Thursday 25th April 2024
ରତନ ଟାଟାଙ୍କର କେଉଁ  କାମରେ ଲାଗେ ଅଧିକ ମନ ?

ରତନ ଟାଟାଙ୍କର କେଉଁ କାମରେ ଲାଗେ ଅଧିକ ମନ ?

() ରତନ ଟାଟା କିଏ? ଏହି ପ୍ରଶ୍ନର ଉତ୍ତର ସବୁ ଭାରତୀୟଙ୍କୁ ଜଣା । ତାଙ୍କ ପରିଚୟ ଦେବା ବୋଧହୁଏ ମୁର୍ଖାମୀର ପରିଚୟ ହିଁ ହୋଇପାରେ । ଦେଶ ସ୍ୱାଧିନ ହେବା ପରଠାରୁ ଟାଟା ପରିବାର କର୍ପୋରେଟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଆସୁଛି । ଭାରତର ଅନେକ ଅନେକ ବଡ଼ ବଡ଼ ବ୍ୟବସାୟୀଙ୍କ ମଧ୍ୟରୁ ରତନ ଟାଟା ଅନ୍ୟତମ । ସେ କେବଳ ଜଣେ ବଡ଼ ବ୍ୟବସାୟୀ ତାହା ବି ନୁହେଁ ବରଂ ସେ ଜଣେ ଉଦାରଶୀଳ ବ୍ୟକ୍ତି, ସରଳ ଏବଂ ଅନେକ ଲୋକଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣା । ସେ ତାଙ୍କ କମ୍ପାନୀରେ ଜଡ଼ିତ ଛୋଟ ଛୋଟ କର୍ମଚାରୀଙ୍କୁ ମଧ୍ୟ ନିଜ ପରିବାର ବୋଲି ଭାବନ୍ତି । ତେବେ ଆପଣ ଜାଣିଛନ୍ତି କି ଏହି ଶିଳ୍ପପତିଙ୍କ ମନ ପସନ୍ଦ କାମ କଣ? ସେ କୋଉ କାମ କରିବାକୁ ବେସି ପସନ୍ଦ କରନ୍ତି? ଆସନ୍ତୁ ଏ ବିଷୟରେ ଜାଣିବାRatan N Tataରତନ ଟାଟା କୁହନ୍ତି:

“ ମତେ ସେହି କାମ କରିବାକୁ ଖୁସି ଲାଗେ ଯାହା କି ପ୍ରତ୍ୟେକ ଲୋକ ଭାବନ୍ତି କି ଏହି କାମ କରିବା ମୋ ପକ୍ଷେ ସମ୍ବବ ନୁହେଁ” । ଏହି କଥାରୁ ଆମେ ବେସ ଭଲ ଭାବରେ ଜାଣି ପାରୁଛେ ଯେ ରତନ ଟାଟା, ଲୋକ ମାନଙ୍କ ପାଇଁ ପ୍ରେରଣା ହେଉଛନ୍ତି କଣ ପାଇଁ । ଟାଟା ଇଣ୍ଡିକା ଏବଂ ଫୋର୍ଡର ମାମଲା ହେଉ କିମ୍ବା ଟାଟା ନାନୋ ତିଆରି । ଯେତେବେଳେ ଗୋଟିଏ ମଧ୍ୟମ ଶ୍ରେଣୀର ଲୋକ ଗୋଟିଏ କାର କିଣିବା ପାଇଁ ଦେଶବାସୀଙ୍କ ୁ ସେମାନଙ୍କ କାରରେ ମାତ୍ର ଏକ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ଘୋଷଣା କରି ସେ ବେସ ପରିଚିତ ହୋଇ ପାରିଥିଲେ । ଏଭଳି ଅନେକ କାର୍ଯ୍ୟ ଟାଟା କରିଛନ୍ତି ।

ଟ୍ୱିଟର ପ୍ରତିକ୍ରିୟା:

ରତନ ଟାଟାଙ୍କ ଏହି ଭିଡ଼ିଓ ଟିକୁ ଦେଖି ଅନେକ ଟ୍ୱିଟର ବ୍ୟବହାରକାରୀ ନିଜ ମତ ରଖିଛନ୍ତି । କେହି କେହି କହିଛନ୍ତି ଏହି ଭିଡିଓ ଟି ତାଙ୍କ ପାଇଁ ପ୍ରେରଣା ଦାୟକ ତ କିଏ କହିଛନ୍ତି ସେ ଜଣେ ମହାନ ବ୍ୟକ୍ତିତ୍ୱ । ଜଣେ ଉପଭୋକ୍ତା ଲେଖିଛନ୍ତି “ତାଙ୍କୁ ଯଦି ଆଇରନ ମ୍ୟାନ ବୋଲି ବି କୁହାଯାଏ ତେବେ ତାହା ବି କମ୍ ହେବ । ଆମେ ସେମାନଙ୍କ ଠାରୁ ଶିଖିିବା ଉଚିତ୍ । ଟାଟା ଏଭଳି ଜଣେ ବ୍ୟକ୍ତି ଯେ ସାଧାରଣ ବ୍ୟକ୍ତି ଯେଉଁ ବିଷୟରେ ଚିନ୍ତା ଭି କରେ ନାହିଁ ସେ ସେହି ବିଷୟରେ ଚିନ୍ତା କରି ସେହି କାର୍ଯ୍ୟ କରି ଦେଖାନ୍ତି । ପୃଥିବୀରେ ଏପରି ବ୍ୟକ୍ତି ଏକ ଶୁପର ଶକ୍ତି ପରି” ।Ratan Tata | Biography, Family, & Facts | Britannicaତେବେ ଭାରତର ଧନୀ ଶ୍ରେଣୀ ବ୍ୟକ୍ତି ମାନଙ୍କ ଭିତରେ ଆପଣ ନିଶ୍ଚୟ ମୁକେଶ ଅମ୍ବାନୀ, ଗୌତମ ଅଦାନୀଙ୍କ ନା’ ଶୁଣିଥିବେ । କିନ୍ତୁ ରତନ ଟାଟା ଜଣେ ଏମିତି ବ୍ୟକ୍ତିତ୍ୱ ଯାହାଙ୍କର ପ୍ରତ୍ୟେକ କ୍ଷେତ୍ରରେ କମ୍ପାନୀ ଥାଇ ମଧ୍ୟ ତାଙ୍କ ନା’ ଏହି ଧନୀ ଶ୍ରେଣୀ ବ୍ୟକ୍ତି ମାନଙ୍କ ମଧ୍ୟରେ ଆସେ ନାହିଁ । କାରଣ ରତନ ଟାଟା ତାଙ୍କ ବ୍ୟବସାୟରୁ ଯେତେ ଆୟ କରନ୍ତି ତାର ଅଧାରୁ ଅଧିକ ମାନେ ପ୍ରାୟେ ୭୦% ସେ ଦାନ କରିଦେଇଥାନ୍ତି । ଏବଂ ସେ କେବେ ଲୋକଲୋଚନକୁ ଆସିବାକୁ ଦିଅନ୍ତି ନାହିଁ କେତେ ଟଙ୍କାର ସେ ପ୍ରଫିଟ କରୁଛନ୍ତି । ତେବେ ଥରେ ଭାବି ଦେଖନ୍ତୁ ଯଦି ସେ ଦାନ କରନ୍ତେ ନାହିଁ ତେବେ ତାଙ୍କ ସମ୍ପତିର ମୂଲ୍ୟ କେତେ ହୋଇଥାନ୍ତା ।NCLAT ruling threatens to dent legacy of Ratan Tata, India's legendary dealmaker

CATEGORIES
TAGS
Share This

COMMENTS

Wordpress (0)
Disqus (1 )