Thursday 25th April 2024
କାଷ୍ଟିଂକାଉଚ୍‌, ମୁଁ ତୋଡ଼ ଜବାବ ଦବା ମତେ ଆସେ-ଡେଜି

କାଷ୍ଟିଂକାଉଚ୍‌, ମୁଁ ତୋଡ଼ ଜବାବ ଦବା ମତେ ଆସେ-ଡେଜି

ଅଭିନୟ ଦୁନିଆରେ ଲୋକଙ୍କୁ କନ୍ଦେଇବା କିମ୍ବା ହସେଇବା ବହୁତ ସହଜ ହୋଇଥାଏ ବୋଲି ମନେ ହୁଏ । କିନ୍ତୁ ଗୋଟିଏ କଳାକାର ପାଇଁ ତାହା କେତେ କଷ୍ଟ ଆମେ କଳ୍ପନା ବି କରିପାରିବା ନାହିଁ । ତେବେ ଡାକ୍ତର କୁହନ୍ତି ହସିବା ସ୍ୱାସ୍ଥ୍ୟପକ୍ଷେ ହିତକର, ହେଲେ ହସେଇବା ଯେ କେତେ କଷ୍ଟ ଗୋଟିଏ କମେଡିଆନ୍ ଛଡ଼ା ଆଉ କେହି ବୁଝି ପାରନ୍ତି ନାହିିଁ। ଆଜି ସେହିଭଳି ଜଣେ ବ୍ୟକ୍ତି ବିଶେଷଙ୍କ ସହ ଆମେ କଥା ହେବା ଯିଏକି ଆପଣଙ୍କୁ ନିଜ ଅଭିନୟରେ ହସେଇ ହସେଇ ଲୋଟପଟ କରିଛନ୍ତି ତ ପୁଣି କେତେବେଳେ ଖଳାନାୟିକା ଭୂମିକାରେ ଅଭିନୟ କରି ରଗେଇଛନ୍ତି । ଏଭଳି ଜଣେ ମଲ୍ଟିଟ୍ୟାଲେଣ୍ଟେଡ୍ କଳାକାର ହେଉଛନ୍ତି ଡେଜି । ଆସନ୍ତୁ ତାଙ୍କ ସହ ଅଧିକ କିଛି କଥା ହେବା ।

ଇଣ୍ଡଷ୍ଟ୍ର୍ରିରେ ଆପଣ କେବେଠୁ ଆସିଲେ ଏବଂ ମୂଳରୁ ଆପଣଙ୍କର ଲକ୍ଷ କଣ ଥିଲା ଏହି ଲାଇନ୍‌କୁ ଆସିବାକୁ?

୨୦୦୫ ରୁ ମୁଁ ଏହି ଲାଇନ୍‌ରେ ଅଛି । ମୂଳରୁ ମୁଁ ଡାନ୍ସ କରିବି ବୋଲି ଏହି ଲାଇନ୍‌କୁ ଆସିଥିଲି । ଡାନ୍ସସର ହେବି ଏହି ଆଶାରେ ଆସିଥିଲି କିନ୍ତୁ ଆକ୍ଟିଂ ଲାଇନ୍‌ରେ କେତେବେଳେ ପଶିଗଲି ଜାଣିପାରିଲି ନାହିଁ । କିନ୍ତୁ ସତରେ ଯାହା ବି ହେଲା ଭଲ ହେଲା । ଏବେ ମୁଁ ସିରିଏଲ ଓ ଫିଲ୍ମ ଉଭୟରେ କାମ କରେ । ସେତିକି ସମ୍ମାନ, ଭଲ ପାଇବା ବି ମତେ ଉଭୟ ପକ୍ଷରୁ ସବୁବେଳେ ମିଳିଆସିଛି, ଦର୍ଶକ ମତେ ସବୁ କ୍ୟାରେକ୍ଟର୍ ରେ ପସନ୍ଦ କରିଛନ୍ତି। ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ମୋର କି ସବୁବେଳେ ସେଇ ଭଲ ପାଇବା, ସମ୍ମାନ ମତେ ମିଳୁଥାଉ । ଆଉ ଏମିତି ହିଁ ଆଗକୁ ମୁଁ ଦର୍ଶକଙ୍କୁ ଏଣ୍ଟଟେନ୍ କରଉଥାଏ ।

ଫିଲ୍ମ ଓ ସିରିଏଲ କେଉଁଥିରେ କାମ କରିବା ଆପଣଙ୍କୁ ସହଜ ଲାଗେ?

ଫିଲ୍ମରେ କାମ କରିବା ବହୁତ ସହଜ ହୋଇଥାଏ । ସିରିଏଲରେ ଏତେ ସହଜ ହୁଏ ନାହିଁ କାରଣ ଫିଲ୍ମ ଯେବେ ରିଲିଜ ହୁଏ ତା ବହୁତ ଦିନ ପୂର୍ବରୁ ସୁଟିଂ ସରିଯାଏ । ସବୁ ଜିନିଷରେ ସମୟ ଲାଗେ, ଡବିଂ, ଏଡିଟିଂ, ମେକିଂ ସବୁଥିରେ । ଫିଲ୍ମରେ ଡବିଂର ସ୍କୋପ ମଧ୍ୟ ଥାଏ କିନ୍ତୁ ସିରିଏଲର ନଥାଏ । ସିରିଏଲରେ ଆପଣଙ୍କ ଦେହ ଖରାପ ଥିଲେ ମଧ୍ୟ ଆପଣଙ୍କୁ ସୁଟିଂ କରିବାକୁ ପଡ଼ିବ ସବୁଦିନ । ଯାହାଫଳରେ ସିରିଏଲକୁ ଲୋକ ମାନେ ସବୁଦିନ ଉପଭୋଗ କରିପାରିବେ ।

ଆଗାମୀ ଦିନରେ ଡେଜି କେଉଁ ନୂଆ ଚରିତ୍ରରେ ଦର୍ଶକଙ୍କ ପାଖକୁ ଆସିବେ?

ମୋର ସବୁବେଳେ ଇଚ୍ଛା ବିଭିନ୍ନ କ୍ୟାରେକ୍ଟରରେ ଲୋକମାନଙ୍କୁ ମନୋରଞ୍ଜନ କରିବି । ଯାହାଫଳରେ ମୁଁ ଲୋକ ମାନଙ୍କ ମନକୁ ଛୁଇଁପାରିବି । ଲୋକମାନେ ମୋ ଅଭିନୟକୁ ଯେମିତି ଭଲ ପାଉଛନ୍ତି ଆଜି ପର୍ଯ୍ୟନ୍ତ ସେହିଭଳି ନୂଆ କ୍ୟାରେକ୍ଟର ମାନଙ୍କରେ ବି ସେମିତି ଭଲ ପାଇବା ଦେବେ ବୋଲି ମୋର ଆଶା ରହିଛି । ଯଦି ନୂଆ କ୍ୟାରେକ୍ଟର କରିବାକୁ ସୁଯୋଗ ମିଳେ ତେବେ ମୁଁ କେବେ ବି ହାତ ଛଡ଼ା କରିବି ନାହିଁ ।

ଏବେ ଆପଣ କେଉଁ ପ୍ରୋଜେକ୍ଟରେ କାମ କରୁଛନ୍ତି, ସିରିଏଲ ନା ଫିଲ୍ମ?

ମୁଁ ଏବେ ତରଙ୍ଗର ଗୋଟିଏ ସିରିଏଲ ପାଇଁ କାମ କରୁଛି, ଯାହାର ନା’ ହେଉଛି “ସିନ୍ଦୁରର ଅଧିକାର” ତା ପୂର୍ବରୁ ଫିଲ୍ମ କରିଥିଲି “ମୂଖା” । ଏହା ବ୍ୟତୀତ ୟୁଟ୍ୟୁବରେ ଗୋଟିଏ ଚ୍ୟାନେଲ ‘ଟିମ୍ ଓଡ଼ିଆ’ ତା’ର କମେଡି କରୁଛି “କମେଡି ଇଞ୍ଜେକ୍ସନ”

କାଷ୍ଟିଂକାଉଚ୍‌ର ଶିକାର ହେଉଛନ୍ତି ଅନେକ ନାୟିକା ଏ ବିଷୟରେ ଆପଣ କଣ କହିବେ? ଆପଣ କେବେ ଏହାର ଶିକାର ହୋଇଛନ୍ତି କି?

ଖାଲି ଆମ ଇଣ୍ଡଷ୍ଟ୍ରି ନୁହେଁ ବରଂ ଆପଣ କୌଣସି ବି ସେକ୍ଟରରେ ବୁଝନ୍ତୁ ସବୁ ଲାଇନ୍‌ରେ ଆପଣଙ୍କୁ ଏହି ଭଳି କେସ୍ ଶୁଣିବାକୁ ମିଳିବ । ମତେ ଲାଗେ କି ଆପଣ ଯଦି ଷ୍ଟ୍ରଙ୍ଗ ଥିବେ ନିଜକୁ ପ୍ରୋଟେକ୍ଟ କରିପାରୁଥିବେ ତେବେ କେହି ବି ଆପଣଙ୍କୁ ଆଙ୍ଗୁଳି ଉଠେଇକି କଥା ବି କହି ପାରିବନି କାଷ୍ଟିଂକାଉଚ୍ ତ ଦୂରର କଥା । ଆଉ ରହିଲା ମୋ କଥା ମୁଁ କେବେ ବି ଏମିତି ଫେସ୍ କରି ନାହିଁ, ଆଉ ଯଦି ବି କରିଛି ତାହାଲେ ସେଇଠି ହିଁ ଉଚିତ ଶିକ୍ଷା ଦେଇକି ବି ଆସିଛି ।

ନୂଆ ପିଲା ଏହି ଇଣ୍ଡଷ୍ଟ୍ରିକୁ ଆସି ନିଜ ନା’ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଆପଣ ସେମାନଙ୍କ ପାଇଁ କଣ କହିବେ?

ସେମାନଙ୍କୁ ମୁଁ ସ୍ୱାଗତ ଜଣାଉଛି, ଇଣ୍ଡଷ୍ଟ୍ରିରେ କଳାକାର ବହୁତ କମ୍ ଅଛନ୍ତି । ନିଜ ନିଜ ଟ୍ୟାଲେଣ୍ଟ ଲୋକଙ୍କୁ ଦେଖାନ୍ତୁ ସେମାନେ, ଲୋକଙ୍କୁ ମନୋରଞ୍ଜନ କରାନ୍ତୁ । ଆଗ ଅପେକ୍ଷା ଇଣ୍ଡଷ୍ଟ୍ରି ବହୁତ ଆଗକୁ ବଢ଼ିଲାଣି । ଏବେ ଆହୁରି ମଲ୍ଟିଟ୍ୟାଲେଣ୍ଟେଣ୍ଡ ପିଲା ଆସୁଛନ୍ତି କାମ କରିବାକୁ । ମତେ ସେହିଭଳି ପିଲାଙ୍କ ସହ କାମ କରିବାକୁ ବହୁତ ଭଲ ଲାଗେ ଆଗକୁ ସେହିଭଳି ପିଲା ଆସିଲେ ଇଣ୍ଡଷ୍ଟ୍ରି ଆହୁରି ଆଗକୁ ବଢ଼ିବ ।

ଓଡ଼ିଆ ଫିଲ୍ମକୁ ଲୋକ ଏତେ ପସନ୍ଦ କରୁନଥିଲେ ଦମନ ଫିଲ୍ମ ପରେ ଯେତେ ପସନ୍ଦ କରୁଛନ୍ତି ତାକୁ ନେଇକି ଆପଣ କଣ କହିବେ?

ସିରିଏଲ ହେଉ କି ଫିଲ୍ମ ଉଭୟର ସ୍କ୍ରିପ୍ଟ ବହୁତ ମ୍ୟାଟର କରେ, ଲୋକଙ୍କ ମନୋରଞ୍ଜନ ପାଇଁ ଆମେ କାମ କରୁଛୁ । ଯଦି ଆମେ ହିଁ ଲୋକଙ୍କୁ ପସନ୍ଦ ଆସିଲା ଭଳି ଭଲ ସ୍କ୍ରିପ୍ଟ କରିପାରିବା ନାହିଁ, ତେବେ ଲୋକ କାହିଁକି ଓଡ଼ିଆ ଫିଲ୍ମକୁ ପସନ୍ଦ କରିବେ । ଆପଣ ଶୁଣି ଥିବେ ବଜେଟ୍ ବିଷୟରେ କରୋନାର ପାଣ୍ଡାମିକ୍ ସ୍ଥିତି ବିଷୟରେ, ଏ ସବୁ ହେଉଛି ବାହାନା ଆଉ କିଛି ନୁହେଁ । ଆମେ ଲୋକଙ୍କ ମନୋରଞ୍ଜନ କରିବାକୁ କାମ କରୁଛୁ, ଲୋକ ବ୍ୟସ୍ତବହୁଳ ଜୀବନରେ ନିଜକୁ ସମୟ ଦେବାକୁ କିମ୍ବା ନିଜେ ମନୋରଞ୍ଜ କରିବାକୁ ଗୋଟିଏ ଫିଲ୍ମ କି ସିରିଏଲ ଦେଖେ ସେଥିରେ ବି ଯଦି ଆମେ କପି ପେଷ୍ଟ କରିବା ତେବେ ନିହାତି ଲୋକ ପସନ୍ଦ କରିବେ ନାହିଁ । କିନ୍ତୁ ଆମେ ଯଦି ଗୋଟିଏ ନିଚ୍ଛକ ଓଡ଼ିଆ କାହାଣୀ ନେଇକି ଆସିବା ତେବେ ନିଶ୍ଚିନ୍ତ ଲୋକ ପସନ୍ଦ କରିବେ । ଲୋକଙ୍କ ମନକୁ ଛୁଇଁବ, ଲୋକଙ୍କ ମନକୁ ଆମେ ଜିଣି ପାରିବା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )