Thursday 25th April 2024

କାହିଁକି ବନ୍ଦ ହେଲା ହ୍ବାଟସଆପ୍‌ ?….

ଆପଣଙ୍କ ହ୍ବାଟ୍‌ସଆପ୍‌ ଚାଲୁ ନାହିଁ  କି? ଅନେକ ସମୟରୁ ମେସେଜ କୁଆଡେ ଯାଉନି ନାହିଁ  କି ? କଣ ପାଇଁ ଉପୂଜିଛି  ଏମିତି ସମସ୍ଯା ?

ଆପଣ ଏଯାଏଁ ବାରମ୍ବାରା ନିଜ ଫୋନକୁ ରିସାର୍ଟ କରିସାରିବେଣି । କିନ୍ତୁ ତଥାପି ଚାଲୁନାହିଁ ହ୍ୱାଟସଆପ୍ । ହେଲେ ସବୁ ଆପ୍ ବନ୍ଦ କରି ଥରେ ଟୁଇଟରକୁ ଯାଆନ୍ତୁ । ହୁଏତ ଆପଣଙ୍କୁ ମିଳିଯିବ ସଠିକ୍ ଉତ୍ତର । ଅର୍ଥାତ ଏମିତି ହ୍ୱାଟସଆପ୍ ବନ୍ଦ ହେବାର କଥା ଆଜି ନୁହେଁ ଅନେକ ସମୟରେ ହୋଇଥାଏ । ଯାହାକୁ ଟେକନିକାଲ ତ୍ରୁଟି ବୋଲି କୁହାଯାଏ । ଦେଶର ଅନେକ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆଜି ଅପରାହ୍ନ ୧୨.୪୫ରୁ ବ୍ୟବହାରକାରୀମାନେ ଏହି ହ୍ବାଟ୍‌ସଆପ୍‌ slow  ହୋଇଥିବା ସମସ୍ୟାର ସାମ୍ନା କରିଛନ୍ତି। ଏ ନେଇ ଅନେକ ବ୍ୟବହାରକାରୀ ଟ୍ବିଟର୍‌ରେ ସେମାନଙ୍କ ହ୍ବାଟ୍‌ସଆପ୍‌ ଡାଉନ୍‌ ହୋଇଥିବା କଥା ପୋଷ୍ଟ୍‌ କରିଛନ୍ତି।ସାରା ଦେଶ​‌ରେ ହ୍ବାଟସଆପ୍‌ ସେବା ବାଧାପ୍ରାପ୍ତ ହୋଇଛି ।

 

 ପ୍ରାୟ ୧ ଘଣ୍ଟା ହେବ ହ୍ବାଟସଆପ୍‌ ଡାଉନ ରହିଥିବା ଜଣାପଡ଼ିଛି । ଫଳରେ ଟେକ୍ଟଟ୍‌, ଭଏସ ଓ ଭିଡିଓ ମେସେଜ ଦେଣନେଣରେ ବାଧା ଉପୁଜିଛି । ହ୍ବାଟସଆପ୍‌ ଡାଉନ୍‌ ଥିବା କାରଣରୁ କିଛି ବ୍ୟବହାରକାରୀ ମାନେ ବଡ଼ ଧରଣର ପ୍ରଭାବିତ ହୋଇଛନ୍ତି । କିଛି ବ୍ୟବସାୟିକ ଡକୋରମେଣ୍ଟ ହେଉକି ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମେସେଜ ଆଦାନପ୍ରଦାନରେ ଅସୁବିଧା ହେଉଥିବା ସୂଚନା ମିଳିଛି । କିନ୍ତୁ ଆମେ ଏଇଥିପାଇଁ ଡରିଯାଉ ,କାରଣ ଫେସବୁକ୍‌,ଇନଷ୍ଟାଗ୍ରାମରୁ ଅଧିକ ସମୟ ଓ ଅଧିକ କାମ କିମ୍ବା ଡାଟା ଆଦାନ ପ୍ରଦାନ ଆମେ ହ୍ୱାଟସଆପ୍ ଜରିଆରେ କରିଥାଉ । ତେଣୁକରି ଏହିଭଳି ହେବା ଦ୍ୱାରା ଆମକୁ ଆମ ଡାଟା ଲିକ୍ ହେବା ବା ସେଥିରେ କିଛି ଗଡବଡ ହେବା ଭଳି ଜିନିଷ ଅନୁଭୂତ ହୁଏ ।

ତେବେ କେଉଁ କାରଣରୁ ଏପରି ଅସୁବିଧା ସୃଷ୍ଟି ହୋଇଛି ତାହା ଜଣାପଡ଼ିନାହିଁ । ତେବେ ଏ ସମସ୍ୟା ନେଇ ମେଟାର ମୁଖପାତ୍ର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ସମାଧାନର ବାଟ କାଢ଼ିବାକୁ ଗବେଷକମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଖୁବ୍‌ ଶୀଘ୍ର ବ୍ୟବହାରକାରୀଙ୍କ ସମସ୍ୟା ଦୂର ହେବ।

ତେଣୁକରି ଯଦି ଏହିଭଳି କିଛି ଅସୁବିଧା ହୁଏ ତାହାଲେ ଟୁଇଟରରେ ଆଗ ଯାଇ ଦେଖିବେ ନିଶ୍ଚୟ ଏହାର ଉତ୍ତର ମିଳିଯିବ । କାରଣ କିଛି ନୂଆ ବା ଅଲଗା ସାରା ଦେଶ ଦୁନିଆରେ ହେଲେ ଟୁଇଟରରେ ତାହା ଟ୍ରେଣ୍ଡିଙ୍ଗ ଲିଷ୍ଟରେ ଆସେ । ଏଇ ଯେମିତି ବର୍ତ୍ତମାନ ଅନେକ ୟୁଜରର୍ସ ଏହି ହ୍ୱାଟସଆପ୍ ବନ୍ଦକୁ ନେଇ ଟୁଇଟରରେ ମିମ ଭାଇରାଲ କରୁଛନ୍ତି ଓ ଅନ୍ୟମାନଙ୍କୁ ଏହି ସମ୍ବନ୍ଧରେ ସୂଚନା ମଧ୍ୟ ଦେଉଛନ୍ତି ।

ହ୍ବାଟସ୍‌ଆପ୍‌ ଡାଉନ୍‌ ହେବା ପରେ ଟ୍ବିଟର୍‌ରେ ବିଭିନ୍ନ ପ୍ରକାରର ମଜାଦାର ମିମ୍‌ ସବୁ ଦେଖିବାକୁ ମିଳିଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )