।

ଖେଳାଳି ହିସାବରେ ତାଙ୍କ ଜୀବନରେ ଆଜି ସେ ଯାହା କିଛି ହାସିଲ କରିଛନ୍ତି ତାର ମୂଳଦୂଆ ପକାଇଥିବା ଗୁରୁ ଆଉ ନାହାନ୍ତି । ସୁରେଶ ରାଇନାଙ୍କର ପିଲାଦିନ କୋଚ୍ ସତପାଲ୍ କୃଷ୍ଣନଙ୍କ ଦେହାନ୍ତ ହୋଇଯାଇଛି । ରାଇନା ନିଜେ ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି । ସତପାଲ୍ ଜଳନ୍ଧରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସା ପାଇଁ ରାଇନା ଯଥା ସମ୍ଭବ ସାହାର୍ଯ୍ୟ କରିଥିଲେ ମଧ୍ୟ ସବୁ ପ୍ରୟାସ ବିଫଳ ହୋଇଥିଲା । ରାଇନା କେବେ ବି ଭାବିନଥିଲେ ତାଙ୍କର ଅମାପ ଚେଷ୍ଟା ପରେ ବି ତାଙ୍କ କୋଚ୍ ତାଙ୍କୁ ଛାଡି ଆରପାରିକୁ ଚାଲିଯିବେ ।

ସତପାଲଙ୍କ ଚିକିତ୍ସା ପାଇଁ ରାଇନା ଖୁବ୍ ଉଦ୍ୟମ କରିଥିଲେ । କିନ୍ତୁ ବଞ୍ଚାଇପାରିନଥିଲେ । ସତପାଲଙ୍କ ବାବଦରେ ରାଇନା ନିଜର ଆତ୍ମଜୀବନୀ ବିଲିଭରେ ଉଲ୍ଲେଖ କରିଥିଲେ । କ୍ରିକେଟକୁ ବୁଝିବା ପାଇଁ ସତପାଲ ତାଙ୍କୁ ଖୁବ୍ ସାହାଯ୍ୟ କରିଥିଲେ ବୋଲି ସେ ଲେଖିଥିଲେ ।

ଏହିଭଳି ସୂଚନା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ରାଇନା । ସୁରେଶ ରାଇନା ଟୁଇଟ୍ ରେ ଲେଖିଛନ୍ତି-”ମୁଁ ବହୁତ ହିଁ ଦୁଃଖିତ ମୋ କୋଚ୍ କ୍ରୀଷ୍ଣା ସାର୍ ଙ୍କର ଦେହାନ୍ତ ପାଇଁ । ମୋ ଜୀବନର ସମସ୍ତ ସପଳତା ଓ କଠିନ ପରିଶ୍ରମ ପଛରେ ଏହି ମହାନ ବ୍ୟକ୍ତି ଥିଲେ । ଯାହାଙ୍କ ଶିକ୍ଷା ମୋତେ ଏମିତି ସକ୍ଷମ କରିପାରିଛି ଆଉ ସେ ଶିକ୍ଷାକୁ ମୁଁ କେବେ ବି ଭୁଲିପାରିବି ନାହିଁ । ମୋ ପ୍ରତି ପ୍ରାର୍ଥନାରେ ଓ ମୋ ପ୍ରତି ସ୍ମୃତିରେ ସେ ଅଭୁଲା ହେଇ ରହିଗଲେ । ତାଙ୍କ ପରିବାର ଓ ପ୍ରିୟଜନଙ୍କୁ ମୁଁ ସମବେଦନା ଜଣାଉଛି ।”

CATEGORIES
TAGS
Share This

COMMENTS

Wordpress (0)
Disqus (0 )