Friday 26th April 2024
ବରୁଣ ଏବଂ ଜାହ୍ନବୀ ମିଶିକରିବେ ବଓ୍ୱାଲ୍ ! ସୋସିଆଲ୍ ମିଡିଆରେ ଉଭୟଙ୍କ ଫୋଟୋ ହେଉଛି ଭାଇରାଲ୍ !

ବରୁଣ ଏବଂ ଜାହ୍ନବୀ ମିଶିକରିବେ ବଓ୍ୱାଲ୍ ! ସୋସିଆଲ୍ ମିଡିଆରେ ଉଭୟଙ୍କ ଫୋଟୋ ହେଉଛି ଭାଇରାଲ୍ !

ବରୁଣ ଧାଓ୍ୱନ ବର୍ତ୍ତମାନ ବିବାହିତ । ତେବେ ସୋସିଆଲ୍ ମିଡିଆରେ ଯେଉଁ ଚର୍ଚ୍ଚା ଜୋର ଧରୁଛି ତାହା କଣ ସତ ? ବଲିଉଡ୍ ସୁନ୍ଦରୀ ଜାହ୍ନବୀ କପୁର ଏବେ କୁଆଡେ ବରୁଣ ଧାଓ୍ୱନଙ୍କ ସହ ଏକାଠି ହେବେ ବୋଲି ଫିଲ୍ମ ନିର୍ଦ୍ଦେଶକ ନୀତୀଶ ତିଓ୍ୱାରୀ ସୂଚନା ଦେଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଜାହ୍ନବୀ କପୁର ଏବଂ ବରୁଣ ଧାଓ୍ୱନ ରିଏଲ୍ ଲାଇଫ୍ ରେ ନୁହଁ ବରଂ ରିଲ୍ ଲାଇଫ୍ ରେ ଏକାଠି ହେବାକୁ ଯାଉଛନ୍ତି । ବରୁଣ ଆଗରୁ ମଧ୍ୟ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ବରୁନ ଧାଓ୍ୱନ ଙ୍କ ଅଭିନୀତ  ପ୍ରତ୍ୟେକଟି ଫିଲ୍ମରେ ତାଙ୍କର ଏକ ନୂଆଁ ଅବତାର ଦେଖିବାକୁ ମିଳେ । ବରୁନ ଧାଓ୍ୱନ ସିନେମା ପରଦାରେ ତାଙ୍କ ଅଭିନୟରେ ଦର୍ଶକ ତଥା ଫ୍ୟାନ୍ ମାନଙ୍କୁ ଯେପରି କନ୍ଦାଇ ଇମୋସନାଲ୍ କରିଥାନ୍ତି ସେପରି କମେଡି କରି ହସାଇ ହସାଇ ପେଟ ବଥା ମଧ୍ୟ କରିଥାନ୍ତି । ବଦଲାପୁର ବଦଲା ହେଉ କିମ୍ବା ” ହମପ୍ଟି ଶର୍ମାକି ଦୁଲହନିଆ ”  ରେ ରୋମିଓଗିରି ସବୁଥିରେ ଫିଟ୍ ବରୁଣ ଧାଓ୍ୱନ । ” ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର ” ଫିଲ୍ମରେ  ସର୍ଟକଟ୍ ରୋମିଓ ଭଲି ଆକ୍ଟିଂ କରି ଇଣ୍ଟରଭାଲ୍ ପରେ ଇମୋସନାଲ୍ ରୋଲ୍ କୁ ନିଖୁଣ ଭାବରେ କରିଥିଲେ ବରୁଣ ଧାଓ୍ୱନ । ବିଭିନ୍ନ ଚରିତ୍ରରେ ଫିଲ୍ମ କ୍ୟାରେକ୍ଟରକୁ ଜୀବନ୍ତ କରିଥାନ୍ତି ବରୁଣ । ଅନ୍ୟପକ୍ଷରେ ଜାହ୍ନବୀ କପୁର ମଧ୍ୟ ପଛରେ ନାହାନ୍ତି । ତାଙ୍କର ଅନେକ ଗୁଡିଏ ହିଟ୍ ଫିଲ୍ମ ଅଛି । “ଧଡକ” ମୁଭିରେ ତାଙ୍କର ଅଭିନୟ ଅନେକଙ୍କ ହୃଦୟ ର ସ୍ପନ୍ଦନକୁ ଧଡକାଇଥିଲା । ସାଧାରଣ ଝିଅ ର ଭୂମିକାରେ ଯେମିତି ଫିଟ୍ ଆସନ୍ତି  ଜାହ୍ନବୀ କପୁର , ସେପରି ବୋଲ୍ଡ ଚରିତ୍ରରେ ମଧ୍ୟ କମାଲ ଧମାଲ କରିପାରନ୍ତି । ତାଙ୍କୁ ଅନେକ ଟିଭି ବିଜ୍ଞାପନରେ ମଧ୍ୟ ଦେଖିବାକୁ ମିଳେ । ” ଗୁଡ୍ ଲକ୍ ଜେରୀ “ ଫିଲ୍ମରେ ଏକ ନୂତନ ଚରିତ୍ରରେ ଆସିଥିଲେ ଜାହ୍ନବୀ କପୁର । ତେବେ ଖୁବ ଶୀଘ୍ର ଆସିବାକୁ ଯାଉଛି ନୂଆଁ ହିନ୍ଦୀ ଚଳଚିତ୍ର ” ବଓ୍ୱାଲ “

ଫିଲ୍ମ ” ବଓ୍ୱାଲ ” କୁ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ବରୁଣ ଧାଓ୍ୱନ୍ –

” ବଓ୍ୱାଲ ” ଫିଲ୍ମରେ ଅଭିନୟ କରିବେ ବରୁନ ଧାଓ୍ୱନ ଏବଂ ଜାହ୍ନବୀ କପୁର । ପ୍ରଥମ ଥର ପାଇଁ ବରୁଣ ଓ ଜାହ୍ନବୀ ପରସ୍ପର ସହ ଏକାଠି ସ୍କ୍ରିନ୍‌ ସେୟାର୍‌ କରିବେ। ଖୁବ୍‌ଶୀଘ୍ର ସିନେମା ପରଦାରେ ଧମାଲ କରିବାକୁ ଯାଉଛି ନୂଆ ହିନ୍ଦୀ ଫିଲ୍ମ  ” ବଓ୍ୱାଲ୍ “। ନୀତୀଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନଜର ଆସିବେ ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ଜାହ୍ନବୀ କପୁର ।  ସେମାନଙ୍କୁ ଏକାଠି ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ସେହିପରି ବଡ଼ ପରଦାରେ ଏ ଦୁହିଁଙ୍କ ଯୋଡ଼ି ବୋବାଲ କରିବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି । ଏହି ସିନେମାକୁ ନେଇ ଦୀର୍ଘଦିନ ଧରି ଆଲୋଚନା ଲାଗି ରହିଥିଲା । ଆଉ ଏବେ ଏହାର ରିଲିଜ୍ ତାରିଖ ଘୋଷଣା ହୋଇସାରିଛି ।

ସୂଚନା ଅନୁସାରେ ଅକ୍ଟୋବର ୬ ତାରିଖରେ ଏହା ପ୍ରେକ୍ଷାଳୟକୁ ଆସିବ। ଅନ୍ୟପଟେ ଜାହ୍ନବୀ ଓ ବରୁଣଙ୍କ କିଛି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଏ ଦୁହେଁ ଏକାଠି ଖୁବ୍ ମଜାମସ୍ତି କରୁଥିବା ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲରକୁ ଜାହ୍ନବୀ ଓ ବରୁଣଙ୍କ ଫ୍ୟାନ୍ ମାନେ ଅପେକ୍ଷା କରିଛନ୍ତି ।   ” ବଓ୍ୱାଲ ” ଫିଲ୍ମରେ ବରୁନ ଧାଓ୍ୱନ ଏବଂ ଜାହ୍ନବୀ କପୁର କିପରି କରିବେ ଧମାଲ , ସେଥିପାଇଁ ଅକ୍ଟୋବର ୬ ତାରିଖକୁ ଅପେକ୍ଷା ରହିଲା ।

 

 

Entertainment ଦୁନିଆର ପ୍ରତ୍ୟେକଟି ଝଲକ ପାଇବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )