Saturday 27th July 2024
ଟି-୨୦ ବିଶ୍ଵ କପ୍‌ରେ ହେଲେ ସର୍ବାଧିକ ରନ ହାସଲକାରୀ ବିରାଟ କୋହଲି

ଟି-୨୦ ବିଶ୍ଵ କପ୍‌ରେ ହେଲେ ସର୍ବାଧିକ ରନ ହାସଲକାରୀ ବିରାଟ କୋହଲି

ଆଡିଲେଡ୍ ଓଭାଲଠାରେ ଚାଲିଥିବା ଟି-୨୦ ବିଶ୍ବକପ ସୁପର-୧୨ର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇ ଦେଇଛି ଭାରତ । ଏହି ବିଜୟ ଫଳରେ ସେମିଫାଇନାଲକୁ ଯିବା ଭାରତ ପାଇଁ ଆହୁରି ସହଜ ହୋଇଯାଇଛି ।ଏହି ମ୍ୟାଚରେ ଭାରତ ଆରମ୍ଭରୁ ୧୮୫ରନର ବିଜୟ ଲକ୍ଷ୍ୟ ରଖିଥିଲେ ବି ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେବାରୁ ମ୍ୟାଚକୁ ୧୬ ଓଭରକୁ କମାଇ ଦିଆଯାଇଥିଲା । ବାଂଲାଦେଶକୁ ଏହି ୧୬ ଓଭରରେ ୧୫୧ ରନ ଟାର୍ଗେଟ ଦିଆଯାଇଥିଲା ।

 

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଫର୍ମକୁ ଫେରିବା ସହ ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ସେ ଏବେ ଟି-୨୦ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ ସ୍କୋରର ବନିଛନ୍ତି। ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ଭାରତୀୟ ଦଳର ଷ୍ଟାର ବୋଲର ବିରାଟ କୋହଲି ଟି-୨୦ ବିଶ୍ଵ କପ୍‌ରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ଶ୍ରୀଲଙ୍କାର ମହାନ ବ୍ୟାଟସମ୍ୟାନ ମୋହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ମୁକାବିଲାରେ ୧୬ ରନ କରିବା ମାତ୍ରେ ସେ ଟୁର୍ଣ୍ଣାମେଣ୍ଟର ସର୍ବକାଳୀନ ଶୀର୍ଷ ରନହାସଲକାରୀ ବ୍ୟାଟର ହେବାର ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ ବିରାଟ କୋହଲି ୪୪ ବଲ୍‌ରୁ ଆଠ ଚୌକା ଏବଂ ଗୋଟିଏ ଛକା ସହ ୬୪ ରନ କରି ଅପରାଜିତ ଥିଲେ।

ଆଜିର ରନକୁ ମିଶାଇ ବିରାଟ କୋହଲିଙ୍କ ନାମରେ ଟି-୨୦ ବିଶ୍ଵ କପ୍‌ରେ ୧୦୬୫ରୁ ଅଧିକ ରନ ହୋଇଛି। ଅଧିନାୟକ ରୋହିତ ଶର୍ମା ମୋଟ୍ ୯୨୧ ରନ କରିଛନ୍ତି। ଆଇସିସି ବିଶ୍ଵ କପ୍‌ରେ ସର୍ବାଧିକ ରନ ମାମଲାରେ କୋହଲି ଏବଂ ରୋହିତ କ୍ରମଶଃ ପ୍ରଥମ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ଦ୍ଵିତୀୟରେ ଅଛନ୍ତି ଶ୍ରୀଲଙ୍କାର ମହାନ ବ୍ୟାଟର ମୋହେଲା ଜୟବର୍ଦ୍ଧନେ। ସେ ୩୧ଟି ମ୍ୟାଚ୍‌ରେ ୩୯.୦୭ ହାରରେ ୧୦୧୬ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ଛଅ ଅର୍ଦ୍ଧଶତକ ସାମିଲ୍। ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର ୧୦୦ ରହିଛି।ସେ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସର୍ବାଧିକ ରନହାସଲକାରୀ ବ୍ୟାଟସମ୍ୟାନ।

ଏହି ମ୍ୟାଚ୍ ପୂର୍ବରୁ କୋହଲି ଟି-୨୦ ବିଶ୍ଵ କପ୍‌ରେ ୨୨ଟି ଇନିଂସରୁ ୮୩.୪୧ ହାରରେ ୧୦୦୧ ରନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୮୯ ରନ ରହିଛି। ଏଥିରେ ୧୨ ଅର୍ଦ୍ଧଶତକ ସାମିଲ୍।

CATEGORIES
TAGS
Share This

COMMENTS

Wordpress (0)
Disqus (0 )