Thursday 25th April 2024
କଲରାକୁ ଏପରି ବ୍ୟବହାର କରି ପାଆନ୍ତୁ ଅନେକ ସମସ୍ୟାରୁ ମୁକ୍ତି

କଲରାକୁ ଏପରି ବ୍ୟବହାର କରି ପାଆନ୍ତୁ ଅନେକ ସମସ୍ୟାରୁ ମୁକ୍ତି

ଆମେ ମାନେ ପିଲା ବେଳୁ ଜାଣିଛେ କି ସବୁଜ ପନିପରିବା ସ୍ୱାସ୍ଥ୍ୟପକ୍ଷ ହିତକାର । କିନ୍ତୁ କିଛି କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ । ସେହିଭଳି ଗୋଟିଏ ପରିବା ହେଉଛି କଲରା, ଯାହାକୁ ଖାଇବାକୁ ଅନେକ ଲୋକ ନାକ ଟେକନ୍ତି ତାର ପିତା ସ୍ୱାଦ ପାଇଁ । କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ କଲରାରେ ଥିବା ଔଷଧୀୟ ଗୁଣ ପାଇଁ ତାକୁ ଖାଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି କଲାରାରେ ଭିଟାମିନ ସି ଅଛି, ଯାହାକି ଆମ ତ୍ୱଚା ଓ କେଶ ପାଇଁ ଉପକାରୀ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କଲାରର ଅନେକ କିଛି ଉପକାରିତା ବିଷୟରେ ।From Weight Loss To Keeping Heart Healthy, Here Are 5 Health Benefits Of Karela Juice

ସ୍କିନ୍ ଇନ୍‌ଫେକ୍ସନ-

ସବୁଦିନ କଲରା ଖାଇବା ଦ୍ୱାରା ଆମ ଚର୍ମ ପ୍ରତି ଭଲ ପ୍ରଭାବ ପକାଇଥାଏ । ଅନେକ ପ୍ରକାରର ଚର୍ମ ସଂକ୍ରମଣରୁ ରକ୍ଷା କରିଥାଏ ଯେପରି ଏକ୍‌ଜିମା ଓ ସୋରିଆସିସ ।

କେଶ ଓ ଚର୍ମ ପାଇଁ ଲାଭକାରୀ-

କଲରାରେ ରହିଛି ଭିଟାମିନ୍ ସି ଯାହାକି ଫ୍ରି ରାଡିକଲସ ସହ ଲଢ଼ିବାର କ୍ଷମତା ରଖେ । ଯାହାକି ଆପଣଙ୍କ ବୟସ ବଢ଼େଇବାରେ କାମ କରିଥାଏ । ଏହା ବ୍ୟତିତ କଲରା ସୂର୍ଯ୍ୟଙ୍କର ହାନିକାରକ ଅଲଟ୍ରା ଭାୟୋଲେଟ୍ କିରଣରୁ ବଞ୍ଚାଇଥାଏ ।

କେଶର ଚମକ ବଢ଼ାଇଥାଏ-

କେଶକୁ ଚମକାଇବାରେ କଲରା ସାହାର୍ଯ୍ୟ କରିଥାଏ । ଯାହାକି ଆପଣଙ୍କ କେଶକୁ ନରମ ଓ ଚମକଦାର କରିଥାଏ । ଏହା କରିବା ପାଇଁ ଆପଣଙ୍କୁ କଲରା ଜୁସ୍ କୁ କେଶରେ ମାଲିସ୍ କରି ଏହାର ୩୦ ମିନିଟ୍ ପରେ ଧୋଇବାକୁ ହୋଇଥାଏ । ଯାହା ଦ୍ୱାରା ଆପଣଙ୍କ କେଶର ଚମକ ବଢ଼ିଥାଏ ।

କେଶ ଝଡ଼ିବା ବନ୍ଦ କରେ-

ଆପଣଙ୍କ ଖାଦ୍ୟରେ କଲରାକୁ ସାମିଲ କରନ୍ତୁ, ଯାହା ଦ୍ୱାରା ଏହା ଆପଣଙ୍କ କେଶ ଝଡ଼ିବା ବନ୍ଦ କରିଥାଏ । ଏହା ବ୍ୟତୀତ କଲରା ପେଷ୍ଟକୁ ଆପଣ କେଶ ର ମୂଳରେ ଲଗାନ୍ତୁ ଓ କିଛି ସମୟ ପରେ ଧୋଇଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ କେଶ ମୂଳ ସଫା ହେବା ସହ ବ୍ଲଡ ସର୍କୁଲେସନ ମଧ୍ୟ ବଢ଼ିଥାଏ ଓ କେଶର ଗ୍ରୋଥ ମଧ୍ୟ ହୋଇଥାଏ ।

ରୁପି ଭଲ କରିଥାଏ-

ରୁପି ସମସ୍ୟା ଯଦି ଆପଣଙ୍କ କେଶରେ ରହୁଛି, ତେବେ ଆପଣ କଲରା ଜୁସ୍‌କୁ କେଶ ମୂଳରେ ଳଗାଇପାରିବେ । ଯାହାଦ୍ୱାରା ଆପଣଙ୍କ କେଶ ରୁପି ମୁକ୍ତ ହୋଇପାରିବ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )