Thursday 25th April 2024
ଜନସଂଖ୍ୟା ବିସ୍ଫୋରଣ:ତିନି ଗୁଣ ବଢିଛି ବିଶ୍ୱ ଜନସଂଖ୍ୟା

ଜନସଂଖ୍ୟା ବିସ୍ଫୋରଣ:ତିନି ଗୁଣ ବଢିଛି ବିଶ୍ୱ ଜନସଂଖ୍ୟା

ଜନସଂଖ୍ୟା ଆମ ପୃଥିବୀ ପାଇଁ କେତେ ବିପଦ । ସେ ବିଷୟରେ କେବେ କଳ୍ପନା କରିଛନ୍ତି କି ? ଆଜି ଆମେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଅଛୁ । କିନ୍ତୁ ଆମ ପାଇଁ ଏହି ପୃଥିବୀର ଯେ କେତେ କ୍ଷତି ଘଟୁଛି ସେ ବିଷୟରେ କେବେ କଳ୍ପନା କରିଛନ୍ତି । ଏସବୁ ବିଷୟ କାହିଁକି ଚର୍ଚ୍ଚା କରିବା କଥା ଆଜି ସେ ବିଷୟରେ ଆମେ ଆପଣଙ୍କୁ କହିବୁ । ପୃଥିବୀର ଜନସଂଖ୍ୟା ଏବେ ୮୦୦ କୋଟିରେ ପହଂଚିଲାଣି । ଏହି ବଢୁଥିବା ଜନସଂଖ୍ୟା ଏକ ସଂଙ୍କେତ ଦେଉଛି ଯେ ଆମେ କେମିତି ବିପଦ ମୁହାଁ ହେଇଚାଲିଛୁ । ଆଉ ଏତେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ବି କେମିତି ହେଉଛି ଏକ ବଡ ସମସ୍ୟା ।ଏତେ ଲୋକଙ୍କୁ ଅସମତା,କ୍ଷୁଧା,ଜଳବାୟୁ ସଂଙ୍କଟ,ଦ୍ରୁତ ସହରୀକରଣ ଓ ବାର୍ଦ୍ଧକ୍ୟରୁ କେମିତି ରକ୍ଷା କରାଯିବ । କାରଣ ଏବେ ବି ପୃଥିବୀର ଅଧାଲୋକ ଗରିବ । ୧୦ ପ୍ରତିଶତ ଲୋକଙ୍କ ସମ୍ପତ୍ତି ଏ ଗରିବଙ୍କ ମୋଟ ସମ୍ପତ୍ତିର ୧୯୦ ଗୁଣ ।

ଜନସଂଖ୍ୟା ବୃଦ୍ଧି ପଛର ଏକ ପ୍ରମୁଖ କାରଣ ହେଉଛି ଲୋକଙ୍କ ଜୀବନ ଆୟୁଷ ବଢିବା । ୨୦୧୯ ମସିହାରେ ଦୁନିଆରେ ହାରାହାରି ବୟସ 7୨ ବର୍ଷ ଥିଲା। ୧୯୯୦ ମସିହା ତୁଳନାରେ ଏହା ୯ ବର୍ଷ ଅଧିକ । ୨୦୫୦ ସୁଦ୍ଧା ହାରାହାରି ବୟସ ବଢି ୭୭ ବର୍ଷ ହେବା ନେଇ ଅନୁମାନ କରାଯାଉଛି । କୋଭିଡ ମହମାରୀ ଯୋଗୁଁ ୨୦୨୧ରେ ଏଥିରେ ଗୋଟିଏ ବର୍ଷ କମ ହୋଇଛି । ଗତ ବର୍ଷ ଏହା ୭୧ ବର୍ଷ ଥିଲା । ବିଭିନ୍ନ ଦେଶରେ ହାରାହାରି ଆୟୁଷ ଭିନ୍ନ ଭିନ୍ନ ରହିଥାଏ । ଧନୀ ଦେଶ ତୁଳନାରେ ଗରିବ ଦେଶର ଲୋକେ ୭ ବର୍ଷ କମ ବଞ୍ଚିଥାନ୍ତି । ମିଳିତ ଜାତିସଂଘ ଅନୁସାରେ ୨୦୫୦ ସୁଦ୍ଧା ୬୫ ବର୍ଷରୁ ଅଧିକ ବୟସ ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୬ ପ୍ରତିଶତ ହୋଇଯିବ । ବର୍ତ୍ତମାନ ସମୟରେ ଏହା ୧୦ ପ୍ରତିଶତ ଅଛି ।

ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ କ୍ଷୟ ଓ ଅଙ୍ଗାରକାମ୍ଳ ନିର୍ଗମନ ବୃଦ୍ଧି ହେଉଛି ଏବଂ ପରିବେଶ ନଷ୍ଟ ହେଉଛି। ଏହାଫଳରେ ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନ ଘଟୁଛି। ଜଳବାୟୁ ପରିବର୍ତ୍ତନ ଫଳରେ ଅଧିକ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି। ଜଳସଂକଟ ବଢ଼ୁଛି। ପ୍ରାକୃତିକ ବିପର୍ଯ୍ୟୟ ଜନିତ କାରଣରୁ ଦୈନିକ ହାରାହାରି ୧୧୫ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ୨୦୨ ଡଲାରର କ୍ଷତି ହେଉଛି।

ତେବେ ମିଳିତ ଜାତିସଂଘର ଦାବି ଅନୁସାରେ, ଦୁନିଆରେ ଜନସଂଖ୍ୟା ବୃଦ୍ଧି ହାର କମୁଛି । ତେବେ ୨୦୮୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ନିଜ ଚରମରେ ପହଞ୍ଚିଯିବ । ଏହା ପରେ ଜନସଂଖ୍ୟାରେ ହ୍ରାସ ଘଟିବା ଆରମ୍ଭ ହେବ । ତେବେ ଦୁନିଆର ୬୧ଟି ଦେଶର ଜନସଂଖ୍ୟାରେ ୨୦୫୦ ସୁଦ୍ଧା ଏକ ପ୍ରତିଶତ ହ୍ରାସ ଘଟିବ । ଜନସଂଖ୍ୟାର ସବୁଠୁ ଅଧିକ ହ୍ରାସ ଲାତଭିୟା, ବୁଲଗାରିଆ, ସର୍ଭିଆ, ଲିଥୁଆନିଆ ଏବଂ ୟୁକ୍ରେନରେ ଘଟିପାରେ । ଏହି ଦେଶ ଗୁଡିକରେ ଜନସଂଖ୍ୟା ବର୍ତ୍ତମାନ ତୁଳନାରେ ୨୦ ପ୍ରତିଶତ ଯାଏଁ କମିପାରେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )