Thursday 25th April 2024
ଓସ୍କାର ଆଓ୍ୱାର୍ଡ ବିଜେତା ହେଲା ବହୁ ଚର୍ଚିତ ଗୀତ “ନାଟୁ ନାଟୁ” ! ଓସ୍କାରରେ ଭାରତୀୟ ଫିଲ୍ମ ର ଡବଲ ଧମାକା !

ଓସ୍କାର ଆଓ୍ୱାର୍ଡ ବିଜେତା ହେଲା ବହୁ ଚର୍ଚିତ ଗୀତ “ନାଟୁ ନାଟୁ” ! ଓସ୍କାରରେ ଭାରତୀୟ ଫିଲ୍ମ ର ଡବଲ ଧମାକା !

ଫିଲ୍ମ ଦେଖିବାକୁ କାହାକୁ ବା ଭଲ ନଲାଗେ । ବର୍ତ୍ତମାନ ସମୟରେ ଫିଲ୍ମ ବା ସିନେମା ମନୋରଞ୍ଜନ ର ଏକ ମୁଖ୍ୟ ମାଧ୍ୟମ ପାଲିଟିଛି । ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଷ୍ଟ୍ରେସ୍ ଫ୍ରି ବା ଚାପ ମୁକ୍ତ ହେବାପାଇଁ ବିଭିନ୍ନ ପ୍ରକାର ର ମନୋରଞ୍ଜନର ମାଧ୍ୟମ ଖୋଜିଥାନ୍ତି । କିଏ ବୁଲିବା ପାଇଁ ଚାହେଁ ତ ପୁଣି କିଏ ଫିଲ୍ମ ବା ସିନେମା ହଲ ଯିବାକୁ ପସନ୍ଦ କରେ । ସିନେମା ଟି ମାତ୍ର କେଇ ଘଣ୍ଟାର ଥାଏ । ତେଣୁ ଅନେକ ଲୋକ ସିନେମା ଦେଖିବା ପାଇଁ ପସନ୍ଦ କରନ୍ତି । ସିନେମା ପ୍ରେମୀ ମାନଙ୍କର ନିଜ ନିଜ ର ଫେବରାଇଟ୍ ହିରୋ ଏବଂ ହିରୋଇନ୍ ଥାନ୍ତି । ତେଣୁ ସେମାନେ ସେହି ସିନେତାରକା ମାନଙ୍କର ଫିଲ୍ମ ବା ସିନେମା ଆସିଲେ ସିନେମା ହଲ କୁ ଯାଇଥାନ୍ତି । ଆଗପରି ସିନେମା ତାରକା ଙ୍କ ଫେନ୍ ହେବା ଅପେକ୍ଷା ଦର୍ଶକ ମାନେ ଫିଲ୍ମ ର କାହାଣୀକୁ ନେଇ ଅଧିକ ଉତ୍କଣ୍ଠା ପ୍ରକାଶ କରୁଛନ୍ତି । ଯେଉଁ ଫିଲ୍ମର କାହାଣୀ ଯେତେ ଭଲ , ସେହି ଫିଲ୍ମର ପବ୍ଲିସିଟି ଏବଂ ଫେନ୍ ସଂଖ୍ୟା ଅଧିକ । ଦର୍ଶକେ ବଲିଉଡ୍ ଫିଲ୍ମ ଅପେକ୍ଷା ସାଉଥ୍ ଫିଲ୍ମ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । କାହିଁକିନା ସାଉଥ୍ ଫିଲ୍ମରେ ଦେଖିବାକୁ ମିଳୁଛି ଓରିଜିନାଲ୍ ଷ୍ଟୋରି । ଓରିଜିନାଲ୍ ଷ୍ଟୋରି ସାଙ୍ଗକୁ ଜବରଦସ୍ତ ଆକସନ୍ ଏବଂ ରିଏଲିଷ୍ଟିକ୍ ଗ୍ରାଫିକ୍ସ ରେ ପ୍ରସ୍ତୁତ ହେଉଛି ସାଉଥ ଫିଲ୍ମ । ସାଉଥ ଫିଲ୍ମର ଜଲବା ଦେଖିବାକୁ ମିଳିଥିଲା ” ବାହୁବଲୀ ” ଫିଲ୍ମରୁ । ଗୀତ , ସିନେରି , ଗ୍ରାଫିକ୍ସ , ଭିଏଫେକ୍ସ ଏବଂ ପ୍ରଭାସ ଙ୍କ ଜବରଦସ୍ତ ଆକ୍ଟିଂ ସିନେ ପ୍ରେମୀଙ୍କୁ ବେଶ୍ ପସନ୍ଦ ଆସିଥିଲା । ପରେ ପରେ ସାଉଥ ର ଅନେକ ଫିଲ୍ମ ଦର୍ଶକ ମାନଙ୍କର ମନ ଚୋରେଇ ନେଇଥିଲା । ଯେପରିକି କେଜିଏଫ୍ ଦେଖିଲା ପରେ ଦର୍ଶକ ରକି ଭାଇ ର ଷ୍ଟାଇଲ୍ କୁ ବେଶ୍ ପସନ୍ଦ କରିଥିଲେ । ରକି ଭାଇ ଭୂମିକାରେ ରକିଂ ଷ୍ଟାର ୟସ୍ ବେଶ୍ ଚମକି ଥିଲେ । ଏହିପରି ଅନେକ ଫିଲ୍ମ ଅଛି , ଯେଉଁଥିରେ ଅନେକ କଳାକାର ରାତା ରାତି ଷ୍ଟାର ହୋଇଛନ୍ତି । ଷ୍ଟାର ହେବା ପଛରେ ରହିଛି ଫିଲ୍ମ ର ଜବରଦସ୍ତ ଷ୍ଟୋରି । ସାଉଥ୍ ର ଅନେକ ହିଟ୍ ଫିଲ୍ମ ଅଛି । ସେଥିମଧ୍ୟରୁ ” ଆରଆରଆର ” ଫିଲ୍ମର ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ମୁଭି ‘ଆରଆରଆର’ ରିଲିଜ୍ ହେବା ପରଠାରୁ ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟି ଚାଲିଛି । କେବଳ ଏହି ଫିଲ୍ମ ନୁହେଁ ବରଂ ଏହାର ‘ନାଟୁ ନାଟୁ’ ଗୀତର ନିଶା ଲୋକଙ୍କ ମୁଣ୍ଡରେ ନିଶା ଚଢିଲାପରି ଚଢିଯାଇଛି । ” ନାଟୁ ନାଟୁ ” ଗୀତ ଆସିଲା ଦିନଠାରୁ ସମସ୍ତ ଗୀତର ରେକର୍ଡ ଭାଙ୍ଗି ଦେଇଛି । ଏବେ ପୁଣିଥରେ ‘ନାଟୁ ନାଟୁ’ ଗୀତ ଚର୍ଚ୍ଚାରେ । ଖାଲି ଏହି ଫିଲ୍ମ ଯେ ଲୋକପ୍ରିୟ ହୋଇଛି ତାହା ନୁହେଁ, ଫିଲ୍ମର ଗୀତ ‘ନାଟୁ-ନାଟୁ’ ମଧ୍ୟ ସଫଳତାର ଶୀର୍ଷ ଛୁଇଁଛି । କିଛି ଦିନ ପୂର୍ବେ ଏହି ଗୀତ ଓସ୍କାର -୨୦୨୩ ପାଇଁ ବେଷ୍ଟ୍ ଅରିଜିନାଲ ସଙ୍ଗ୍‌ ପାଇଁ ମନୋନୀତ ହୋଇଥିଲା । ଏବେ ଭାରତୀୟ ସିନେପ୍ରେମୀ ମାନଙ୍କର ସ୍ୱପ୍ନ ସାକାର ହୋଇଛି ଏବଂ ଭାରତ ର ସିନେମା ଜଗତକୁ ବିଶ୍ୱ ଦରବାରରେ ମିଳିଛି ଏକ ସ୍ୱତନ୍ତ୍ର ସ୍ଥାନ । ” ଆରଆରଆର ” ଫିଲ୍ମର ଗୀତ ‘ନାଟୁ-ନାଟୁ’ କୁ ମିଳିଛି ଏକ ବଡ ସଫଳତା । ‘ନାଟୁ-ନାଟୁ’ ଗୀତ ଜିତିଛି ଓସ୍କାର ଆଓ୍ୱାର୍ଡ । ବେଷ୍ଟ ଅରଜିନାଲ ସଙ୍ଗ କ୍ୟାଟାଗୋରୀରେ ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ବିଜୟୀ ହୋଇଛି । 

ଏନେଇ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରିଛନ୍ତି ।

ସେହିପରି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଭାରତୀୟ ଫିଲ୍ମ “ଦ ଏଲିଫାଣ୍ଟ ହ୍ୱିସପରର୍ସ ” ଓସ୍କାର ବିଜୟୀ ହୋଇଛି । ପ୍ରଡ୍ୟୁସର ଗୁନୀତ ମୁଙ୍ଗାଙ୍କ ଏହି ଫିଲ୍ମକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି ।

ଜାନୁଆରୀରେ “ଆରଆରଆର” ଫିଲ୍ମର ‘ନାଟୁ ନାଟୁ’ ବେଷ୍ଟ ଅରିଜିନାଲ ଗୀତର ଗୋଲ୍ଡେନ ଗ୍ଲୋବ୍‌ ପୁରସ୍କାର ପାଇଥିଲା । ଏହାର କିଛି ଦିନ ପରେ “ଆରଆରଆର” କ୍ରିଟକ୍ସ ଚଏସ ଆଓ୍ୱାର୍ଡର ୨୮ ତମ ସଂସ୍କରଣରେ ଆଉ ଦୁଇଟି ପୁରସ୍କାର ଜିତିଥିଲା।ଏହି ଫିଲ୍ମକୁ ଏସଏସ ରାଜମୌଲୀ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ଦୁନିଆରେ ଖୁବ୍ ଆୟ କରିଛି । ଏହି ଆଓ୍ୱାର୍ଡ ଫିଲ୍ମ ନିର୍ଦ୍ଦେଶକ ମାନଙ୍କ ପାଇଁ ଏକ ପ୍ରେରଣା ବୋଲି ଅନେକ ସିନେକ୍ରିଟିକ୍ସ ମତପ୍ରକାଶ କରୁଛନ୍ତି । 

 

 

Entertainment ଦୁନିଆର ପ୍ରତ୍ୟେକଟି ଝଲକ ପାଇବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus ( )