Thursday 25th April 2024
କିସି କା ଭାଇ କିସି କି ଜାନ୍ ! ୨୦୨୩ ରେ ଭାଇଜାନ୍ ଲୁକ୍ସ୍ ସହ ରୋମାନ୍ସ ନେଇ ଆସିବେ ସଲମାନ୍ ଖାନ୍ !

କିସି କା ଭାଇ କିସି କି ଜାନ୍ ! ୨୦୨୩ ରେ ଭାଇଜାନ୍ ଲୁକ୍ସ୍ ସହ ରୋମାନ୍ସ ନେଇ ଆସିବେ ସଲମାନ୍ ଖାନ୍ !

ଏମିତି ଏକ ନାଁ , ଯେଉଁ ନାଁ ର ଫିଲ୍ମ ସିନେମା ହଲରେ ପଡିଲେ ହାଉସ୍ ଫୁଲ୍ ର ବୋର୍ଡ ଲାଗିବା ପାଇଁ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଯାଏ । ବଲିଉଡ୍ ରେ ଗୋଟିଏ ନାଁ ରେ ଫିଲ୍ମ ଚାଲେ । ଫ୍ଲପ୍ ଷ୍ଟୋରି ବି ହୁଏ ସୁପରହିଟ୍ । ଏଣ୍ଟ୍ରି ବି କିଛି କମ୍ ନୁହଁ ଏବଂ ସବୁ ଆକ୍ସନ୍ ଦମଦାର୍ । ଯେତେବେଳେ ଫିଲ୍ମ ପରଦାରେ ହିରୋ କିମ୍ବା ଭିଲେନ୍ ଭୂମିକାରେ ପ୍ରଥମ ଏଣ୍ଟ୍ରି ହୁଏ , ସେତେବେଳେ ତ ଫ୍ଯାନ୍ ମାନେ ସିଟି ମାରି  ଏବଂ କରତାଳିରେ ଫିଲ୍ମ ହଲ୍ କୁ ସେତେଯେମିତି ଫଟେଇ ଦିଅନ୍ତି । ଏଠି କାହାକଥା କୁହାଯାଉଛି ଆପଣ ମାନେ ହୁଏତ ବୁଝି ସାରିଥିବେ । ସଲମାନ୍ ଖାନ୍ କେବଳ ଗୋଟିଏ ନାଁ ନୁହଁ । ବର୍ତ୍ତମାନ ସମୟରେ ଏହା ଗୋଟିଏ ବ୍ରାଣ୍ଡ୍ । ସ୍କୁଲ୍ ଯିବା ଛୁଆ ହେଉ କିମ୍ବା ଛୋଟ ଛୁଆର ବାପା । ପ୍ରାୟ ସମସ୍ତ ଙ୍କ ମୁହଁରୁ ଆପଣ ଶୁଣିଥିବେ  “ମେନ୍ ତୋ ସୁପରମ୍ୟାନ୍ , ସଲମାନ କା ଫ୍ଯାନ୍ ” । ସଲମାନ ଙ୍କ ନାଁ ରେ ଅନେକ ଗୀତ ଅଛି । ୨୦୧୫ ମସିହାରେ ରିଲିଜ୍ ହୋଇଥିବା ” ତେଭର୍ ” ଫିଲ୍ମର ଏହି ଗୀତଟି ଢେର ଚର୍ଚ୍ଚା ସାଉଁଟି ଥିଲା । ସଲମାନଙ୍କ କ୍ୟାରିୟର ତ କେବେଠୁ ଆରମ୍ଭ ହୋଇଥିଲା । କିନ୍ତୁ ଭାଇଜାନ୍ ଙ୍କ ଦବଙ୍ଗଗିରି ” ଓ୍ୱାଣ୍ଟେଡ୍ ” ଫିଲ୍ମରୁ ଆରମ୍ଭ ହୋଇଥିଲା । ପରେ ପରେ ଏହି ଫିଲ୍ମ ଏତେ ଚର୍ଚ୍ଚା ସାଉଁଟିଥିଲା ଯେ, ସଲମାନ ଖାନଙ୍କ କ୍ୟାରିୟର ଏବଂ ପର୍ସନାଲିଟି ବି ହିଟ୍ ସାବ୍ୟସ୍ତ ହୋଇଥିଲା । “ରେଡି” , “ଏକ ଥା ଟାଇଗର” , “ବଡିଗାର୍ଡ” ଏବଂ “ଦବଙ୍ଗ” ଦର୍ଶକଙ୍କୁ ପାଗଳ ପ୍ରାୟ କରିଦେଇଥିଲା । ସଲମାନଙ୍କ ପ୍ରତିଟି ଫିଲ୍ମର ଡାଇଲଗ୍ ଦର୍ଶକ ମାନଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା । କେତେବେଳେ ରାସ୍ତାଘାଟରେ ତ ପୁଣି କେତେବେଳେ ସେଲୁନ୍ କିମ୍ବା ବଜାରରେ ଡାଇଲଗ୍ ଏବଂ ଗୀତକୁ ମୁହଁ ଆଗରେ ରଖିଥିଲେ ଦର୍ଶକ। ଏପରିକି ଅନେକ ଲୋକ ଫିଲ୍ମର ଷ୍ଟୋରୀ କୁ ନୁହଁ ବରଂ ସଲମାନ ଖାନଙ୍କ ସେହି ନଖରାମି , ଦବଙ୍ଗ ଗିରି , କମେଡି ସହ ଆକ୍ସନ୍ ଏବଂ ରୋମାନ୍ସକୁ ଦେଖିବାକୁ ଯାଇଥାନ୍ତି । ବଲିଉଡ୍ ର ଭାଇଜାନ୍ ହେଲେ ସଲମାନ୍ ଏବଂ ବର୍ତ୍ତମାନ ପର୍ଯ୍ଯନ୍ତ ତାଙ୍କର ପ୍ରତ୍ୟେକଟି ଫିଲ୍ମ ଏପରି ଅଛି , ଯେମିତି ସପରିବାର ବସି ମନୋରଞ୍ଜନ ର ସ୍ୱାଦକୁ ଚାଖିପାରିବେ । କାରଣ ସଲମାନଙ୍କ ଫିଲ୍ମରେ ନଥାଏ ସେପରି ବୋଲ୍ଡ୍ ସିନ୍ ,ଯାହାକୁ ସପରିବାର ବସି ଦେଖିପାରିବେ ନାହିଁ । ସଲମାନ ଙ୍କ ଫିଲ୍ମରେ ଥାଏ ଭାଇଚାରା ର ମେସେଜ୍ । ” ଜୟ ହୋ ” ହେଉ କିମ୍ବା ” ବଜରଙ୍ଗୀ ଭାଇଜାନ୍ ” ସବୁଥିରେ ସବୁ କ୍ୟାରେକ୍ଟରକୁ ଖୁବ୍ ନିଖୁଣ ଢଙ୍ଗରେ କରିପାରନ୍ତି ସଲମାନ୍ । ବର୍ତ୍ତମାନ ସବୁ ଚରିତ୍ରରୁ ଭିନ୍ନ କ୍ୟାରେକ୍ଟରରେ ଅଭିନୟ କରିବା ପାଇଁ ଯାଉଛନ୍ତି ସଲମାନ୍ ଖାନ୍ । ଫିଲ୍ମ ର ଟାଇଟେଲ୍ ଦେଖିବାକୁ ଗଲେ ଲାଗେ , ସତେଯେମିତି ସବୁ ଫିଲ୍ମର ଚରିତ୍ରର ଏହା ଏକ ମିଶ୍ରଣ । ଭାଇଜାନ୍ ଙ୍କ ରୋମାନ୍ସର ତଡକା ସହ ପରଦା ଫାଡ୍ ଆକ୍ସନ୍ ଦେଖିବାକୁ ମିଳିବ ଏହି ଫିଲ୍ମରେ । ସଲମାନଙ୍କ ଅପକମିଂ ଫିଲ୍ମ ଆସିବାକୁ ଯାଉଛି । ଯାହାର ନାଁ ହେଉଛି “ କିସି କା ଭାଇ କିସି କି ଜାନ୍ ” । ସଲମାନଙ୍କ ଅନ୍ୟ ଏକ ଫିଲ୍ମ ” ଟାଇଗର ଥ୍ରୀ ” କୁ ନେଇ ନିଜେ ସଲମାନ ଟୁଇଟ୍ କରି ସୂଚନା ଦେଇଛନ୍ତି ।

 “ କିସି କା ଭାଇ କିସି କି ଜାନ୍ ” ଫିଲ୍ମରେ   ସଲମାନଙ୍କ ସହ ନଜର ଆସିବେ ସାଉଥ୍ କୁଇନ୍ ତଥା ବଲିଉଡ୍ ବିଉଟି ପୂଜା ହେଗଡେ । ପୂଜା ଙ୍କ ସେକ୍ସି ଫିଗର୍ କୁ ଚକୋଲେଟି ଆନନ୍ଦାଜ୍ ଦର୍ଶକଙ୍କୁ ମତୁଆଲା କରିଦିଏ । ଫିଲ୍ମ ହେଉ କିମ୍ବା ଆଲବମ୍ ଭିଡିଓ ସଙ୍ଗ୍ ସବୁଥିରେ ନିଆଁ ଲଗେଇଥାନ୍ତି ପୂଜା ହେଗଡେ । ସେକ୍ସି ଆଦା ସାଙ୍ଗକୁ ଷ୍ଟାଇଲିସ୍ କିଲର ଲୁକ୍ ଅନେକଙ୍କୁ ଦିଓ୍ୱାନା କରିଦେଇଥାଏ । ତେବେ ନିକଟରେ ରିଲିଜ୍ ହୋଇଛି ” କିସି କା ଭାଇ କିସି କି ଜାନ୍ ” ର ଟିଜର୍ । ଏହି ଟିଜରକୁ ୟୁଟୁବ୍ ରେ ବର୍ତ୍ତମାନ ସୁଦ୍ଧା  ୪୦ ମିଲିୟନ୍ ବା  ପାଖାପାଖି ୪ କୋଟି ଲୋକ ଦେଖିସାରିଲେଣି ।

ଏହି ଫିଲ୍ମର ଗୀତ ଗୁଡିକ ସୁପରହିଟ୍ ହୋଇସାରିଛି ।  ” ନାୟୋ ଲାଗଦା ” ଗୀତକୁ ପାଖାପାଖି ୧୦ କୋଟି ଦର୍ଶକ , ” ବିଲି ବିଲି ” ଗୀତକୁ ପାଖାପାଖି ୫ କୋଟି ଲୋକ ଦେଖି ସାରିଛନ୍ତି ଏବଂ ୯ ଦିନ ପୂର୍ବରୁ ରିଲିଜ୍ ହୋଇଥିବା ” ଜି ରେହେ  ଥେ ହମ୍ ” ଗୀତକୁ ତିନି କୋଟି ଲୋକ ଦେଖି ସାରିଲେଣି ।କିଏ କହୁଛି ଏହି ଫିଲ୍ମଟି ସାଉଥ୍ ଫିଲ୍ମର ରିମେକ୍ ତ ପୁଣି କିଏ କହୁଛି ଓରିଜିନାଲ୍ । ତେବେ ସଲମାନଙ୍କ କଣ ଫ୍ୟାନ୍ ଅଭାବ । ଏହି ଫିଲ୍ମର ଟିଜର୍ ଏବଂ ଗୀତ ଗୁଡିକୁ ଦେଖିଲେ ଯାହା ଜଣାପଡୁଛି ଯେ , ଏଥିରେ ସଲମାନଙ୍କୁ ଗୋଟିଏ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଟିକେ ରାଉଡି ଏବଂ ଟିକେ ରୋମାନଟିକ୍ ଭୂମିକାରେ ଦର୍ଶକ ମାନଙ୍କର ମନ ମୋହିବେ ସଲମାନ୍ । କାହାଣୀରେ ନିଜର ପର୍ସନାଲ୍ ଲାଇଫ୍ ର ଛୁଙ୍କ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ସିନେକ୍ରିଟିକ୍ସ୍ ମାନେ ମତ ଦେଉଛନ୍ତି ।

ତେବେ ଅପେକ୍ଷା କରିବାକୁ ପଡିବ ଫିଲ୍ମର ଟ୍ରେଲର ପାଇଁ ଏବଂ ସେଥିପାଇଁ ବେଶି ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ପୂଜା ହେଗଡେ ଙ୍କ ଜଲବା ଏବଂ ସଲମାନ ଖାନ୍ ଙ୍କ ଦବଙ୍ଗ ଗିରି ଦେଖିବାକୁ ଖୁବ୍ ଶୀଘ୍ର ମିଳିବ ଫିଲ୍ମ ପରଦାରେ । ସୂଚନା ମୁତାବକ ଫିଲ୍ମଟି ଇଦ୍ ୨୦୨୩ ରେ ରିଲିଜ୍ ହେବ । ସଲମାନ ଖାନ୍ ପ୍ରଡକ୍ସନ୍ ରେ ନିର୍ମିତ ଏହି ଫିଲ୍ମ ଟି କଣ କମାଲ ଧମାଲ କରୁଛି ସେଥିପାଇଁ ଇଦ୍ ୨୦୨୩ ଯାଏ ଅପେକ୍ଷା କରିବାକୁ ପଡିବ ।” କିସି କା ଭାଇ କିସି କି ଜାନ୍ ” ଫିଲ୍ମରେ – ସଲମାନ୍ ଙ୍କ ରୋମାନଟିକ୍ ଦବଙ୍ଗ ଗିରି ଦେଖିବାପାଇଁ ଦର୍ଶକ ଅପେକ୍ଷା କରିଛନ୍ତି । ଫିଲ୍ମଟି ଦର୍ଶକ ମାନଙ୍କୁ କେତେ ଆକୃଷ୍ଟ କରୁଛି ତାହା  ଇଦ୍ ୨୦୨୩ ରେ ଜଣା ପଡିବ ।

 

 

 

Entertainment ଦୁନିଆର ପ୍ରତ୍ୟେକଟି ଝଲକ ପାଇବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ

CATEGORIES
TAGS
Share This

COMMENTS

Wordpress (0)
Disqus (0 )