Sunday 28th April 2024
କେମିତି କରିବେ ଫ୍ୟାସନ ଡିଜାଇନର କୋର୍ସ? ଜାଣନ୍ତୁ

କେମିତି କରିବେ ଫ୍ୟାସନ ଡିଜାଇନର କୋର୍ସ? ଜାଣନ୍ତୁ

ପୁଅ ହୁଅନ୍ତୁ କି ଝିଅ ସମସ୍ତେ ଚାହାଁନ୍ତି ଭଲ ଦେଖାଯିବାକୁ । ସମସ୍ତେ ଚାହାଁନ୍ତି ନିଜକୁ ମେଣ୍ଟେନ କରି ରଖିବାକୁ । ଭଲ ଡ୍ରେସ ହେଉ କିମ୍ବା ଶାଢ଼ି ଅଥବା ଯୋତା, ଭଲ ପିନ୍ଧି ଲୋକଙ୍କ ପାଖରେ ଆକର୍ଶଣର କେନ୍ଦ୍ରବିନ୍ଦୁ ହେବାକୁ ଚାହାଁନ୍ତି ସମସ୍ତେ । ତେବେ ଏହି ସବୁ ଜିନିଷ ତିଆରି କରିବାକୁ ବି ବହୁତ ପରିଶ୍ରମ କରିବାକୁ ପଡ଼େ, ଆଉ ଯିଏ ପରିଶ୍ରମ କରନ୍ତି ସେମାନଙ୍କୁ କୁହାଯାଏ ଫ୍ୟାସନ ଡିଜାଇନର୍ । ଯେଉଁଥିରେ ଆପଣ ଆପଣଙ୍କ କ୍ୟାରିୟର ଗଢ଼ିପାରିବେ । ତେବେ ଆସନ୍ତୁ ଜାଣିବା ଫ୍ୟାସନ ଡିଜାଇନର କଣ ଓ କେମିତି ହେବେ ଜଣେ ଭଲ ଫ୍ୟାସନ ଡିଜାଇନର ଓ ଏହି କୋର୍ସ କରିବା ପାଇଁ ଯୋଗ୍ୟତା କଣ ଥିବା ଦରକାର ।Best Fashion Designing Colleges in Bangalore | Top Fashion Designing Institutes & Courses in Bangalore | IIFT | BANGALORE

()  ସମସ୍ତେ ଚାହାଁନ୍ତି ନିଜ କ୍ୟାରିୟରରେ ଆଗକୁ ବଢ଼ିବାକୁ, ଭଲ କ୍ୟାରିୟର ଟିଏ ତିଆରି କରିବାକୁ । ସେହି ମଧ୍ୟରେ ଫ୍ୟାସନ ଡିଜାଇନର ଗୋଟିଏ ଏମିତି କ୍ୟାରିୟର ଅପ୍‌ସନ୍ ଯେଉଁଥିରେ ଆପଣ ଭଲ କ୍ୟାରିୟରେ କରିପାରିବେ । ଯାହାର ଚାହିଦା ଭାରତରେ ମାତ୍ରାଧିକ ଦେଖିବାକୁ ମିଳେ । ତେବେ ଆପଣ ମାନେ ଜାଣିଥିବେ ବଲିଉଡ୍ ସହ ଫ୍ୟାସନ୍ ଡିଜାଇନରଙ୍କ ସମ୍ପର୍କ ଖୁବ୍ ଭଲ । ଯେଉଁ କାରଣରୁ ବହୁତ ପିଲା କ୍ୟାରିୟର ଅପ୍‌ସନ୍ ଭାବେ ଫ୍ୟାସନ୍ ଡିଜାଇନର କୋର୍ସକୁ ବାଛିଥାନ୍ତି ।

ଫ୍ୟାସନ ଡିଜାଇନର୍ କଣ?:

ଆଜିକା ସମୟରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ସେଥିପାଇଁ ଡିଜାଇନର ଡ୍ରେସ ପିନ୍ଧିବାକୁ ଚାହାଁନ୍ତି ଓ ପିନ୍ଧନ୍ତି ମଧ୍ୟ ସମସ୍ତେ । ସେ ସମସ୍ତଙ୍କ ଠାରୁ ଭିନ୍ନ ଦେଖାଯିବାକୁ ଚାହାଁନ୍ତି । ଲାଟେଷ୍ଟ ଡିଜାଇନର ଡ୍ରେସ୍ ଆପଣ ଯାହାବି ପିନ୍ଧୁଛନ୍ତି ତାହା ଜଣେ ଫ୍ୟାସନ ଡିଜାଇନର ହିଁ ତିଆରି କରିଛନ୍ତି । ଜଣେ ଫ୍ୟାସନ ଡିଜାଇନର ଆପଣଙ୍କ ମୁହଁ ଓ ଶରୀରକୁ ଦେଖିକି ଆପଣଙ୍କ ପାଇଁ ଗୋଟିଏ ସୁନ୍ଦର ଡ୍ରେସ ତିଆରି କରିପାରିବେ ।

କେମିତି ହେବେ ଫ୍ୟାସନ ଡିଜାଇନର?:

ଗୋଟିଏ ବ୍ୟକ୍ତି ଫ୍ୟାସନ ଡିଜାଇନର ହେବାକୁ ଚାହିଁଲେ ପ୍ରଥମେ ସେ +୨ ଶେଷ କରିଥିବା ଦରକାର ଓ କ୍ରିଏଟିଭ ହୋଇଥିବା ଦରକାର । ଯାହା ପରେ ବ୍ୟକ୍ତି ଜଣଙ୍କୁ “Fashion Designing  Course”” ରେ ଡିପ୍ଲମା କିମ୍ବା ଡିଗ୍ରୀ ଶେଷ କରିବାକୁ ପଡ଼ିବ । ଏହା ପରେ ତାଙ୍କୁ ସେତିକି ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ । ତେବେ ସେ ଏକ ଭଲ ଫ୍ୟାସନ ଡିଜାଇନର ହୋଇପାରିବେ ।Minerva institute | fashion designing college & course in Dehradun

ଫ୍ୟାସନ ଡଜାଇନର ହେବା ପାଇଁ କେଉଁ କେଉଁ କୋର୍ସ କରିହେବ?:

କୌଣସି ବି କୋର୍ସ କରିବାକୁ ହେଲେ ସେଥିରେ ଆପଣଙ୍କ ଇଚ୍ଛା ଥିବା ଜରୁରୀ ହୋଇପଡ଼େ । ଯଦି ପ୍ରକୃତରେ ଆପଣ ଜଣେ ଫ୍ୟାସନ ଡିଜାଇନର ହେବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସବୁ କୋର୍ସ କରିପାରିବେ :

BA – ଗ୍ରାଜୁଏସନ୍ ଶେଷ କରିବା ପରେ ଆପଣ ଫ୍ୟାସନ ଡିଜାଇନର କୋର୍ସ କରିପାରିବେ। ଯେଉଁଥିରେ ଆପଣଙ୍କୁ ୪ବର୍ଷର କୋର୍ସ କରିବାକୁ ପଡ଼ିବ ।

Design –ଏହି କୋର୍ସ କରିବାକୁ ହେଲେ ଆପଣଙ୍କୁ +୨ ଶେଷ କରିବାକୁ ପଡ଼ିବ । ଏହା ବ୍ୟତୀତ ଏହି କୋର୍ସର ଅବଧି ମଧ୍ୟ ୪ ବର୍ଷର ହୋଇଥାଏ ।

Diploma In Fashion Technology – ଏହି କୋର୍ସର ଅବଧି ୧ବର୍ଷର କୋର୍ସ ହୋଇଥାଏ । ଯେଉଁଥିପାଇଁ ଆପଣ +୨ ପାସ୍ କରିଥିବା ଦରକାର।

Master In Fashion Technology – ଏହି କୋର୍ସ କରିବାକୁ ହେଲେ ଆପଣ ଗ୍ରାଜୁଏଟେଡ୍ ହୋଇଥିବା ଦରକାର । ଏହା ସହ ଗ୍ରାଜୁଏସନରେ କମ୍ ସେ କମ୍ ୪୫% ମାର୍କ ରଖିଥିବା ଦରକାର । ଏହି କୋର୍ସର ଅବଧି ୨ବର୍ଷର ହୋଇଥାଏ ।

Master Of Business Administration In Fashion Technology – ଏହି କୋର୍ସ କରିବାକୁ ମଧ୍ୟ ଆପଣ ଗ୍ରାଜୁଏଟେଡ୍ ହୋଇଥିବା ଦରକାର । କୋର୍ସ କରିବାର ଅବଧି ୨ବର୍ଷ ହୋଇଥାଏ ।

Fashion And Textile Design–ଏହା ଏକ ଡିପ୍ଲମା କୋର୍ସ ହୋଇଥାଏ, ଯାହାର ଅବଧି ୧ବର୍ଷର ହୋଇଥାଏ । ଏହି କୋର୍ସ କରିବା ପାଇଁ ଆପଣ +୨ ପାସ୍ କରିଥିବା ଦରକାର ।

Post Graduation Diploma In Fashion Design– ଏହି କୋର୍ସ କରିବାକୁ ହେଲେ ଆପଣ ବ୍ୟାଚଲର ଡିଗ୍ରୀ ପାସ୍ କରିଥିବା ଦରକାର । ଏହି କୋର୍ସର ଅବଧି ୨ବର୍ଷର ହୋଇଥାଏ ।

ଫ୍ୟାସନ ଡିଜାନର ହେବା ପାଇଁ ଯୋଗ୍ୟତା:

ଫ୍ୟାସନ ଡିଜାଇନର ହେବା ପାଇଁ ଆପଣ +୨ ପାସ୍ କରିଥିବା ଦରକାର । ଏହା ବ୍ୟତୀତ ଆପଣ ଏହି କୋର୍ସ କରିବା ପାଇଁ ଇଣ୍ଟରେଷ୍ଟ ଥିବା ଦରକାର ଓ କ୍ରିଏଟିଭ୍ ହେଇଥିବା ଦରକାର  ଓ ଆପଣଙ୍କ ଭିତରେ ଟ୍ୟାଲେଣ୍ଟ ଥିବା ମଧ୍ୟ ଦରକାର ।

ଏହିଭଳି Education  ସମ୍ବନ୍ଧିତ ସୂଚନା ଚାହୁଁଥିଲେ ଆପଣ ଆମ ଓଡ଼ିଆ ଡେଲି ପେଜ୍କୁ ଫଲୋ କରନ୍ତୁ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )