Thursday 25th April 2024
ଚାଲୁନି କି ଆପଣଙ୍କ ହ୍ୱାଟସଆପ୍ ?

ଚାଲୁନି କି ଆପଣଙ୍କ ହ୍ୱାଟସଆପ୍ ?

ଆପଣ ଏଯାଏଁ ବାରମ୍ବାରା ନିଜ ଫୋନକୁ ରିସାର୍ଟ କରିସାରିବେଣି । କିନ୍ତୁ ତଥାପି ଚାଲୁନାହିଁ ହ୍ୱାଟସଆପ୍ । ହେଲେ ସବୁ ଆପ୍ ବନ୍ଦ କରି ଥରେ ଟୁଇଟରକୁ ଯାଆନ୍ତୁ । ହୁଏତ ଆପଣଙ୍କୁ ମିଳିଯିବ ସଠିକ୍ ଉତ୍ତର । ଅର୍ଥାତ ଏମିତି ହ୍ୱାଟସଆପ୍ ବନ୍ଦ ହେବାର କଥା ଆଜି ନୁହେଁ ଅନେକ ସମୟରେ ହୋଇଥାଏ । ଯାହାକୁ ଟେକନିକାଲ ତ୍ରୁଟି ବୋଲି କୁହାଯାଏ । କିନ୍ତୁ ଆମେ ଏଇଥିପାଇଁ ଡରିଯାଉ ,କାରଣ ଫେସବୁକ୍‌,ଇନଷ୍ଟାଗ୍ରାମରୁ ଅଧିକ ସମୟ ଓ ଅଧିକ କାମ କିମ୍ବା ଡାଟା ଆଦାନ ପ୍ରଦାନ ଆମେ ହ୍ୱାଟସଆପ୍ ଜରିଆରେ କରିଥାଉ । ତେଣୁକରି ଏହିଭଳି ହେବା ଦ୍ୱାରା ଆମକୁ ଆମ ଡାଟା ଲିକ୍ ହେବା ବା ସେଥିରେ କିଛି ଗଡବଡ ହେବା ଭଳି ଜିନିଷ ଅନୁଭୂତ ହୁଏ । ତେଣୁକରି ଯଦି ଏହିଭଳି କିଛି ଅସୁବିଧା ହୁଏ ତାହାଲେ ଟୁଇଟରରେ ଆଗ ଯାଇ ଦେଖିବେ ନିଶ୍ଚୟ ଏହାର ଉତ୍ତର ମିଳିଯିବ । କାରଣ କିଛି ନୂଆ ବା ଅଲଗା ସାରା ଦେଶ ଦୁନିଆରେ ହେଲେ ଟୁଇଟରରେ ତାହା ଟ୍ରେଣ୍ଡିଙ୍ଗ ଲିଷ୍ଟରେ ଆସେ । ଏଇ ଯେମିତି ବର୍ତ୍ତମାନ ଅନେକ ୟୁଜରର୍ସ ଏହି ହ୍ୱାଟସଆପ୍ ବନ୍ଦକୁ ନେଇ ଟୁଇଟରରେ ମିମ ଭାଇରାଲ କରୁଛନ୍ତି ଓ ଅନ୍ୟମାନଙ୍କୁ ଏହି ସମ୍ବନ୍ଧରେ ସୂଚନା ମଧ୍ୟ ଦେଉଛନ୍ତି ।

ଏହାପରେ ଟ୍ୱିଟରରେ ଡାଉନଡିଟେକ୍ଟର ପକ୍ଷରୁ କୁହାଯାଇଥିଲା ଯେ, ଭୋର୍ ପ୍ରାୟ ୩ଟା ୧୭ରୁ ହ୍ୱାଟସଆପରେ ସମସ୍ୟା ଦେଖାଦେଇଥିଲା। ଲୋକେ ମେସେଜ୍ ସେଣ୍ଡ କରିପାରିନଥିଲେ। ଏହାପରେ କେହି କେହି ପୋଷ୍ଟ କରିଥିଲେ ଯେ, ହ୍ୱାଟସଆପ୍ ସର୍ଭର ଡାଉନ୍ ହୋଇଯାଇଛି। ତେବେ ସମସ୍ୟା ନେଇ ହ୍ୱାଟସଆପ୍ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇନି। ସେପଟେ ଏଯାଏଁ ହ୍ୱାଟସଆପ୍ ଡାଉନ୍ ଚାଲିଛି। ଏବେବି ଅନେକ ୟୁଜର୍ସ ମେସେଜ୍ ପଠାଇ ପାରୁନାହାଁନ୍ତି। ଅପେକ୍ଷା କରିଛନ୍ତି କେତେବେଳେ ସ୍ୱାଭାବିକ ହେବ ହ୍ୱାଟସଆପ୍ ସେବା। ହ୍ୱାଟସଆପ୍ ବଦଳରେ ଲୋକେ ଟେଲିଗ୍ରାମର ବ୍ୟବହାର କରୁଛନ୍ତି। ତେବେ ହ୍ୱାଟସଆପ୍ ସର୍ଭର ଡାଉନ୍ ହେବା ପ୍ରଥମଥର ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ସମସ୍ୟା ଦେଖାଦେଇଛି।

CATEGORIES
TAGS
Share This

COMMENTS

Wordpress (0)
Disqus ( )