Friday 26th April 2024
ଓଡିଶାରେ ଇଣ୍ଡିଗୋ ଏୟାରଲାଇନ୍ସରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି ! ଗ୍ରାଜୁଏସନ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଓଡିଶାରେ ଇଣ୍ଡିଗୋ ଏୟାରଲାଇନ୍ସରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି ! ଗ୍ରାଜୁଏସନ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଏକ ରିର୍ପୋଟ ଅନୁସାରେ ଡିସେମ୍ବର ୨୦୨୨ ସୁଦ୍ଧା ଇଣ୍ଡିଗୋ ହେଉଛି ଭାରତର ସର୍ବବୃହତ ଯାତ୍ରୀବାହୀ ବିମାନ । ଯାହାର ବଜାରରେ ୫୪.୯% ପ୍ରତିଶତ ଅଂଶ  ରହିଛି । ଇଣ୍ଡିଗୋ ଏୟାରଲାଇନ୍ସ ର ଆତ୍ୟାଧୁନିକ ସେବା ପାଇଁ ଯାତ୍ରୀବାହୀ ବିମାନ ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଛି । ବିମାନ ରେ ଯାତ୍ରା କରୁଥିବା ପ୍ରତ୍ୟେକଟି ଯାତ୍ରୀ ମାନଙ୍କୁ ଭଲ ସେବା ଯୋଗାଇଥାଏ ଇଣ୍ଡିଗୋ ଏୟାରଲାଇନ୍ସ । ଏହିସେବା ଯୋଗାଇ ଦେବାପାଇଁ  ଇଣ୍ଡିଗୋ ଏୟାରଲାଇନ୍ସ ର ବିଭିନ୍ନ ବର୍ଗର କର୍ମଚାରୀ ପ୍ରତିଦିନ ପରିଶ୍ରମ କରିଥାନ୍ତି । ତେବେ ଅନେକଙ୍କ ପସନ୍ଦଥାଏ ଏହି ବିଭାଗରେ କାମ କରିବା ପାଇଁ ଏବଂ ଅନେକଙ୍କ ସ୍ୱପ୍ନ ଥାଏ ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରୀ କରିବାପାଇଁ ।

ଇଣ୍ଡିଗୋ ଏୟାରଲାଇନ୍ସ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.goindigo.in/about-us.html

indigo airlines jobs

ତେବେ ଇଣ୍ଡିଗୋ ଏୟାରଲାଇନ୍ସ ରେ ଚାକିରୀ କରିବା ପାଇଁ ଆସିଛି ସୁଯୋଗ । ଇଣ୍ଡିଗୋ ଏୟାରଲାଇନ୍ସ ବାହାର କରିଛି ବଡଧରଣର ବିଜ୍ଞପ୍ତି ।

 

ପଦବୀ – କଷ୍ଟମର ସର୍ଭିସ ( ଗ୍ରାହକ ସେବା )

 

ଚାକିରୀ କରିବାର ସ୍ଥାନ –  ଭୂବନେଶ୍ୱର

 

ଶିକ୍ଷାଗତ ଯୋଗ୍ୟତା –

୧)   ଗ୍ରାଜୁଏସନ୍ ବା ସ୍ନାତକ କରିଥିବା ଦରକାର ।

୨)     ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା University as determined by IndiGo.

୩)ସ୍ନାତକ ବା ଗ୍ରାଜୁଏସନ୍ ର ପରୀକ୍ଷା ଫଳ ବାହାରିନଥିଲେ ଆବେଦନ କରିପାରିବେ         ନାହିଁ ।

୪)  ଆବେଦନ କରିବା ପାଇଁ ଆପଣ ସ୍ନାତକ ବା ଗ୍ରାଜୁଏସନ୍ ପାସ୍ କରିଥିବା ଦରକାର ଏବଂ ଆପଣଙ୍କ ପାଖରେ ଏହାର ସାର୍ଟିଫିକେଟ୍ ଥିବା ଆବଶ୍ୟକ ।

 

ଆବଶ୍ୟକଥିବା ଦକ୍ଷତା – 

୧) ଗୁଡ୍ କମ୍ୟୁନିକେସନ ସ୍କିଲ୍ ବା ଉତ୍ତମ ଯୋଗାଯୋଗ ଦକ୍ଷତା ଥିବା ଆବଶ୍ୟକ ।

୨) ଗ୍ରାହକ ବା ବିମାନଯାତ୍ରୀ ମାନଙ୍କର ପ୍ରତ୍ୟେକଟି ପ୍ରଶ୍ନକୁ ଭଲଭାବରେ ବୁଝିପାରୁଥିବା ଦରକାର । 

 ୩)ଭଲ ବ୍ୟକ୍ତିତ୍ୱ ବା ଆକର୍ଷଣୀୟ ବ୍ୟକ୍ତିତ୍ୱ ଥିବା ଦରକାର । 

୪) ଓଡିଆ , ହିନ୍ଦୀ ଏବଂ ଇଂରାଜୀ ରେ ପ୍ରଶ୍ନ ର ଉତ୍ତର ଦେଇପାରୁଥିବା ଦରକାର ।

ବୟସ ସୀମା – ୧୮ ରୁ ୨୭ ବର୍ଷ 

ଅଭିଜ୍ଞତା – ୦ ରୁ  ୭ ବର୍ଷ ପର୍ଯ୍ୟନ୍ତ

କଣ ହେଲେ ଆବେଦନ କରିପାରିବେ ନାହିଁ ?

ଶରୀରରେ କୌଣସି ପ୍ରକାର ର ଟାଟୁ ବା ବଡି ଆର୍ଟ ଥିଲେ ଆପଣ ଆବେଦନ କରିପାରିବେ ନାହିଁ ।

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସିଧାସଳଖ ଆବେଦନ କରିପାରିବେ –

https://goindigo.app.param.ai/jobs/candidate/signup 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )