Wednesday 24th April 2024
ଘରେ ବସି ଚାକିରୀ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଓ୍ୱାର୍କ ଫ୍ରମ୍ ହୋମ୍ ରେ କଣ ରହିଛି କ୍ୟାରିୟର ଅପସନ୍ !

ଘରେ ବସି ଚାକିରୀ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଓ୍ୱାର୍କ ଫ୍ରମ୍ ହୋମ୍ ରେ କଣ ରହିଛି କ୍ୟାରିୟର ଅପସନ୍ !

ବର୍ତ୍ତମାନ ସମୟରେ କ୍ୟାରିୟରକୁ ନେଇ ସମସ୍ତେ ଚିନ୍ତିତ । କେଉଁଠି ଚାକିରୀ କଲେ କ୍ୟାରିୟରରେ ହେବ ଗ୍ରୋତ୍ ତାହା ପ୍ରାୟ ସମସ୍ତଙ୍କୁ ଜଣା ନାହିଁ । ତେଣୁ ଅନେକ ଚାକିରୀ ପାଇଁ ହନ୍ତ ସନ୍ତ । କେତେକ ଲୋକ ଅନ୍ ସାଇଟ୍ ବା ଅଫିସ୍ ରେ କାମ କରନ୍ତି ଏବଂ ଅନ୍ୟ କେତେକ ରିମୋର୍ଟ ଜବ୍ ବା ଅନଲାଇନ୍ ରେ ଚାକିରୀ କରନ୍ତି । ରିମୋର୍ଟ ଜବ୍ ବା ଅନଲାଇନ୍ କାମ ସାଧାରଣତ ଓ୍ୱାର୍କ ଫ୍ରମ୍ ହୋମ୍ ହୋଇଥାଏ । ତେବେ ଅନେକ ଲୋକ ଓ୍ୱାର୍କ ଫ୍ରମ୍ ହୋମ ଶୁଣିଲେ ଦ୍ୱନ୍ଦରେ ପଡିଯାଆନ୍ତି । କାହିଁକିନା ତାଙ୍କୁ ଜଣା ନଥାଏ ଯେ ଓ୍ୱାର୍କ ଫ୍ରମ୍ ହୋମ୍ ରେ କେଉଁ ପ୍ରକାର ର କାମ ଥାଏ । ସେହି କାମ କରିବା ପାଇଁ କଣ ଶିକ୍ଷାଗତ ଯୋଗ୍ୟତା ର ଆବଶ୍ୟକତା ରହିଥାଏ । ସେହି କାମ କଲେ କେତେ ରୋଜଗାର ହେବ ଏବଂ କ୍ୟାରିୟରରେ ଗ୍ରୋତ୍ ହେବକି ନାହିଁ , ଏସବୁ କଥା ଅନେକ ଙ୍କ ମନରେ ଦ୍ୱନ୍ଦଥାଏ । ତେଣୁ ଏହି ଓ୍ୱାର୍କ ଫ୍ରମ୍ ହୋମ୍ ରେ କେଉଁ ପ୍ରକାର ର ଚାକିରୀ ରହିଛି ସେହି ସବୁ ବିଷୟରେ ଅନେକ ଜାଣିବାକୁ ଚାହାନ୍ତି । କିନ୍ତୁ ଆମ ସମାଜରେ କିମ୍ବା ପରିବାରରେ ଓ୍ୱାର୍କ ଫ୍ରମ୍ ହୋମ୍ କୁ ନେଇ ଗୋଟିଏ କଥାକୁ ନେଇ ସତର୍କ କରାଇଥାନ୍ତି । କାମ କରେଇ ଦରମା ଟଙ୍କା ଦେବେ ନାହିଁ ବୋଲି ସମାଜର ବିଭିନ୍ନ ବ୍ୟକ୍ତି ତଥା ପରିବାର ର ସଦଶ୍ୟ ମାନେ କହିଥାନ୍ତି । ତେଣୁ ଚାକିରୀ ଆଶାୟୀ ଜଣକ ଦ୍ୱନ୍ଦରେ ପଡିଯାଇଥାଏ । 

 

ତେବେ ଏହି ଆର୍ଟିକିଲ୍ ଟିକୁ ଶେଷ ଯାଏ ପଢନ୍ତୁ ଏବଂ ଦ୍ୱନ୍ଦ ମୁକ୍ତ ହୁଅନ୍ତୁ । ଜାଣନ୍ତୁ ଓ୍ୱାର୍କ ଫ୍ରମ୍ ହୋମ୍ ରେ କଣ ରହିଛି କ୍ୟାରିୟର ଅପସନ୍ ଏବଂ ଘରେ ରହି କେଉଁ ସବୁ କାମ ଆପଣ କରିପାରିବେ ।

 

ପ୍ରାଇଭେଟ୍ ଚାକିରୀରେ ଓ୍ୱାର୍କ ଫ୍ରମ୍ ହୋମ୍ ଥାଏ । ଯେଉଁଥିରେ ଅଫିସ୍ କୁ ଯାଇ କାମ କରିବା ପାଇଁ ପଡିଥାଏ । ତେବେ ଆଜିକାଲି ଅନେକ ଲୋକ ଫ୍ରି ଲାନ୍ସିଂ କାମ ସବୁକରୁଛନ୍ତି । ଫ୍ରି ଲାନ୍ସିଂ କାମରେ କାମ ହିସାବରେ ଦରମା ଥାଏ । ଫ୍ରି ଲାନ୍ସିଂରେ ଆପଣ ଏକାଥରକେ ଅନେକ ପ୍ରୋଜେକ୍ଟରେ କାମକରିପାରିବେ । ଫ୍ରି ଲାନ୍ସିଂ କାମରେ ସାଧାରଣତ ପ୍ରାଇଭେଟ୍ ଚାକିରୀ ଅପେକ୍ଷା ଅଧିକ ଟଙ୍କା ମିଳିଥାଏ । ତେଣୁ ପ୍ରାଇଭେଟ୍ ଚାକିରୀ ଅପେକ୍ଷା ଫ୍ରି ଲାନ୍ସିଂ କାମ ର ଅଧିକ ଚର୍ଚ୍ଚା ହୁଏ । ଓ୍ୱାର୍କ ଫ୍ରମ୍ ହୋମ୍ କାମ ବି ଠିକ୍ ସେହିପରି । ଓ୍ୱାର୍କ ଫ୍ରମ୍ ହୋମ୍ ମାନେ ଘରୁ ନ ବାହାରି ଘରେ ବସି କାମକରିବାକୁ ବୁଝାଯାଏ । ଓ୍ୱାର୍କ ଫ୍ରମ୍ ହୋମ୍ ରେ ଅଫିସ୍ କୁ ଧାଁ ଧପଡ ନକରି ଘରେ କାମ କରିବା ର ସୁବିଧା ଥାଏ । ଅଫିସ୍ ର ସମୟ ହିସାବରେ ନୁହଁ ବରଂ ସୁବିଧାରେ ଘରେ ବସି କାମ କରିବା ହେଉଛି ଓ୍ୱାର୍କ ଫ୍ରମ୍ ହୋମ୍ । ଘରେ ବସି ସୁବିଧାରେ ଅର୍ଥ ଉପାର୍ଜନ କରିବା ସମସ୍ତଙ୍କୁ ପସନ୍ଦ । ଅନେକ ବ୍ୟକ୍ତି ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ପସନ୍ଦ କରନ୍ତି । ୨୦୧୭ ମସିହାରେ ପ୍ରକାଶିତ ଆମେରିକାର ଏକ ରିର୍ପୋଟରେ ଦର୍ଶାଯାଇଛି ଯେ , ପ୍ରାୟ ୪୦ ଲକ୍ଷ ଲୋକ କୌଣସି କାରଣରୁ ୫୦ ପ୍ରତିଶତ ସମୟ ଘରୁ କାମ କରିଥିଲେ ବା ଓ୍ୱାର୍କ ଫ୍ରମ୍ ହୋମ୍ କରିଥିଲେ । କୋରୋନା ମହାମାରୀ ସମୟରେ ଏହି ସଂଖ୍ୟା ଅନେକ ବଢିଯାଇଥିଲା । ଯେଉଁ କମ୍ପାନୀ ମାନେ ଓ୍ୱାର୍କ ଫ୍ରମ୍ ହୋମ୍ ପ୍ରିଫର୍ କରୁନଥିଲେ , ସେମାନେ ମଧ୍ୟ ଓ୍ୱାର୍କ ଫ୍ରମ୍ ହୋମ୍ ର ଅପସନ୍ ଦେଲେ । ପରେ ପରେ ଅନେକ ଷ୍ଟାଟପ୍ ଏବଂ ବଡ କମ୍ପାନୀ ମାନେ ମଧ୍ୟ ତାଙ୍କ କର୍ମଚାରୀ ମାନଙ୍କୁ  ଓ୍ୱାର୍କ ଫ୍ରମ୍ ହୋମ୍ ର ଅପସନ୍ ଦେଲେ । 

ଘରେ ବସି କେଉଁ ଚାକିରୀ ସବୁ କରିପାରିବେ ?

 

୧) ଅନଲାଇନ୍ ଏଡୁକେଟର –

ଅନଲାଇନ୍ ଏଡୁକେଟର ଅର୍ଥ ଅନଲାଇନ୍ ରେ ପାଠ ପଢେଇବା । ବର୍ତ୍ତମାନ ଭାରତରେ ଜନସଂଖ୍ୟାର ବିଷ୍ପୋରଣ ଘଟିଛି । ଦିନକୁ ଦିନ ବଢିଚାଲିଛି ଭାରତର ଜନସଂଖ୍ୟା ଏବଂ ତା ସହ ବଢିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟା ବଢିବାର ମୁଖ୍ୟକାରଣ ହେଉଛି ଭାରତରେ ଚାକିରୀର ଅଭାବ । ଦକ୍ଷତା ଅନୁସାରେ ଚାକିରୀ ମିଳୁ ନାହିଁ । ଆଉ ଯଦି ମିଳୁଛି ତେବେ ଦକ୍ଷତା ଅନୁଯାଇ ଦରମା ମିଳୁ ନାହିଁ । ଭାରତରେ କିଛି ବ୍ୟକ୍ତିଙ୍କ ପାଖରେ ପିଏଚଡି ଡିଗ୍ରୀ ଥାଇ ମଧ୍ୟ ସେମାନେ ଶିକ୍ଷକତା କିମ୍ବା କଲେଜରେ ଅଧ୍ୟାପକ ଚାକିରୀ କରିପାରିଲେ ନାହିଁ । ନିକଟରେ ଗଣ ମାଧ୍ୟମରେ ଏବିଷୟରେ  ଅନେକ ଖବର ପ୍ରସାରିତ ହୋଇଥିଲା । ଖବର ଅନୁସାରେ ପିଏଚଡି ଡିଗ୍ରୀ ଥାଇ ମଧ୍ୟ ସେମାନେ ରେଲଓ୍ୱେ ର ଗ୍ରୁପ୍ ଡି ପାଇଁ ଆବେଦନ କରିଥିଲେ । ଦଶମ ପରେ ଦ୍ୱାଦଶ , ଦ୍ୱାଦଶ ପରେ ସ୍ନାତକ , ସ୍ନାତକ ପରେ ସ୍ନାତକୋତ୍ତୋର ଏବଂ ସ୍ନାତକୋତ୍ତୋର ପରେ ପିଏଚଡି ଡିଗ୍ରୀ ମିଳିଥାଏ । ଆପଣ ଚାହିଁଲେ ଜଣେ ଅନ୍ ଲାଇନ୍ ଏଡୁକେଟର ହୋଇପାରିବେ । ଘରେ ବସି ଅନଲାଇନ୍ ରେ ପାଠ ପଢେଇପାରିବେ । ଆପଣ ନିଜର ଯୋଗ୍ୟତା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ପଢାଇପାରିବେ । ଧରାଯାଉ ଆପଣ ପିଜି ପାସ୍ କରିଛନ୍ତି , ତେବେ ଆପଣ କଲେଜ୍ ପିଲାଙ୍କୁ ଆରାମରେ ପଢେଇପାରିବେ । ବର୍ତ୍ତମାନ ଓଡିଶାରେ ମଧ୍ୟ ଅନେକ ଅନଲାଇନ୍ ଏଡୁକେଟର ୟୁଟୁବ୍ ତଥା ଅନ୍ୟାନ୍ୟ ପ୍ଲାଟଫର୍ମରେ ବିଭିନ୍ନ ବିଷୟରେ ପାଠ ପଢାଇ ଭଲ ରୋଜଗାର କରୁଛନ୍ତି । ନିଜର ଛୋଟ ଅନଲାଇନ୍ କୋଚିଂ ସେଣ୍ଟର ମଧ୍ୟ ଖୋଲି ପାରିବେ । ଯେଉଁଥିରେ ଗୁଗଲ୍ ମିଟ୍ କିମ୍ବା ଜୁମ୍ ଆପ୍ଲିକେସନ୍ ଦ୍ୱାରା ଆପଣ ପଢାଇପାରିବେ । 

  

୨)  ଗ୍ରାହକ ସେବା ପ୍ରତିନିଧୀ ବା କଷ୍ଟମର ସର୍ଭିସ୍ –

ଗ୍ରାହକ ସେବା ପ୍ରତିନିଧୀମାନେ ଗ୍ରାହକ ମାନଙ୍କର  ପ୍ରଶ୍ନର ଉତ୍ତର ଦିଅନ୍ତି । ସର୍ଭିସ୍ ସଂମ୍ପର୍କିତ ତାଙ୍କ ସମସ୍ୟାର ସମାଧାନ କରନ୍ତି  ଏବଂ ଫୋନ୍ କିମ୍ବା ଡିଜିଟାଲ୍ ମାଧ୍ୟମରେ ଗ୍ରାହକ ମାନଙ୍କୁ ସାହାଯ୍ୟ କରନ୍ତି । ଏହି ଚାକିରୀ ଘରେ ରହି ମଧ୍ୟ କରିପାରିବେ । କିନ୍ତୁ ଏହି ଚାକିରୀରେ ଗୋଟିଏ ସମୟ ପର୍ଯ୍ୟନ୍ତ ଆପଣଙ୍କୁ କାର୍ଯ୍ୟ କରିବାକୁ ପଡିପାରେ । ଆପଣ ଘର କାମ ସହ ଏହି କାମ ଟିକୁ ସବୁବେଳେ କରିପାରିବେ ନାହଁ । କମ୍ପାନୀ ତରଫ୍ ରୁ ଆପଣଙ୍କୁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଦିଆଯିବ । ଯେଉଁ ସମୟରେ ଆପଣଙ୍କ ପାଖକୁ ଫୋନ୍ କଲ୍ ଆସିବ । ସେହି ସମୟ ମଧ୍ୟରେ ଆପଣଙ୍କ ପାଖଥରେ ଗୋଟିଏ ଲାପଟପ୍ କିମ୍ବା ଡେସ୍କଟପ୍ ର ଆବଶ୍ୟକତା ପଡିପାରେ । ଲାପଟପ୍ ଥିଲେ ଇଲେକ୍ଟ୍ରିସିଟି ଚାଲିଗଲେ ବି ମୋବାଇଲ୍ ରୁ ଇଣ୍ଟରନେଟ୍ କନେକସନ୍ କରି ଆରାମରେ କାମ କରିପାରିବେ । ଗୋଟିଏ ଶାନ୍ତ ବାତାବରଣ ର ଆବଶ୍ୟକତା ରହିଛି । ଆପଣ ଗୋଟିଏ ଛୋଟ ରୁମ୍ କୁ ନିଜର ଅଫିସ୍ ବନାଇପାରିବେ ଏବଂ ଗ୍ରାହକ ସେବା ପ୍ରତିନିଧୀ ଭାବରେ କାର୍ଯ୍ୟ କରିପାରିବେ । ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ଏହି କ୍ଷେତ୍ରରେ ଆମାଜନ , ଫ୍ଲିପ୍ କାର୍ଟ , ଜିଓ , ଏୟାରଟେଲ୍ ଏବଂ ବିଭିନ୍ନ ଛୋଟ ବଡ କମ୍ପାନୀରେ ଚାକିରୀ କରୁଛନ୍ତି । ଘରେ ରହି ଭଲ ରୋଜଗାର ମଧ୍ୟ କରୁଛନ୍ତି । ଏଥିପାଇଁ ଆପଣଙ୍କୁ ହିନ୍ଦୀ , ଇଂରାଜୀ ଏବଂ ଓଡିଆରେ ଭଲ ଭାବରେ କହିପାରୁଥିବା ଦରକାର । 

 

୩) ଭର୍ଚୁଆଲ୍ ଆସିଷ୍ଟାଣ୍ଟ୍ କିମ୍ବା ପ୍ରଶାସନିକ ସହାୟକ – 

ଭର୍ଚୁଆଲ୍ ଆସିଷ୍ଟାଣ୍ଟ୍ ଏବଂ ପ୍ରଶାସନିକ ସହାୟକମାନେ ନିଯୁକ୍ତି ନିର୍ଦ୍ଧାରଣ ଠାରୁ ଆରମ୍ଭ କରି ବିଭିନ୍ନ ଗବେଷଣା କରିବା ପର୍ଯ୍ୟନ୍ତ ସବୁକିଛି କରିଥାନ୍ତି ।  ଅଧିକାଂଶ ଭର୍ଚୁଆଲ୍ ଆସିଷ୍ଟାଣ୍ଟ୍ ମାନେ ଏକ ସମୟରେ ଅନେକ ଗ୍ରାହକଙ୍କ ସହିତ ସିଧାସଳଖ କାମ କରିଥାନ୍ତି  ଏବଂ ଅନଲାଇନ୍ ରେ ସମସ୍ୟାର ସମାଧାନ ଦେଇଥାନ୍ତି । ଆଡମିନିଷ୍ଟ୍ରେଟିଭ୍ ଆସିଷ୍ଟାଣ୍ଡ୍ ମାନେ ମଧ୍ୟ ଅନଲାଇନ୍ ରେ ପ୍ରଶାସନିକ ସ୍ତରରେ ଅନେକ କାର୍ଯ୍ୟ କରିଥାନ୍ତି । ଯଦି ଆପଣ ଙ୍କ ର ଇଂରାଜୀରେ ଭଲ ଦକ୍ଷତା ଅଛି , ତେବେ ଆପଣ ଏହି କ୍ଷେତ୍ରରେ ଭଲ ଗୋଜଗାର କରିପାରିବେ ।

୪) ଟ୍ରାନ୍ସକ୍ରିପସନିଷ୍ଟ୍ –

ଟ୍ରାନ୍ସକ୍ରିପକସନିଷ୍ଟ୍ ମାନେ ଏକ ନୁତନ ପ୍ରକାର ର କାମ କରିଥାନ୍ତି । ବର୍ତ୍ତମାନ ସମୟରେ ଅନେକଙ୍କୁ ଏହି କ୍ୟାରିୟର ବିଷୟରେ ଜଣା ନାହିଁ । ଏହି କାର୍ଯ୍ୟକରିବା ପାଇଁ ଆପଣଙ୍କୁ ଅଧିକ ଶୁଣିବାକୁ ଅଭ୍ୟାସ କରିବାକୁ ପଡିବ । ଆପଣ ଶାରିରୀକ ସ୍ତରରେ ଉତ୍ତମ ରୂପରେ ଶୁଣିପାରୁଥିବା ଦରକାର । କାରଣ ଆପଣ ଯାହା ଶୁଣିବେ , ତାକୁ ନିର୍ଭୁଲ୍ ଭାବରେ ଆପଣଙ୍କୁ ଲେଖିବାକୁ ପଡିବ । ଯେମିତି ତାର ଅର୍ଥ ବଦଳି ନ ଯାଉ ।  ମେଡିକାଲ ଏବଂ ଆଇନ କାର୍ଯ୍ୟାଳୟଗୁଡ଼ିକ ଟ୍ରାନ୍ସକ୍ରିପସନିଷ୍ଟ୍ ମାନଙ୍କର ବହୁଳ ମାତ୍ରାରେ ବ୍ୟବହାର କରିଥାନ୍ତି । ଡାକ୍ତର ଏବଂ ଆଇନଜୀବୀଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ନୋଟ୍ ଟାଇପ୍ କରିଥାନ୍ତି  ଟ୍ରାନ୍ସକ୍ରିପସନିଷ୍ଟ୍ । ଆପଣ ଯେଉଁ ଭାଷାରେ ପାରଙ୍ଗମ ସେହି ଭାଷାରେ ଟ୍ରାନ୍ସକ୍ରିପସନିଷ୍ଟ୍ କାମ ଭଲ ଭାବରେ କରିପାରିବେ । କେବେଳ ଆପଣଙ୍କୁ ଓଡିଓ ଫାଇଲ୍ ଶୁଣିବାର ଅଛି ଏବଂ ତାକୁ ନିର୍ଭୁଲ ଭାବରେ ଅର୍ଥ ନ ବଦଳାଇ ଲେଖିବାର ଅଛି । ଇଣ୍ଟରନେଟ୍ ରେ ଅନେକ ଗୁଡିଏ ଓ୍ୱେବସାଇଟ୍ ଅଛି ଯେଉଁଠି ଆପଣ ଭଲ ରେଜଗାର କରିପାରିବେ । ଏଥିପାଇଁ କୌଣସି ଟାଇମ୍ ସିପ୍ଟ ର ବ୍ୟବସ୍ଥା ନାହିଁ । ଏଥିରେ କେବଳ ଆପଣଙ୍କୁ ଦିନ କିମ୍ବା ସପ୍ତାହ ଅନୁସାରେ ସମୟ ଦିଆଯିବ । ତେଣୁ ଏଥିରେ ଆପଣ ରାତିରେ ହେଉ କିମ୍ବା ଦିନରେ କାମ କରିପାରିବେ ।

୫) ଏସଇଓ ସ୍ପେସାଲିଷ୍ଟ୍ – 

ବର୍ତ୍ତମାନ ସମୟରେ ଅନେକ ଡିମାଣ୍ଡେବଲ୍ ଜବ୍ ମଧ୍ୟରୁ ଏହା ଗୋଟିଏ ଉତ୍ତମ କ୍ୟାରିୟର ଅପସନ୍ । ଏସଇଓ ସ୍ପେସାଲିଷ୍ଟ୍ ର କାମ ହେଲା ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜେସନ୍ କୁ ଉନ୍ନତ କରିବା । ଯେପରି ଇଣ୍ଟରନେଟ୍ ରେ ସର୍ଚ୍ଚ କଲେ ଓ୍ୱେବସାଇଟ୍ ଟି ରେଙ୍କ୍ କରିବ । ତେବେ ଅନେକ ଏସଇଓ ସ୍ପେସାଲିଷ୍ଟ୍ ବର୍ତ୍ତମାନ ଘରେ ବସି କ୍ଲାଇଣ୍ଟ୍ କୁ ସର୍ଭିସ୍ ଦେଉଛନ୍ତି । ଅନେକ ଫ୍ରି ଲାନ୍ସିଂ ଓ୍ୱେବସାଇଟ୍ ଅଛି । ଆପଣ ଘରେ ବସି ମଧ୍ଯ କାମ କରିପାରିବେ । ଏଥିପାଇଁ ଅନେକ ଗୁଡିଏ ଅନଲାଇନ୍ ପାଠ୍ୟକ୍ରମ ରହୁଛି ଯେଉଁଥିରେ ଆପଣ ଅନେକ କିଛି ଶିକ୍ଷିପାରିବେ । ଗୁଗଲ୍ ଡିଜିଟାଲ୍ ଗ୍ୟରେଜ୍ ରେ ବି ଅନେକ ଗୁଡିଏ କୋର୍ସ ଅଛି , ଯେଉଁଥିରେ ଆପଣ ରେଜିଷ୍ଟ୍ରେସନ୍ କରି କିଛିଦିନ ମଧ୍ୟରେ ହେଇପାରିବେ ଏସଇଓ ସ୍ପେସାଲିଷ୍ଟ୍ । ଯେହେତୁ ଏହା ଏକ ଆଇଟି ସେକ୍ଟର କ୍ୟାରିୟର ଏଥିରେ ଭଲ ରୋଜଗାର ର ସମ୍ଭାବନା ଅଛି ।

୬) ପ୍ରୁଫ୍ ରିଡର –

ପ୍ରୁଫ୍ ରିଡର ର କାମ କପି ବା ଲେଖାକୁ ପଢି ସେଥିରୁ ଭୁଲ୍ ବାହାର କରିବା । ଏହା ପରେ କପି ବା ଲେଖାକୁ ସଂଶୋଧନ କରିବା ମଧ୍ୟ ପ୍ରୁଫ୍ ରିଡର ର କାମ । ଅନେକ ଗୁଡିଏ ଅନଲାଇନ୍ ଓ୍ୱେବସାଇଟ୍ ଅଛି , ଯେଉଁଥିରେ ଆପଣ ଏହି କାମ କରିପାରିବେ । ଅନେକ ଗୁଡିଏ ଫ୍ରି ଲାନ୍ସିଂ ଓ୍ୱେବସାଇଟ୍ ରେ ଏହି କାମକୁ ଅନେକ ଲୋକ କରୁଛନ୍ତି । ଯେତିକି ପ୍ରୋଜେକ୍ଟ ଧରିବେ ସେତିକି ରୋଜଗାର ହେବ ।  

୭) ୱେବ୍ ଡେଭଲପର୍ –

ୱେବ୍ ଡେଭଲପର୍ ମଧ୍ୟ ଏସଇଓ ସ୍ପେସାଲିଷ୍ଟ୍ ପରି ଆଇଟି ସେକ୍ଟର ର ଚାକିରୀ ।  ଅନେକ ଫ୍ରି ଲାନ୍ସିଂ ଓ୍ୱେବସାଇଟ୍ ଅଛି । ଯେଉଁଠି ଆପଣ ଘରେ ବସି ମଧ୍ଯ ୱେବ୍ ଡେଭଲପର୍ କାମ କରିପାରିବେ । ଏଥିରେ କ୍ୟାରିୟର କରିବାକୁ ଚାହୁଁଥିଲେ , ୱେବ୍ ଡେଭଲପିଂରେ ସ୍ୱତନ୍ତ୍ର କୋର୍ସ କରିପାରିବେ । ନିଜର ଭଲ ପ୍ରୋଜେକ୍ଟ ଟିକୁ କ୍ଲାଇଣ୍ଟକୁ ଇମେଲ୍ ଜରିଆରେ ପଠାଇ କ୍ଲାଇଣ୍ଟ୍କୁ ଇମ୍ପ୍ରେସ କରିପାରିବେ ।  ଯାହାଫଳରେ ଆପଣଙ୍କୁ ମିଳିବ ପ୍ରୋଜେକ୍ଟ୍ । ଓଡିଶାରେ ଏହି କ୍ଷେତ୍ରରେ ଅନେକ ୱେବ୍ ଡେଭଲପର୍ ଘରେ ରହି ଭଲ ରୋଜଗାର କରୁଛନ୍ତି । 

୮) କଣ୍ଟେଣ୍ଟ୍ ରାଇଟିଂ କିମ୍ବା କପି ରାଇଟିଂ –

କଣ୍ଟେଟ୍ ର ଆବଶ୍ୟକତା ଅନୁଯାୟୀ କଣ୍ଟେଟ୍ କୁ କ୍ରିଏଟ୍ କରନ୍ତି କଣ୍ଟେଟ୍ କ୍ରିଏଟର । ବିଭିନ୍ନ ପ୍ରକାର ର କଣ୍ଟେଟ୍ କ୍ରିଏଟର ଅଛନ୍ତି । 

ଯେପରିକି –

୧) ବ୍ଲଗର

୨) ଅନଲାଇନ ପ୍ଲବିସର

୩ ) ୟୁଟୁବର୍

୪ ) ସୋସିଆଲ୍ ମିଡିଆ କଣ୍ଟେଟ୍ କ୍ରିଏଟର୍ 

ଆଜିକାଲି ସମସ୍ତେ କଣ୍ଟେଟ୍ ରାଇଟିଂ କିମ୍ବା କପି ରାଇଟିଂ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ପୁଣି କେତେକ ବିନା ଡିଗ୍ରୀରେ କେବଳ ଦକ୍ଷତା ବଳରେ ଏହି କ୍ଷେତ୍ରରେ ଅଛନ୍ତି । ତେବେ ପ୍ରୋଫେସନାଲ୍ ହେବାପାଇଁ ଏକ ବୃତ୍ତିଗତ ଡିଗ୍ରୀ ରଖନ୍ତୁ । କପି ରାଇଟିଂ ହେଉ କିମ୍ବା କଣ୍ଟେଟ୍ ରାଇଟିଂ ସବୁଥିରେ ଗୋଟିଏ ଡିଗ୍ରୀ ର ଡିମାଣ୍ଡ ଅଧିକ ଥାଏ । ସେହି ଡିଗ୍ରୀ ର ନାମ ହେଉଛି ଜୋର୍ଣ୍ଣାଲିଜମ୍ ଆଣ୍ଡ ମାସ କମ୍ୟୁନିକେସନ ବା ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ । ଅନେକ ଗୁଡିଏ ଫ୍ରି ଲାନ୍ସିଂ ଓ୍ୱେବସାଇଟ୍ ଅଛି ଯେଉଁଥିରେ ଆପଣ ଏଥିରେ କ୍ୟାରିୟର ଗଢି ଭଲ ରୋଜଗାର କରିପାରିବେ । ବଡ କମ୍ପାନୀ କିମ୍ବା ରେପ୍ୟୁଟେଡ୍ ବ୍ରାଣ୍ଡ ସହ କାମ କରି ନିଜର ବ୍ରାଣ୍ଡିଂ କରିପାରିବେ ।

ଘରେ ବସି ଭଲ ରୋଜଗାର କରିବା ପାଇଁ ଏଗୁଡିକ ଉତ୍ତମ ମାଧ୍ୟମ । ଆବଶ୍ୟକତା ଅଛି ତ କେବଳ ଦକ୍ଷତା ବୃଦ୍ଧି କରିବାର । ଭଲ କାମ କଲେ କ୍ଲାଇଣ୍ଟ୍ ଆପଣଙ୍କ ଘରକୁ ମଧ୍ୟ ଆସିବେ ।

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )