MCL ରେ ବାହାରିଲା ଚାକିରୀ କରିବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ
ଆପଣ ବି ଯଦି ଚାକିରୀ ଖୋଜୁଛନ୍ତି ତେବେ ଏହି ଖବର ଟି ଆପଣଙ୍କ ପାଇଁ, MCL ଆପଣଙ୍କ ପାଇଁ ନେଇ ଆସିଛି ସୁବର୍ଣ୍ଣ ସୁଯୋଗ । MCL ରେ ଅନେକ ପଦବୀ ଖାଲି ଅଛି, ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୯୫ଟି ପଦବୀ ପୂରଣ ହେବ । ଆଶାୟୀ ପ୍ରାର୍ଥୀ ମାନେ MCL ର ଅଫିସିଆଲ ୱେବ୍ସାଇଟ୍ https://www.mahanadicoal.in/ କୁ ଯାଇ ଆବେଦନ କରିପାରିବେ । ଏହି ପୋଷ୍ଟ ଗୁଡ଼ିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୩ ଜାନୁଆରୀ ୨୦୨୩ ।ପଦବୀ:
• ମାଇନିଂ ସିର୍ଦାର୍ (T&S Gr-C) -୧୪୫ଟି ପୋଷ୍ଟ
• ସର୍ଭେୟର (T&S Gr-B) -୬୮ଟି ପୋଷ୍ଟ
• ଜୁନିଅର ଓଭର୍ମ୍ୟାନ୍ (T&S Gr-C) -୮୨ଟି ପୋଷ୍ଟ
ବୟସ ସୀମା:
• ସର୍ବନିମ୍ନ ବୟସ-୧୮ବର୍ଷ
• ସର୍ବାଧିକ ବୟସ-୩୦ ବର୍ଷ
• ଇଡବ୍ଲ୍ୟୁଏସ୍-ବୟସରେ କୋହଳ କରାଯିବ
• ବୟସର ହିସାବ ୨୩-୦୧-୨-୨୩ ଅନୁସାରେ କରାଯିବ
ଦରମା:
• ମାଇନିଂ ସିର୍ଦାର୍ (T&S Gr-C) -୧୪୫ଟି ପୋଷ୍ଟ-୩୧,୮୫୨.୫୬
• ସର୍ଭେୟର (T&S Gr-B) -୬୮ଟି ପୋଷ୍ଟ-୩୪,୩୯୧.୬୫
• ଜୁନିଅର ଓଭର୍ମ୍ୟାନ୍ (T&S Gr-C)-୮୨ଟି ପୋଷ୍ଟ-୩୧,୮୫୨.୫୬
ଆବେଦନ ଶୁଳ୍କ:
• ଜେନେରାଲ, OBC, EWS- ୧୦୦୦ଟଙ୍କା ଓ ଜିଏସ୍ଟି ୧୮୦ଟଙ୍କା
• SC,ST,PWD,ESM, ମହିଳା ପ୍ରାର୍ଥୀ, MCL ଏବଂ ଏହାର ସହାୟକ କମ୍ପାନୀର କର୍ମଚାରୀ ମାନଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବନି
• ପ୍ରାର୍ଥୀମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ମାଧ୍ୟମରେ ଆବେଦନ ଶୁଳ୍କ ପ୍ରଦାନ କରିପାରିବେ ।
CATEGORIES ଶିକ୍ଷା ଓ ନିଯୁକ୍ତି