Thursday 25th April 2024
କାହିଁକି ପିଅନ୍ତି ହଳଦୀ କଫି, କଣ ରହିଛି ଏହାର ଫାଇଦା

କାହିଁକି ପିଅନ୍ତି ହଳଦୀ କଫି, କଣ ରହିଛି ଏହାର ଫାଇଦା

ସାଧାରଣତଃ ଲୋକ କଫି କିମ୍ବା ଚା ପିିଇବାକୁ ବେସୀ ପସନ୍ଦ କରନ୍ତି । କିନ୍ତୁ କଫି ଅପେକ୍ଷା ଲୋକ ଚା ପିଇବାକୁ ବେସୀ ପସନ୍ଦ କରୁଛନ୍ତି । ଡାକ୍ତର କିନ୍ତୁ ଏହି ୨ଟି ଜିନିଷ ମାତ୍ରାଧିକ ପିଇବା ସ୍ୱାସ୍ଥ୍ୟପକ୍ଷ କ୍ଷତିକାରକ ବୋଲି କହିଥାନ୍ତି । ଏହି କ୍ଷେତ୍ରରେ ଆପଣ ଯଦି ଖାଲି ପେଟରେ ଚା କିମ୍ବା କଫି ପିଇବାକୁ ପସନ୍ଦ କରନ୍ତି ତେବେ ଆପଣ ଠିକ୍ ଜାଗାରେ ଅଛନ୍ତି । ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି କଫି ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ହିତକାରକ । ଚାଲନ୍ତୁ ପୁରା ଖବର ଉପରେ ନଜର ପକାଇବା ।Turmeric Coffee: हल्दी वाली कॉफी पीने के हैं ये खास फायदे, जानिए बनाने का तरीका - health benefits of Turmeric Coffeeହଳଦୀ କ୍ଷୀର ନାମ ତ ଆପଣ ଶୁଣିଥିବେ କିନ୍ତୁ ହଳଦୀ କଫି, ଏହି ନାମ ଟି କେବେ ଶୁଣିଛନ୍ତି କି? ଆପଣ ଭାବୁଛନ୍ତି କି ଏହି ହଳଦୀ କଫି କଣ? ପ୍ରକୃତରେ ଏହି ହଳଦୀ କଫିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲାମେଟୋରୀ ଭରପୂର ହୋଇ ରହିଛି । ଏଥିରେ ମିଳୁଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଯକୃତ ଡିଟକ୍ସାଇଟ କରିବା ପାଇଁ କାମ କରେ । ଯେଉଁଥିପାଇଁ ଆପଣଙ୍କର ହଜମ ପ୍ରକ୍ରିୟା ବି ଉନ୍ନତି ହୁଏ । ଏହା ଶରୀର ପାଇଁ ଅନେକ ପ୍ରକାରର ସମସ୍ୟାରୁ ରକ୍ଷା କରିଥାଏ ।

ଏସିଡିଟି କମ୍ କରେ:

ହଳଦୀ କଫି ଏସିଡିଟିକୁ ସମ୍ପୁର୍ଣ୍ଣ ହ୍ରାସ କରେ । HPକୁ ହ୍ରାସ କରିଥାଏ ଏବଂ ଏସିଡିଟି ସମସ୍ୟାକୁ ଦୂର କରିଥାଏ । ଏହି କାରଣରୁ ଶରୀର ସିଧାସଳଖ ହଳଦୀର ଲାଭ ପାଇପାରେ ।

ଇମ୍ୟୁନିଟି ବୁଷ୍ଟ କରେ:

ହଳଦୀ କଫି, ରୋଗ ପ୍ରତିରୋଧକ ଶକ୍ତି ବଢ଼େଇଥାଏ ଏବଂ ଅନେକ ସଂକ୍ରମଣକୁ ରୋକିଥାଏ । ଏହି ସବୁ ଲାଭପାଇଁ ବହୁତ ଉପକାରୀ ହୋଇଥାଏ ହଳଦୀ କଫି ।

ତେବେ ଏହି ହଳଦୀ କଫି କିପରି ପ୍ରସ୍ତୁତ କରିବେ?:

ପ୍ରଥମେ କଫିକୁ ଭଲ ସେ ଫେଣ୍ଟି ରଖନ୍ତୁ । ଅନ୍ୟପଟେ କ୍ଷୀର ଗରମ କଲା ବେଳେ ସେଥିରେ ହଳଦୀ ଦେଇ ଗରମ କରନ୍ତୁ, କ୍ଷୀର ଗରମ ହୋଇଗଲେ ଫେଣ୍ଟିଥିବା କଫିରେ ମିଶାଇ ଦିଅନ୍ତୁ, ତିଆରି ହୋଇଯିବ ଆପଣଙ୍କର ହଳଦୀ କଫି ।

ତେବେ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ତଥ୍ୟ ଜାଣିବାକୁ ଚାହୁଁଥିଲେ ଆପଣ ମାନେ ଆମ ୱେବସାଇଟ୍ ଓଡ଼ିଆ ଡେଲୀରେ ଯୋଡ଼ି ହୋଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )