Sunday 4th June 2023
ସାଉଥ୍ ଇଣ୍ଡଷ୍ଟ୍ରିର ପସନ୍ଦ ସଞ୍ଜୟ ଦତ୍ତ

ସାଉଥ୍ ଇଣ୍ଡଷ୍ଟ୍ରିର ପସନ୍ଦ ସଞ୍ଜୟ ଦତ୍ତ

ଚଳଚିତ୍ର ଦୁନିଆର ଖବର ଆପଣମାନଙ୍କୁ ପସନ୍ଦ । କିନ୍ତୁ ଯେତେବେଳେ କଥା ଆସେ ନିଜ ପ୍ରିୟ କଳାକାର ମାନଙ୍କର ସେତେବେଳେ ସମସ୍ତେ ଚାହାନ୍ତି ସେମାନଙ୍କ ସମ୍ବନ୍ଧିତ ଖବର ଜାଣିବା ପାଇଁ । ଏଇ ଯେମିତି ଆଗାମୀ ଦିନରେ କେଉଁ ନୂଆ ଚଳଚିତ୍ର ଆସିବାକୁ ଯାଉଛି । କେଉଁ ଚଳଚିତ୍ର ପାଇଁ କେତେ ଟଙ୍କା ଖର୍ଚ୍ଛ ହେଉଛି ଇତ୍ୟାଦି । ତେବେ ବର୍ତ୍ତମାନ ତ ସାରା ଦେଶର ନଜର ସାଉଥ୍ ଇଣ୍ଡଷ୍ଟ୍ରୀ ଉପରେ । ଆଉ ସେହି ସାଉଥ୍ ଇଣ୍ଡଷ୍ଟ୍ରୀର ନଜର ବଲିଉଡ୍ ଉପରେ । ମୋଟାମୋଟି ଭାବେ କହିଲେ, ପ୍ରତ୍ୟେକ କଳାକାର ଉଭୟ ଇଣ୍ଡଷ୍ଟ୍ରୀରେ କାମ କରିବାକୁ ଇଚ୍ଛୁକ । ହେଲେ ବର୍ତ୍ତମାନର ବଲିଉଡର ଅବସ୍ଥା ଯାହା,ତାକୁ ସାଉଥ୍ ର ସାହାର ତ ନିହାତି ଜରୁରୀ ବୋଲି ମନେ ହେଉଛି । ତେବେ ଏହାରି ଭିତରେ ଏକ ବଡ ଓ ଖାସ୍ ଖବର ଶୁଣିବାକୁ ମିଳୁଛି ।

ପୂର୍ବରୁ ଆପଣମାନେ କେଜିଏଫ୍ ପାର୍ଟ-୨ରେ ବଲିଉଡର ଜଣେ ଦମ୍‌ଦାର କଳାକାର ସଞ୍ଜୟ ଦତ୍ତଙ୍କୁ ତ ଦେଖିଥିଲେ । ଆଉ ତାଙ୍କର ଖଳନାୟକ ଅଭିନୟ ବି ସେଥିରେ ଖୁବ୍ ଉଚ୍ଚକୋଟୀର ଥିଲା । ସାଉଥ୍ ହେଉ କିମ୍ବା ବଲିଉଡ ସବୁଠି ସଞ୍ଜୟ ଦତ୍ତଙ୍କର ସେହି ଆକ୍ଟିଙ୍ଗ ପାଇଁ ପ୍ରଶଂସା କରାଗଲା । ବୋଧ ହୁଏ ତାଙ୍କର ସେହି ଅଭିନୟ ପାଇଁ ସାଉଥ୍ ଇଣ୍ଡଷ୍ଟ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଯାଇଛନ୍ତି ସଞ୍ଜୟ । ହଁ ଖାସ୍ ସେଇଥିପାଇଁ ସାଉଥର ବଡରୁ ବଡ ଫିଲ୍ମ ରେ ତାଙ୍କୁ ମିଳୁଛି ଖଳନାୟକ ହେବାର ସୁଯୋଗ ।

ଏବେ ପୁଣି ସଞ୍ଜୟ ଥାଲାପାଥି ୬୭ ଚଳଚ୍ଚିତ୍ର ମାଧ୍ୟମରେ ତାମିଲ୍‌ ଫିଲ୍ମ କରିବେ। ଏଥି ସହିତ ସଞ୍ଜୟଙ୍କ ଦ୍ୱିତୀୟ କନ୍ନଡ ଫିଲ୍ମ କେ.ଡି ଦ ଡେଭିଲ୍ ଶୀଘ୍ର ରିଲିଜ୍ ପାଇଁ ପ୍ରସ୍ତୁତ ଅଛି। ବର୍ତ୍ତମାନ ଫିଲ୍ମର ହିନ୍ଦୀ ଟାଇଟଲ୍ ଟିଜର ରିଲିଜ୍ ହୋଇଛି। ଏନେଇ ସଞ୍ଜୟ କହିଛନ୍ତି ଯେ ସେ ଅଧିକରୁ ଅଧିକ ଦକ୍ଷିଣ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁଛନ୍ତି। କେବଳ ଏତିକି ନୁହେଁ ଆହୁରି କହିଛନ୍ତି କି ବଲିଉଡ ଇଣ୍ଡଷ୍ଟ୍ରି ଏହି ସମୟରେ ସାଉଥ ସିନେମାରୁ କ’ଣ ଶିଖିବା ଉଚିତ୍ । ବଲିଉଡ ମଧ୍ୟ ଏହାର ମୂଳକୁ ଭୁଲିଯିବା ଉଚିତ ନୁହେଁ। ‘ମୁଁ କେଜିଏଫ୍ ରେ କାମ କଲି ଏବଂ ବର୍ତ୍ତମାନ ମୁଁ କେଡି ଦ ଡେଭିଲ୍ ରେ ନିର୍ଦ୍ଦେଶକ ପ୍ରେମଙ୍କ ସହିତ କାମ କରୁଛି। ‘ମୁଁ କେଜିଏଫ୍ ଏବଂ ଏସ୍ ରାଜାମୌଲି ସାରଙ୍କ ସହ କାମ କରିଥିଲି। ମୁଁ ଦେଖିଲି ଏଠାରେ ବହୁତ ଉତ୍ସାହ, ପ୍ରେମ ଏବଂ ଏନର୍ଜି ସହିତ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ତେଣୁ ମୁଁ ଭାବୁଛି ବଲିଉଡ ଏସବୁ ଭୁଲିଯିବା ଉଚିତ୍ ନୁହେଁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )